Friday 29th March 2024

ଏଥର ୫୦ କି ୬୦ ନୁହେଁ ସିଧା ୭୦୦ କୋଟିର ଫିଲ୍ମ

ଜାଣନ୍ତୁ ଆଗକୁ ବଲିଉଡ୍ ର କେଉଁ ଫିଲ୍ମ ପାଇଁ ଆରମ୍ବ ହେଉଛି ପ୍ରସ୍ତୁତି

କେବେ ଫେରିବ ବଲିଉଡର ସିରି ? ଏବେ ବଲିଉଡ ଅଭିନେତା ହୁଅନ୍ତୁ କିମ୍ବା ଫିଲ୍ମ ନିର୍ମାତା ସମସ୍ତେ ଦର୍ଶକଙ୍କର ଆକ୍ରୋଶର ଶିକାର ହେଉଛନ୍ତି । ଲୋକେ ବଲିଉଡ ନିଜର ମହତ୍ୱ ହରାଉଛି ବୋଲି ଦାବି କରୁଛନ୍ତି । ତାହାଲେ ଏମିତି କଣ କଲେ ପୁଣି ପୂର୍ବ ଭଳି ଲୋକେ ବଲିଉଡକୁ ପସନ୍ଦ କରିବେ ଓ ଢେରସାରା ଭଲପାଇବା ଦେବେ । ତେବେ ଯଦି ଏବେ ବ୍ରହ୍ମାସ୍ତ୍ରର କଥା କହିବା ତାହାଲେ ବହୁତ ଟଙ୍କା ଖର୍ଚ୍ଛ ହେଇ ବି ଏହା ଲୋକଙ୍କ ହୃଦୟକୁ ଛୁଇଁପାରିଲା ନାହିଁ । ତେଣୁ ସବୁକିଛି ଆପଣାଇବାକୁ ଚେଷ୍ଟା ଚଲାଇ ବିଫଳ ହେଉଛି ବଲିଉଡ୍ । ଆକ୍ସନ୍, ଡ୍ରାମା, ରୋମାନ୍ସ ଏବଂ ରୋମାଞ୍ଚକ ପରେ ବଲିଉଡ ବର୍ତ୍ତମାନ ପୁରାଣ କାହାଣୀ ଆଡକୁ ମୁହାଁଇଛି ।

ଦୀର୍ଘ ସମୟ ଅପେକ୍ଷା ପରେ ଶେଷରେ ‘ମହାଭାରତ’ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି। ଆମେରିକାରେ ଚାଲିଥିବା D23 ଏକ୍ସପୋରେ ଏହା ଉପରେ ଏକ ଫିଲ୍ମ କରିବାକୁ ଏକ ଘୋଷଣା ମଧ୍ୟ କରାଯାଇଥିଲା । କୌରବ ଏବଂ ପାଣ୍ଡବଙ୍କ କାହାଣୀ ଉପରେ ଆଧାର କରି ‘ମହାଭାରତ’ ପ୍ରଥମ ଥର ପାଇଁ ବି.ଆର ଚୋପ୍ରାଙ୍କ ଦ୍ୱାରା ଛୋଟ ପରଦାରେ ଅଣାଯାଇଥିଲା। ବର୍ତ୍ତମାନ ନିର୍ଦ୍ଦେଶକ ଫିରୋଜ ନାଦିଆୱାଲା ଏହା ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଅନେକ ବଲିଉଡ ଅଭିନେତା ଏହି ଚଳଚ୍ଚିତ୍ରରେ ଦେଖିବାକୁ ଯାଉଛନ୍ତି। ତେବେ ଏହାର ବଜେଟ୍ ଶୁଣିବା ମାତ୍ରେ ଆପଣଙ୍କ ହୋସ୍‌ ମଧ୍ୟ ଉଡିଯିବ। କିନ୍ତୁ ଏହି ଚଳଚିତ୍ର ପାଇଁ ଅନେକ ଦିନର ଅପେକ୍ଷା କରିବାକୁ ପଡ଼ିବ॥

ଫିରୋଜ ନାଦିଆୱାଲା ହେରା ଫେରି ଏବଂ ୱେଲ୍‌କମ୍‌ ପରି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ଫିରୋଜ ଏହି ଫିଲ୍ମରେ କାମ କରିବା ଆରମ୍ଭ କରିଛନ୍ତି। କୁହାଯାଉଛି ଯେ ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ଉପରେ କାମ ଗତ ୪-୫ ବର୍ଷ ଧରି ଚାଲିଛି। ତେବେ, ଫିଲ୍ମର ପ୍ରି-ପ୍ରଡକ୍ସନ୍‌ରେ ଆଉ କିଛି ବର୍ଷ ଲାଗିବ। ମହାଭାରତ ପ୍ରାୟ ୨୦୨୫ରେ ପ୍ରସ୍ତୁତ ହୋଇଯିବ । ହେଲେ ଏହି ଚଳଚ୍ଚିତ୍ର ହିନ୍ଦୀରେ ନିର୍ମିତ ହେବ, କିନ୍ତୁ ଏହାକୁ ଅନ୍ୟ ଭାଷାରେ ମଧ୍ୟ ନାମିତ କରାଯିବ। ହଲିଉଡରେ ଆପଣ ଅନେକ ଚର୍ଚ୍ଚିତ ଫିଲ୍ମ ଦେଖିଥିବେ ଯେମିତିକି-ଲର୍ଡ ଅଫ୍ ରିଙ୍ଗସ୍‌,ହେରି ପଟର୍‌,ଗେମ୍ ଅଫ୍ ଥ୍ରୋନ୍ । ଯାହାକି ସମସ୍ତଙ୍କ ଚିନ୍ତାଧାରା ଠାରୁ ବି ଖୁବ୍ ଅଧିକ ଦର୍ଶକଙ୍କ ମନକୁ ଛୁଇଁଥାଏ । ହେଲେ ପ୍ରକୃତରେ ବଲିଉଡ୍ ରେ କେବେ ଏହିଭଳି ଫିଲ୍ମ ହେବ ବୋଲି ସମସ୍ତେ କଥା କଥା ରେ କହିଦିଅନ୍ତି । କିନ୍ତୁ ପ୍ରକୃତରେ ଯଦି ସତରେ ମହାଭାରତ ଫିଲ୍ମ ଟି ସେହିଭଳି ହେବ ଓ ଏହି ବଡ ବଡ ଫିଲ୍ମକୁ ଟକ୍କର ଦେବ ତାହାଲେ ହୁଏତ ବଲିଉଡର ପୁରୁଣା ସମ୍ମାନ ଫେରିପାଇବ ।

ତେବେ ମହାଭାରତର ଷ୍ଟାରକାଷ୍ଟ ବିଷୟରେ ଆଲୋଚନା କରିବାକୁ ଗଲେ କୁହାଯାଉଛି ଯେ ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର, ଅଜୟ ଦେବଗନ୍, ରଣଭୀର ସିଂ, ପରେଶ ରାୱଲ, ନାନା ପାଟେକର, ଅନିଲ କପୁର ଏବଂ ଅନ୍ୟ ବଡ ବଡ କଳାକାରମାନେ ଅଭିନୟ କରିବେ। ହେଲେ ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । ବଲିଉଡ୍‌ ବ୍ୟତୀତ ସାଉଥ୍ ର ପ୍ରମୁଖ କଳାକାରମାନେ ମଧ୍ୟ ଏକ ଭୂମିକା ଗ୍ରହଣ କରୁଥିବା ଦେଖିବାକୁ ମିଳିବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )