Friday 19th April 2024
ଏହିସବୁ  ଔଷଧ ଖାଇଲେ ହେବ କ୍ୟାନସର ତୁରନ୍ତ କରନ୍ତୁ ବ୍ୟାନ୍

ଏହିସବୁ  ଔଷଧ ଖାଇଲେ ହେବ କ୍ୟାନସର ତୁରନ୍ତ କରନ୍ତୁ ବ୍ୟାନ୍

ଏହିସବୁ  ଔଷଧ ଖାଇଲେ ହେବ କ୍ୟାନସର ତୁରନ୍ତ କରନ୍ତୁ ବ୍ୟାନ୍

ରୋଗ ହେଲେ ଏହାର ନିରାକରଣ ପାଇଁ ଆମେ ସେବନ କରୁ । ତେବେ ସବୁ ଔଷଧରେ କଣ ରୋଗ ଭଲ ହେଇଯାଏ ? ନା ଆଜ୍ଞା ଅନେକ ଔଷଧରୁ ଲୋକଙ୍କୁ ଅନ୍ୟ କିଛି ରୋଗ ବି ମାଡିବସେ । ଆଜି ଆମେ ସେମିତି କିଛି ମେଡିସିନ୍ ବିଷୟରେ କଥା ହେବା । ଯାହା ଏବେ ଖାଇଲେ କ୍ୟାନ୍‌ସର ହେବାର ସମ୍ଭାବନା ରହିଛି । ବର୍ତ୍ତମାନ କିଛି ନୂଆ ମେଡିସିନ୍ କୁ ଜାତୀୟ ଅତ୍ୟାବଶ୍ୟକ ମେଡିସିନ୍ ତାଲିକାରେ ସାମିଲ କରାଯାଇଥିବା ବେଳେ ଆଉ କିଛି ଗ୍ୟାସଜନିତ ମେଡିସିନକୁ ତାଲିକାରୁ ବାଦ୍ କରାଯାଇଛି ।

 

ଯେତେବେଳେ ବି ଆମ ମାନଙ୍କ ଦେହ ସାମାନ୍ୟ କାରଣରୁ ଖରାପ ଲାଗେ । ଆମେ ଡାକ୍ତରଙ୍କ ପରାମର୍ଶ ବିନା ବି ବିଭିନ୍ନ ପ୍ରକାରର ଔଷଧ ମନକୁ ମନ ଗ୍ରହଣ କରିନେଉ । ସେଥିପାଇଁ ତାର ବିଭିନ୍ନ ପାଶ୍ୱ୍ର‌୍ୟପ୍ରତିକ୍ରିୟା ଦେଖିବାକୁ ମିଳେ । ତେଣୁ ବର୍ତ୍ତମାନ ଏହା ଉପରେ ନିୟନ୍ତ୍ରଣ ରହିବ ବୋଲି କଳନା କରାଯାଇପାରେ । ଜାତୀୟ ଅତ୍ୟାବଶ୍ୟକ ମେଡିସିନ୍ ତାଲିକାରେ ଡାଇବେଟିସ୍‌,ଏଚ୍‌ଆଇଭି,ଟିଭି,କ୍ୟାନ୍‌ସର ଭଳି ରୋଗର ନୂଆ ୩୪ଟି ଔଷଧ ସାମିଲ କରାଯାଇଛି । କିନ୍ତୁ ପୂର୍ବରୁ ଯାହା କିଛି ଔଷଧ ଥିଲା ସେଥିମଧ୍ୟରୁ ୨୬ଟି ଔଷଧ କୁ ତାଲିକାରୁ ବାଦ୍ ଦିଆଯାଇଛି । ନୂଆ ଔଷଧ ଯୋଡିହେବା ପରେ ଦେଶରେ ଅତ୍ୟାବଶ୍ୟକ ଔଷଧ ସଂଖ୍ୟା  ୩୮୪କୁ ବୃଦ୍ଧି ପାଇଛି । ଅତ୍ୟାବଶ୍ୟକ ଔଷଧ ରୁ ଆପଣ ମାନେ ବୁଝିପାରୁଥିବେ ଯେ,ଯେଉଁ ଔଷଧକୁ ପ୍ରାୟତଃ ଦୈନନ୍ଦିନ ଜୀବନରେ ଅଧିକାଂଶ ଲୋକ ଡାକ୍ତର ନ ଦେଖେଇ ବି କିଣିନିଅନ୍ତି । ସେଗୁଡିକ ଆଣ୍ଟିବାୟୋଟିକ୍ସ ହେଇପାରେ,ଆଣ୍ଟି-ଡାଏବେଟିକ୍ ମେଡିସିନ୍ ଇନ୍ ସୁଲିନ୍ ହେଇପାରେ ।

 

ଏହି ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କ୍ୟାନ୍ସର ହେବାର ଚିନ୍ତାକୁ ନେଇ ଲୋକପ୍ରିୟ ଆଣ୍ଟାସିଡ୍ ଲୁଣ ସଲ୍ଟ ରାନିଟିଡାଇନ୍ କୁ ଅତ୍ୟାବଶ୍ୟକ ଔଷଧ ତାଲିକାରୁ ହଟାଇ ଦେଇଛନ୍ତି । ରାନିଟିଡାଇନ୍ ବ୍ରାଣ୍ଡ ନାମରେ ଏସିଲୋକ, ଜିନେଟାକ୍, ଏବଂ ରାଣ୍ଟାକ୍ ବିକ୍ରି ହୁଏ ଏବଂ ପେଟ ଯନ୍ତ୍ରଣା ସହିତ ଜଡିତ ସମ୍ବନ୍ଧିତ ସମସ୍ୟା ପାଇଁ ଏହାର ବ୍ୟବହାର କରାଯାଲ । କେନ୍ଦ୍ର ସରକାର ଏହି ତାଲିକାରୁ ମୋଟ ୨୬ ଟି ଔଷଧକୁ ହଟାଇ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ନୂତନ ଜାତୀୟ ତାଲିକା (ଏନଏଲଇଏମ) ଜାରି କରିଛି, ଯେଉଁଥିରେ ୩୮୪ ମେଡିସିନ୍ ସାମିଲ ରହିଛି । ଏହି ତାଲିକାରୁ ହଟାଇ ଦିଆଯାଇଥିବା ୨୬ ଟି ମେଡିସନର ଅସ୍ତିତ୍ୱ ଦେଶରେ ଶେଷ ହୋଇଯିବ । ଆସନ୍ତୁ ଦେଖିବା ଲିଷ୍ଟ…

1. Alteplace

2. atenolol

3. Bleaching Powder

4. Capreomycin

5. Cetrimide

6. Chlorpheniramine

7. Diloxanide Furoate

8. Dimercaprolo

9. Erythromycin

10. Ethinyl Estradiol

11. Ethinyl Estradiol (A) Norethisterone (B)

12. Ganciclovir

13. Kanamycin

14. Lamivudine (A) + Nevirapine (B) + Stavudine (C)

15. Leflunomide

16. Methyldopa

17. Nicotinamide

18. Pegylated Interferon Alpha 2A, Pegylated Interferon Alpha 2B

19. Pentamidine

20. Prilocaine (A) + Lignocaine (B)

21. Procarbazine

22. Ranitidine

23. Rifabutin

24. Stavudine (A) + Lamivudine (B)

25. Sucralfate

26. White Petrolatum

CATEGORIES
TAGS
Share This

COMMENTS

Wordpress (0)
Disqus ( )