Sunday 28th May 2023
କ୍ୟାରିୟରର ଶେଷ ମ୍ୟାଚ୍ ଖେଳି କାନ୍ଦିଲେ ରୋଜର୍ ,ଟେନିସ୍ କୋର୍ଟରେ ଆଉ ମିଳିବନି ଦେଖା

କ୍ୟାରିୟରର ଶେଷ ମ୍ୟାଚ୍ ଖେଳି କାନ୍ଦିଲେ ରୋଜର୍ ,ଟେନିସ୍ କୋର୍ଟରେ ଆଉ ମିଳିବନି ଦେଖା

କ୍ୟାରିୟରର ଶେଷ ମ୍ୟାଚ୍ ଖେଳିଲେ ରୋଜର ଫେଡେରର

ଜଣେ ମହାନ କେତେବେଳେ ହୁଏ ? ତାର ମହାନତାର ନିଦର୍ଶନ ସେ ନିଜେ ନୁହେଁ ବରଂ ସାରା ଦୁନିଆ ଯେତେବେଳେ ଦେଖିବାକୁ ପାଏ । ଦୁନିଆରେ ପ୍ରତି କ୍ଷେତ୍ରରେ ଅନେକ ବଳିଷ୍ଠ ବ୍ୟକ୍ତିତ୍ୱ ନିଜର ଜୀବନ କାହାଣୀକୁ ଏତେ ଜୀବନ୍ତ କରିଦିଅନ୍ତି ଯେ ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଯାଏ । ଆଜି ସେମିତି ଜଣେ ଖାସ୍ ବ୍ୟକ୍ତି ନିଜ ଜୀବନର ଖାସ୍ ମୂହୂର୍ତ୍ତକୁ ମନେପକାଇ ଆଖିରୁ ଲୁହ ଗଡାଉଛନ୍ତି । ଜଣେ ଖେଳାଳି ପାଇଁ ତା ପଡିଆ ତାର ଖେଳିବାର ଜିନିଷ ଓ ତାର ଦର୍ଶକ ଏସବୁ ବହୁତ ହିଁ ଗୁରୁତ୍ୱ ରଖନ୍ତି । ତାଙ୍କ ପାଇଁ ଦର୍ଶକଙ୍କର ଭଲପାଇବା ,ତାଳି,ଗାଳି ସବୁକିଛି ଏତେ ମହତ୍ୱ ରଖେ ଯେ ତା ବିନା ଜୀବନ ଜିଇଁବା ଜଣେ ମହାନ ଖେଳାଳିଙ୍କ ପାଇଁ ସମ୍ଭବ ହିଁ ନୁହେଁ ।

ରୋଜର ଫେଡରର୍ ଟେନିସ୍ ଖେଳ ଦୁନିଆର ଜଣେ ଚତ୍ମକାରୀ ଷ୍ଟାର । ସେ ଯେତିକି ନିଜ ଜୀବନରେ ମ୍ୟାଚ ଖେଳିଛନ୍ତି ଓ ଯେଉଁଭଳି ସ୍ତରରେ ନିଜ ମ୍ୟାଚକୁ ସେ ଜୀବନ୍ତ କରନ୍ତି ତାଙ୍କ ଫ୍ୟାନ୍ସ ମାନେ ବି ତାଙ୍କୁ ସେତିକି ଅମାପ ଭଲପାଇବା ଦିଅନ୍ତି । ଶୁକ୍ରବାର ଦିନ ସେ ନିଜ ଜୀବନର ଶେଷ ମ୍ୟାଚ ଖେଳିଲେ ଆଉ ନିଜ ଆଖିରୁ ଲୁହ କୁ ଅଟକାଇପାରିଲେ ନାହିଁ । ଶେଷ ମ୍ୟାଚ୍ ହାରିଲେ ଲିଜେଣ୍ଡ ଖେଳାଳି ରୋଜର ଫେଡରର । କ୍ୟାରିୟରର ଶେଷ ମ୍ୟାଚ୍ ରେ ଫ୍ରାନ୍ସିସ୍ ଟିଆଫୋ ଏବଂ ଜ୍ୟାକ୍ ସୌଫଙ୍କଠାରୁ ହାରିଥିଲେ । ତେବେ ଶେଷ ମ୍ୟାଚରେ ପରାଜୟ ପରେ ଫେଡେରରଙ୍କ ଆଖିରୁ ବୋହିଥିଲା ଅଶ୍ରୁ ଧାର ।

ବାସ୍ତବରେ, ଏହା ତାଙ୍କର ଶେଷ ମ୍ୟାଚ୍ ଥିଲା, ଏପରି ପରିସ୍ଥିତିରେ, ଯେତେବେଳେ ଫେଡେରର ମ୍ୟାଚ୍ ହାରିଗଲେ । ସେ ଅନୁଭବ କରିଥିଲେ ଯେ ଏହା ପରେ ତାଙ୍କୁ ଆଉ ଟେନିସ୍ କୋର୍ଟରେ କେବେ ଦେଖିବାକୁ ମିଳିବନି । ସେଥିପାଇଁ ନିଜର ଶେଷ ମ୍ୟାଚ୍ ଖେଳିବା ପରେ ଭାବବିହ୍ୱଳ ହୋଇପଡିଥିଲେ ଫେଡରର୍ । କେବଳ ଫେଡରର ନୁହେଁ ତାଙ୍କ ସାଥୀ ଖେଳାଳି ବି କାନ୍ଦି ପକାଇଥିଲେ । ଯାହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରଶଂସକମାନେ ମଧ୍ୟ ଭିଡିଓ ଦେଖି ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି। ଫେଡେରର ଭାବପ୍ରବଣ ଥିବାବେଳେ ଅନ୍ୟ ଜଣେ ଭେଟେରାନ ଖେଳାଳି ରାଫେଲ ନାଡାଲ ମଧ୍ୟ ଭାବପ୍ରବଣ ହୋଇଥିଲେ । ଆହୁରି ମଧ୍ୟ ନୋଭାକ୍ ଜୋକଭିକଙ୍କ ଆଖିରେ ବି ଆସିଥିଲା ଲୁହ । ତଥାପି ପୁରୁଷ ସିଙ୍ଗଲ୍ସରେ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା କ୍ଷେତ୍ରରେ ରୋଜର ଫେଡେରର ତୃତୀୟ ସ୍ଥାନରେ ରହିଛନ୍ତି । କ୍ୟାରିୟରରେ ଫେଡେରର ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି । ଏହାସହ ୨୨ ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ରାଫେଲ ନାଡାଲ ଶୀର୍ଷରେ ଅଛନ୍ତି ।

CATEGORIES
Share This

COMMENTS

Wordpress (0)
Disqus (0 )