Thursday 28th March 2024
ଚନ୍ଦ୍ର ଯାତ୍ରାରେ ଆର୍ଟେମିସ-୧,୩ଥରରେ ନାସା କୁ ମିଳିଲା ସଫଳତା

ଚନ୍ଦ୍ର ଯାତ୍ରାରେ ଆର୍ଟେମିସ-୧,୩ଥରରେ ନାସା କୁ ମିଳିଲା ସଫଳତା

ବିଜ୍ଞାନ ଓ ପ୍ରଯୁକ୍ତିର କଥା ଆସିଲେ ଉନ୍ନତି ଓ ଆବିଷ୍କାରର କଥା ଆସେ । ଆଉ ଏହି ଦିଗରେ ପ୍ରତ୍ୟେକଟି ଦେଶ ଯିବା ପାଇଁ ଚାହାନ୍ତି । ଯଦି ଆଜି ପ୍ରତି ଦେଶ ନିଜର ବିଜ୍ଞାନର ଅଗ୍ରଗତି କରିବାକୁ ଚାହୁଁଛି ତାହା କେବଳ ବିକାଶ ପାଇଁ । ଯେଉଁ ବିକାଶ ପୁରା ମାନବସମାଜର ଉନ୍ନତି କରିବ । ଆଜି ଏହି ବିଷୟରେ ଆଲୋଚନା କରିବାର କାରଣ ହେଉଛି ନାସା ର ଏକ ନୂଆ ମିଶନ । ଆଜି ନାସା ପାଇଁ ଏକ ବଡ ଦିନ । କାରଣ ନାସା ତାର ଡ୍ରିମ୍ ପ୍ରଜେକ୍ଟ ଆର୍ଟେମିସ୍‌-୧ ମିଶନକୁ ସଫଳ ପୂର୍ବକ ଲଂଚ କରିଛି ।

ମାନବରହିତ ଏହି ଯାନ ଚନ୍ଦ୍ର ପରିକ୍ରମା କରି ପୁଣି ଫେରିଆସିବ। ଫ୍ଲୋରିଡାସ୍ଥିତ କେପ୍‌ କାନାଭେରାଲ୍‌ରୁ ‘ଅରିଅନ୍‌’ ମହାକାଶଯାନ ସହିତ ‘ସ୍ପେସ୍‌ ଲଞ୍ଚ୍‌ ସିଷ୍ଟମ୍‌’କୁ (ଏସ୍‌ଏଲ୍‌ଏସ୍‌) ଉତ୍‌କ୍ଷେପଣ କରାଯାଇଛି। ‘ଆର୍ମେଟିସ୍‌-୧’ ଉତ୍‌‌କ୍ଷେପଣ ନିମନ୍ତେ ଏହା ହେଉଛି ‘ନାସା’ର ତୃତୀୟ ଉଦ୍ୟମ। ବାରମ୍ବାର ଇନ୍ଧନ ‘ଳିକ୍‌’ ହେବା, ଇଞ୍ଜିନ୍‌ରେ ତ୍ରୁଟି ଦେଖା ଦେବା, ଦୁଇ ଥର ତୋଫାନ ପ୍ରବାହିତ ହେବା ଭଳି ଅସୁବିଧା ହେତୁ ଏହାର ଉତ୍‌କ୍ଷେପଣ ବାତିଲ କରାଯାଇଥିଲା।

ନାସାର ମଙ୍ଗଳ ମିଶନ ପରେ ଏହା ସବୁଠାରୁ ବଡ ମିଶନ ବୋଲି କହିପାରିବା । ଏହି ମିଶନରେ ଓରିଓନ ସ୍ପେସସିପ୍ ଦ୍ୱାରା ଚନ୍ଦ୍ରପୃଷ୍ଠକୁ ପ୍ରଥମ ମହିଳା ମହାକାଶଚାରୀଙ୍କୁ ପଠାଇବାକୁ ଯୋଜନା ରଖିଛି ନାସା । ଏହି ସ୍ପେସ୍‌ସିପ୍ ୪୨ ଦିନ ଭିତରେ ଚନ୍ଦ୍ରପୃଷ୍ଠରୁ ଯାତ୍ରା କରି ସଫଳତାର ସହ ଫେରିପାରିବ । ଓରିଓନ ସ୍ପେସ୍‌ସିପ୍ ଘଣ୍ଟା ପ୍ରତି ୪୦ ହଜାର କିଲୋମିଟର ବେଗରେ ୪.୫୦ ଲକ୍ଷ କିଲୋମିଟର ଯାତ୍ରା କରିବ । ଏହା ସହିତ ଚନ୍‌ଦ୍ରପୃଷ୍ଠର ଅନ୍ଧକାର ଭାଗରେ ୬୪ ହଜାର କିଲୋମିଟର ଯାତ୍ରା କରି ସବୁ ତଥ୍ୟ ସଂଗ୍ରହ କରିବ । ପରେ ପୃଥିବୀ ପୃଷ୍ଠକୁ ଫେରି ପ୍ରଶାନ୍ତ ମହାସାଗରର ସାନ୍ ଡିଏଗୋ ଅଂଚଳରେ ଲ୍ୟାଣ୍ଡିଂ କରିବ ।

ରକେଟରେ ଯାନ୍ତ୍ରିକ ତ୍ରୁଟି ପାଇଁ ଆର୍ଟେମିସ୍‌-୧ ମିଶନ ବାରମ୍ବାର ଫେଲ୍ ହେଉଥିଲା । ଯାନରେ ଇନ୍ଧନ ଭରିବାରେ ସମସ୍ୟା ସୃଷ୍ଟି ହେଉଥିଲା । ହେଲେ ବୈଜ୍ଞାନିକ ମାନେ ଇନ୍ଧନ ଭରିବାରେ ସମୟ ନେବା ସହିତ ଆର୍ଟେମିସ୍‌-୧କୁ ସଫଳତାର ସହ ଲଂଚ କରିଛନ୍ତି । ୫୦ ବର୍ଷ ପରେ ଏହି ଏହି ମିଶନ ସଫଳ ରୂପ ନେବାକୁ ଯାଉଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )