Friday 26th April 2024
ଦୈନନ୍ଦିନ ଖାଇବାରେ ସାମିଲ କରନ୍ତୁ ଏହି ୫ଟି ଜିନିଷ, କ୍ଷିପ୍ର ହେବ ସ୍ମରଣଶକ୍ତି

ଦୈନନ୍ଦିନ ଖାଇବାରେ ସାମିଲ କରନ୍ତୁ ଏହି ୫ଟି ଜିନିଷ, କ୍ଷିପ୍ର ହେବ ସ୍ମରଣଶକ୍ତି

ସାଧାରଣତଃ ଆମ ସ୍ୱାସ୍ଥ୍ୟ ଠିକ୍ ରଖିବା ପାଇଁ ଆମେ ଖାଦ୍ୟ ଖାଇଥାଉ । କିନ୍ତୁ କେବଳ ଯେ ଶରୀର ପାଇଁ ଖାଦ୍ୟ ଦରକାର ତାହା କହିବା ଅନୁଚିତ ହେବ କାରଣ କେବଳ ଶରୀର ପାଇଁ ନୁହେଁ ବରଂ ଆମ ମସ୍ତିସ୍କର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଆମକୁ ଖାଦ୍ୟ ଦରକାର ହୋଇଥାଏ । କାରଣ ଆମ ମସ୍ତିକ କାମ କରିବା ପାଇଁ ତାକୁ ଦରକାର ହୋଇଥାଏ ଅନେକ ଉର୍ଜା । ଯାହାକି ଆମେ ପ୍ରତ୍ୟେକ ଦିନ ଖାଉଥିବା ପଦାର୍ଥରୁ ପୁରା ହୋଇପାରିନଥାଏ । କିନ୍ତୁ ଶରୀର ଠାରୁ ଅଧିକ ଆମକୁ ଆମ ମସ୍ତିସ୍କକୁ ସୁସ୍ଥ ରଖିବାକୁ ପଡ଼ିଥାଏ କାରଣ ପୁରା ଶରୀରକୁ ଚଲାଇବା ପାଇଁ ମସ୍ତିସ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଭାହ କରିଥାଏ । ତେବେ ଏହି ଖବର ଦ୍ୱାରା ଜାଣିବା କେମିତି ଆପଣ ଆପଣଙ୍କ ଶରୀର ସହ ଆପଣଙ୍କ ମସ୍ତିସ୍କର ମଧ୍ୟ ସମାନ ଧ୍ୟାନ ରଖିପାରିବେ ।() ବୈଜ୍ଞାନିକଙ୍କ କହିବା ଅନୁସାରେ ଆମ ମସ୍ତିକ ଠିକ୍ ଭାବେ କାମ କରିବା ପାଇଁ ତାକୁ ବହୁତ ଉର୍ଜା ଦରକାର ହୋଇଥାଏ କିନ୍ତୁ ତା ମାନେ ନୁହେଁ କି ଆମେ ପ୍ରତ୍ୟେକ ଦିନ ଖାଉଥିବା ପନିପରିବାରୁ ଆମକୁ ଯଥେଷ୍ଟ ପରିମାଣର ଉର୍ଜା ମିଳିଯାଉଛି ଯାହାକି ଉଭୟ ଶରୀର ଓ ମସ୍ତିସ୍କ ପାଇଁ ପର୍ଯ୍ୟାପ୍ତ ହେଉଛି । ତେବେ ପ୍ରକୃତରେ ଆମକୁ ଆମ ଶରୀର ଓ ମସ୍ତିସ୍କ ଉଭୟକୁ ସ୍ୱସ୍ଥ ରଖିବା ପାଇଁ କଣ ଖାଇବାକୁ ପଡ଼ିବ?

ସବୁଜ ପନିପରିବା:

ସାଧାରଣତଃ ପ୍ରତ୍ୟେକ ଘରେ ବଡ଼ ଲୋକ ମାନେ କହିଥାନ୍ତି କି ସବୁଜ ପନିପରିବା ଖାଇବା ଦ୍ୱାରା ଦେହ ଠିକ୍ ରୁହେ, ଆଖିକୁ ଭଲ ଦେଖାଯାଏ । ଏଠାରେ ଆମେ କହିରଖୁଛୁ କି ସେ ଯାହା କୁହନ୍ତି ଏକଦମ ଠିକ୍ କୁହନ୍ତି । କହିଁକି ନା ଶରୀର ବିକାଶ ସହ ଆମ ମସ୍ତିସ୍କର ବିକାଶ ପାଇଁ ବି ଜରୁରୀ ହୋଇଥାଏ ସବୁଜ ପନିପରିବା । ଯେମିତିକି ବନ୍ଧା କୋବି, ଫୁଲ କୋବି, କଞ୍ଚା କଦଳୀ, ବ୍ରୋକଲି ବ୍ୟତୀତ ସବୁ ପ୍ରକାରର ସବୁଜ ପନିପରିବା ମସ୍ତିସ୍କର ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ସବୁଜ ପନିପରିବାରେ ମସ୍ତିସ୍କକୁ ଉର୍ଜା ଦେଲା ଭଳି ବିଟା- କୋରୋଟିନ୍‌, ଫୋଲିକ ଏସିଡ୍‌, ଲ୍ୟୁଟିନ୍ ସହ ଅନେକ ପୋଷକ ତତ୍ୱ ମଧ୍ୟ ରହିଥାଏ । ପ୍ରତ୍ୟେକ ଦିନ ୪ଭାଗରୁ ଭାଗେ ନଚେତ ସପ୍ତାହକୁ ୨ପାତ୍ର ଭରିକି ସବୁଜ ପନିପରିବାର ଖାଦ୍ୟ ଖାଇବା ଦରକାର ।

ବାଦାମ:

ସାଧାରଣତଃ କୁହାଯାଏ କି ବାଦାମ ଖାଇବା ଦ୍ୱାରା ବୁଦ୍ଧି ବଢ଼ିଥାଏ । ସେଥିପାଇଁ ରାତିରୁ ବାଦାମ ବତୁରେଇକି ସକାଳୁ ଖାଇବାକୁ କୁହାଯାଏ ।  ସବୁ ପ୍ରକାରରର ବାଦାମ ଯେମିତି କି କାଜୁ, ଅଖରୋଟ୍‌, ପିସ୍ତା ବାଦାମ, ଚିନା ବାଦାମ, ଆଲମଣ୍ଡ ଆଦିକୁ ଆପଣ ଖାଇ ପାରିବେ ।  ବାଦାମରେ ଓମେଗା-୩, ଆଣ୍ଟିଅକ୍ସିଡେଣ୍ଟ ଭରପୁର ରହିଥାଏ । ଯାହା ଦ୍ୱାରା ମସ୍ତିସ୍କର ସ୍ୱାସ୍ଥ୍ୟ ଠିକ୍ ରହିଥାଏ ବୋଲି କୁହାଯାଏ ।8 Health Benefits Of Consuming Nuts & Dry Fruits - Healthy Buddha

ଟମାଟ:

କୁହାଯାଏ କି ଟମାଟ ଖାଇଲେ ରକ୍ତ ବଢ଼େ । କିନ୍ତୁ ଟମାଟ ଖାଇଲେ ଖାଲି ରକ୍ତ ବଢ଼େ ତାହା ନୁହେଁ ବରଂ ଟମାଟ ମସ୍ତିସ୍କ ପାଇଁ ବି ଭଲ ହୋଇଥାଏ । ଟମାଟରେ ଲାଇକୋପିନ ଅଧିକ ମାତ୍ରାରେ ଥାଏ । ଯାହାକି ମସ୍ତିସ୍କ ସହ ଯଡ଼ିତ କୌଣସି ରୋଗ ପାଇଁ ଏକ ରାମବାଣ ଚିକିତ୍ସା ଭଳି କାମ ଦିଏ । ଯାହାକୁ ଆପଣ ଆପଣଙ୍କ ଖାଦ୍ୟରେ ସାମିଲ କରିପାରିବେ ଯାହାକି ଆପଣଙ୍କୁ ସାହାର୍ଯ୍ୟ କରିବ ଆପଣଙ୍କ ମସ୍ତିସ୍କର ସ୍ୱାସ୍ଥ ପାଇଁ ।

ଡାର୍କ ଚକଲେଟ୍‌:

କୁହାଯାଏ କି ଚକ୍‌ଲେଟ୍ ଖାଇଲେ ଦାନ୍ତ ପୋକ ଖାଇଯାଏ । କିନ୍ତୁ ଏହା ଏଭଳି ଏକ ଜିନିଷ ଯାହା ଖାଇବାକୁ ଭଲ ଲାଗିବା ସହ ସହ ଶରୀର ଓ ମସ୍ତିସ୍କ ପାଇଁ ମଧ୍ୟ ଭଲ କାମ କରିଥାଏ । ଡାର୍କ ଚକ୍‌ଲେଟ୍ ଆପଣଙ୍କ ମସ୍ତିସ୍କ ପାଇଁ ଅନ୍ୟ ଖାଦ୍ୟ ମାନଙ୍କ ଠାରୁ ବେଶୀ ଲାଭଦାୟକ ହୋଇଥାଏ । ଡାର୍କ ଚକ୍‌ଲେଟ୍‌ରେ ସାଧାରଣତଃ ଆଣ୍ଟିଅକ୍ସିଡେଣ୍ଟ, କ୍ୟାଫିନ୍ ଅଧିକ ମାତ୍ରାରେ ଥାଏ ଯାହା ମସ୍ତିସ୍କର ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ସପ୍ତାହକୁ ୩୦ ରୁ ୬୦ ଗ୍ରାମ ଡାର୍କ ଚକ୍‌ଲେଟ୍ ଖାଇବା ଦେହ ପାଇଁ ଭଲ ହୋଇଥାଏ ।

ଅଣ୍ଡା:

କୁହାଯାଏ ପ୍ରତ୍ୟେକ ଦିନ ଅଣ୍ଡା ଖାଇବା ଦେହ ପାଇଁ ଭଲ ହୋଇଥାଏ । ଅଣ୍ଡାରେ ମାତ୍ରାଧିକ ଭିଟାମିନ୍ସ ରହିଥାଏ, ଯଥା ବି-୬, ବି-୧୨, ବି-୯ ଭରପୁର ରହିଥାଏ। ଅଧୟନରୁ ଜଣା ପଡ଼ିଛି ଯେ ଏହା ଆମ ମସ୍ତିସ୍କ ପାଇଁ ଭଲ ହୋଇଥାଏ । ଅଣ୍ଡା ସାଧାରଣତଃ ବୃଦ୍ଧ ଲୋକ ମାନଙ୍କ ମସ୍ତିସ୍କ ଦୁର୍ବଳ ହେବାରୁ ଠିକ୍ କରିପାରେ । ତେଣୁ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ଅଣ୍ଡା ଖାଇବା ଦେହ ପାଇଁ ଭଲ ହୋଇଥାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )