Wednesday 24th April 2024
ୟୁଟ୍ୟୁବ୍ ରେ  କ୍ୟାରିୟର କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହିସବୁ ଟିପ୍ସ

ୟୁଟ୍ୟୁବ୍ ରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହିସବୁ ଟିପ୍ସ

ୟୁଟ୍ୟୁବ ଆଜିର ସମୟରେ ଅଧିକ ବ୍ୟବହାର କରୁଥିବା ଏକ ଡିଜିଟାଲ ମାଧ୍ୟମ । ଏହି ମାଧ୍ୟମରେ ଦୁଇ ଧରଣର ଲୋକ ଅଛନ୍ତି । ଜଣେ ଯିଏ ଏଥିରେ କଣ୍ଟେଣ୍ଟ ତିଆରି କରୁଛନ୍ତି ଆଉ ଜଣେ ଯିଏ ଏଥିରେ କଣ୍ଟେଣ୍ଟ ଦେଖୁଛନ୍ତି । ତେବେ ଅଧିକାଂଶ ଲୋକ ଆଜିକାଲି ୟୁଟ୍ୟୁବ ମାଧ୍ୟମରେ ଟଙ୍କା ରୋଜଗାର କରିବାର ବାଟ ଖୋଜୁଛନ୍ତି । ଏହାକୁ ନିଜର ରୋଜଗାରର ମାଧ୍ୟମ କରିବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଏହିଭଳି ଜିନିଷକୁ ସତ କରିବାକୁ ହେଲେ କଣ କଣ କରିବାକୁ ପଡିବ । ସେ ବିଷୟରେ ବି ଧାରଣା ରହିବା ଦରକାର । ଆପଣ ଯଦି ଗୋଟିଏ ୟଟ୍ୟୁବ ଚ୍ୟାନେଲ ତିଆରି କରୁଛନ୍ତି ତାହାଲେ କେଉଁ କେଉଁ ଜିନିଷକୁ ଧ୍ୟାନରେ ରଖିଲେ ଆପଣ ବି ଟଙ୍କା ରୋଜଗାର କରିବାର ଉପାୟ ପାଇଯିବେ । ନଜର ପକାନ୍ତୁ ଏହିସବୁ ଉପାୟ ଉପରେ ।

 

ଅକ୍ସଫୋର୍ଡ ଇକୋନୋମିକ୍ସର ରିପୋର୍ଟ ଅନୁସାରେ ୨୦୨୦ରେ ଭାରତୀୟ ୟୁଟ୍ୟୁବ୍ କ୍ରିଏଟରସ୍ ଭାରତର ଜିଡିପିକୁ ୬ ହଜାର ୮୦୦ କୋଟିର ଯୋଗଦାନ ଦେଇଛନ୍ତି । ଡିଜିଟାଲ ଦୁନିଆରେ ୪ଜି କନେକଟିଭିଟି ଆସିବା ପରେ ଅନଲାଇନ୍ ଷ୍ଟ୍ରିମିଙ୍ଗ ଓ ଭିଡିଓ ସେୟାରିଙ୍ଗ ପ୍ଲାଟଫର୍ମରେ ଅଧିକ ପ୍ରଗତି ହୋଇଛି । ଭିଡିଓ ବନାଇ ଲୋକଙ୍କ ପାଖରେ ପହଂଚାଇବାର କାମ କରିବାରେ ଏବେ ସମସ୍ତେ ଇଚ୍ଚୁକ । ୟୁଟ୍ୟୁବ ମାଧ୍ୟମରେ ଅନେକ କ୍ରିଏଟର ନିଜର ପୁରା ସମୟ ଦେଉଛନ୍ତି । ଯଦି ଆପଣ ୟୁଟ୍ୟୁବକୁ ଆସିବାକୁ ଚାହୁଁଛନ୍ତି ତାହାଲେ ଆପଣ ବି ପୁରାସମୟ ଦେଲେ ଭଲ ଆୟ କମାଇପାରିବେ । ଅଥବା ପାର୍ଟ ଟାଇମ ପାଇଁ କଲେ ବି କିଛିଟା ଆୟ କରିପାରିବେ ।

 

ଏସବୁ ହେଉଛି ବେଷ୍ଟ ଟିପ୍ସ…

୧-ଠିକ୍ କଣ୍ଟେଣ୍ଟ/ ବିଷୟ ବାଛିବା

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଭିଡିଓରେ ଏନଗେଜମେଣ୍ଟ ବଢୁ ତାହାଲେ ଆପଣଙ୍କୁ ଗୋଟିଏ ନିର୍ଦ୍ଧିଷ୍ଟ ଧରଣର ବିଷୟ ବସ୍ତୁକୁ ଚୟନ କରିବାକୁ ପଡିବ । ଅର୍ଥାତ ଯେଉଁ ବିଷୟରେ ଆପଣ ଭଲ ପରିବେଶଷଣ କରିପାରିବେ କେବଳ ତା ଉପରେ ହିଁ ଭିଡିଓ ବନାଇ ୟୁଟ୍ୟୁବରେ ପକାଇବେ । ବେଳେବେଳେ ବହୁତ ଜଣ ଭିନ୍ନ ଭିନ୍ନ ପ୍ରକାରର କଣ୍ଟେଣ୍ଟ ପକାଉଥାଆନ୍ତି । ଯାହା ଫଳରେ ଗୋଟିଏ ଭିଡିଓରେ ଭଲ ଭ୍ୟୁ ଆସିଲେ ବି ସବୁ ଭିଡିଓ ଚାଲେନାହିଁ । ତେଣୁକରି ଆପଣ ଗୋଟିଏ ପ୍ରକାରର କଣ୍ଟେଣ୍ଟ ଗୋଟିଏ ୟୁଟ୍ୟୁବ ଚ୍ୟାନେଲରେ ପକାଇବାକୁ ଚେଷ୍ଟା କରନ୍ତୁ ।

 

୨-ୟୁଜର୍ସଙ୍କ ସହ ଯୋଡିରହିବାର ପ୍ରୟାସ

ୟୁଟ୍ୟୁବରେ ଆପଣ ନିଜ ୟୁଜର୍ସ ବା ଭିଡିଓ ଦେଖୁଥିବା ଦର୍ଶକଙ୍କ ସହ ଯୋଡି ହୋଇ ରିହିବା ଉଚିତ୍ । ଆପଣଙ୍କ ଚ୍ୟାନେଲକୁ ଯେଉଁମାନେ ସବସ୍କ୍ରାଇବ କରିଥାଆନ୍ତି ସେମାନେ ନିଶ୍ଚୟ ଆପଣଙ୍କ ଠାରୁ କିଛି ଆଶା ମଧ୍ୟ ରଖିଥାନ୍ତି । ଆଉ ସେମାନଙ୍କ ମତାମତ ଯଦି ଆପଣ ପ୍ରାୟତଃ ଜାଣିବାକୁ ଚେଷ୍ଟା କରିବେ । ସେମାନେ ସବୁବେଳେ ଆପଣଙ୍କ ଭିଡିଓ ସହ ଅପଡେଟ୍ ରହିବେ । ଯଦି ସେମାନେ ତାଙ୍କ ଆଡୁ କିଛି ବିଷୟ ଉପରେ ଭିଡିଓ କରିବାକୁ କହୁଛନ୍ତି ତାହାଲେ ଆପଣ ତା ଉପରେ ବି ଭିଡିଓ ନିର୍ମାଣ କରିପାରିବେ । ଏହାଦ୍ୱାରା ଆପଣଙ୍କ ଭିଡିଓର ଓାଚ୍ ଟାଇମ୍ ଅଧିକ ହୁଏ ଓ ସବସ୍କ୍ରାଇବରସ୍ ବି ବଢନ୍ତି

୩-ୟୁଟ୍ୟୁବ ସର୍ଟସ୍ ର ବ୍ୟବହାର

ଆଜିକାଲି ସମୟ ସମସ୍ତଙ୍କ ପାଖରେ କମ୍ । ତେଣୁକରି ଯେତିକି ସମୟ ଜଣେ ନିଜର ସୋସିଆଲ ମିଡିଆରେ ନିୟୋଜିତ କରୁଛି । ସେ ନିଶ୍ଚିତ ରୂପେ ଚାହିଁବ କେମିତି କମ୍ ସମୟରେ ସେ ଅଧିକ କଣ୍ଟେଣ୍ଟ ଦେଖିପାରୁ । ଅଧିକ ଲମ୍ବା ଥିବା ଭିଡିଓକୁ ପ୍ରାୟତଃ କେହି ଦେଖିବାକୁ ଚାହାଁନ୍ତି ନାହିଁ । ସେଥିପାଇଁ ଇନଷ୍ଟାଗ୍ରାମରେ ରିଲ୍ସ,ଫେସବୁକ୍ ରେ ରିଲ୍ସ ଏବଂ ସର୍ଟ ଭିଡିଓ ଆଦି ଦେଖିବାକୁ ମିଳେ । ଆଉ ପରେ ପରେ ଏହି ଟ୍ରେଣ୍ଡକୁ ଏବେ ୟୁଟ୍ୟୁବ ମଧ୍ୟ ଆପଣାଇଛି । ଯଦି ଜଣେ ନିଜର ଅରିଜିନାଲ କଣ୍ଟେଣ୍ଟରେ ସର୍ଟ ଭିଡିଓ ବନାଇଉଛି ତେବେ ତାକୁ ବି ଟଙ୍କା ମିଳିପାରିବ ।

 

୪-ୟୁଟ୍ୟୁବ ଲାଇଭ୍‌

ଆପଣ ସମୟ ସମୟରେ ଲାଇଭ୍ ଯାଇ ନିଜ ୟୁଜରର୍ସଙ୍କ ସହ ନିଶ୍ଚୟ କଥା ହେବେ । ସେମାନେ ଯଦି ଆପଣଙ୍କ ବିଷୟରେ କିମ୍ବା ଚ୍ୟାନେଲ ବିଷୟରେ କିଛି ଜାଣିବାକୁ ଚାହାନ୍ତି ତାହାଲେ ଆପଣ ତାଙ୍କୁ ସେ ବିଷୟରେ ଜଣେଇବେ । ଆଉ ଏହିଭଳି ମାତ୍ରାରେ ଆପଣଙ୍କ ସହ କଥା ହେବା ପାଇଁ ଅନେକ ୟୁଜର୍ସ ଧିରେ ଧିରେ ଯୋଡିହେବେ ଓ ଆପଣଙ୍କ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍‌୍ରାଇବ୍ ମଧ୍ୟ କରିବେ ।

୫-ଅନ୍ୟ ୟୁଟ୍ୟୁବ୍‌ରସ୍ ଙ୍କ ସହ ପାର୍ଟନରସିପ୍

ବେଳେବେଳେ ଆପଣଙ୍କ ଭଳି ଆପଣଙ୍କ ଆଖପାଖରେ ବି ବହୁତ ଜଣ ଥିବେ ଯେଉଁମାନେ ସମାନ କଣ୍ଟେଣ୍ଟ ତିଆରି କରୁଥିବେ । ଯଦି ଆପଣ ସେମାନଙ୍କ ସହ କୋଲାବ୍ କରି ବା ଏକାସାଙ୍ଗରେ କିଛି ଭିଡିଓ କରି ପବ୍ଲିସ୍ କରୁଛନ୍ତି ତାହାଲେ ଏହା ଦୁଇଟି ଯାକ ଚ୍ୟାନେଲକୁ ଫାଇଦା ଦେବ । ଅର୍ଥାତ ତାଙ୍କ ୟୁଟ୍ୟୁବ ସବସ୍କ୍ରାଇବରସ୍ ବି ଆପଣଙ୍କ ଭିଡିଓକୁ ଦେଖବେ ଓ ଫଲୋ କରିବେ ।

 

୬-କ୍ୱାଲିଟି ଓ ଏଡିଟିଙ୍ଗକୁ ଉନ୍ନତଧରଣ କରିବା

ଦେଖନ୍ତୁ ଆପଣ ଭିଡିଓ ବିଭିନ୍ନ ଧରଣର କରିପାରିବେ । ଆଉ ସବୁଥିରେ ଏଡିଟିଙ୍ଗ ନିଶ୍ଚିତ ରୂପେ ଦରକାର ପଡିବ । ତେଣୁକରି ଆପଣ ଏଡିଟିଙ୍ଗର କ୍ୱାଲିଟି ଉପରେ ବି ଧ୍ୟାନ ଦେବା ଦରକାର । ଯଦି ଆରମ୍ଭରୁ ଭଲ ଏଡିଟିଙ୍ଗ କରିପାରିନାହାନ୍ତି ତାହାଲେ ଧିରେ ଧିରେ ଏହାକୁ ଶିଖି ଉନ୍ନତଧରଣର କରିବାର ଚେଷ୍ଟା କରନ୍ତୁ । କାହିଁକି ନା ଏମିତି ବହୁତ ୟୁଜରର୍ସ ଅଛନ୍ତି ଯେଉଁମାନେ କି କ୍ୱାଲିଟିକୁ ନେଇ ବହୁତ ବେଶି ଜଜ୍ କରନ୍ତି । ସେମାନଙ୍କୁ ଯଦି ଆପଣଙ୍କ ଭିଡିଓ କ୍ୱାଲିଟି କି ଅଡିଓ କ୍ୱାଲିଟି ଭଲ ନ ଲାଗିଲା ତାହାଲେ ହୁଏତ ସେମାନେ ଆପଣଙ୍କ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ନାହିଁ ।

 

୭-ଭଲ ଥମ୍‌ନେଲ୍ ର ବ୍ୟବହାର

ଆପଣ ଯାହା ଉପରେ ବି ଭିଡିଓ ବନାନ୍ତୁ ନା କାହିଁକି । ସେହି ଭିଡିଓକୁ ଦେଖିବା ପୂର୍ବରୁ ଆପଣଙ୍କ ଥମନେଲ୍ ଉପରେ ୟୁଜର୍ସର ନଜର ପଡିବ । ଯଦି ତାକୁ ଥମନେଲ୍ ଟି ଭଲ ଲାଗିଲା ବା କିଛି ଭିନ୍ନ ଧରଣର ଲାଗିଲା ତାହାଲେ ଯାଇଁ ସେ କ୍ଲିକ୍ କରି ଆପଣଙ୍କ ଭିଡିଓରେ କଣ ଅଛି ଦେଖିବା ପାଇଁ ଚାହିଂବ । ଥମନେଲ ହେଉଛି ଏମିତି ଏକ ଫୋଟ ଯାହା ଉପରେ ଆପଣ କିଛି ଲେଖି ମଧ୍ୟ ପାରିବେ ନିଜ ଭିଡିଓକୁ ବୁଝାପଡୁଥିବା କାହାଣୀ ଉପରେ । ଆଉ ସେହି ଲେଖା ଛୋଟ ଓ ଆକର୍ଷଣୀୟ ହେବା ଦରକାର । ତେଣୁକରି ୟୁଟ୍ୟୁବ ଚ୍ୟାନେଲରେ ଥମନେଲର ବ୍ୟବହାର ବି ବହୁତ ଅଧିକ ଜରୁରୀ ।

ଏସବୁ ଥିଲା ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଖୋଲିବାର କିଛିଟା ଉପାୟ । ଯଦି ଆପଣ ଏହିସବୁ ଜିନିଷକୁ ମୂଳରୁ ଧ୍ୟାନ ଦେଇ ୟୁଟ୍ୟୁବ ଚ୍ୟାନେଲ ଖୋଲିବେ ତାହାଲେ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )