Thursday 25th April 2024
ପେପର୍ ବିକିବା ଠାରୁ ମିସାଇଲ୍ ଛାଡିବା ପର୍ଯ୍ୟନ୍ତ କଲାମଙ୍କର ଅଭୁଲା ଯାତ୍ରା

ପେପର୍ ବିକିବା ଠାରୁ ମିସାଇଲ୍ ଛାଡିବା ପର୍ଯ୍ୟନ୍ତ କଲାମଙ୍କର ଅଭୁଲା ଯାତ୍ରା

ଆମ ସମାଜର ଉନ୍ନତିରେ ବିଭିନ୍ନ ବର୍ଗର କାର୍ଯ୍ୟ ସହାୟକ ହୁଏ । କିନ୍ତୁ ଜଦି ସେମାନଙ୍କ ଭିତରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବିଜ୍ଞାନ । ବିଜ୍ଞାନ ଅଛି ମାନେ ବିଶ୍ୱର ପ୍ରଗତି ଅଛି । ଆମ ଆଖପାଖରେ ଆଜି ଆମେ ଯ।ହା ବି ବ୍ୟବହାର କରୁଛୁ ସେସବୁ ଗୋଟିଏ ଗୋଟିଏ ଉଦ୍ଭାବନ । ଆଉ ସେହି ଉଦ୍ଭାବନ ପଛରେ ରହିଛି ବିଜ୍ଞାନ । ସତରେ ଯେଉଁ ବି ବୌଜ୍ଞାନିକ ମାନେ କୁହନ୍ତି- ତାଙ୍କୁ କିଛି ନୂଆ ତିଆରି କରିବାର ଥିଲେ ରାତିରେ ନିଦ ହୁଏନି । କାରଣ ବିଜ୍ଞାନ ଏମିତି ଜିନିଷ ଯ।ହା ସଫଳ ନହେବା ଯ।ଏଁ ରାତିର ନିଦ ହଜାଇଦିଏ । ବିଜ୍ଞାନକୁ ଭଲପାଇଥିବା ମଣିଷ ନିଜକୁ ସାରା ଜୀବନ ତା ପଛରେ ଉତ୍ସଗ କରିଦେବାକୁ ଚାହେଁ । ଠିକ୍ ସେହିଭଳି ଆମ ମାଟିର ଜଣେ ମହାନ ଆତ୍ମା ଯିଏକି ନିଜ ଜୀବନକୁ ବିଜ୍ଞାନରୁ ଆରମ୍ଭ କରି ବିଜ୍ଞାନରେ ଶେଷ କରିଦେଇଥିଲେ । ସେ ଜାଣିଥିଲେ ଭାରତର ଅଗ୍ରଗତି ନିଜର ଟେକନ୍ନୋଲୋଜି ବୃଦ୍ଧିରେ ହିଁ ଅଛି । ଆଜି ଆମ ଭାରତ ଯେଉଁ ସ୍ତରରେ ପହଂଚିଛି ତାକୁ ସେହି ସ୍ତରରେ ଆଣିବା ପଛରେ ବି ସେହି ମହାନ ବ୍ୟକ୍ତିତ୍ୱଙ୍କର ହାତ ରହିଛି । ସେ ଆଉ କେହି ନୁହନ୍ତି ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ବୌଜ୍ଞାନିକ ଏପିଜେ ଅବଦୁଲ୍ କଲାମ୍ । ଆଜି ତାଙ୍କ ଜନ୍ମ ଜୟନ୍ତୀରେ ଆସନ୍ତୁ ତାଙ୍କ ସମ୍ବନ୍ଧରେ ଅଧିକ କିଛି ଜାଣିବା । Narendra Modi on Twitter: "Tributes to our former President Dr. APJ Abdul Kalam. He is greatly admired for his contribution to our nation as a scientist and as a President who struck() ୧୫ ଅକ୍ଟୋବର ୧୯୩୧ରେ ରାମେଶ୍ୱରମ୍ ଠାରେଏକ ଗରିବ ତାମିଲ ମୁସ୍‌ଲିମ୍ ପରିବାରରେ ଅବଦୁଲ୍ କଲାମ୍ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପୁରା ନା’ ଥିଲା “ଅଭୁଲ୍ ପାକିର ଜଇନୁଲାଦୀନ ଅବଦୁଲ୍ କଲାମ୍‌” । ତାଙ୍କ ପିତାଙ୍କ ନାମ ଜଇନ୍‌ଉଲ୍ଲାବୁଦିନ ଥିଲା ଓ ମା’ଙ୍କ ନାମ ଆସିଅମ୍ମା ଥିଲା । କଲାମ ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ସାନ ଥିଲେ ତାଙ୍କର ୩ ଭାଇ ଓ ଗୋଟିଏ ଭଉଣୀ ଥିଲେ । କଲାମ୍ ଛୋଟବେଳୁ ହିଁ ପେପର୍ ବିକିବା କାମ କରୁଥିଲେ । ପିଲାବେଳୁ ପାଠ ସରିଲା ପରେ ସେ ୧୯୫୪ ମସିହାରେ ଫିଜିକ୍ସରେ ଗ୍ରାଜୁଏସନ ସାରିଲେ । ପରେ ୧୯୫୫ ମସିହାରେ ମଦ୍ରାସରେ ମଦ୍ରାସ ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଇଜିଂନିଅରିଙ୍ଗ ପାଠ ପଢ଼ିଲେ । ୧୯୬୦ ମସିହାରେ ସେ ଏରୋନଟିକଲ ଡେଭେଲପମେଣ୍ଟ ଏଷ୍ଟାବ୍ଲିସରେ ଏକ ବୈଜ୍ଞାନିକ ଭାବେ କାମ କରିଥିଲେ ।A.P.J. Abdul Kalam | Biography, History, Books, Thoughts, Awards, & Facts | Britannicaଏହାର କିଛି ବର୍ଷ ପରେ ୧୯୬୯ ଇସ୍ରୋରେ ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚ ଭେକିଲ୍ ଏସ୍‌ଏଲ୍‌ଭି-୩ରେ ପ୍ରୋଜେକ୍ଟ ଡାଇରେକ୍ଟର ଥିଲେ । ପରେ ଡିଆରଡିଓରେ ସିନିୟର ସାଇଣ୍ଟିଫିକ୍ ଆସିଷ୍ଟାଣ୍ଡା ଭାବେ ୧୯୮୫ରେ ଯୋଗ ଦେଇଥିଲେ । ୧୯୯୨ ରୁ ୧୯୯୯ ସେ ଚିଫ୍ ସାଇଣ୍ଟିଫିକ୍ ଆଡଭାଇଜର ଥିଲେ ।  ୧୯୯୮ମସିହାରେ ସେ ପୋଖରନ-୨ ମିଶାଇଲ ପରୀକ୍ଷଣ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ । ୨୦୦୨ରୁ ୨୦୦୭ ସେ ୧୧ତମ ରାଷ୍ଟ୍ରପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ତାଙ୍କୁ ୧୯୯୭ରେ ଭାରତ ରତ୍ନ, ୧୯୯୦ରେ ପଦ୍ମ ବିଭୁଷଣ, ୧୯୮୧ରେ ପଦ୍ମ ଭୁଷଣ ଆୱାର୍ଡ ମିଳିଥିଲା । ସେ ସିଲଂ,ଇନ୍ଦୋର,ଅହମ୍ମଦାବାଦ ଆଇଆଇଏମ୍‌ର ଭିଜିଟିଙ୍ଗ ପ୍ରଫେସର ମଧ୍ୟ ରହିଥିଲେ । ୨୦୧୨ମସିହାରେ କଲାମ୍ ଯୁବକଙ୍କ ପାଇଁ ଭ୍ରଷ୍ଟାଚାରକୁ ଶେଷ କରିବା ପାଇଁ ଏକ କାର୍ଯ୍ୟକ୍ରମ କରିଥିଲେ ଯାହାଥିଲା “ହ୍ୱାଟ କ୍ୟାନ୍ ଆଇ ଗିଭ ମୁଭ୍‌ମେଣ୍ଟ” । ଶେଷରେ ୨୭ ଜୁଲାଇ ୨୦୧୫ରେ ସେ ଏ ଦୁନିଆ ଛାଡ଼ି ଚାଲିଗଲେ ।Apj Abdul Kalam Death Anniversary: A Look At His Scientific Contributionsଏମିତି ଜଣେ ମହାନଆତ୍ମାଙ୍କର ଜନ୍ମ ବାରମ୍ବାର ଆମ ଏଇ ଭାରତ ବର୍ଷରେ ହେଉ ବୋଲି ପ୍ରତ୍ୟେକ ଭାରତୀୟ ଆଜି ବି କାମନା କରନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )