Tuesday 23rd April 2024
ଗ୍ରାଜୁଏସନ୍ ପରେ ଏହି ୫ଟି କୋର୍ସ ଆପଣଙ୍କ କ୍ୟାରିୟର ବନାଇଦେବ

ଗ୍ରାଜୁଏସନ୍ ପରେ ଏହି ୫ଟି କୋର୍ସ ଆପଣଙ୍କ କ୍ୟାରିୟର ବନାଇଦେବ

କ୍ୟାରିୟରର କଥା ଆସିଲେ ପିଲାମାନେ ଆଗ ଦ୍ୱନ୍ଦରେ ପଡିଯାଆନ୍ତି । କେଉଁ ଲାଇନ୍ ରେ ପାଠ ପଢିଲେ ଭବିଷ୍ୟତ ଅଛି ତାହା ଭାବିବା ଆରମ୍ଭ କରିଥାନ୍ତି । କିନ୍ତୁ ପ୍ରକୃତରେ ତାଙ୍କୁ ଏହି ବିଷୟରେ ଗାଇଡ୍ କରିବା ପାଇଁ କେହି ବି ନଥାନ୍ତି । ସାଧାରଣତଃ ସ୍କୁଲ କଲେଜରେ ଟିଚର୍ ମାନେ ସରକାରୀ ଚାକିରୀରେ କ୍ୟାରିୟର କରିବା ପାଇଁ ବୁଷ୍ଟ କରାନ୍ତି । କିନ୍ତୁ ପିଲାଟିର ଇଚ୍ଛା ନଥିଲେ ସେ ବା କଣ କରିପାରିବ । ତେଣୁ ଏବେ ଏବେ ଯେଉଁମାନେ ଗ୍ରାଜୁଏସନ୍ ପାସ୍ କରିଛନ୍ତି କିମ୍ବା ନୂଆ ଗ୍ରାଜୁଏସନ୍ ପଢି ନିଜ କ୍ୟାରିୟରରେ କଣ କରିବେ ଚିନ୍ତାରେ ଅଛନ୍ତି ସେମାନଙ୍କୁ ସଠିକ୍ ଜିନିଷ ବାଛିବାରେ ଆମେ ସାହାର୍ଯ୍ୟ କରିବୁ । ତେବେ ଚାଲନ୍ତୁ ଜାଣିବା ଏମିତି କେଉଁ ୫ଟି କୋର୍ସ କଲେ ଆପଣଙ୍କ ଫ୍ୟୁଚର୍ ପୁରା ସେଟ୍ ହେଇପାରିବ ।

କୌଣସି ବି କୋର୍ସ କରିବା ପୂର୍ବରୁ ଏହିକଥାକୁ ଧ୍ୟାନ ଦିଅନ୍ତୁ-

Cost of The Course:କୋର୍ସ କରିବା ପାଇଁ ମନସ୍ଥ କରିବା ପୂର୍ବରୁ ଥରେ ଏହା ବିଷୟରେ ଭଲ ଭାବରେ ତର୍ଜମା କରନ୍ତୁ । ଯେମିତିକି ଏହି କୋର୍ସ କଲେ ଆପଣଙ୍କୁ କେତେ ଟଙ୍କା ପଡିବ । ଆପଣ ସେତିକି ଟଙ୍କା ଖର୍ଚ୍ଛ କରି ପଢିପାରିବେ କି ନାହିଁ । କାହିଁକି ନା ଏମିତି ବହୁତ ସମୟରେ ହୁଏ ,ପିଲାମାନେ ଅଧିକ ଟଙ୍କା ଖର୍ଚ୍ଛ କରି ପାଠ ତ ପଢନ୍ତି କିନ୍ତୁ ତାକୁ ନିଜ ଭବିଷ୍ୟତରେ କାମରେ ଲଗାଇପାରନ୍ତି ନାହିଁ । ଆଉ ସେତେବେଳେ ତାଙ୍କୁ ଏହା ଅଜଥା ଖର୍ଚ୍ଛ ବୋଲି ଅନୁଭବ ହୁଏ । ସେଥିପାଇଁ ନିଜ କୋର୍ସର କୋସ୍ଟ ଜାଣିବା ନିହାତି ଜରୁରୀ ।

Benefit of Doing The Course: ସବୁବେଳେ କୋର୍ସ କରିବା ପରର କଥା ନିହାତି ଚିନ୍ତା କରନ୍ତୁ । ଯଦି କୋର୍ସ କରିସାରିବା ପରେ ଆପଣଙ୍କ ଲକ୍ଷ୍ୟ ପୂରା ନ ହେଉଛି ତାହାଲେ ଏହି କୋର୍ସ କରିବାର ଲାଭ ଟା କ୍ଷତିରେ ପରିଣତ ହେଇଯିବ । ଧରାଯାଉ- ଆପଣ ବିଜନେସ୍ ଲାଇନ୍ ରେ କୋର୍ସ କରୁଛନ୍ତି କିନ୍ତୁ ଆପଣଙ୍କୁ ଆର୍ଟ ଲାଇନ୍ ରେ କ୍ୟାରିୟର କରିବାକୁ ପଡୁଛି । ତେଣୁ କୋର୍ସ କରିବା ପଛରେ ନିଶ୍ଚୟ ଲାଭ କ୍ଷତିର କଳନା କରିବା ଜରୁରୀ ।

Reputation of The Institute: ଯେତେବେଳେ ବି କେଉଁ କଲେଜରେ ଆପଣ କୋର୍ସ ପାଇଁ ଆଡମିଶନ୍ କରିବାକୁ ଯାଉଛନ୍ତି । ସେତେବେଳେ କଲେଜର ଇନକ୍ୟୁଆରୀ କରିବା ନିହାତି ଆବଶ୍ୟକ । କାହିଁକି ନା ଯଦି ଆପଣଙ୍କ କୋର୍ସ ହିସାବରେ ସେହି କଲେଜରେ ଭଲ ଫେସିଲିଟି ନଥିବ ତାହାଲେ ସେଠାରେ ଆଡମିଶନ୍ କରିବା ବୃଥା ହେଇଯିବ ।

Duration of The Course: ଯଦି ଆପଣ ଫୁଲ୍ ଟାଇମ୍ କୋର୍ସ କରିବାକୁ ଚାହୁଁଛନ୍ତି ତାହାଲେ ଆପଣ ୨ ରୁ ୩ ବର୍ଷ ଭିତରେ ସମୟ ଥିବା କୋର୍ସ କରିପାରିବେ । କିନ୍ତୁ ଯଦି ଆପଣ କେଉଁଠି ଚାକିରୀ କରୁଛନ୍ତି ଓ ତାସହିତ ଆପଣଙ୍କୁ କୋର୍ସ କରିବାର ଅଛି ତାହାଲେ ଆପଣ କମ୍ ସମୟ ଥିବା କୋର୍ସକୁ ଚୟନ କରିପାରିବେ ।


୫ଟି ବେଷ୍ଟ କୋର୍ସ ଯାହାକି ଆପଣଙ୍କ କ୍ୟାରିୟର ପାଇଁ ବହୁତ ଭଲ

MBA

Full time ପାଇଁ MBA ସେଇମାନେ କରିବା ବିଶେଷ ଭଲ ଯେଉଁମାନେ ଏବେ ଏବେ Graduation ପାଶ୍ କରିଥିବେ । କାହିଁକି ନା ସେମାନଙ୍କ ପାଇଁ ଏହା ଏକ ଭଲ କ୍ୟାରିୟର option। ହଁ MBA ପାଇଁ କୋର୍ସ ଫି ମଧ୍ୟ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି କିନ୍ତୁ ସେଇ ତୁଳନାରେ ଭବିଷ୍ୟତ ପାଇଁ ବି ଏହାର ଚାହିଦା ଅଧିକ ରହିଛି । ଆମ ଭାରତରେ ବେଙ୍ଗାଲୁରୁ,ହାଇଦ୍ରାବାଦ,ଅହମଦାବାଦ୍‌,କଲିକତା ଭଳି ରାଜ୍ୟ ମାନଙ୍କରେ ଭଲ ଭଲ MBA collage ରହିଛି । ଏହା ଛଡା ଆପଣ ଚାହିିଁଲେ ନିଜ ରାଜ୍ୟରେ ବି MBA କରିପାରିବେ । କିନ୍ତୁ ହଁ କିଛି ଭଲ ଭଲ କଲେଜରେ ଏମବିଏ କଲେ ଆପଣଙ୍କ କଲେଜରେ କ୍ୟାମ୍ପସ୍ ସିଲେକସନ୍ ଆସିଥାଏ ।

Executive MBA-

ଯଦି ଆପଣ କୌଣସି ଜାଗାରେ ମଧ୍ୟମ ଧରଣର ମ୍ୟାନେଜର ପୋଷ୍ଟରେ ଅଛନ୍ତି । ତାହାଲେ Executive MBA ଆପଣଙ୍କ ପାଇଁ ବେଷ୍ଟ ଅପସନ୍ । କାହିଁକି ନା ଏମିତି ବହୁତ ଶିକ୍ଷାନୁଷ୍ଠାନ ଅଛି ଯେଉଁମାନେ ସପ୍ତାହକୁ କ୍ଲାସ କରିଥାନ୍ତି । ତେଣୁ ଚାକିରୀ କରୁଥିବା ଲୋକଙ୍କ ପାଇଁ ଏହା ବହୁତ କାମରେ ଆସିବ । ତାସହ ଚାକିରୀ କରୁଥିବା ସମୟରେ ବି ଜଣେ ଭଲ Executive MBA କୋର୍ସ କରିପାରିବେ ।

NIIT-

ସାଧାରଣତଃ ଡିପ୍ଲୋମା କୋର୍ସ ଅଫର୍ କରନ୍ତି NIIT । ଯାହାକି STUDENT ମାନଙ୍କୁ ଦୁଇପ୍ରକାର ରୂପରେ ସାହାର୍ଯ୍ୟ କରେ । ଗୋଟିଏ ହେଲା – IT ଆଉ ଗୋଟିଏ ହେଲା NON-IT । ଯେଉଁମାନେ ନିଜର ଡ୍ରିଗ୍ରୀ ପୁରା କରିନାହାନ୍ତି ସେମାନେ ବି ଏହି କୋର୍ସ କରିବାର ସୁଯୋଗ ପାଇପାରିବେ । ଏଥିପାଇଁ ଯଦି ଆପଣ BASIC COMPUTER KNOWLEDGE ଓ ଫାଇନାନ୍ସରେ ଟିକେ ଜ୍ଞାନ ରଖିବେ ତାହାଲେ ନିହାତି ଆପଣଙ୍କ କ୍ୟାରିୟର ପାଇଁ ଏହା Best option ହେବ ।

Courses That do Not Require Any Basic Degree

You can opt for certificate programs in:

  • Essential IT Skills
  • Retail Trainee Associate
  • Business Correspondent
  • Interview Skills and Certificate Program in Spoken -English and Personality Development
  • CRM Domestic Voice

DATA SCIENTIST –

ଡାଟା ସାଇନଟିଷ୍ଟ ସବୁ ଇଣ୍ଡଷ୍ଟ୍ରିରେ ଆବଶ୍ୟକ । କାହିଁକି ନା ଆଜିର ସମୟରେ ଡାଟା ହିଁ ସହଜରେ ଉପଲବ୍ଧ ହେଉଛି । ଆଉ ଏହାକୁ ସହଜ କରିବା ପଛରେ ଅଛନ୍ତି ଡାଟା ସାଇନଟିଷ୍ଟ । ଦେଖିବାକୁ ଗଲେ ପୃଥିବୀର ଆଗାମୀ ଦିନର ଅସୁବିଧାକୁ ସମାଧାନ କରିବାର ବଡ ପଦବୀ ହେଉଛି ଏହି ଡାଟା ସାଇନଟିଷ୍ଟ । ତେଣୁ ଆପଣ ଏଥିରେ ନିଜର କ୍ୟାରିୟର କରିବା ପାଇଁ ଭଲ Programing language ଶିଖିବା ଦରକାର ଓ ସେଥିପାଇଁ ଭଲ କୋର୍ସ କରିବା ଦରକାର । ଡାଟା ସାଇନଟିଷ୍ଟ ମାନଙ୍କ ପାଇଁ good skill ଓ uptodate ରହିବାର କଳା ରହିବା ଜରୁରୀ ।

TEACHER TRAINING –

-ଟିଚର୍ ଟ୍ରେନିଙ୍ଗ ଗୋଟିଏ ଏମିତି କୋର୍ସ ଯାହା ସବୁ ସମୟରେ ହିଁ ଦରକାର ପଡିଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ବହୁତ ପ୍ରଫେସନାଲ୍ ଚାକିରିଆ ବି ପାଠ ପଢାଇବା ପାଇଁ ନିଜର HIGH-PAY CORPORATE ଚାକିରୀ ଛାଡିଦେଉଛନ୍ତି । ତେଣୁ ଶିକ୍ଷକତା କରିବା ଏକ ଚାକିରୀ ନୁହେଁ ବରଂ ଏକ ଦାୟିତ୍ୱ ଯାହାକୁ ନେଇ ବହୁତ ଜଣ ଭବିଷ୍ୟତ ଗଢିବା ଉଚିତ୍ । ଯଦି ଆଜିର ସମୟରେ ଆପଣ ଶିକ୍ଷକତାକୁ ନିଜ କ୍ୟାରିୟର କରିବାକୁ ଚାହୁଁଛନ୍ତି ତାହାଲେ ନିଜ ପାଠ ପଢାକୁ କାମରେ ଲଗାନ୍ତୁ ଓ Teaching proffesion କୁ ନିଜ କ୍ୟାରିୟର କରନ୍ତୁ । ତେବେ ଆପଣ ସ୍କୁଲ ,କଲେଜ,ବିଭିନ୍ନ କୋଚିଙ୍ଗ୍ ,ଶିକ୍ଷାନୁଷ୍ଠାନ ଏମିତିକି ଅନଲାଇନ୍ ମାଧ୍ୟମରେ ମଧ୍ୟ ପଢାଇବାର ସୁଯୋଗ ପାଇପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )