Wednesday 24th April 2024
ବ୍ରେନ୍ କ୍ୟାନ୍ସର କେତେ ପ୍ରକାରର ଜାଣିଛନ୍ତି କି?

ବ୍ରେନ୍ କ୍ୟାନ୍ସର କେତେ ପ୍ରକାରର ଜାଣିଛନ୍ତି କି?

ବ୍ରେନ୍ ଟ୍ୟୁମର ବା ବ୍ରେନ୍ କ୍ୟାନ୍ସର ଏହି ନା’ ଟି ଶୁଣିଲେ ଲାଗେ ଯେମିତି ବ୍ୟକ୍ତିଟିର ବଞ୍ଚିବା ଅସମ୍ଭବ । ସାଧାରଣତଃ ବ୍ରେନ୍‌ରେ ହୋଇଥିବା ଟ୍ୟୁମର କିମ୍ବା ବ୍ରେନ୍ ସହ ଜଡ଼ିତ କୌଣସି ଜାଗାରେ ଟ୍ୟୁମର ହେବାକୁ ଆମେ ବ୍ରେନ୍ କ୍ୟାନ୍ସର କହିଥାଉ । ତେବେ ପ୍ରତିବର୍ଷ ସାରା ବିଶ୍ୱରେ ୧୮.୧ ମିଲିୟନ୍ ନୂଆ ବ୍ରେନ୍ କ୍ୟାନ୍ସ କେସ୍ ସାମ୍ନାକୁ ଆସୁଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହା ସମ୍ପୂର୍ଣ୍ଣ ମିଛ କଥା, ଗୋଟିଏ ବ୍ୟକ୍ତିକୁ ବ୍ରେନ୍ କ୍ୟାନ୍ସର ହେଲେ ବ୍ୟକ୍ତିଟି ଠିକ୍ ବି ହୋଇପାରେ ଓ ସମାନ୍ୟ ଜୀବନ ଅତିବାହିତ ମଧ୍ୟ କରିପାରେ । ତେବେ ଆଜି ଆମେ ଏହି ଖବରରେ ଜାଣିବା ବ୍ରେନ୍ ଟ୍ୟୁମର ବା ବ୍ରେନ୍ କ୍ୟାନ୍ସର କେତେ ପ୍ରକାରର? ଓ ବ୍ରେନ୍ କ୍ୟାନ୍ସର କଣ?  https://odiadaily.in/the-symptoms-of-brain-cancer/ ତେବେ ଚାଲନ୍ତୁ ଏସମ୍ବନ୍ଧରେ ଅଧିକ କିଛି ଜାଣିବା ।

What is Brain Tumor and how it would be cured: सिर में ट्यूमर को लेकर हैं परेशान, world brain tumor day पर जानिए कैसे होता है सिर में ट्यूमर और कैसे होतीବ୍ରେନ୍ କ୍ୟାନ୍ସର ଓ ବ୍ରେନ୍ ଟ୍ୟୁମର ବିଷୟରେ ସାଧାରଣତଃ କିଛି ଷ୍ଟେଜ୍ ରହିଥାଏ । କିନ୍ତୁ କେଉଁ ଷ୍ଟେଜ୍ ମାରାତ୍ମକ ଓ କେଉଁ ଷ୍ଟେଜ୍‌ରେ ଏହାକୁ ଭଲ କରି ହେବ ସେ ବିଷୟରେ ସମସ୍ତଙ୍କୁ ଜଣା ନଥାଏ । ତେବେ ଏହି ଷ୍ଟେଜ୍ ଗୁଡ଼ିକ ବିଷୟରେ ଜାଣିବା ପୂର୍ବରୁ ଆଗ ଆମକୁ ବ୍ରେନ୍ କ୍ୟାନ୍ସର କେତେ ପ୍ରକାରର ସେ ବିଷୟରେ ଜାଣିବା ଆବଶ୍ୟକ ।

ବ୍ରେନ୍ ଟ୍ୟୁମର ବା ବ୍ରେନ୍ କ୍ୟାନ୍ସର କେତେ ପ୍ରକାରର?:

• ମାଲିଗନଣ୍ଟ ଟ୍ୟୁମର ବା କ୍ୟାନ୍ସର (Malignant Tumor)
• ବିନାଇ ଟ୍ୟୁମର ବା କ୍ୟାନ୍ସର (Benign Tumor)
• ପ୍ରାଇମେରି ବ୍ରେନ୍ ଟ୍ୟୁମର ବା କ୍ୟାନ୍ସର (Primary Brain Tumor)

ମାଲିଗନଣ୍ଟ ଟ୍ୟୁମର ବା କ୍ୟାନ୍ସର (Malignant Tumor):

ମାଲିଗନଣ୍ଟ ଟ୍ୟୁମର ବା କ୍ୟାନ୍ସର ମୁଣ୍ଡରେ ହୋଇଥାଏ । ଯାହାର ଚିକିତ୍ସା ରହିଛି, ଏହି ଚିକିତ୍ସା ଦ୍ୱାରା ବ୍ୟକ୍ତିର ଟ୍ୟୁମରକୁ କଢ଼ାଯାଏ । ଏହା ବ୍ୟତୀତ ରେଡିଓ ଥେରାପି କିମ୍ବା କେମୋ ଦ୍ୱାରା ଅଧିକ ମାତ୍ରାରେ ରୋଗୀକୁ ସୁସ୍ଥ କରାଯାଏ । ଯାହା ଫଳରେ ରୋଗୀ ଜଣକ ଏକ ସୁସ୍ଥ ଏବଂ ଏକ ଲମ୍ବା ଜୀବନ ଅତିବାହିତ କରିଥାଏ ।

ବିନାଇ ଟ୍ୟୁମର ବା କ୍ୟାନ୍ସର (Benign Tumor):

ବିନାଇ ଟ୍ୟୁମର ବା କ୍ୟାନ୍ସର ଶରୀରର କୌଣସି ବି ଅଙ୍ଗରେ ହୋଇପାରେ ଯାହାକି ବ୍ରେନ୍ ସହ ଜଡ଼ିତ ହୋଇଥାଏ । ଯାହାର ମଧ୍ୟ ଚିକିତ୍ସା ରହିଛି, ଏହି ଚିକିତ୍ସା ଦ୍ୱାରା ବ୍ୟକ୍ତିର ଟ୍ୟୁମରକୁ ବହୁତ ସହଜରେ ପୁରା କଢ଼ାଯାଇ ପାରେ । ଯାହା କଢ଼ାଗଲା ପରେ ଆଉ ବଢ଼ିନଥାଏ । ପାରେ ରୋଗୀ ଗୋଟିଏ ସୁସ୍ଥ ଜୀବନ ଅତିବାହିତ କରିଥାଏ ।

ପ୍ରାଇମେରି ବ୍ରେନ୍ ଟ୍ୟୁମର ବା କ୍ୟାନ୍ସର (Primary Brain Tumor):

ପ୍ରାଇମେରି ବ୍ରେନ୍ ଟ୍ୟୁମର ବା କ୍ୟାନ୍ସର ବ୍ରେନ୍ ମଧ୍ୟରେ ଥିବା ଗଢ଼ଣିରୁ ଉତ୍ପର୍ଣ୍ଣ ହୋଇଥାଏ । ଯେପରିକି ବେନ୍‌ରେ ଥିବା ଝିଲ୍ଲୀରୁ Meningioma Tumor ହୋଇଥାଏ, ବ୍ରେନ୍ ସେଲ୍ସରୁ Glioma Tumor , palindrome glioma Tumor, ependymoma Tumor ହୋଇଥାଏ । ଏହା ବ୍ୟତୀତ ଅନ୍ୟ ଏକ ପ୍ରକାରରରେ ଟ୍ୟୁମର କୌଣସି ବି ଅଙ୍ଗରେ ହୋଇ ବ୍ରେନ୍‌ରେ ଥିବା ରକ୍ତ କୋଶୀକା ମାଧ୍ୟରେ ବ୍ରେନ୍ ମଧ୍ୟକୁ ଚାଲି ଆସେ ଯାହାକୁ Metastatic Brain Tumo କୁହାଯାଏ ।Brain Tumor | Expert Surgeon | Aaron Cohen-Gadol, MDଏହି ସବୁ ବ୍ରେନ୍ ଟ୍ୟୁମରର ଚିକିତ୍ସା ତାର ଉତ୍ପତି ଓ କେଉଁ ଟ୍ୟୁମର ହୋଇଛି ତାହା ଉପରେ ନିର୍ଭର କରିଥାଏ । ଏହା ବ୍ୟତୀତ ବ୍ରେନ୍ ଟ୍ୟୁମର ପିଲା ମାନଙ୍କ କ୍ଷେତ୍ରରେ ଅଲଗା ପ୍ରକାରର ହୋଇଥାଏ ଓ ବଡ଼ ଲୋକଙ୍କ କ୍ଷେତ୍ରରେ ମଧ୍ୟ ଅଲଗା ପ୍ରକାରର ହୋଇଥାଏ । ପିଲା ମାନଙ୍କ ହେଉଥିବା ବ୍ରେନ୍ ଟ୍ୟୁମରକୁ Craniopharyngiomas, ବ୍ରେନ୍‌ର ପଛ ଭାଗରେ ମାନେ Occipital ରେ ହେଉଥିବା ଟ୍ୟୁମରକୁ Medulloblastomas କୁହାଯାଏ, ଛୁଆଟି ଜନ୍ମ ହେବାବେଳୁ ଥିବା ଟ୍ୟୁମରକୁ Germinomas କୁହାଯାଏ । ସେହିପରି ଅଧିକ ବର୍ଷର ବଡ଼ ଲୋକ ମାନଙ୍କୁ ହେଉଥିବା ଟ୍ୟୁମର ଯାହାକି ଶରୀରର ଅନ୍ୟ କୌଣସି ଅଶଂରେ ହୋଇ ବ୍ରେନ୍‌ରେ ଧିରେ ଧିରେ ବଢ଼ିଯାଏ ଯାହାକୁ Metastatic Brain Tumor କୁହାଯାଏ ।Breakthrough blood test developed for brain tumors – Harvard Gazette

୧୦୦ ଭାଗରୁ କେତେ ଭାଗ ସମ୍ଭାବନା ରହିଛି ବ୍ରେନ୍ ଟ୍ୟୁମର ହୋଇଥିବା ରୋଗୀ ୫ ବର୍ଷ ଯାଏଁ ବଞ୍ଚି ପାରିବ?

ଯଦି ରୋଗୀକୁ Malignant Tumor ହୋଇଥାଏ ତେବେ ଚିକିତ୍ସା ପରେ National Brain Tumor Society https://braintumor.org/ କହିବା ଅନୁସାରେ ୩୫.୬ % ବଞ୍ଚିବାର ଚାନ୍ସ ରହିଛି । ଉଦାହରଣ ସ୍ୱରୁପ American Cancer Society https://www.cancer.org/ ଅନୁସାରେ Malignant Tumor ସାଧାରଣ ପ୍ରକାରର କିଛି ବୟସ ସୀମାକୁ ନେଇ ମଧ୍ୟ କହି ହୋଇଥାଏ ଯେପରି କି:

• ୨୨%- ବୟସ ୨୦ ରୁ ୪୪
• ୯%- ବୟସ ୪୫ ରୁ ୫୪
• ୬%- ବୟସ ୫୫ ରୁ ୬୪

ଓଡ଼ିଆ ଡେଲୀରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସଠିକ୍ ସୂଚନା ଆମେ ଦେଇ ଅସୁଛୁ । ଯଦି ଆପଣଙ୍କୁ ଏହି ତଥ୍ୟରୁ ଲାଭ ମିଳୁଛି ଓ କିଛି ନୂଆ ଜାଣିବାକୁ ମିଳୁଛି ତାହାଲେ ଆହୁରୀ ଅଧିକ ଅପଡେଟ୍ ପାଇଁ ଆମ ୱେବସାଇଟକୁ ଫଲୋ କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )