Thursday 25th April 2024
କେମିତି ବ୍ୟବହାର ହୁଏ GPS?

କେମିତି ବ୍ୟବହାର ହୁଏ GPS?

“GPS ”, ଏହି ଶବ୍ଦ ଟି ଆପଣ ତ ନିଶ୍ଚିନ୍ତ ଶୁଣିଥିବେ । ଆଜିର ସମୟରେ ଟେକ୍ନିକାଲି ଆମେ ବହୁତ ଆଗକୁ ବଢ଼ିଗଲେଣି । ଏମିତିରେ ଆପଣଙ୍କୁ ଜାଣିବା ଦରକାର କି GPS କଣ ଓ GPS କେମିତି କାମ କରେ । ସ୍ମାର୍ଟ ଫୋନରେ ଥିବା ଏହି ଫିଚର ଆପଣଙ୍କୁ କେବେ ନା କେବେ ବ୍ୟବହାର କରିବାକୁ ହିଁ ପଡ଼ିଥାଏ । ଆମେ ପୃଥିବୀର କୌଣସି ବି ସ୍ଥାନକୁ ଗଲେ ମଧ୍ୟ GPS ସାହାର୍ଯ୍ୟରେ ଆମର ଲୋକେସନ ସହଜରେ ଖୋଜା ଯାଇପାରେ । ତେବେ ଚାଲନ୍ତୁ ଆଜି ଜାଣିବା GPS କଣ ଓ ଏହାର ବ୍ୟବହାର କେମିତି ହୁଏ?What Is GPS? What Are Its Uses? - Fossbytes

GPS କଣ?:

GPS ଏହାର ପୁରା ନା’ ହେଉଛି Global Positioning System ଯାହାକି ଏକ ଉପଗ୍ରହ ସାଟେଲାଇଟ୍ ସିଷ୍ଟମ୍ ଅଟେ । ଏହି ଉପଗ୍ରହ ସାଟେଲାଇଟ୍ସର ନେଟୱାର୍କରେ କାର୍ଯ୍ୟ କରେ । GPS କୁ ଆମେରିକାର ରକ୍ଷା ବିଭାଗ ଦ୍ୱାରା ତିଆରି କରାଯାଇଥିଲା । ଆରମ୍ଭରୁ ଏହା ଭଲରେ କାମ କରୁନଥିଲା । ମାତ୍ର ୨୬ ଏପ୍ରିଲ୍ ୧୯୫୯ରୁ ଏହା ସମ୍ପୂର୍ଣ୍ଣ ଆରମ୍ଭ ହୋଇଥିଲା । ପ୍ରଥମେ ଏହାକୁ କେବଳ ସୈନିକଙ୍କ ପାଇଁ ଆରମ୍ଭ କରାଯାଇଥିଲା । ମାତ୍ର ୧୯୮୦ରେ ଏହାକୁ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଆରମ୍ଭ କରିଦିଆଗଲା । GPS Space-Based Satelite Navigation System ଅଟେ । ଯିଏକି ପାଣିପାଗର ପରିସ୍ଥିତି ଏବଂ ସମୟ ବିଷୟରେ ସୂଚନା ଦେଇଥାଏ । ଏହା ୨୪ଟି ଉପଗ୍ରହର ନେଟୱର୍କରେ ତିଆରି ହୋଇଛି, ଯାହାକି ଆମେରିକା ରକ୍ଷା ବିଭାଗ ରଖିଛି । ଏହାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଲା GPS ଦୁନିଆର ସବୁ ଜାଗାରେ କାମ କରିଥାଏ । ଏହା କୌଣସି ବି ପାଣିପାଗ କିମ୍ବା ପରିସ୍ଥିତିରେ ବ୍ୟବହାର କରାଯାଇପାରେ । GPS ର ବ୍ୟବହାର କରିବା ପାଇଁ କୌଣସି ଭି ନାଗରିକକୁ କୌଣସି ବି ଟଙ୍କା ଦେବାକୁ ପଡ଼େ ନାହିଁ, ଏହା ପ୍ରିଂ ହୋଇଥାଏ ।Practical Uses of GPS Technology

GPS ର ବ୍ୟବହାର କେମିତି ହୁଏ?:

GPS system ୨୪ ଟି ଉପଗ୍ରହ ସାହାର୍ଯ୍ୟରେ କାମ କରେ । ଏହା ସବୁ ଉପଗ୍ରହ ପୃଥିବୀର ସ୍ଥଳ ଭାଗରୁ ୧୨,୦୦୦ ମାଇଲ୍ ଦୂରରେ ଉପସ୍ଥିତ । ସମସ୍ତ ଉପଗ୍ରହ ୧୨ଘଣ୍ଟା ମଧ୍ୟରେ ପୃଥିବୀ ଚାରିପଟେ ଘୂରି ବୁଲନ୍ତି, ସେମାନଙ୍କର ଗତି ବହୂତ ଦ୍ରୃତ ଅଟେ । ସମସ୍ତ ଉପଗ୍ରହ ମହାକାଶରେ ଏପରି ବିସ୍ତାର ହୋଇଛି ଯେ ସେମାନେ ପୃଥିବୀକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦିତ କରିଦିଅନ୍ତି । GPS system ୩ଟି standard segment system ରେ କାମ କରେ, ଯେଉଁଥିରେ Space Segment, Control Segment, ଏବଂ User Segment ରହିଛି, ଏହି ୩ଟି ପ୍ରଣାଳୀ କୁ Satelite ସହ ଯୋଡ଼ା ଯାଇଛି । ଯେତେବେଳେ ଆମେ ଗୋଟିଏ ଲୋକେସନ୍ ସର୍ଚ୍ଚ କରନ୍ତି ସେତେବେଳେ ସର୍ବ ପ୍ରଥମେ ସାଟେଲାଇଟ୍ ସିଗ୍‌ନାଲ ପୃଥିବୀକୁ ଆସେ ଏହା ପରେ ଏହି ସିଗ୍‌ନାଲ୍ ରିସିଭରଙ୍କୁ ମିଳିଥାଏ । ରିସିଭର ଏହି ସିଗ୍‌ନାଲ୍‌ର ଦୂରତା ଓ ସମୟକୁ ମଧ୍ୟ ମାପିଥାଏ । ଏହି ସବୁ ସେଗ୍‌ମେଣ୍ଟ ପରେ GPS ସାହାର୍ଯ୍ୟରେ ଆପଣ ଖୋଜୁଥିବା ସୂଚନା ଆପଣଙ୍କ ପାଖକୁ ଆସେ ଓ ଏହି ପରି GPS କାମ କରେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )