Friday 26th April 2024
ଆରମ୍ଭ ହେଲା ଜୀ-ସାର୍ଥକର ଲୋକପ୍ରିୟ ରିଅଲିଟି ଶୋ ‘ଦିଦି ନମ୍ବର-୧’ ର ସିଜନ-୨

ଆରମ୍ଭ ହେଲା ଜୀ-ସାର୍ଥକର ଲୋକପ୍ରିୟ ରିଅଲିଟି ଶୋ ‘ଦିଦି ନମ୍ବର-୧’ ର ସିଜନ-୨

ପ୍ରଥମ ସିଜନର ବିପୁଳ ସଫଳତା ପରେ ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନଭେମ୍ବର ୨୧ ରୁ ସୋମବାରରୁ ରବିବାର ସନ୍ଧ୍ୟା ୫ ଟାରେ ରିଆଲିଟି ଶୋ ‘ଦିଦି ନମ୍ବର -୧’ ସିଜନ-୨ର ପୁନଃ ପ୍ରସାରଣ ଆରମ୍ଭ ହୋଇଯାଇଛି ।  ଏଥିପାଇଁ  ଅଡିସନ ଆରମ୍ଭ ହୋଇଯାଇଛି। ଅଡିସନ ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ ‘ଜୀ-ସାର୍ଥକ’ର ସୋସିଆଲ ମିଡ଼ିଆ ପେଜ ସହ ଯୋଡ଼ି ହେବା ପାଇଁ ଦିଦି  ନମ୍ବର-୧ ଟିମ ପକ୍ଷରୁ ସୂଚନା ଦିଆଯାଇଛି।Didi No.1 TV Serial Online - Watch Tomorrow's Episode Before TV on ZEE5ଜୀ ସାର୍ଥକର ଏହି ଲୋକପ୍ରିୟ ରିଆଲିଟି ଶୋ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଛି। ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଦିଦି ନମ୍ବର-୧ ଏକ ମାଧ୍ୟମ ହୋଇଛି ।Watch Didi No.1 TV Serial 20th August 2022 Full Episode 83 Online on ZEE5ଦର୍ଶକ ଏବଂ ପ୍ରତିଯୋଗୀଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ‘ଦିଦି ନମ୍ବର-୧’ ରିଆଲିଟି ଶୋର, ପ୍ରଥମ ସିଜନ ଅପେକ୍ଷା ସିଜନ-୨ ରେ, ନୂଆ ନୂଆ ଖେଳ ସହ  ଆହୁରି ଅଧିକ ମଜାଦାର ହେବ ଓ ପ୍ରତିଯୋଗୀମାନଙ୍କ ପାଇଁ ଅଧିକ ଆକର୍ଷଣୀୟ ଉପହାର ନେଇ ଆସିଛି । ପ୍ରଥମ ଥର ପାଇଁ ଜୀ-ସାର୍ଥକ ଆଣିଛି  ପ୍ରତିଯୋଗୀମାନଙ୍କ ପାଇଁ ସିଧା ସଳଖ ଟଙ୍କା ଗଛ ରୁ ଟଙ୍କା ତୋଳିବାର ଏକ ଅଦ୍ଭୁତ ଖେଳ ଏହା ଛଡା ଖେଳରେ ଖେଳରେ ପ୍ରତିଯୋଗୀମାନେ ସୁନା ବି ଜିତି ନିଜ ଘରକୁ ନେଇ ପାରିବେ । ନିଜର ଚୁଲବୁଲି ଅନ୍ଦାଜ ସହ ଲିପି ମହାପାତ୍ର ଏହାର ଉପସ୍ଥାପନା ଜାରି ରଖିବେ ବୋଲି ଜଣା ପଡ଼ିଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )