Tuesday 23rd April 2024
ବନ୍ଦ ହୋଇଯିବ କି whatsapp ରେ ଫ୍ରି କଲିଂ? ଜାଣନ୍ତୁ କଣ ହୋଇପାରେ ପରିବର୍ତ୍ତନ

ବନ୍ଦ ହୋଇଯିବ କି whatsapp ରେ ଫ୍ରି କଲିଂ? ଜାଣନ୍ତୁ କଣ ହୋଇପାରେ ପରିବର୍ତ୍ତନ

() ସୋସିଆଲ ମିଡିଆ ଯୁଗ, ଲୋକ ମାନଙ୍କୁ ଏଭଳି ଗ୍ରାସ କରିଦେଇଛି ଯେ ଲୋକମାନେ ସାଧାରଣ ଜୀବନ ଯାପନ କରିବା ଅପେକ୍ଷା, ମୋବାଇଲ କିମ୍ବା ଶୋସିଆଲ ମିଡିଆରେ ସମୟ କାଟିବାକୁ ବେସି ପସନ୍ଦ କରୁଛନ୍ତି । କିନ୍ତୁ ଥରେ ଭାବିଲେ ଏହି ଶୋସିଆଲ ମିଡିଆ ପ୍ଲାଟଫର୍ମରେ ଥିବା ଫ୍ରି ଭିଡିଓ କଲିଂ କିମ୍ବା ଅଡିଓ କଲିଂ ପାଇଁ ଆପଣଙ୍କୁ ଯଦି ଦେବାକୁ ପଡ଼ିବ ଟଙ୍କା ତେବେ କଣ କରିବେ? ଆଶ୍ଚଜ୍ଯ  ହୁଅନ୍ତୁ ନାହିଁ କାରଣ ଏଭଳି କିଛି ନିୟମ ସରକାର ଏବେ କିଛି ଆପ କମ୍ପାନୀରେ ଲାଗୁ କରି ପାରନ୍ତି ବୋଲି ଖବର ପ୍ରକାଶ ପାଉଛି ।A Chronological History of Social Media() ସାଧାରଣ ଲୋକ ପ୍ରାୟତଃ ଫ୍ରି କଲିଂ ଥିବା ଆପ୍ ଯଥା ହ୍ୱାଟ୍ସଆପ, ସ୍କାଇପ୍, ଜୁମ୍, ଗୁଗଲ ଡୁଓ, ଟେଲିଗ୍ରାମ ଇତ୍ୟାଦି ବ୍ୟବହାର କରନ୍ତି । କିନ୍ତୁ ଏସବୁ ଆପ୍ ମାନଙ୍କ ମଧ୍ୟରୁ ଲୋକ ହ୍ୱାଟ୍ସଆପକୁ ବେଶୀ ପସନ୍ଦ କରନ୍ତି । କେବଳ ଭାରତରେ ହିଁ ୪୦କୋଟି ଲୋକ ହ୍ୱାଟ୍ସଆପ ବ୍ୟବହାର କରନ୍ତି । ଏମିତି କି କୌଣସି ସପିଙ୍ଗ ଠାରୁ ଆରମ୍ଭ କରି ମନି ଟ୍ରାଞ୍ଜାକସନ ପର‌୍ୟ୍ୟନ୍ତ ସବୁକିଛି ଏହି ହ୍ୱାଟ୍ସଆପ୍ ମାଧ୍ୟମରେ ହୋଇ ପାରୁଛି । ଯାହାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ କମ୍ପାନୀ ଏହି ଆପରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଆଣୁଛନ୍ତି । କିନ୍ତୁ ଏବେ ଯେଉଁ ପରିବର୍ତ୍ତନ ଆସିବାକୁ ଯାଉଛି, ସେଥିପାଇଁ ଲୋକ ବହୁ ଚିନ୍ତାରେ ଥିବା ନଜର ଆସୁଛନ୍ତି । WhatsApp unveils Voice Calling Feature | Social Media Tagଏଣିକି ହ୍ୱାଟ୍ସଆପ ବ୍ୟବହାର କରିବାକୁ ହେଲେ ଦେବାକୁ ପଡ଼ିବ ଅଧିକ ଟଙ୍କା । ଯାହାକି ନୂଆ ଟେଲିକମ୍ ବିଲର ଡ୍ରାଫ୍ଟ ପରେ ଅନୁମାନ କରାଯାଉଛି । ତେବେ ସରକାର ଭାରତୀୟ ଟେଲିକମ୍ୟୁନିକେସନ ବିଲ୍ ୨୦୨୨ର ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଯାହାକି ଦୂରସଂଚାର ବିଭାଗର ୱେବସାଇଟରେ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯାଇଛି । ଏଥିସହିତ ଏହି ବିଲ୍ ଉପରେ ଶିଳ୍ପସଂସ୍ଥାର ପରମାର୍ଶ ମଧ୍ୟ ମାଗିଛି । ତେବେ ଯଦି ଏହି ବିଲ ପାସ ହୋଇଯାଏ ତେବେ ଦୂରସଞ୍ଚାର ବିଭାଗ ଏହି ବିଲ ଅନୁଯାୟୀ କାର‌୍ୟ୍ୟ କରିବ । ଭାରତୀୟ ଟେଲିକମ୍ୟୁନିକେସନ ବିଲ୍ ୨୦୨୨ ରେ କିଛି ନୂତନ ଜିନିଷ ସାମିଲ କରାଯାଇଛି । ଯାହା ପାଇଁ ଲାଇସେନ୍ସ ନେବାକୁ ପଡ଼ିପାରେ ।WhatsApp update to expand data sharing sparks criticism | News | DW | 08.01.2021ନେବାକୁ ହେବ ଟେଲିକମ୍ ଲାଇସେନ୍ସ:

ଭାରତୀୟ ଟେଲିକମ୍ୟୁନିକେସନ ବିଲ୍ ୨୦୨୨ ଅନୁଯାୟୀ ହ୍ୱାଟ୍ସଆପ, ସ୍କାଇପ୍, ଜୁମ୍, ଟେଲିଗ୍ରାମ୍ ଏବଂ ଗୁଗୁଲ୍ ଡୁଓ ପରି କଲିଂ କିମ୍ବା ମେସେଞ୍ଜିଙ୍ଗ ଆପକୁ ଲାଇସେନ୍ସ ପ୍ରାପ୍ତ ହେବାକୁ ପଡିବ । ତେବେ ଏହି ଆପଗୁଡିକ ଭାତରରେ କାମ କରିବା ପାଇଁ ସେମାନଙ୍କୁ ଟେଲିକମ୍ କମ୍ପାନୀ ପରି ଲାଇସେନ୍ସର ଆବଶ୍ୟକ ହେବ । ଏଥିସହିତ ଠଟିଟି ପ୍ଲାଟଫର୍ମଗୁଡିକୁ ମଧ୍ୟ ନୂତନ ଟେଲି କମ୍ୟୁନିକେସନ ବିଲରେ ଅନ୍ତର୍ଭୂକ୍ତ କରାଯାଇଛି । ତେଣୁ ଏଥିରୁ ଜଣା ପଡ଼ୁଛି ଯେ ଲୋକଙ୍କୁ ହ୍ୱାଟ୍ସଆପ୍ କଲିଂ ଏବଂ ଅନ୍ୟାନ୍ୟ ଆପ୍ ପାଇଁ ଟଙ୍କା ଦେବାକୁ ପଡିବ । କିନ୍ତୁ ଏହି ଆପକୁ କାର‌୍ୟ୍ୟକ୍ଷମ କରାଇବା ପାଇଁ ଯେଉଁ ଲାଇସେନ୍ସ ଦରକାର ତାହା କିପରି ପାଇବେ ଏବଂ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ତାହା ବର୍ତ୍ତମାନ ପର‌୍ୟ୍ୟନ୍ତ ଜଣା ପଡିନାହିଁ ।   Oui, vous pouvez arrêter d'utiliser WhatsApp, mais ne faites pas cette erreur ! - Forbes France

CATEGORIES
TAGS
Share This

COMMENTS

Wordpress (0)
Disqus (0 )