Wednesday 24th April 2024
ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ବାହାର କଲା ରୁଚି ଫୁଡ୍ ଲାଇନ୍ ! ଶୀଘ୍ର ଆବେଦନ କରନ୍ତୁ !

ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ବାହାର କଲା ରୁଚି ଫୁଡ୍ ଲାଇନ୍ ! ଶୀଘ୍ର ଆବେଦନ କରନ୍ତୁ !

ପ୍ରାୟ ସମସ୍ତଙ୍କ ଘରେ ରୋଷେଇରେ ରୁଚି ମସଲା ବ୍ୟବହାର ହୁଏ । ଓଡିଶାରେ ରୁଚି ମସଲା ସ୍ୱାଦ ପାଇଁ ପ୍ରସିଦ୍ଧ । ବର୍ତ୍ତମାନ ସମୟରେ ରୁଚିର ବିଭିନ୍ନ ପ୍ରକାରର ମସଲା ବଜାରରେ ଉପଲବ୍ଧ । ୧୯୭୬ ମସିହା ରୁ ଏହି କମ୍ପାନୀ ଆରମ୍ଭ ହୋଇଥିଲା । ଏବେ ଘରେ ଘରେ ସ୍ୱାଦ ଏବଂ ବାସ୍ନା ପାଇଁ ଏହି କମ୍ପାନୀ ପରିଚିତ । ଶୁଦ୍ଧ ହଳଦୀ ଗୁଣ୍ଡ ବା ପାଉଡର ଉତ୍ପାଦନ ସହିତ ଆରମ୍ଭ ହୋଇଥିଲା ଏହି କମ୍ପାନୀର ଯାତ୍ରା । ରୁଚି କମ୍ପାନୀର ଅନେକ ଗୁଡିଏ ବ୍ରାଞ୍ଚ ଅଛି । ଯେପରିକି ରୁଚି ଫୁଡ୍ ଲାଇନ୍ , ରୁଚି ମସଲା , ରୁଚି ଫ୍ରୋଜ୍ ଇଟ୍ ଏବଂ ରୁଚି ଡ୍ରିଙ୍କସ୍ । କଟକ ର ରୁଚି କମ୍ପାନୀରେ ଅନେକ ଯୁବକ ଯୁବତୀ ନିଯୁକ୍ତି ପାଇ କାମ କରୁଛନ୍ତି । ରୁଚି କମ୍ପାନୀ ର ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ର କର୍ମଚାରୀ କାମ କରୁଛନ୍ତି । ଓଡିଶାରେ ରୁଚି ଏକ ବଡ କମ୍ପାନୀ । ତେଣୁ ରୁଚି କମ୍ପାନୀରେ ବିଭିନ୍ନ ବ୍ରାଞ୍ଚରେ ଅନେକ ଥର ବିଭିନ୍ନ ବର୍ଗର ବିଭିନ୍ନ ପଦବୀ ପାଇଁ  ନିଯୁକ୍ତି ବିଜ୍ଞପ୍ତି ବାହାରେ ।

ପଦବୀ – ମ୍ୟାନେଜର ( ଆଇଟି ଏବଂ ଏମଆଇଏସ୍ ) 

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ରୁଚି କମ୍ପାନୀ ବିଷୟରେ ଅନେକ ତଥ୍ୟ ଜାଣିପାରିବେ –

https://www.ruchifoodline.com/

ଚାକିରୀ କରିବାର ସ୍ଥାନ – କଟକ , ଓଡିଶା   

 

ବୟସ ସୀମା – ୨୫ ରୁ  ୩୫ ବର୍ଷ

 

ଶିକ୍ଷାଗତ ଯୋଗ୍ୟତା –

୧) କମ୍ପୁଟର ସାଇନ୍ସ ଷ୍ଟ୍ରିମ୍ ରେ ଟେକ୍ନିକାଲ୍ ବ୍ୟାଚଲର ଡିଗ୍ରୀ ଥିବା ନିହାତି ଆବଶ୍ୟକ 

କିମ୍ବା

୨) ଏହି ଡିଗ୍ରୀ ସହ ଅନ୍ୟ କିଛି ଆଡଭାନ୍ସ ଡିଗ୍ରୀ ଥିଲେ ଆପଣଙ୍କୁ ମିଳିବ ଅଗ୍ରାଧିକାର ।

୩) ଇଂରାଜୀ , ହିନ୍ଦୀ ଏବଂ ଓଡିଆ ଭାଷା ଭଲ ଭାବରେ ଜଣାଥିବା ଦରକାର ।

 

ଅଭିଜ୍ଞତା –

୧) ଫ୍ରୋଫେସନାଲ ସର୍ଭିସ କନସଲଟାଣ୍ଟ୍

କିମ୍ବା

୨) କଷ୍ଟମର ସପୋଟ୍ ଇଞ୍ଜିନିୟର

କିମ୍ବା

୩) ପ୍ରୋଡକ୍ଟ ସପୋଟ୍ 

ଏହି ପଦବୀ ଗୁଡିକରେ ଅଭିଜ୍ଞତା ଥିଲେ ଅଗ୍ରାଧିକାର ପାଇବେ ।

୪ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ଅଭିଜ୍ଞତା ଥିଲେ ଭଲ ।

 

ଆବଶ୍ୟକ ଥିବା ଦକ୍ଷତା – 

୧) ଉତ୍ତମ ରୂପରେ ଟିମ୍ ନିୟନ୍ତ୍ରଣ ବା ହ୍ୟାଣ୍ଡଲିଙ୍ଗ୍ କରିବାର ଦକ୍ଷତା ଥିବା ଆବଶ୍ୟକ ।

୨)  ମୋବାଇଲ୍ ଆଡଭାର୍ଟାଇଜିଂ ଏବଂ ଆନାଲିଟିକ୍ସ ରେ ଅଭିଜ୍ଞତା ।

୩) ମୋବାଇଲ୍ ଆପ୍ଲିକେସନ ଡେଭେଲପମେଣ୍ଟ କିମ୍ବା ସର୍ପୋଟ ଏନଭାରୋମେଣ୍ଟ ।

୪ ) ସପ୍ଟଓ୍ୱେୟାର ପ୍ରଡକ୍ଟ ଉପରେ ଦକ୍ଷତା ଏବଂ ଅଭିଜ୍ଞତା ।

୫ ) ସମସ୍ୟା ସମାଧାନର କୌଶଳ ବା ପ୍ରୋବଲେମ୍ ସଲଭିଂ ସ୍କିଲ୍ ।

୬) କର୍ପୋରେଟ୍ ଏବଂ ବିଜନେସ୍ ସେକ୍ଟର ଉପରେ ଅଧିକ ଧ୍ୟାନ ଦେଇପାରୁଥିବା ଦରକାର ।

୭) ତଥ୍ୟ ଉପରେ କାର୍ଯ୍ୟ କରିବା ଏବଂ ବିଭିନ୍ନ ପ୍ରକାରର ରିପୋର୍ଟ / ଆଡ୍-ହକ୍ ରିପୋର୍ଟ ସୃଷ୍ଟି କରିବାର କ୍ଷମତା ।

୮) ଉଚ୍ଚ ସ୍ତରୀୟ ତଥ୍ୟ ବିଶ୍ଳେଷଣ ଏବଂ ତଥ୍ୟ ପରିଚାଳନା କରିବାର କ୍ଷମତା ।

୯) ଟିମ୍ ସହ ଉତ୍ତମ ସଂମ୍ପର୍କ ସ୍ଥାପନ କରିବା ଏବଂ ଟିମ୍ କୁ ଇମପୃଭମେଣ୍ଟ ବା ଉନ୍ନତି ର ବାଟ ଦେଖାଇବା ।

୧୦) ଉତ୍ତମ ପ୍ରେଜେନଟେସନ୍ ସ୍କିଲ୍ ବା ଉପସ୍ଥାପନ କରିବାର କୌଶଳ ।

୧୧) ବିଭିନ୍ନ  ସ୍ଥାନରେ ଅବସ୍ଥିତ ଗ୍ଲୋବାଲ୍ ସପୋର୍ଟ ଟିମ୍ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ସମର୍ଥନ ଦେବା ।

୧୧) କମ୍ପାନୀ ପାଇଁ ଭଲ ଭାବରେ ବା ଆକର୍ଷଣୀୟ ଢଙ୍ଗରେ ସ୍କ୍ରିପ୍ଟ ଲେଖି ପାରୁଥିବା ଦରକାର । 

 

ଅଧିକ ଜାଣିବା ପାଇଁ ରୁଚି ର ଅଫିସିଆଲ୍ ଓ୍ୱେବସାଇଟ୍ କୁ ଯାଇ ଚେକ୍ କରିପାରିବେ 

 

ଆବେଦନ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ –

https://www.ruchifoodline.com/career

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )