Tuesday 23rd April 2024
ନିଜ ବିଷୟରେ କିଛି କୁହ କହିଲେ ଇଣ୍ଟରଭ୍ୟୁରେ କିପରି ଦେବେ ନିଜର ଇଣ୍ଟ୍ରୋଡକସନ୍ ! କଣ କହିଲେ ବଢିବ ଆପଣଙ୍କ ଇମ୍ପ୍ରେସନ୍?

ନିଜ ବିଷୟରେ କିଛି କୁହ କହିଲେ ଇଣ୍ଟରଭ୍ୟୁରେ କିପରି ଦେବେ ନିଜର ଇଣ୍ଟ୍ରୋଡକସନ୍ ! କଣ କହିଲେ ବଢିବ ଆପଣଙ୍କ ଇମ୍ପ୍ରେସନ୍?

ଇଣ୍ଟ୍ରୋଡକସନ୍ ସହ ଇମ୍ପ୍ରେସନ୍ ଅତପ୍ରତ ଭାବରେ ଜଡିତ । ଇଣ୍ଟ୍ରୋଡକସନ୍ ଏକ ଇଂରାଜୀ ଶବ୍ଦ ଏବଂ ଏହାର ଓଡିଆରେ ଅର୍ଥ ହେଉଛି ପରିଚୟ ଦେବା । ଇମ୍ପ୍ରେସନ୍ ମଧ୍ୟ ଏକ ଇଂରାଜୀ ଶବ୍ଦ ଏବଂ ଓଡିଆରେ ଏହାର ଅର୍ଥ ହେଉଛି ଆକର୍ଷଣୀୟ ଭାବରେ ପ୍ରଭାବ ଜମାଇବା କିମ୍ବା ନିଜର ଅସ୍ଥିତ୍ୱ ଜମାଇବା । ଭଲ ଇମ୍ପ୍ରେସନ୍ ପାଇଁ ଆକର୍ଷଣୀୟ ଢଙ୍ଗରେ ଇଣ୍ଟ୍ରୋଡକସନ୍ ଦେବା ନିହାତି ଜରୁରୀ । ଜଣେ ଚାକିରୀ ଆଶାୟୀ ପାଇଁ ଇଣ୍ଟରଭ୍ୟୁର ମହତ୍ତ୍ୱ ଅଧିକ । କିଛି ସରକାରୀ ଚାକିରୀରେ ଲିଖିତ ପରୀକ୍ଷା ପରେ ଇଣ୍ଟରଭ୍ୟୁ ଥାଏ ଏବଂ ସମସ୍ତ ବେସରକାରୀ ଚାକିରୀରେ ଇଣ୍ଟରଭ୍ୟୁ ନିଶ୍ଚୟ ଥାଏ । ତେବେ ସମସ୍ତ ଚାକିରୀ ପାଇଁ ଇଣ୍ଟରଭ୍ୟୁ ନିହାତି ଥାଏ । ଅଧିକାଂଶ ଚାକିରୀ ଆଶାୟୀ ଇଣ୍ଟରଭ୍ୟୁ ପାଇଁ ଡରନ୍ତି । କାଳେ ଇଣ୍ଟରଭ୍ୟୁରେ ଫେଲ୍ ହେଲେ ଚାକିରୀ ମିଳିବ ନାହିଁ । କେଉଁ ପ୍ରଶ୍ନ ପଚାରିବେ ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ତାହା ସମସ୍ତଙ୍କୁ ଅଜଣା ଥାଏ । ତେଣୁ ଅନେକ ଚାକିରୀ ଆଶାୟୀ ଇଣ୍ଟରଭ୍ୟୁ କଥା ଶୁଣିଲେ ଡରନ୍ତି । ଆପଣଙ୍କ ଇଣ୍ଟରଭ୍ୟୁ ଡିସାଇଡ୍ କରେ ବା ନିଷ୍ପତ୍ତି ନିଏ ଯେ ଚାକିରୀ ଟି ଆପଣଙ୍କୁ ମିଳିବ କି ନାହିଁ । ତେଣୁ ଅନେକ ନିଜ ବିଷୟରେ ବଢେଇ ଚଢେଇ କହିଥାନ୍ତି । ଯାହାକି ତାଙ୍କ ଇମ୍ପ୍ରେସନ୍ ବୃଦ୍ଧି କରିବା ପରିବର୍ତ୍ତେ ଓଲଟା ଇମ୍ପ୍ରେସନ୍ ଡାଉନ୍ କରିଥାଏ । ଏମିତିବି କିଛି ପ୍ରାର୍ଥି ଅଛନ୍ତି ଯେଉଁମାନଙ୍କର ଯୋଗ୍ୟତା ଥାଇ ମଧ୍ୟ ନିଜକୁ ଦୁର୍ବଳ ଭାବରେ ପ୍ରେଜେଣ୍ଟ ବା ଉପସ୍ଥାପନା କରିଥାନ୍ତି । ତେଣୁ ସେମାନେ ସର୍ବଦା ଇଣ୍ଟରଭ୍ୟୁରେ ସଫଳ ହୁଅନ୍ତି ନାହିଁ ।

ଇଣ୍ଟରଭ୍ୟୁରେ ବିଭିନ୍ନ ପ୍ରକାର ର ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥାଏ । କିଛି ପ୍ରଶ୍ନ ପଦବୀ ପାଇଁ ଥାଏ ଏବଂ କିଛି ପ୍ରଶ୍ନ ପର୍ସନାଲିଟି ଚେକ୍ ପାଇଁ ଥାଏ । ମନରେ କୌତୁହଳ ସୃଷ୍ଟି କଲାପରି ବିଭିନ୍ନ ପ୍ରକାର ର ପ୍ରଶ୍ନ ପଚାରିଥାନ୍ତି ହାଇରିଂ ମ୍ୟାନେଜର ବା ନିଯୁକ୍ତିଦାତା । ସେଥିମଧ୍ୟରୁ ଗୋଟିଏ ପ୍ରଶ୍ନ ଆପଣଙ୍କୁ ନିହାତି ପଚରାଯାଇପାରେ । ” ନିଜ ବିଷୟରେ କିଛି କୁହ “- ବୋଲି ଆପଣଙ୍କୁ ପଚରାଯାଇ ପାରେ । ଏହି ପ୍ରଶ୍ନଟି ଶୁଣିଲାପରେ ଆପଣଙ୍କ ମନରେ ନିହାତି ଦ୍ୱନ୍ଦ ସୃଷ୍ଟି ହେବ । ତେଣୁ ଏହି ଆର୍ଟିକିଲ୍ ଟିକୁ ଶେଷଯାଏଁ ପଢନ୍ତୁ ଏବଂ ଜାଣନ୍ତୁ କଣ ଦେବେ ଉତ୍ତର ? 

 

ଆପଣଙ୍କୁ ପଚରାଯାଇପାରେ – ” ଟେଲ୍ ମି ଏବାଉଟ୍ ୟୋରସେଲଫ୍ “

ଏପରି ପ୍ରଶ୍ନର ଉତ୍ତରରେ ଆପଣ କଣ କହିବେ ? କଣ କହିଲେ ଆପଣ ସେହି ଚାକିରୀ ର ପଦବୀ ପାଇଁ ଯୋଗ୍ୟ ବିବେଚିଚ ହେବେ ? ଯାହାଫଳରେ ଆପଣ ଶୀଘ୍ର ଚାକିରୀ ପାଇପାରିବେ ?

ଉତ୍ତର ର ଦେବା ଆଗରୁ ଗୋଟିଏ କଥା କୁ ଧ୍ୟାନ ଦିଅନ୍ତୁ । ଆପଣଙ୍କ ଉତ୍ତର ଆପଣଙ୍କୁ ଚାକିରୀ ପାଇବାରେ ସାହାର୍ଯ୍ୟ କରିବ । ଏହି ପ୍ରଶ୍ନଟି ଶୁଣିବାକୁ ସହଜ ଲାଗୁଛି । କିନ୍ତୁ ପ୍ରକୃତରେ ଏହା ସେତିକି ସହଜ ନୁହଁ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଅଟେ । ଏହି ପ୍ରଶ୍ନଟି ସରଳ ମନେହୁଏ, ତେଣୁ ଅନେକ ଲୋକ ଏହା ପାଇଁ ପୂର୍ବ ପ୍ରସ୍ତୁତି କରନ୍ତି ନାହିଁ । ଆପଣଙ୍କ ବ୍ୟକ୍ତିତ୍ୱ ର ପରିଚୟ ଦେବ ଆପଣଙ୍କ ଗୋଟିଏ ଉତ୍ତର । ନିଜ ର ଏମିତି ଇଣ୍ଟ୍ରୋଡକସନ୍ ଦିଅନ୍ତୁ , ଯେମିତି ହାଇରିଂ ମ୍ୟାନେଜରଙ୍କ ଆପଣଙ୍କ ପ୍ରତି ବଢିବ ଇମ୍ପ୍ରେସନ୍ । ଏହି ପ୍ରଶ୍ନ ର ଉତ୍ତର ଆପଣଙ୍କୁ ହାଇରିଂ ମ୍ୟାନେଜର ବା ନିଯୁକ୍ତିଦାତା ଙ୍କ ସହ ଭଲ ଭାବରେ ପରିଚିତ କରାଇଥାଏ । ଆପଣ ଏହି ପ୍ରଶ୍ନ ର ଉତ୍ତରରେ କଦାପି ବ୍ୟକ୍ତିଗତ କଥା ଆଲୋଚନା କରନ୍ତୁ ନାହିଁ । ବ୍ୟକ୍ତିଗତ କଥା ଆଲୋଚନା କଲେ ଆପଣଙ୍କୁ ଅନପ୍ରୋଫେସନାଲ୍ ବୋଲି ବୁଝିବେ ନିଯୁକ୍ତିଦାତା । ବ୍ୟକ୍ତିଗତ କଥା ଆପଣଙ୍କ ବ୍ୟକ୍ତିଗତ ସଂମ୍ପର୍କ ବା ପର୍ସନାଲ୍ ରିଲେସନ୍ ବଢେଇପାରେ । ପର୍ସନାଲ୍ ରିଲେସନ୍ ବିଲଡ୍ କଲେ ବା ବ୍ୟକ୍ତିଗତ ସ୍ତରରେ ସଂମ୍ପର୍କ ବୃଦ୍ଧି କଲେ ଆପଣ ପ୍ରୋଫେସନାଲ୍ ସ୍ତରରେ ନିଜର ପରିଚୟ ସୃଷ୍ଟି କରିପାରିବେ ନାହିଁ । ଯଦି ଆପଣଙ୍କୁ ଚାକିରୀ ଦେବ କେବଳ ପ୍ରୋଫେସନାଲ୍ ରିଲେସନ୍ । ଆପଣଙ୍କ ପ୍ରୋଫେସନାଲ୍ ସ୍ତରରେ ସଂମ୍ପର୍କ ଯେତେ ବ୍ୟାପକ ହେବ ସେତେ ଭଲ । ଏହା ଆପଣଙ୍କୁ ଚାକିରୀ ପାଇବାରେ ସାହାର୍ଯ୍ୟ କରିବ । ଇଣ୍ଟରଭ୍ୟୁରେ ପ୍ରୋଫେସନାଲ୍ ରିଲେସନ୍ ଆପଣଙ୍କୁ ଦେବ ଏକ ସ୍ୱତନ୍ତ୍ର ପରିଚୟ । ଆପଣଙ୍କ ରିଜ୍ୟୁମ୍ ଭଲ ଏବଂ ଆକର୍ଷିତ ହୋଇଥିବାରୁ ଆପଣଙ୍କୁ ନିଯୁକ୍ତିଦାତା ବା ହାଇରିଂ ମ୍ୟାନେଜର ଇଣ୍ଟରଭ୍ୟୁ ପାଇଁ ଡାକିଛନ୍ତି । ଯଦି ମନରେ କିଛି ଆସୁନାହିଁ ତେବେ ନିଜ ରିଜୁମ୍ କୁ ମନେକରି ନିଜର ପରିଚୟ ଦିଅନ୍ତୁନିଜ ବିଷୟରେ ଯେପରି ଲେଖିଛନ୍ତି ସେହିପରି ନିଜର ମତ ରଖନ୍ତୁ । ଅଭିଜ୍ଞତା ଟିକୁ କଥାରେ କଥାରେ ପ୍ରକାଶ କରନ୍ତୁ । ଏପରିକଲେ ଆପଣଙ୍କ ବ୍ୟକ୍ତିତ୍ୱ ଆକର୍ଷଣୀୟ ଲାଗିବ । ଯେତିକିର ପ୍ରଶ୍ନ ସେତିକିର ଉତ୍ତର ଦିଅନ୍ତୁ । ଦେଖିବେ ଆପଣଙ୍କ ବ୍ୟକ୍ତିତ୍ୱ ପ୍ରତି ଆକର୍ଷିତ ହେବେ ନିଯୁକ୍ତିଦାତା । ନିଜର ଦକ୍ଷତା, ଯୋଗ୍ୟତା ଏବଂ ଅଭିଜ୍ଞତା ଉପରେ  ଆଲୋକପାତ କରନ୍ତୁ । 

 

ତେବେ କିପରି ଢଙ୍ଗରେ ଦକ୍ଷତା , ଯୋଗ୍ୟତା ଏବଂ ଅଭିଜ୍ଞତା ଉପରେ ଆଲୋକପାତ କରିବେ ?

ଆପଣଙ୍କ ପ୍ରଥମ କ୍ୟାରିୟର ହେଉଛି ଶିକ୍ଷାଗତ ଯୋଗ୍ୟତା । ଯାହାକୁ ଆପଣ ବାଲ୍ୟକାଳ ରୁ ଆରମ୍ଭ କରିଛନ୍ତି । ଏଥିମଧ୍ୟ ରୁ ଦଶମ , ଦ୍ୱାଦଶ ଏବଂ ସ୍ନାତକ ହେଉଛି ମୁଖ୍ୟ । କିଛି ବ୍ୟକ୍ତି ଅଛନ୍ତି , ଯାହାଙ୍କ ପାଖରେ ସ୍ନାତକୋତ୍ତର ବା ପିଜି , ପିଏଚଡି ଏବଂ ଡିଲିଟ୍ ପରି ଡିଗ୍ରୀ ଅଛି । ସାଧାରଣତ ଏତେ ଉଚ୍ଚଶିକ୍ଷା କେବଳ ଏକାଡେମିକ୍ କ୍ୟାରିୟରରେ ଆବଶ୍ୟକ ହୁଏ । ଲେକଚରସିପ୍ ବା ଅଧ୍ୟାପକ ଚାକିରୀ ପାଇଁ ଆବଶ୍ୟକ ହୋଇପାରେ ଉଚ୍ଚଶିକ୍ଷା ର ଉଚ୍ଚଡିଗ୍ରୀ । କିନ୍ତୁ ସାଧାରଣ ଇଣ୍ଟରଭ୍ୟୁରେ ଏତେ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନଥାଏ ।

 

ଧ୍ୟାନ ଦେଇ ଏହି କ୍ରମରେ ଶିକ୍ଷାଗତ ଯୋଗ୍ୟତା ବିଷୟରେ କୁହନ୍ତୁ –

୧) ଆପଣ କେଉଁ ବୋର୍ଡରୁ ଦଶମ ପାସ୍ କରିଛନ୍ତି ପ୍ରଥମେ କହନ୍ତୁ । ଇଂରାଜୀ ମିଡିଅମ୍ କିମ୍ବା ଓଡିଆ ମିଡିୟମ୍ ହେଇଥିଲେ କହନ୍ତୁ ।

୨) ଦ୍ୱାଦଶ ରେ କେଉଁ ଷ୍ଟ୍ରିମ୍ ରଖିଥିଲେ କହନ୍ତୁ । ଯେପରିକି ବିଜ୍ଞାନ , କଳା ଏବଂ ବାଣିଜ୍ୟ । କାହିଁକି ରଖିଲେ ସେ କଥା ମଧ୍ୟ କହନ୍ତୁ । 

୩) ସ୍ନାତକ ବା ଯୁକ୍ତ ତିନି କେଉଁ ଅନର୍ସରେ ପାସ୍ କରିଛନ୍ତି ସେବିଷୟରେ ସଂକ୍ଷେପରେ କହନ୍ତୁ । ଯଦି କୌଣସି ପ୍ରୋଫେସନାଲ୍ କୋର୍ସ କରିଛନ୍ତି ତା ବିଷୟରେ ମଧ୍ୟ ଆଲୋଚନା କରନ୍ତୁ ।

 

ଏହି କ୍ରମରେ ନିଜର ଅଭିଜ୍ଞତା ବିଷୟରେ କୁହନ୍ତୁ – 

୧) ବେସରକାରୀ ଚାକିରୀରେ ଅଭିଜ୍ଞତା ର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ତେଣୁ ଆପଣଙ୍କ ଅଭିଜ୍ଞତା କୁ ଆରମ୍ଭ ରୁ କୁହନ୍ତୁ । ଅତିରଞ୍ଜିତ କରି କହିବାର କୌଣସି ଆବଶ୍ୟକତା ନାହିଁ । 

୨) ଆପଣଙ୍କ ସଂଘର୍ଷ ର କାହାଣୀ ବା ଷ୍ଟ୍ରଗଲ ଷ୍ଟୋରି ଶୁଣିବା ପାଇଁ କାହାରି ପାଖରେ ସମୟ ନାହିଁ । ଏସବୁ ଆପଣଙ୍କର ବ୍ୟକ୍ତିଗତ କଥା । ତେଣୁ ଏହିସବୁ କଥା ବୃଥାରେ ଆଲୋଚନା କରନ୍ତୁ ନାହିଁ ।

୩) ନିଜର ଅଭିଜ୍ଞତା ର ଦୁର୍ବଳତାକୁ ସର୍ବସମ୍ମୁଖରେ ଆଲୋଚନା କରନ୍ତୁ ନାହିଁ । 

୪) ବଡ କମ୍ପାନୀରେ କାମ କରିଥିଲେ କିମ୍ବା ବଡ ବ୍ରାଣ୍ଡ ସହ କାମ କରିଥିଲେ ଆଲୋଚନା କରନ୍ତୁ ।

୫) କେଉଁ ସ୍ଥାନରେ କାମ କରିଥିଲେ , ସେବିଷୟରେ ଆଲୋଚନା କରନ୍ତୁ ।

୬) ଯଦି ଆପଣ ଫ୍ରିଲାନ୍ସିଂ କାମ କରିଛନ୍ତି ତେବେ ସେବିଷୟରେ ମଧ୍ୟ ଆଲୋକପାତ କରନ୍ତୁ । 

୭) ଯଦି ଆପଣ ଜଣେ ଫ୍ରେସର କିମ୍ବା ଏବେ ଆପଣ ନିଜର ପାଠ ପଢା ଶେଷକରିଛନ୍ତି , ତେବେ ଏବିଷୟରେ ମଧ୍ୟ ଆପଣ ଆଲୋଚନା କରିପାରିବେ । 

୮) ଆପଣ କହିପାରିବେ ଯେ ମୋର ଏବେ ପାଠ ପଢା ଶେଷ ହେଇଛି । 

୯) ଯଦି ଆପଣ କୌଣସି ପ୍ରକାର ର ଇଣ୍ଟର୍ନସିପ୍ କରିଛନ୍ତି , ତେବେ ସେବିଷୟରେ ମଧ୍ୟ କହିପାରିବେ । ଇଣ୍ଟର୍ନସିପ୍ ରୁ କଣ ଶିକ୍ଷିଛନ୍ତି ତାହା ଆପଣ ନିଜର ଅଭିଜ୍ଞତା ଆକାରରେ ଉପସ୍ଥାପନ କରିପାରିବେ ।

 

ଏହି କ୍ରମରେ ନିଜର ଦକ୍ଷତା ବିଷୟରେ କୁହନ୍ତୁ –

୧) ବେସରକାରୀ ଚାକିରୀରେ ଦକ୍ଷତା ର ଆବଶ୍ୟକତା ଅନେକ ରହିଛି । ତେଣୁ ଆପଣଙ୍କ ଦକ୍ଷତା କୁ ଆଲୋକପାତ କରନ୍ତୁ । ଅତିରଞ୍ଜିତ କରି କହିବାର କୌଣସି ଆବଶ୍ୟକତା ନାହିଁ । 

୨) ସ୍କିଲ ବା ଦକ୍ଷତା ଆପଣଙ୍କ ର ଏକ ଶକ୍ତିଶାଳୀ ଅସ୍ତ୍ର । ଚାକିରୀ ପାଇବାରେ ଏହା ଅନେକ ସାହାର୍ଯ୍ୟ କରେ ।

୩) ପଦବୀ ଅନୁସାରେ ପ୍ରଯୁଜ୍ୟ ଥିବା ନିଜର ଦକ୍ଷତା କୁ ହାଇଲାଇଟ୍ କରନ୍ତୁ । ଅଯଥାରେ ନିଜର ରୁଚି ଗୁଡିକୁ ଦକ୍ଷତା ଆକାରରେ ଉପସ୍ଥାପନ କରନ୍ତୁ ନାହିଁ ।

୪) ବଡ କମ୍ପାନୀରେ କାମ କରିଥିଲେ କିମ୍ବା ବଡ ବ୍ରାଣ୍ଡ ସହ କାମ କରିଥିଲେ ଆଲୋଚନା କରନ୍ତୁ ।

୫) କେଉଁ  ସ୍ଥାନରେ କାମ କରିଥିଲେ , ସେବିଷୟରେ ଆଲୋଚନା କରନ୍ତୁ ।

୬) ଯଦି ଆପଣ ଫ୍ରିଲାନ୍ସିଂ କାମ କରିଛନ୍ତି ତେବେ ସେବିଷୟରେ ମଧ୍ୟ ଆଲୋକପାତ କରନ୍ତୁ । ଏକଥା ଆଲୋଚନା କଲାବେଳେ ଆପଣ ନିଜର ଦକ୍ଷତା ବିଷୟରେ ମଧ୍ୟ ଆଲୋଚନା କରିପାରିବେ । 

୭) ଯଦି ଆପଣ ପାଠ ପଢିଲା ବେଳେ କୌଣସି ପ୍ରକାର ର ପ୍ରତିଯୋଗୀତା ରେ ପୁରଷ୍କୃତ ହୋଇଛନ୍ତି ତେବେ ସେବିଷୟରେ ମଧ୍ୟ ଆଲୋଚନା କରିପାରିବେ ।

୮) ନିଜ ଦକ୍ଷତା ର ଉତ୍ତମ ରୂପରେ ପରିଚୟ ଦିଅନ୍ତୁ ।

ଯଦି କୌଣସି କମ୍ପାନୀରେ ଚାକିରୀ କରୁଛନ୍ତି ତେବେ ସେବିଷୟରେ କୁହନ୍ତୁ । ଗୋଟିଏ କଥା ସର୍ବଦା ଧ୍ୟାନ ରଖନ୍ତୁ ଇଣ୍ଟରଭ୍ୟୁ ର ଆରମ୍ଭରେ ଚାକିରୀ କରୁଥିବା କମ୍ପାନୀର ଦରମା ବିଷୟରେ କୌଣସି ପ୍ରକାର ର ଆଲୋଚନା କରନ୍ତୁ ନାହିଁ । ଯଦି ଆପଣଙ୍କ ଚୟନ ହେଲା ତେବେ ସେବିଷୟରେ ଆପଣ ଆଲୋଚନା କରିପାରିବେ ।

ବଢାନ୍ତୁ ଇମ୍ପ୍ରେସନ୍ ଏବଂ ପାଆନ୍ତୁ ପ୍ରୋମୋସନ୍ ।

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )