Thursday 25th April 2024
ଫାଇଭ୍ ଷ୍ଟାର ହୋଟେଲ୍ ରେ ସ୍ପା-ଥେରାପିଷ୍ଟ ନିଯୁକ୍ତି ! ସ୍ପା-ଥେରାପିଷ୍ଟ ପାଇଁ ସ୍ୱସ୍ତି ଚିଲିକା ରିସର୍ଟ ବାହାରକରିଛି ବିଜ୍ଞପ୍ତି !

ଫାଇଭ୍ ଷ୍ଟାର ହୋଟେଲ୍ ରେ ସ୍ପା-ଥେରାପିଷ୍ଟ ନିଯୁକ୍ତି ! ସ୍ପା-ଥେରାପିଷ୍ଟ ପାଇଁ ସ୍ୱସ୍ତି ଚିଲିକା ରିସର୍ଟ ବାହାରକରିଛି ବିଜ୍ଞପ୍ତି !

ଚିଲିକା ହ୍ରଦ ସ୍ଥାନାନ୍ତରିତ ପକ୍ଷୀମାନଙ୍କ ପାଇଁ ସର୍ବ ବୃହତ ଶୀତକାଳୀନ ଭୂମି । ଏଥିରେ ବହୁ ସଂଖ୍ୟକ ବିରଳ ଉଦ୍ଭିଦ ଏବଂ ପ୍ରାଣୀ ପ୍ରଜାତି ବାସ କରନ୍ତି । ଏହା ମଧ୍ୟ ଭାରତର ସବୁଠାରୁ ବଡ ଉପକୂଳବର୍ତ୍ତୀ ଲାଗୁନ୍ । ସ୍ୱସ୍ତି ଚିଲିକା ରିସର୍ଟ ହେଉଛି ଓଡିଶାର ସର୍ବୋତ୍ତମ ରିସର୍ଟ । ସ୍ୱସ୍ତି ଗ୍ରୁପ୍ ଅଫ୍ ହୋଟେଲ ଆଣ୍ଡ ରିସର୍ଟ ଦ୍ୱାରା ଏହା ପରିଚାଳିତ ହୋଇଥାଏ । ସ୍ୱସ୍ତି ଏକ ବ୍ରାଣ୍ଡ । ତେଣୁ ଏହି ରିସର୍ଟ ସ୍ୱସ୍ତି ପ୍ରିମିୟମ୍ ଏବଂ ସ୍ୱସ୍ତି ଗ୍ରାଣ୍ଡପରି ସମାନ ଆରାମ ଏବଂ ସୁବିଧା ପ୍ରଦାନ କରିଥାଏ । ଚିଲିକାର ଏହି ସୁନ୍ଦର ସ୍ଥାନରେ, ସବୁଜ ବୃକ୍ଷରୋପଣ ଏବଂ ଅବିସ୍ମରଣୀୟ ଶାନ୍ତିରେ ଘେରି ରହିଥିବା ରିସର୍ଟ ଅତିଥିମାନଙ୍କୁ ସ୍ମରଣୀୟ ଅନୁଭୂତି ପ୍ରଦାନ କରିଥାଏ । ସ୍ୱସ୍ତି ଗ୍ରୁପ୍ ର ହୋଟେଲ୍ ଗୁଡିକ କମ୍ଫର୍ଟ , ବିଳାସପୂର୍ଣ୍ଣ ଏବଂ ବିଜନେସ୍ କ୍ଲାସ ଶ୍ରେଣୀ ର ହୋଟେଲ । ସ୍ୱସ୍ତି ପ୍ରିମିୟମ୍ ର  ଉଦ୍ଦେଶ୍ୟ ହେଉଛି ‘ ଥରେ ଯିଏ ଆମର ଅତିଥି, ସବୁଦିନ ପାଇଁ ସିଏ ଆମର ବନ୍ଧୁ ‘ । ୧୯୮୧ ରେ ପ୍ରତିଷ୍ଠିତ ସ୍ୱସ୍ତି ପ୍ରିମିୟମ୍  ଆଜି କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଅଧିକାଂଶ ଭାଗରେ ନିଜର ଅବସ୍ଥିତି ବନାଇପାରିଛି । 

ସ୍ୱସ୍ତି ଗ୍ରୁପ୍ ର ଅନେକ ଗୁଡିଏ ହୋଟେଲ୍ ଏବଂ ରିସର୍ଟ ଅଛି ।  

ସେଗୁଡିକ ହେଉଛି – 

୧) ସ୍ୱସ୍ତି ପ୍ରିମିୟମ୍ , ଭୁବନେଶ୍ୱର 

୨) ସ୍ୱସ୍ତି ଗ୍ରାଣ୍ଡ , ଭୁବନେଶ୍ୱର

୩) ସ୍ୱସ୍ତି ଚିଲିକା ରିସର୍ଟ 

୪) ଗୋପାଳପୁର ପାଲମ୍ ରିସର୍ଟ 

ସ୍ୱସ୍ତି ଚିଲିକା ରିସର୍ଟ ଏକ ବିଳାସପୂର୍ଣ୍ଣ ବ୍ୟବସାୟ ଶ୍ରେଣୀ ରିସର୍ଟ । ଯେଉଁଥିରେ ଅନେକ ଗୁଡିଏ କର୍ମଚାରୀ ଅଛନ୍ତି । ଅନେକ ସମୟରେ ସ୍ୱସ୍ତି ଗ୍ରୁପରେ  ବିଭିନ୍ନ ବର୍ଗରେ ବିଭିନ୍ନ ପଦବୀ ପାଇଁ ବାହାରେ ବିଜ୍ଞପ୍ତି । 

ଆପଣ ଯଦି ଏହି ପଦବୀ ପାଇଁ ଆଗ୍ରହୀ ଅଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ତଥ୍ୟକୁ ପଢି ଆବେଦନ କରିପାରିବେ

ପଦବୀ ର ନାମ

ସ୍ପା-ଥେରାପିଷ୍ଟ ( ମହିଳା )

 

ଚାକିରୀ କରିବାର ସ୍ଥାନ –  ସ୍ୱସ୍ତି  ଚିଲିକା  ରିସର୍ଟ

 

ଏହି ଲିଙ୍କ୍ ରେ କ୍ଲିକ୍ କଲେ ସ୍ୱସ୍ତି ଗ୍ରୁପ ବିଷୟରେ ଅଧିକ ଜାଣିପାରିବେ  –

https://www.swostihotels.com/

ଶିକ୍ଷାଗତ ଯୋଗ୍ୟତା –

୧) କୌଣସି ଶିକ୍ଷାଗତ ଯୋଗ୍ୟତା ବାଧ୍ୟତାମୂଳକ ନୁହେଁ । କିନ୍ତୁ ଭଲ ଯୋଗାଯୋଗ ଦକ୍ଷତା ଥିବା ଆବଶ୍ୟକ ।

୨) ସ୍ପା-ଥେରାପିଷ୍ଟ ର କୌଣସି କୋର୍ସ କରିଥିଲେ ଅଗ୍ରାଧିକାର ପାଇବେ ।

ଅଭିଜ୍ଞତା –

୧) ୧ ରୁ ୨ ବର୍ଷର ଅଭିଜ୍ଞତା ର ଆବଶ୍ୟକତା ଅଛି ।

୨) ଖ୍ୟାତିସମ୍ପନ୍ନ ହୋଟେଲ ବା ରିସର୍ଟ ରେ ଅଭିଜ୍ଞତା ଥିଲେ ଭଲ ।

୩) ସେହି ହୋଟେଲ୍ ଗୁଡିକ ଷ୍ଟାର ଶ୍ରେଣୀ ର ହୋଇଥିଲେ ଅଗ୍ରାଧିକାର ପାଇବେ ।

୪) ସମସ୍ତ ପ୍ରକାର ମସାଜ ର ପ୍ରାକ୍ଟିକାଲ୍ ଜ୍ଞାନ ଥିଲେ ଅଗ୍ରାଧିକାର ପାଇବେ ।

ଆବେଦନ କରିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ୍ କରନ୍ତୁ –

https://www.swostihotels.com/careers/careers-form.html

 

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/LcWKf8kn4Z9HH1v80hySeZ

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )