Friday 26th April 2024
ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କ ମଧ୍ୟରେ କଣ ରହିଛି Obesity ଲକ୍ଷଣ

ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କ ମଧ୍ୟରେ କଣ ରହିଛି Obesity ଲକ୍ଷଣ

Obesity ବା ମୋଟାପଣ, ଆମ ଦେଶରେ ଗୋଟିଏ ମହାମାରୀ ରୂପରେ ବିସ୍ତାର ହୋଇଚାଲିଛି । ଏହି ମୋଟାପଣ କେବଳ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସୀମିତ ନୁହେଁ ବରଂ Obesity ଆଜିର ସମୟରେ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କ ପାଖରେ ମଧ୍ୟ ଦେଖିବାକୁ ମିଳୁଛି । ଏଥିରୁ ମୁକ୍ତି ପାଇବା ପାଇଁ ଆଜିର ସମୟରେ ଅନେକ ଉପାୟ ବାହାରିଲାଣି । ହେଲେ କେଉଁ ଉପାୟ କାହା ପାଇଁ ଜରୁରୀ ତାହା ନ ବୁଝି କାମ କରିବା ଠିକ୍ ନୁହେଁ । ସୋସାଇଟିରେ ସବୁ ବର୍ଗ ଲୋକଙ୍କ ଭିତରେ ଭଲ ମନ୍ଦ ବାଛ ବିଚାର କରିବା ପାଇଁ ଅନେକ ପ୍ରକାରର ଲୋକ ଦେଖିବାକୁ ମିଳନ୍ତି । ସେଥିରେ ଆମ ସ୍ୱାସ୍ଥ୍ୟକୁ ଦେଖି ଯଦି କିଏ କଟାକ୍ଷ କରେ ତାହା ଆମକୁ ଡିପ୍ରେସନକୁ ନେଇ ଯାଏ । ଆଉ ସେହି ଭଳି ଏକ ସ୍ୱାସ୍ଥ୍ୟଗତ ସମସ୍ୟା ହେଉଛି ମୋଟାପଣ । ସାଧାରଣ ଲୋକ ମୋଟାପଣ କମେଇବା ପାଇଁ ଖାଦ୍ୟ ଖାଇବା ବନ୍ଦ କରିଦେଇଥାନ୍ତି, ପତଳା ହେବାର ମେଡିସିନ୍ ଖାଇବା ଆରମ୍ଭ କରନ୍ତି, ଜିମ୍ ଯାଆନ୍ତି ଇତ୍ୟାଦି ବିଭିନ୍ନ ଧରଣର ଚେଷ୍ଟା କରିବାକୁ ଲାଗି ପଡ଼ନ୍ତି । କିନ୍ତୁ ଆମେ ଏଠି କହି ରଖିବାକୁ ଚାହୁଁଛୁ ଯେ ତାହା ଏକ ସମାଧାନ ନୁହେଁ । ଆପଣଙ୍କ ଶରୀର ପାଇଁ କେଉଁ ଉପାୟରେ ଓଜନ କମାଇବା ଉଚିତ୍ ତାହା ଭଲ ଭାବରେ ବୁଝିବା ଦରକାର । ସେଥିପାଇଁ ପ୍ରଥମେ ଆପଣଙ୍କ ମୋଟାପଣର କାରଣ କଣ ତାହା ଖୋଜନ୍ତୁ । କାରଣ ଜାଣି ସାରିବା ପରେ ଉପାୟ ସହଜ ହୋଇଯାଇଥାଏ । ଆମ ପୂର୍ବ ଆର୍ଟିକିଲରେ ଆପଣ ଙଭରଗ୍ଦସଗ୍ଧଚ୍ଚ ସମ୍ବନ୍ଧିତ ସୂଚନା ପାଇପାରିବେ । ତେବେ ଚାଲନ୍ତୁ ଆଜି ଆମେ ଜାଣିବା ଛୋଟ ପିଲା ଓ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ Obesity ହେବାର ପାର୍ଥକ୍ୟ କଣ ରହିଛି? ଓ Obesity ହେଲେ କଣ କରିବା ଦରକାର?Obesity ବା ମୋଟାପଣ ହେଲା ମାତ୍ରେ ଆଜିର ସମୟରେ ସମସ୍ତେ ଚିନ୍ତାରେ ପଡ଼ିଯାଉଛନ୍ତି କି କଣ କରିବା ଦରକାର । ଯାହା ଫଳରେ ସେମାନେ ଡାଏଟ କରୁଛନ୍ତି, ଏକ୍ସରସାଇଜ୍ କରୁଛନ୍ତି ଏମିତି କି ଓପାସ ମଧ୍ୟ ରହୁଛନ୍ତି । ମାତ୍ର ତା ପରେ ବି ସେମାନେ ମୋଟାପଣର ଶିକାର ହେଇଯାଉଛନ୍ତି । ଏପରି ହେବାର ଅନେକ କାରଣ ରହିଥାଇପାରେ ଯେମିତି କି ଆପଣଙ୍କୁ ମଧୁମେହ, ଉଚ୍ଚ ରକ୍ତଚାପ ଭଳି ରୋଗ ଥାଇପାରେ । ଏମିତି କିଛି ରୋଗ ଥାଇପାରେ ଯାହା ଫଳରେ ଆପଣଙ୍କ ଓଜନ ବଢ଼ୁଛି । ତା ପୂର୍ବରୁ ଆପଣଙ୍କୁ ଜାଣିବାକୁ ପଡ଼ିବ କି ଏହା ହେବାର କାରଣ ଗୁଡ଼ିକ କଣ?

ଛୋଟ ପିଲାଙ୍କୁ Obesity ହୁଏ କଣ ପାଇଁ?

ଛୋଟ ପିଲାଙ୍କ ମଧ୍ୟରେ ବଢ଼ୁଥିବା ମୋଟାପଣ ଆମ ଦେଶରେ ବଢ଼ୁଥିବା ସମସ୍ୟା ମାନଙ୍କ ମଧ୍ୟରୁ ଅନ୍ୟତମ । ଆମ ଦେଶରେ ପ୍ରାୟତଃ ୧.୫୦ କୋଟି ଛୋଟ ପିଲାଙ୍କ ମଧ୍ୟରେ Obesity ଦେଖାଯାଏ । ଦୁନିଆରେ Obesity କ୍ଷେତ୍ରରେ, ଚାଇନା ପରେ ଆମ ଦେଶ ଦି୍ୱତୀୟରେ ଅଛି । ଯାହାକି ଦିନକୁ ଦିନ ବଢ଼ିବାରେ ଲାଗିଛି, ହୋଇପାରେ ଆଗକୁ ଆମେ ପ୍ରଥମ ସ୍ଥାନରେ ଥାଇପାରନ୍ତି । ଆମ ଦେଶରେ ୧୫%ରୁ ଅଧିକ ସ୍କୁଲ ଯାଉଥିବା ପିଲା Obesity ର ଶିକାର ହେଉଛନ୍ତି । ଯାହାଦ୍ୱାରା ପିଲା ମାନଙ୍କ କ୍ଷେତ୍ରରେ ମଧ୍ୟ ଅନେକ ରୋଗ ହେଉଥିବା ଦେଖିବାକୁ ମଳୁଛି ଯେମିତି କି ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ ।

ଏହାର ୨ଟି କାରଣ ଥାଇ ପାରେ
-ଗୋଟିଏ ହେଉଛି ଅଧିକ ମାତ୍ରାରେ କ୍ୟାଲୋରି ଗ୍ରହଣ କରିିବା
– ସବୁଠାରୁ କମ୍ ଏକ୍ସରସାଇଜ କରିବା
– ଦ୍ୱିତୀୟରେ ଖାଇବାର ସମୟ ବଦଳିବା

ଉଦାହରଣ ଭାବେ ପୂର୍ବ ସମୟରେ ଗୋଟିଏ ଦିନର ପ୍ରଥମ ଭୋଜନ ପାଖାପାଖି ସକାଳ ୮ରେ ହେଉଥିଲା ଏବଂ ରାତ୍ରି ଭୋଜନା ବା ଶେଷ ଖାଦ୍ୟ ଖାଇବା ସମୟ ସନ୍ଧ୍ୟା ୬ଟା ରହୁଥିଲା । ଯାହା ଫଳରେ ୧୪ ଘଣ୍ଟା ଉପାସ ରହିବାକୁ ହେଉଥିଲା ଏବଂ ୧୦ ଘଣ୍ଟା ଖାଇବାରେ, ଏହା ଦ୍ୱାରା ଖାଦ୍ୟ ହଜମ ହେବା ପାଇଁ ଗୋଟିଏ ଭଲ ସମୟ ମିଳୁଥିଲା । ତାହା ସହ ପିଲାମାନେ ଖେଳକୁଦ କରିବା କାରଣରୁ ଖାଦ୍ୟ ଭଲ ଭାବରେ ହଜମ ହେଇଯାଉଥିଲା । ଯାହାଫଳରେ ସେମାନେ Obesity ର ଶିକାର ହେଉ ନଥିଲେ । ମାତ୍ର ସମୟ ବଦଳିବା ସହ ପିଲାମାନଙ୍କ ରୁଟିନ୍ ମଧ୍ୟ ବଦଳୁଛି ତେଣୁ ପିଲାମାନଙ୍କର ଟିଫିନ୍‌, ଲଞ୍ଚ, ଡିନର ଖାଇବାର ସମୟ ମଧ୍ୟ ବଦଳୁଛି । ସେ ମଧ୍ୟରେ ଅନ୍ୟ ଛୋଟ ଛୋଟ ମିଲ ମଧ୍ୟ ଯୋଡ଼ି ହେଇଯାଉଛି । ଯେମିତି କି ରାତ୍ରିର ଶେଷ ଖାଦ୍ୟ ୬ରୁ ବଦଳି ୧୨ ପର୍ଯ୍ୟନ୍ତ ମଧ୍ୟ ପଳେଇଯାଉଛି । ତାହା ସହ ଆଗଭଳି ପିଲାମାନେ ଖେଳକୁଦ ନକରି ଘରେ ଏବଂ ମୋବାଇଲ ଫୋନରେ ଅଧିକ ସମୟ ଅତିବାହିତ କରୁଛନ୍ତି । ଯାହାକି Obesity ହେବାର ଅନ୍ୟ ଏକ କାରଣ ହୋଇଥାଏ ।

କେଉଁଥି ପାଇଁ ପିଲାମାନେ Obesity ର ଶିକାର ହୁଅନ୍ତି?

• ତେଲରେ ଛଣା ଯାଉଥିବା ଖାଦ୍ୟ- ପିଲା ମାନେ ବଜାରକୁ ଗଲେ ପକୋଡ଼ା ଭଳି ତେଲରେ ଛଣା ହେଉଥିବା ଖାଦ୍ୟ ଖାଇବା ବେସୀ ପସନ୍ଦ କରନ୍ତି, କାରଣ ତାହା ସ୍ୱାଦଯୁକ୍ତ ହୋଇଥାଏ
• ହାଇ କାବ୍ରୋହାଇଡ୍ରେଡ ଫୁଡ଼-ବ୍ରେଡ୍‌, ଚିପ୍ସ ଇତ୍ୟାଦି ଖାଇବାକୁ ମଧ୍ୟ ପିଲାମାନେ ବେସୀ ପସନ୍ଦ କରନ୍ତି
• ଲିକ୍ୟୁଇଟେଡ୍ ଡ୍ରିଙ୍କ-କୋଲ୍ଡ ଡ୍ରିଙ୍କ ଭଳି ଡ୍ରିଙ୍କକୁ ମଧ୍ୟ ପିଲାମାନେ ପିଇବାକୁ ଭଲ ପାଆନ୍ତି
• ମୋବାଇଲର ବ୍ୟବହାର- ମୋବାଇଲ, ଟିଭି ସହ ସମୟ କାଟିବା ମଧ୍ୟ ପିଲାମାନେ ପସନ୍ଦ କରୁଛନ୍ତି ଯାହା ଭ ହୋଇନଥାଏ ପିଲା ମାନଙ୍କ ସ୍ୱାସ୍ଥ୍ୟ ପାଇଁ
• ଖେଳକୁଦ ବନ୍ଦ-ପିଲାମାନେ ଘରୁ ବାହାରକୁ ଯାଇ ଖେଳକୁଦ ନକରି ଘରେ ବସୀ ମୋବାଇଲ ଟିଭି, ଭିଡିଓ ଗେମ୍ ଖେଳିବାକୁ ବେସୀ ପସନ୍ଦ କରୁଛନ୍ତି

କଣ କଲେ ପିଲାମାନେ Obesity ରୁ ମୁକ୍ତ ହୋଇପାରିବେ?

• ପୂରା ପରିବାରର ଖାଦ୍ୟ ବଦଳାଇବାକୁ ପଡ଼ିବ
• ଓପାସ ରହିବା ଓ ଖାଦ୍ୟ ଖାଇବା ଏହି ୨ଟିର ସମୟ ସ୍ଥିର କରିବା
• ଖାଦ୍ୟର ପରିମାଣ କମାନ୍ତୁ
• ପ୍ରୋଟିନ୍ ଓ ଫ୍ୟାଟ ଥିବା ଖାଇବା ଦିଅନ୍ତୁ
• ବସିକି ଖାଇବା
• ଜଙ୍କ୍‌ଫୁଡ଼୍ ଖାଇବା ବନ୍ଦ କରିବାକୁ ପଡ଼ିବ
• ଚିପ୍ସ, ଚକଲେଟ୍‌, କୋଲ୍ଡ ଡ୍ରିଙ୍କ ଦେବା ବନ୍ଦ କରିଦିଅନ୍ତୁ
• ପିଲାଙ୍କୁ ଘର ବାହାରେ ଖେଳିବାକୁ ଛାଡ଼ନ୍ତୁIndian children, obese and slim, are being hit by fatty liver disease | Health - Hindustan Times

ବୟସ୍କ ଲୋକଙ୍କୁ Obesity ହୁଏ କଣ ପାଇଁ?

ଗୋଟିଏ ବ୍ୟକ୍ତିର ଶରୀରରେ ଯେତେବେଳେ ଫ୍ୟାଟ୍‌ର ପରିମାଣ ମାତ୍ରାଧିକ ହୋଇଯାଏ ସେତେବେଳେ ବ୍ୟକ୍ତି ଟି ମୋଟା ହୋଇଯାଏ । ଯାହାକୁ Obesity ବା ମୋଟାପଣ କୁହାଯାଏ । Obesity ଏଭଳି ଏକ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଯାହାଦ୍ୱାରା ବ୍ୟକ୍ତିର ହୃଦରୋଗ ସମସ୍ୟା, ଉଚ୍ଚ ରକ୍ତଚାପ, ଡାଇବେଟିକ୍ସ, କିଛି ପ୍ରକାରର କ୍ୟାନ୍ସର ମଧ୍ୟ ହୋଇପାରେ । ତେଣୁ Obesity ଜାଣିବା ପାଇଁ BMI ର ସାହାର୍ଯ୍ୟ ନିଆଯାଇଥାଏ । ତେବେ Obesity ହେବାର ଗୋଟିଏ ମୂଳ କାରଣ ହେଉଛି କି ମାତ୍ରାଧିକ ଖାଇବା କିନ୍ତୁ ଏକ୍ସରସାଇଜ ନକରିବା । ଏକ୍ସରସାଇଜ ନକରିବା ଦ୍ୱାରା ଶରୀରରେ ଫ୍ୟାଟ୍‌ର ମାତ୍ରା ବଢ଼ିଯାଏ ଯାହାଫଳରେ Obesity ହେବାର ଚାନ୍ସ ବଢ଼ିଯାଏ । କିଛି ଲୋକ ଏମିତି ଥାଆନ୍ତି ଯେଉଁମାନେ ଏକ୍ସରସାଇଜ୍ କରିବାକୁ ଚାହାଁନ୍ତି ନାହିଁ ସେଥିପାଇଁ ସେମାନେ ଖାଦ୍ୟ ଖାଇବା କମ୍ କରିଦେଇଥାଆନ୍ତି । ଏଭଳି ବ୍ୟକ୍ତିଙ୍କର ମସଲ ମାସ୍ ନଥାଏ ଓ ଫ୍ୟାଟ୍ ସବୁଠାରୁ ଅଧିକ ଥାଏ ତେଣୁ ଏମାନଙ୍କ ପାଖରେ ଡାଇବେଟିକ୍ସ ଓ ଲିଭରର ସମସ୍ୟା ହେବାର ଚାନ୍ସ ଅଧିକ ଥାଏ । ଅନ୍ୟପଟେ କିଛି ଏମିତି ଲୋକ ଥାଆନ୍ତି ଯେଉଁମାନଙ୍କର ଓଜନ ଅଧିକ ହୋଇଥାଏ, ଏକ୍ସରସାଇଜ୍ ଅଧିକ କରିଥାନ୍ତି ମାତ୍ର ଅଧିକ ଖାଇବା ମଧ୍ୟ ଖାଇଥାଆନ୍ତି । ମସଲ୍ ମାସ ମଧ୍ୟ ଏହି ବ୍ୟକ୍ତିଙ୍କ ପାଖରେ ଅଧିକ ଥାଏ ତେଣୁ ଏଭଳି ଲୋକ ଫିଟ୍ ଥାଆନ୍ତି । କିଛି ଲୋକଙ୍କ ମଧ୍ୟରେ Obesity ହେବାର ଜିନ୍ସ ଗୋଟିଏ କାରଣ ହୋଇଥାଏ । ଯାହା ଜାଣିବା ପାଇଁ ଆପଣଙ୍କୁ ଆପଣଙ୍କ ପରିବାର ସମସ୍ତଙ୍କର ଟେଷ୍ଟ କରିବାକୁ ପଡ଼ିଥାଏ, ଯାହାକି ସମ୍ଭବ ନୁହେଁ । କିଛି ରୋଗ ପାଇଁ ମଧ୍ୟ ମୋଟାପଣ ବା Obesity ହୋଇଥାଏ । ଯାହା ଜାଣିବା ପାଇଁ ଆପଣ ଏହାର ଚେକ୍‌ଅପ୍ କରିପାରିବେ ।

କେଉଁଥି ପାଇଁ ବୟସ୍କ ବ୍ୟକ୍ତି ମାନେ Obesity ର ଶିକାର ହୁଅନ୍ତି?

• ଚିନି ଥିବା ଖାଦ୍ୟ, ମିଠା, ଚକ୍‌ଲେଟ୍ ଖାଇବା
• ତେଲ ଜାତୀୟ ଖାଦ୍ର, ବଟର, ଘିଅ, ମାଂସ ଖାଇବା
• ଲିକ୍ୟୁଇଡ୍ କ୍ୟାଲୋରୀ ଗ୍ରହଣ କରିବା
• କୋଲ୍ଡ ଡ୍ରିଙ୍କ ଶରୀର ପାଇଁ ବହୁତ ଖରାପ ହୋଇଥାଏ ଥାହା ପିଇବା
• ଆଲକୋହଲ୍ ଓ ତା ସହ କିଛି ଜଙ୍କ୍ ଫୁଡ୍ ଖାଇବା ଶରୀର ପାଇଁ ଖରାପ ହୋଇଥାଏ
• ଗୋଟିଏ ଚା’ରେ ୯୦ କ୍ୟାଲୋରୀ ଥାଏ ଯାହାକି ଲୋକ ପିଅନ୍ତି

କଣ କଲେ ବୟସ୍କ ବ୍ୟକ୍ତି Obesity ରୁ ମୁକ୍ତ ହୋଇପାରିବେ?

• କାବ୍ରୋହାଇଡ୍ରେଟ୍ ୬୦%, ଫ୍ୟାଟ୍ସ ୨୫% , ପ୍ରୋଟିନ୍ ୧୫% ଥିବା ଖାଦ୍ୟ, ଭିଟାମିନ୍ସ ଓ ମିନେରାଲ ଥିବା ଖାଦ୍ୟ ସବୁଦିନ ଖାଇବା ଦରକାର
• ଭାତ, ରୁଟି, ବ୍ରେଡ୍‌, ଡାଲି ଯୁକ୍ତ ଦ୍ରବ୍ୟ ଖାଇବା ଦରକାର
• କ୍ଷୀର, ଅଣ୍ଡା, ଦହି, ଚିଜ୍‌, ମାଛ ଖାଇବା ଦରକାର
• ଅଧିକ ମାତ୍ରାରେ ପନିପରିବା ଓ ଫଳ ଖାଇବା ଦରକାର
• ଏକ୍ସରସାଇଜ କରିବା ଦରକାରNearly one-fourth of all men and women in India are now obese: NFHS | Business Standard News

Obesity ହେଲେ କଣ କରିବା ଦରକାର?

ଆପଣ ଖାଉଥିବା ଖାଦ୍ୟକୁ କିପରି ହଜମ କରୁଛନ୍ତି, ଆପଣ କିଛି ଏକ୍ସରସାଇଜ କରୁଛନ୍ତି ନା ନାହିଁ ତାହା ଆପଣ ଜାଣିବା ଦରକାର । କାରଣ ଆପଣଙ୍କୁ ପ୍ରଥମେ ନିଜ ଖାଇବା ଉପରେ ନିୟନ୍ତ୍ରଣ କରିବାକୁ ହୋଇଥାଏ ଓ ଏକ୍ସରସାଇଜ କରିବାକୁ ପଡ଼ିଥାଏ । ସବୁଠାରୁ ବଡ଼ କଥା ହେଉଛି କି ଆପଣଙ୍କୁ ଡାଏଟିଙ୍ଗ କରିବା ଦରକାର ନାହିଁ । କାରଣ ଶୀଘ୍ର ଆପଣଙ୍କ ଶରୀରର ଓଜନ କମିବା ଶରୀର ପାଇଁ କ୍ଷତି କାରକ ହୋଇଥାଏ । ଆପଣ ନିଜର ଡାଏଟକୁ ବଦଳାଇ ପାରିବେ ସେଥିପାଇଁ ଡାଏଟିଙ୍ଗ କରିବାକୁ ହୋଇନଥାଏ । ଯେମିତିକି ଆପଣ ଯଦି ଜଙ୍କ୍ ପୁଡ୍ ବେସୀ ଖାଉଛନ୍ତି, ଆଇସିକ୍ରିମ୍‌, ମିଠା ବେସୀ ଖାଉଛନ୍ତି, ଚିକେନ୍ ଭଳି ମାଂସ ଖାଉଛନ୍ତି କିମ୍ବା ମଦ ପିଉଛନ୍ତି ତେବେ ଏହାକୁ କମେଇବାକୁ ପଡ଼ିଥାଏ । ଏହା ପରିବର୍ତ୍ତେ ଆପଣ ପନି ପରିବା ଖାଇପାରିବେ ସବୁଜ ପନିପରିବା ଖାସ କରି ଭଲ ହୋଇଥାଏ ପାଣି ବେସୀରୁ ବେସୀ ପିଇ ପାରିବେ । ଆପଣ ଆପଣଙ୍କ ଖାଦ୍ୟରେ ପ୍ରୋଟିନ୍‌ର ମାତ୍ରା ବଢ଼େଇ ପାରିବେ, ଯାହା ଆପଣଙ୍କ ଓଜନ କମାଇବାରେ ସାହାର୍ଯ୍ୟ କରିବ । ଏହା ବ୍ୟତୀତ ୬-୮ଘଣ୍ଟା ରାତିରେ ଭଲ ନିଦରେ ଶୋଇବା ମଧ୍ୟ ଶରୀର ପାଇଁ ଭଲ ହୋଇଥାଏ । ସେଥିପାଇଁ ଆପଣଙ୍କୁ ରାତିରେ ଶୀଘ୍ର ଶୋଇବାକୁ ହୋଇଥାଏ ଓ ସକାଳୁ ଶୀଘ୍ର ଉଠିବାକୁ ହୋଇଥାଏ । ଶୀଘ୍ର ଉଠି ଆପଣଙ୍କୁ ୩୦ମିନିଟ୍ ରୁ ୧ଘଣ୍ଟା ଏକ୍ସରସାଇଜ କରିବା ମଧ୍ୟ ଶରୀର ପାଇଁ ଭଲ ହୋଇଥାଏ । ଅନେକ କ୍ଷେତ୍ରରେ ଦେଖାଯାଇଛି ଲୋକ ମାନେ ଓଜନ କମେଇବା ପାଇଁ ଗରମ ପାଣିରେ ଲେମ୍ବୁ ମିଶାଇ ପିଇଥାଆନ୍ତି, ଏହା ପିଇବା ଦ୍ୱାରା ଓଜନ କମିଯାଏ ମାତ୍ର ଆଣ୍ଠୁଗଣ୍ଠି ଭଳି ଜଏଣ୍ଟ ମାନଙ୍କରେ ଅସୁବିଧା ଦେଖାଯାଏ ଦରଜ ରୁହେ ଓ ଚାଲିବା ବୁଲିବା କଷ୍ଟକର ହୁଏ । ଲେମ୍ବୁ ପାଣି ପିଇଲା ପରେ ଏପରି ଯଦି ଆପଣଙ୍କର ମଧ୍ୟ ହୁଏ ତେବେ ଆପଣଙ୍କୁ ତାହା ବନ୍ଦ କରିବାକୁ ପଡ଼ିବ, ଯାହା କି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ସାବ୍ୟସ୍ଥ ହୋଇଥାଏ।ଏହି ଖବରରେ ଆପଣ ଜାଣିଲେ ବୟସ୍କ ବ୍ୟକ୍ତି ଓ ଛୋଟ ପିଲାଙ୍କ ମଧ୍ୟରେ କଣ ରହିଛି Obesitye ଲକ୍ଷଣ । ପୂର୍ବରୁ ଅନ୍ୟ ଏକ ଆର୍ଟିକିଲରେ ଆପଣ ଜାଣିବାକୁ ପାଇଥିଲେ Obesitye ସମ୍ବନ୍ଧିତ କିଛି ସୂଚନା ଉପରେ । 

ଏଭଳି ସ୍ୱାସ୍ଥ୍ୟ ସମ୍ବନ୍ଧିତ ଆର୍ଟିକିଲ ପଢ଼ିବାକୁ ଚାହୁଁଥିଲେ ଆପଣ ଆମ ୱେବସାଇଟ୍ ସହ ଯୋଡ଼ି ହୋଇପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )