Thursday 28th March 2024
ସରକାରଙ୍କ କଡା ନିୟମ -ଏଣିକି ଆଲାର୍ମ ହେବ ବାଧ୍ୟତାମୂଳକ…

ସରକାରଙ୍କ କଡା ନିୟମ -ଏଣିକି ଆଲାର୍ମ ହେବ ବାଧ୍ୟତାମୂଳକ…

ସଡକ ସୁରକ୍ଷା ଜୀବନ ରକ୍ଷା । ସାଧାରଣତଃ ସଡକ ପରିବହନ ଆଦି ପାଇଁ ଆମ ଭାରତ ସରକାରଙ୍କ ତରଫରୁ ସମୟ ସମୟରେ ବହୁତ ପ୍ରକାରର ନିୟମ ବାହାରେ । ସଡକ ସୁରକ୍ଷା ବିଷୟରେ ସଚେନତ କରିବା ପାଇଁ ଲୋକଙ୍କୁ ବିଭିନ୍ନ ଉପାୟରେ ବୁଝାଇବାର ପ୍ରୟାସ ସରକାର କରୁଛନ୍ତି । ଯେମିତିକି ସଚେତନ ମୂଳକ ଭିଡିଓ,କିଛି ମନରଂଜନ କାର୍ଯ୍ୟକ୍ରମ । ତେବେ ତଥାପି ଅନେକ ଲୋକ ଆଜିର ତାରିଖରେ ସଚେତନ କାହିିଁକି ନୁହନ୍ତି ? ଅନେକ ଲୋକ ଅକାରଣରେ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି । ସେମାନଙ୍କୁ ଜାଣିବା ଆବଶ୍ୟକ ଯେ ସଡକ ସୁରକ୍ଷା ପ୍ରତ୍ୟେକ ବ୍ୟକ୍ତି ପାଇଁ ଜରୁରୀ ।

ଆଉ ଏସବୁ ଜିନିଷକୁ ଧ୍ୟାନରେ ରଖି ସରକାର ସବୁବେଳେ କଡା ନିୟମ ଲାଗୁ କରୁଛନ୍ତି । ବର୍ତ୍ତମାନ ତ ଆପଣମାନେ ଜାଣିଥିବେ ହାଇସ୍ୟୁକିରିଟି ନମ୍ବର ପ୍ଲେଟର ବ୍ୟବସ୍ଥା କେମିତି ଆରମ୍ଭ ହୋଇଛି । ଠିକ୍ ସେମିତି ବର୍ତ୍ତମାନ ଚିଠା ନିୟମ ଅନୁଯାୟୀ ଏକ ବାଧ୍ୟତାମୂଳକ ଜିନିଷ ଆରମ୍ଭ କରାଯାଇଛି । ସିଟ୍‌ବେଲ୍ଟ ପିନ୍ଧିନଥିବା କାରଣରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ମୁଖ୍ୟ ସାଇରସ୍‌ ମିସ୍ତ୍ରୀ ପ୍ରାଣ ହରାଇବା ପରେ ସିଟ୍‌ବେଲ୍ଟ ସମ୍ପର୍କିତ ନିୟମକୁ ସରକାର କଡ଼ାକଡ଼ି କରିବାକୁ ଯାଉଛନ୍ତି। କାର୍‌ର ସବୁ ସିଟ୍‌ ପାଇଁ ସିଟ୍‌ବେଲ୍ଟ ଆଲାର୍ମକୁ ବାଧ୍ୟତାମୂଳକ କରାଯିବ। ଏଥିପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଚିଠା ନିୟମ ଜାରି କରାଯାଇଛି। ଗାଡ଼ି‌ରେ ଯାତ୍ରାକୁ ଅଧିକ ସୁରକ୍ଷିତ କରିବା ଲାଗି ମାତ୍ରାଧିକ ବେଗ ବିଷୟରେ ସତର୍କ ସୂଚନା ପ୍ରଦାନ କରୁଥିବା ବ୍ୟବସ୍ଥା ଏବଂ ଡୋର୍‌କୁ ବନ୍ଦ କରିବାର କେନ୍ଦ୍ରୀୟ ବ୍ୟବସ୍ଥା ପାଇଁ ମଧ୍ୟ ନିୟମ ଆସିବ।

ସିଟ୍‌ ବେଲ୍‌ଟ ଆଲାର୍ମ ବା ରିମାଇଣ୍ଡର୍‌ର କାମ ହେଉଛି ଗାଡ଼ିରେ ବସିଥିବା ଯାତ୍ରୀମାନେ ସିଟ୍‌ବେଲ୍ଟ ପିନ୍ଧିନଥିଲେ ଚାଳକଙ୍କୁ ସେବିଷୟରେ ସୂଚିତ କରିବା। ଏଥିରେ ପ୍ରଥମ ସ୍ତର ଓ ଦ୍ବିତୀୟ ସ୍ତରର ସତର୍କ ସୂଚନା ଦେବା ବ୍ୟବସ୍ଥା ରହିଛି। ଇଞ୍ଜିନ ଷ୍ଟାର୍ଟ ହେବା ପରେ ଯଦି ଚାଳକ କିମ୍ବା ସାମ୍ନା ସିଟ୍‌ରେ ବସିଥିବା ଯାତ୍ରୀ ସିଟ୍‌ବେଲ୍ଟ ପିନ୍ଧିନଥିବେ ତେବେ ପ୍ରଥମ ସ୍ତରର ସତର୍କ ସୂଚନା ମିଳିବ। ତାହା ହେଉଛି ଏକ ଭିଜୁଆଲ ସତର୍କ ସୂଚନା। ସେଥିରେ ଅଡିଓ (ସ୍ବର) ସତର୍କ ସୂଚନା ଯୋଡ଼ିବାର ବ୍ୟବସ୍ଥା କରାଯିବ। ଯେତେବେଳେ ଚାଳକ କିମ୍ବା ଯାତ୍ରୀ ସିଟ୍‌ବେଲ୍ଟ ପିନ୍ଧିନଥିବେ ଓ ଗାଡ଼ି ଚାଲିବା ଆରମ୍ଭ ହେବ ସେହି ସମୟରେ ଦ୍ବିତୀୟ ସ୍ତରର ସତର୍କ ସୂଚନା ଉଭୟ ଭିଜୁଆଲ ଓ ଅଡିଓ ମାଧ୍ୟମରେ ମିଳିବ।

‘ଏମ୍‌’ ଓ ‘ଏନ୍‌’ ବର୍ଗର ଗାଡ଼ି ପାଇଁ ସିଟ୍‌ବେଲ୍ଟ ଆଲାର୍ମ ବାଧ୍ୟତାମୂଳକ ହେବ। ଅତିକମ୍‌ରେ ଚାରିଟି ଚକ ଥିବା ଓ ଯାତ୍ରୀ ପରିବହନରେ ବ୍ୟବହାର ହେଉଥିବା ଗାଡ଼ିଗୁଡ଼ିକୁ ଏମ୍ ବର୍ଗରେ ରଖାଯାଇଛି। ସେହିପରି, ଅତିକମ୍‌ରେ ଚାରିଟି ଚକ ଥିବା ଯେଉଁ ଗାଡ଼ିରେ ମାଲ ପରିବହନ ହେଉଥିବ ତାହାକୁ ‘ଏନ୍‌’ ବର୍ଗରେ ରଖାଯାଇଛି। ସିଟ୍‌ବ୍ଲେଟ ଆଲାର୍ମ ପାଇଁ ଜାରି ହୋଇଥିବା ଚିଠା ନିୟମ ଉପରେ ଜନ ସାଧାରଣ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ନିଜର ମତାମତ ଦେଇପାରିବେ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )