Friday 19th April 2024
ଏଣିକି କୃଷକ ମାନଙ୍କୁ ଯିବାକୁ ପଢ଼ିବନି ବ୍ୟାଙ୍କ

ଏଣିକି କୃଷକ ମାନଙ୍କୁ ଯିବାକୁ ପଢ଼ିବନି ବ୍ୟାଙ୍କ

() ଭାରତ ଏକ କୃଷି ପ୍ରାଧାନ୍ୟ ଦେଶ ଅଟେ । ଏଠି ପ୍ରାୟତଃ ଲୋକ କୃଷି ଜୀବିକା ଉପରେ ନିର୍ଭର କରନ୍ତି । ଏହି କାରଣରୁ ଭାରତ ସରକାର ସବୁବେଳେ କୃଷକ ମାନଙ୍କ ପାଇଁ ଉପଯୁକ୍ତ ଯୋଜନାକୁ କୃଷକଙ୍କ ସୁବିଧା ସୁଯୋଗ ପାଇଁ ପରିଚାଳନା କରିଥାନ୍ତି । ସେହିଭଳି ସରକାର କୃଷକଙ୍କ ପାଇଁ ପ୍ରୟୋଜନ କରିଛନ୍ତି କିଶାନ କ୍ରେଡିଟ୍ କାର୍ଡ । ଯାହା ଦ୍ୱାରା ଅନେକ କୃଷକ ଏହି ସୁବିଧା ସୁଯୋଗର ଫାଇଦା ଉଠାଇ ପାରୁଛନ୍ତି । ଏବଂ ଯେଉଁମାନେ ଏହି ସମ୍ବନ୍ଧରେ ଜାଣି ନାହାଁନ୍ତି, ସେମାନଙ୍କ ପାଇଁ ଆଜି ଆମେ ଜଣାଇବୁ କିଶାନ କ୍ରେଡିଟ୍ କାର୍ଡର କଣ ସୁବିଧା ସୁଯୋଗ ଅଛି । ଦେଶରେ କୃଷକମାନେ ଅତି କମ୍ ସୁଧ ହାରରେ ଏହି କାର୍ଡ ସାହାର୍ଯ୍ୟରେ ଲୋନ ନେଇପାରିବେ । ଏହାର ଅନ୍ୟାନ୍ୟ ସୁବିଧା ମଧ୍ୟ ଅଛି ।Kisan Credit Card: కిసాన్ క్రెడిట్ కార్డ్‌పై తీసుకున్న రుణాన్ని సకాలంలో చెల్లిస్తే ఎలాంటి ప్రయోజనం ఉంటుంది.. ఆలస్యంగా చెల్లిస్తే.. | Kisan credit card ...କାହା ପାଇଁ ବେଶି ସୁବିଧା ହୋଇପାରିବ: ଯେଉଁ କୃଷକଙ୍କର ବ୍ୟାଙ୍କ ଆକାଉଣ୍ଟ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଫେଡେରାଲ ବ୍ୟଙ୍କରେ ଅଛି । ସେହି ବ୍ୟକ୍ତି ଏହାର ବେଶି ଫାଇଦା ଉଠାଇ ପାରିବେ । କାରଣ ଉଭୟ ବ୍ୟାଙ୍କ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଥିଲେ ଓ ଏହା ପରେ ଏହି ପ୍ରକଳ୍ପ ଅଧୀନରେ ବ୍ୟଙ୍କ ଗୁଡ଼ିକ ଡିଜିଟାଲ ଉପାୟରେ କୃଷକ ମାନଙ୍କୁ KCC ବା କିଶାନ କ୍ରେଡିଟ୍ କାର୍ଡ ଦେବା ଆରମ୍ଭ କରିଛନ୍ତି । ଏହା ସହ କୃଷି ଜମି ସହ ଜଡ଼ିତ କାଗଜପତ୍ର ଯାଞ୍ଚ ପାଇଁ ବ୍ୟାଙ୍କ ଶାଖାରେ ଉପସ୍ଥାପନର ଆବଶ୍ୟକତାକୁ ବ୍ୟାଙ୍କ ଗୁଡ଼ିକ ହଟାଇବାକୁ ଘୋଷଣା କରିଛନ୍ତି ।Kisan Credit Card scheme rules modified: Check detailsପାଇଲଟ୍ ପ୍ରୋଜେକ୍ଟ କଣ?: ଏହି ପ୍ରୋଜେକ୍ଟ ଅଧିନରେ ଅନେକ କୃଷକମାନେ ଏଥିରୁ ସମ୍ପୂର୍ଣ୍ଣ ଲାଭ ପାଇ ପାରିବେ । ସରକାର ପୂର୍ବରୁ ଉଲ୍ଳେଖ କରିଛନ୍ତି ଯେ ପରିବର୍ତ୍ତିତ ଟେକ୍ନୋଲୋଜି ସହିତ ଚାଷୀଙ୍କୁ ଆଗକୁ ବଢ଼ିବାକୁ ପଡ଼ିବ ।ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ଅନଲାଇନ ପ୍ରକ୍ରିୟା ଆରମ୍ଭ ହେବା ସହିତ ବର୍ତ୍ତମାନ କୃଷକମାନେ ଘରେ ବସି ମୋବାଇଲରୁ KCC ବା କିଶାନ କ୍ରେଡିଟ୍ କାର୍ଡ ପାଇଁ  ଆବେଦନ କରିପାରିବେ । ଏହା ସହିତ, ଏହି ପ୍ରକ୍ରିୟା କୃଷକଙ୍କ ସମୟ ସଞ୍ଚୟ କରିବ ଏବଂ ବ୍ୟାଙ୍କ ଗଡ଼ିକରେ କମ୍ ଅସୁବିଧା ହେବ । ଜମି କାଗଜପତ୍ର ଯାଞ୍ଚ ପାଇଁ କୃଷକମାନେ ବ୍ୟାଙ୍କ ପରିଦର୍ଶନ କରିବା ଆବଶ୍ୟକ କରିବେ ନାହିଁ । ଯାହା ଫଳରେ ଏବେ ବ୍ୟାଙ୍କ ନିଜେ ଅନଲାଇନରେ କୃଷି ଜମି କାଗଜ ଯାଞ୍ଚ କରିବ ।Kisan Credit Card Updates: Kisan Credit Card is critical for agriculture. But can the scheme overcome the challenges? - The Economic Times

 

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )