Friday 19th April 2024
କାର୍ଡିଆକ ଆରେଷ୍ଟରେ ବେଶି ହେଉଛି ଦେହାନ୍ତ…କାହିଁକି ଜାଣନ୍ତୁ !

କାର୍ଡିଆକ ଆରେଷ୍ଟରେ ବେଶି ହେଉଛି ଦେହାନ୍ତ…କାହିଁକି ଜାଣନ୍ତୁ !

ଆଜିର ସମୟରେ ଆମେ ନିଜ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଚିନ୍ତିତ । କେମିତି ଖାଦ୍ୟ ଖାଇଲେ ଆମେ ନିଜ ବଡିକୁ ଫିଟ୍ ରଖିପାରିବା । ସେନେଇ ଆମେ ଅଧିକରୁ ଅଧିକ ଚିନ୍ତାରେ ରହୁ । ସେଥିପାଇଁ ପ୍ରତ୍ୟେକ ମଣିଷ ନିଜକୁ ତନ୍ଦରୁସ୍ତ ରଖିବା ପାଇଁ ଜିମ୍ ଯିବା ବ୍ୟାୟାମ କରିବା ଓ ବିଭିନ୍ନ ସମୟରେ ଆକ୍ଟିଭ୍ ରହିବା ପାଇଁ ଚେଷ୍ଟା କରିଚାଲିଛି । ହେଲେ ତଥାପି ଆଜି କାଲି ମଣିଷଙ୍କର ଆୟୁଷ କମୁଛି ସତ ହେଲେ ବୃଦ୍ଧି ହେଉନାହିଁ ।

ଗୋଟିଏ ସମୟ ଥିଲା ସାଧାରଣ ଲୋକର ଆୟୁଷ ୭୦ ରୁ ୮୦ ବର୍ଷ ରହୁଥିଲା । କିନ୍ତୁ ବର୍ତ୍ତମାନ ଜଣେ ବ୍ୟକ୍ତି ୫୦ ବର୍ଷ ବଂଚିବା ବି କଷ୍ଟକର ହୋଇପଡୁଛି । ମାନେ ଆମେ କହିପାରିବା ବାର୍ଦ୍ଧକ୍ୟ ଆସିବା ଆଗରୁ ହିଁ ମଣିଷ ମୃତ୍ୟୁବରଣ କରୁଛି । କରୋନା ମହାମାରୀ ସମୟରେ ଆମେ ଜାଣିଛୁ ଏକ ଅଜଣା ରୋଗ ଆମ ଦୁନିଆରେ ଗ୍ରାସ କଲା ଓ ଅନେକ ଜୀବନ ଅକାରଣରେ ନେଇଗଲା । ହେଲେ ଥରେ ଚିନ୍ତା କଲେ ବର୍ତ୍ତମାନ କରୋନା ମହାମାରୀ ନାହିଁ କିନ୍ତୁ ହାର୍ଟ ଆଟାର୍କ ବା କାର୍ଡିଆକ୍ ଆରେଷ୍ଟରେ ବହୁତ ଲୋକଙ୍କର ଜୀବନ ଯାଉଛି । ତେବେ ଏହାର କାରଣ କଣ ହେଇପାରେ ?

ଯଦି ଉଦାହରଣ ଅନୁସାରେ କହିବା- ଗତ କିଛିଦିନ ହେବ ବଡ ବଡ କଳାକାର ମାନଙ୍କର କାର୍ଡିଆକ୍ ଆରେଷ୍ଟର ମୃତ୍ୟୁ ହେବା ଏକ ସାଧାରଣ କଥା ହେଇଗଲାଣି । ବଲିଉଡର ଅତି ଜଣାଶୁଣା ଗାୟକ କେକେଙ୍କ ବିଷୟରେ ତ ସମସ୍ତେ ଜାଣନ୍ତି । କେତେ ଲୋକପ୍ରିୟ ଥିଲେ କେକେ ଓ ଲୋକଙ୍କ ହୃଦୟରେ ତାଙ୍କର ସୁମଧୁର ଗୀତ ସାରା ଜୀବନ ପାଇଁ ସାଇତି ହୋଇ ରହିବ । ହେଲେ ତାଙ୍କର ବି ଅକାଳ ମୃତ୍ୟୁ ଏହି କାର୍ଡିଆକ ଆରେଷ୍ଟ ପାଇଁ ହିଁ ହେଇଥିଲା । ଆଉ ବର୍ତ୍ତମାନ ଚର୍ଚ୍ଚିତ କମେଡି ଷ୍ଟାର ରାଜୁ ଶ୍ରୀବାସ୍ତବଙ୍କ କଥା ବି ଯଦି ନିଆଯାଏ । ତାହାଲେ ବି ସେ ଏକ୍ସସାଇଜ୍ କରୁଥିବା ସମୟରେ ହାର୍ଟ ଚୋକ୍ ର ଶିକାର ହେଲେ ଓ ଦୀର୍ଘ ୨ମାସ ହସ୍ପିଟାଲରେ ଚିକିତ୍ସା ହେଇବି କାର୍ଡିଆକ ଆରେଷ୍ଟ ପାଇଁ ମୃତ୍ୟୁବରଣ କଲେ । ତାହାଲେ ବର୍ତ୍ତମାନ ସାଧାରଣ ଲୋକଙ୍କୁ ଏହା ଆଶ୍ଚର୍ଯ୍ୟ କରାଇଦେଉଛି ଯେ ଅଧିକ ସୁସ୍ଥ ପରିବେଶ,ଭଲ ଡାଏଟ୍ ଆଦି ସବୁକିଛି ଥାଇ ବି ଏହିଭଳି ବଡ ବଡ କଳାକାର ମାନେ କାହିଁକି କାର୍ଡିଆକ ଆରେଷ୍ଟରେ ମୃତ୍ୟୁ ବରଣ କରୁଛନ୍ତି ? କଣ ଏହି ରୋଗର କିଛି ସଂଙ୍କେତ ରହିଛି ? କଣ ଏହାକୁ ପୂର୍ବରୁ ଲକ୍ଷଣ ଅନୁସାରେ ଠାବ କରାଯାଇପାରିବ । ଚାଲନ୍ତୁ ଏସମ୍ଭନ୍ଧରେ ସ୍ପଷ୍ଟ ରୂପେ ଜାଣିବା ।

ଯୁବଗୋଷ୍ଠୀ ହେଉଛନ୍ତି ହୃତଘାତର ଶିକାର

କେକେଙ୍କ ପୂର୍ବରୁ ମଧ୍ୟ ଅନେକ ସେଲିବ୍ରିଟି କମ ବୟସରେ ହୃତଘାତର ଶିକାର ହୋଇଛନ୍ତି । ଗତବର୍ଷ ଅକ୍ଟୋବର ୨୯ରେ ଦକ୍ଷିଣ ଭାରତୀୟ ଅଭିନେତା ପୁନିତ ରାଜକୁମାରଙ୍କ ମୃତ୍ୟୁ ହୃତଘାତରେ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହେଉଥିଲା । ସେହିଭଳି ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମଧ୍ୟ ହୃତଘାତରେ ଦେହାନ୍ତ ହୋଇଥିଲା । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ବୟସ ହେଉଥିଲା । ସେତେବେଳେ କେହି ବିଶ୍ୱାସ କରିନଥିଲେ ଏତେ ଫିଟ ଦେଖାଯାଉଥିବା ଏହି ଷ୍ଟାର ମାନେ ଏଭଳି ହୃତଘାତରେ ଚାଲିଯିବେ । ତେବେ ସ୍ୱାସ୍ଥ୍ୟ ବିଶାରଦଙ୍କ କହିବାକଥା ଯେ ଆମେ ସୁସ୍ଥ ଦେଖାଯିବାର ଅର୍ଥ ନୁହେଁ ଯେ ଆମ ହୃତପିଣ୍ଡ ସୁସ୍ଥ ।

କାର୍ଡିଆକ ଆରେଷ୍ଟର ଲକ୍ଷଣ
କାର୍ଡିଆକ ଆରେଷ୍ଟର ଅନେକ ଲକ୍ଷଣ ରହିଛି । ଯେପରି ଅଚାନକ ତଳେ ପଡିଯିବା , ପଲ୍ସ ଚାଲିବା ବନ୍ଦ ହୋଇଯିବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ଅତ୍ୟନ୍ତ ବ୍ୟସ୍ତ ବିବ୍ରତ ଲାଗିବା, ଦୁର୍ବଳ ଲାଗିବା, ଛାତିରେ କଷ୍ଟ ଅନୁଭବ କରି ଏହା ସ୍ୱାଭାବିକ ଠାରୁ କମ ଚାଲିବା । ତେବେ ଅଚାନକ କାର୍ଡିଆକ ଆରେଷ୍ଟରେ ଆହୁରି ଅନେକ ଲକ୍ଷଣ ନଜର ଆସିଥାଏ । ବିଶେଷଜ୍ଞଙ୍କ କାର୍ଡିଆକ ଆରେଷ୍ଟ ଓ ହୃତଘାତ ସହ ଜଡିତ ଅନେକ କଥା କହିଛନ୍ତି । ୩୦ରୁ ୪୦ ବର୍ଷ ବୟସରୁ ଏହି ସବୁ ଅସୁବିଧା ଦେଖିବାକୁ ମିଳୁଛି । ତେବେ ଏଥିପାଇଁ ଅନେକ କାରଣ ରହିଛି ଯେମିତି
୧. ସିଗାରେଟ ଟାଣିବା
୨. ଖରାପ କୋଲେଷ୍ଟ୍ରୋଲ
୩. ଉଚ୍ଚ ରକ୍ତଚାପ
୪. ମଧୁମେୟ
୫. ମାନସିକ ଓ ସମାଜିକ ଚିନ୍ତା
୬. ବ୍ୟାୟମ ନକରିବା
୭. ମୋଟାପଣ
୮. ଫଳ ଓ ପନିପରିବା ନଖାଇବା
୯. ମଦ୍ୟପାନ କରିବା
ଏହି ୯ଟି ବଡ କାରଣ ଯାହା ୯୦ ପ୍ରତିଶତ ହୃତଘାତ ହେଉବା ଅବା କାର୍ଡିଆକ ଆରେଷ୍ଟର ପ୍ରମୁଖ କାରଣ । ଏଥିରେ ଦୁଇ ବା ଦୁଇରୁ ଅଧିକ କାରଣ ରହିଛି ଯାହା ହୃତଘାତ ଓ କାର୍ଡିଆକ ଆରେଷ୍ଟର ସଙ୍କଟ ବଢାଇଦେଇଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )