Friday 26th April 2024
କେନ୍ଦ୍ରୀୟ ବିଦ୍ୟାଳୟରେ ବାହାରିଲା ଚାକିରୀ

କେନ୍ଦ୍ରୀୟ ବିଦ୍ୟାଳୟରେ ବାହାରିଲା ଚାକିରୀ

ବୟସ ଅଟକେ ନାହିଁ କିନ୍ତୁ ଏମିତି ବି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବୟସ ହୋଇସାରିଥିଲେ ମଧ୍ୟ କାହା ଉପରେ ନିର୍ଭର ହୋଇ ନିଜ ଜୀବନ ଅତିବାହିତ କରିବାକୁ ଚାହାଁନ୍ତି ନାହିଁ । ସେମାନଙ୍କ ପାଇଁ ଆସିଛି ଏବେ ଏକ ସୁବର୍ଣ୍ଣ ସୁଯୋଗ । ଆପଣଙ୍କୁ ୫୦ ବର୍ଷ ହୋଇଥିଲେ ମଧ୍ୟ ଆପଣ କରିପାରିବେ ଚାକିରୀ । ତେବେ ପୂର୍ବରୁ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକମାନଙ୍କ ପାଇଁ ବଡ଼ ନିଯୁକ୍ତି ବାହାରିଥିଲା । ଯାହା ମାଧ୍ୟମରେT GT, PGT, PRT ସମେତ ବିଭିନ୍ନ ବିଦ୍ୟାଳୟରେ ପଦବୀ ପୂରଣ ହେବ । ଏବେ ଆଉ ଏକ ନୂଆ ନିଯୁକ୍ତି ବାହାରିଥିବା ଘୋଷଣା କରିଛି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ । ସବୁଠାରୁ ବଡ଼ କଥା ହେଲା କି ୫୦ ବର୍ଷ ବୟସ ପ୍ରାର୍ଥୀ ମାନେ କେବଳ ସାକ୍ଷାତକାର ମାଧ୍ୟମରେ ଚାକିରୀ କରିପାରିବେ ।

Kendriya Vidyalaya's discretionary quotas on hold - Times of India

ନିଯୁକ୍ତି ହେବାକୁ ଥିବା ପଦବୀ:

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଡେପୁଟି କମିଶନର ପଦ ପାଇଁ ନିଯୁକ୍ତି ଗୋଷଣା କରିଛି । ଏହା ମାଧ୍ୟମରେ ଡେପ୍ୟୁଟି କମିଶନରଙ୍କ ପଦ ବିଭିନ୍ନ ହେଡ଼୍ କ୍ୱାଟର୍ସ, ଆଞ୍ଚଳିକ କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଜୋନାଲ୍ ଇନଷ୍ଟିଚ୍ୟୁଟ୍‌ରେ ପୂରଣ ହେବ ।WAQ

ଯୋଗ୍ୟତା:

B.Ed କିମ୍ବା ସମାନ ଡିଗ୍ରୀ ସହିତ ମାଷ୍ଟର ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏହା ସହିତ ଆସିଷ୍ଟାଣ୍ଟ କମିଶନର ଭାବରେ ୫ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିବା ଉଚିତ ।

ବୟସ:

ଏହି ପୋଷ୍ଟ ଗୁଡ଼ିକ ପାଇଁ ସର୍ବାଧିକ ବୟସ ସୀମା ୫୦ବର୍ଷ ରହିଛି । ତେବେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର କର୍ମଚାରୀଙ୍କ ପାଇଁ କୌଣସି ବୟସ ସୀମା ନାହିଁ। ସେହିଭଳି obc, sc, st ଏବଂ ପୂର୍ବତନ କର୍ମଚାରୀଙ୍କୁ ବୟସରେ କୋହଳ କରାଯିବ ।

ଦରମା:

ନିଯୁକ୍ତି ପରେ ପ୍ରାର୍ଥୀମାନଙ୍କୁ ସପ୍ତମ ପେ ସ୍କେଲ୍ କମିଶନ ଅଧୀନରେ ୭୮୮୦୦ ଟଙ୍କାରୁ ୨୦୯୨୦୨ ଟଙ୍କା ପର୍ଯ୍ୟନ୍ତ ଦରମା ପାଇପାରିବେ ।

କେଉଁଠି ଆବେଦନ କରିବେ:

ଆବେଦନ ଫର୍ମ ବିଜ୍ଞପ୍ତି ସହ ସଂଲଗ୍ନ ହୋଇ ରହିଛି, ଆଶାୟୀ ପ୍ରାର୍ଥୀ ମାନଙ୍କୁ ନିର୍ଦ୍ଧିଷ୍ଟ ଫର୍ମାଟରେ ଆବେଦନ ପର୍ମ ପୂରଣ କରିବାକୁ ପଡ଼ିବ । ନିମ୍ନ ଠିକଣାରେ ୨୩୦୦ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ସହିତ ପର୍ମ ଫଠାଇବାକୁ ପଡ଼ିବ । ଫର୍ମ ୩୧ ଜାନୁୟାରୀ ୨୦୨୩ ସୁଦ୍ଧା ପହଞ୍ଚିବା ଉଚିତ୍ ।

Joint Commissioner (Admn.-I), Kendriya Vidyalaya Sangathan, 18, Institutional Area, Shaheed Jeet Singh Marg, New Delhi-110016

CATEGORIES
TAGS
Share This

COMMENTS

Wordpress (0)
Disqus (0 )