Wednesday 24th April 2024
ଏୟାରଲାଇନ୍ସ ରେ ଚାକିରୀ କରିବାର ଆସିଲା ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ଏୟାରଲାଇନ୍ସ ରେ ଚାକିରୀ କରିବାର ଆସିଲା ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ଏୟାରଲାଇନ୍ସ ରେ ଚାକିରୀ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସିଖବର । ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI) ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ପ୍ରକାଶ କରିଛି । ଆଶାୟୀ ପ୍ରାର୍ଥୀମାନେ AAIର ଅଫିସିଆଲ ୱେବସାଇଟ୍ https://www.aai.aero/ କୁ ଯାଇ ଆବେଦନ କରିପାରିବେ ।AAI Recruitment 2022: Bumper vacancies! Apply for various assistant posts at aai.aero, direct link here | India News | Zee News

ଗୁରୁତ୍ୱପୂର୍ଣ୍ଣ ତାରିଖ:

• ଆବେଦନ କରିବାର ଆରମ୍ଭ ତାରିଖ ୨୨ ଡିସେମ୍ବର ୨୦୨୨
• ଆବେଦନ କରିବାର ଶେଷ ତାରିଖ ୨୧ ଜାନୁୟାରୀ ୨୦୨୩

ଖାଲିଥିବା ପଦବୀ:

• ମ୍ୟାନେଜର(ରାଜଭାଷା)-୦୨ଟି ପୋଷ୍ଟ
• ଜୁନିଅର ଏକ୍‌ଜିକ୍ୟୁଟିଭ୍ (ରାଜଭାଷା)-୦୪ଟି ପୋଷ୍ଟ୍‌
• ସିନିୟର ଆସିଷ୍ଟାଣ୍ଟ (ରାଜଭାଷା)-୦୪ଟି ପୋଷ୍ଟ୍‌
• ଜୁନିଅର ଏକ୍‌ଜିକ୍ୟୁଟିଭ୍ (ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‌)-୩୫୬ଟି ପୋଷ୍ଟ୍‌

ବୟସ ସୀମା:

• ସିନିୟର ଆସିଷ୍ଟାଣ୍ଟ-ସର୍ବାଧିକ ବୟସ ୩୦ବର୍ଷ
• ଜୁନିଅର ଏକ୍‌ଜିକ୍ୟୁଟିଭ୍‌(ରାଜଭାଷା)- ସର୍ବାଧିକ ବୟସ ୨୭ବର୍ଷ
• ମ୍ୟାନେଜର(ରାଜଭାଷା)- ସର୍ବାଧିକ ବୟସ ୩୨ବର୍ଷ

ଆବେଦନ ଶୁଳ୍କ:

• ଆବେଦନକାରୀ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧,୦୦୦ଟଙ୍କା ରହିଛି
• SC/ST/PWD/AAI ପ୍ରଶିକ୍ଷାର୍ଥୀ/ମହିଳା ପ୍ରାର୍ଥୀ (ଏକ ବର୍ଷର ଶିକ୍ଷାଦାନ ତାଲିମକୁ ସଫଳତାର ସହିତ ସମାପ୍ତ କରିଥିବେ)ଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ଦରମା (IDA):

• ସିନିୟର ଆସିଷ୍ଟାଣ୍ଟ (NE-୬)-୩୬,୦୦୦ ରୁ ୧,୧୦,୦୦୦ଟଙ୍କା
• ଜୁନିଅର ଏକ୍‌ଜିକ୍ୟୁଟିଭ୍‌ (ଇ-୧)- ୪୦,୦୦୦ ରୁ ୧,୪୦,୦୦୦ଟଙ୍କା
• ମ୍ୟାନେଜର (ଇ-୩)- ୬୦,୦୦୦ ରୁ ୧,୮୦,୦୦୦ଟଙ୍କା

CATEGORIES
TAGS
Share This

COMMENTS

Wordpress (0)
Disqus ( )