Friday 26th April 2024
ମେଥି ଓ ଗୁଡରେ ନିର୍ମିତ ଗଣେଷ ପ୍ରତିମା

ମେଥି ଓ ଗୁଡରେ ନିର୍ମିତ ଗଣେଷ ପ୍ରତିମା

ଭାରତର ଏହି ଜାଗାରେ ଅଛି ବଡ ଗଣେଷଙ୍କ ମନ୍ଦିର

ଶ୍ରୀଗଣେଷଙ୍କ ପୂଜାରେ ସବୁଠି ବଡ,ଛୋଟ ସବୁ ପ୍ରକାରର ମୂର୍ତ୍ତୀ ସ୍ଥାପନା ହୁଏ । ହେଲେ ଯେଉଁଠି ପ୍ରଥମରୁ ଗଣେଷଙ୍କମନ୍ଦିର ରହିଛି ସେଠାରେ ବି ଖୁବ୍ ଧୁମଧାମ୍ ରେ ପୂଜା ହୁଏ । ସେଥିରେ ବି ସମଗ୍ର ବିଶ୍ୱରେ ଭଗବାନ ଶ୍ରୀଗଣେଷଙ୍କ ଅନେକ ମନ୍ଦିର ଅଛି । କେଉଁଠି ବିଘ୍ନରାଜଙ୍କ ପ୍ରତିମା ମାର୍ବଲରେ ତିଆରି ହୋଇଥିବା ବେଳେ ଆଉ କେଉଁଠି ବାଲି ଓ ସିମେଣ୍ଟରେ ତିଆରି ହୋଇଛି । କିନ୍ତୁ ଆମ ଦେଶରେ ଏମିତି ଏକ ଜାଗା ଅଛି ଯେଉଁଠି ଗଣେଷଙ୍କ ମୂର୍ତ୍ତୀ ସିମେଣ୍ଟରେ କି ବାଲିରେ ତିଆରି ହୋଇନାହିଁ । କିନ୍ତୁ ତଥାପି ଏକ ବିଶାଳ ମୂର୍ତ୍ତୀ ଭାବେ ତାହା ଆଜିଯାଏଁ ପୂଜା ପାଉଛି ।

ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ମହାକାଳେଶ୍ୱର ମନ୍ଦିର ନିକଟରେ ବଡ ଗଣେଷ ମନ୍ଦିର ରହିଛି । ମନ୍ଦିରରେ ଶ୍ରୀଗଣେଷଙ୍କ ବିଶାଳ ପ୍ରତିମା ମନ୍ଦିରରେ ଥିବାରୁ ଏହାର ନାମକରଣ ଏପରି ହୋଇଛି ବୋଲି କୁହାଯାଏ । ଏହା ଭଗବାନ ଗଣେଷଙ୍କ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା ମାନଙ୍କ ଭିତରୁ ଏକ । ଏହି ପ୍ରତିମାର ନିର୍ମାଣ ମହର୍ଷି ଗୁରୁ ମହାରାଜ ସିଦ୍ଧାନ୍ତ ଭଗେଶ ପିଟି ନାରାୟଣ ଜି ବ୍ୟାସ କରିଥିଲେ । ତେବେ ସେ ଏହି ମୂର୍ତ୍ତି ନିର୍ମାଣରେ ସିମେଣ୍ଟର ବ୍ୟବହାର କରି ନଥିଲେ । ସିମେଣ୍ଟ ବଦଳରେ ଗୁଡ ଓ ମେଥିଦାନା ଆଦି ବ୍ୟବହାର କରିଥିଲେ । ଏଥିସହ ଇଟା,ଚୂନ,ବ୍ୟବହାର କରାଯାଇଛି ।

ମୂର୍ତ୍ତି ନିର୍ମାଣ ପାଇଁ ପବିତ୍ର ତୀର୍ଥସ୍ଥାନରୁ ଜଳ ଅଣାଯାଇଥିଲା । ଏଥିସହ ସପ୍ତ ମୋକ୍ଷପୁରୀ ଯଥା-ମଥୁରା,ଦ୍ୱାରିକା,ଅଯୋଧ୍ୟା,ଉଜ୍ଜୟନୀ ଆଦି ଜାଗା ମାନଙ୍କରୁ ମାଟି ଅଣାଯାଇଥିଲା । ତେବେ ଗଣେଷଙ୍କ ଏହି ମୂର୍ତ୍ତୀ ନିର୍ମାଣ କରିବାକୁ ପ୍ରାୟ ଅଢେଇ ବର୍ଷ ସମୟ ଲାଗିଥିଲା । ମୋତି ମାଣିକ ଆଦି ବି ଏହି ମୂର୍ତ୍ତି ତିଆରିରେ ଲଗାଯାଇଛି । ମନ୍ଦିରରେ ସ୍ଥାପିତ ଗଣେଷଙ୍କ ମୂର୍ତ୍ତିର ଉଚ୍ଚତା ୧୮ ଫୁଟ ହୋଇଥିବାବେଳେ ଓସାର ୧୦ ଫୁଟ । କେବଳ ସେତିକି ନୁହେଁ ଗଣେଷଙ୍କର ଏହି ମୂର୍ତ୍ତିରେ ବିଭିନ୍ନ ଧାତୁର ବ୍ୟବହାର ବି ହୋଇଛି । ଯେମିତିକି ତାଙ୍କ ମୁହଁରେ ସୁନାଚାନ୍ଦି,କାନ,ହାତ,ଶୁଣ୍ଢରେ ତମ୍ବା,ପାଦରେ ଲୁହାର ପ୍ରୟୋଗ କରାଯାଇଛି । ଏହି ମନ୍ଦିରରେ ଅଗ୍ରପୂଜ୍ୟ ଗଣେଷ ତ ଅଛନ୍ତି । ତାଙ୍କ ସହିତ ଅନ୍ୟାନ୍ୟ ଦେବାଦେବୀ ବି ଏଠାରେ ପୂଜା ପାଉଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )