Saturday 27th April 2024
ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ! ଜାତି, ଧର୍ମ ଏବଂ ବର୍ଣ୍ଣ ନିର୍ବିଶେଷରେ ଭକ୍ତ ମାନଙ୍କ ଗହଣରେ ଭଗବାନ !

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ! ଜାତି, ଧର୍ମ ଏବଂ ବର୍ଣ୍ଣ ନିର୍ବିଶେଷରେ ଭକ୍ତ ମାନଙ୍କ ଗହଣରେ ଭଗବାନ !

କିଏ କହେ ଅନାଥର ନାଥ , ପୁଣି କିଏ କହେ ଜଗତରନାଥ । ସାଢେ ୪କୋଟି ଓଡିଆ ଙ୍କ ମଉଡମଣି ଏବଂ ସାରା ଓଡିଶା ତାଙ୍କ ପରିବାର। ପ୍ରତ୍ୟେକଟି ଓଡିଆ ର ଜାତି ହେଉଛି ଜାତି ନନ୍ଦିଘୋଷ । କାରଣ ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପା ଅନନ୍ୟ । ସିଏ ହେଲେ ସ୍ୱୟଂ ବିଷ୍ଣୁ , ଯାହାଙ୍କ ଦେହରେ ପ୍ରଭୁ ଶ୍ରୀ କୃଷ୍ଣଙ୍କ ହୃଦୟ ଏବେବି ସ୍ପନ୍ଦିତ ହେଉଛି । ସେଥିପାଇଁ ତ ପ୍ରଭୁ ଶ୍ରୀ ଜଗନ୍ନାଥ ହେଲେ ଜୀଅନ୍ତା ଠାକୁର । 

ଆଜି ପବିତ୍ର ରଥଯାତ୍ରା । ଏହି ରଥଯାତ୍ରାକୁ ଦେଖିବାକୁ ଚାତକ ପରି ଅପେକ୍ଷା କରି ରହିଥାନ୍ତି ବିଶ୍ୱବାସୀ । ଶ୍ରୀଜୀଉଙ୍କ ଗୋଟିଏ ଝଲକ ପାଇଁ କାହିଁ କେତେ ବାଟୁ ଧାଇଁ ଆସିଥାଏ ଭକ୍ତଟିଏ । ଅସହ୍ୟ ଗରମ ଓ ଗୁଳିଗୁଳିରେ ବି କାଳିଆ ସାଆନ୍ତକୁ ଟିକେ ଦେଖିଦେଲେ ମନ ଥଣ୍ଡା ହେଇଯାଏ । କିଏ କୁହେ ଆମେ କାଳିଆ ରଜାର ପ୍ରଜା ପୁଣି କିଏ କହେ ମୋର ସବୁକିଛି ସେହି କଳାଠାକୁର । ଆଉ କିଏ କୁହେ ଝୁଲି ଝୁଲି ଆସୁଛି ମହାବାହୁ । କୋଟି ଓଡିଆଙ୍କ ମଉଡ ମଣି ପ୍ରଭୁ ଶ୍ରୀ ଜଗନ୍ନାଥ । ଆଜି ତାକୁ ଦେଖିବାକୁ ଆଜି ପ୍ରବଳ ଭିଡ । ତାର ଟିକିଏ ଝଲକ ପାଇବାକୁ ଠେଲା ପେଲାରେ ମଧ୍ୟ ଗରମ ଗୁଳୁଗୁଳି କିଛି ଫରକ ପଡୁନି । ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ରଥଯାତ୍ରା ପାଇଁ ସୁସଜ୍ଜିତ ହୋଇଛି ଶ୍ରୀମନ୍ଦିର । ରଥ ପ୍ରତିଷ୍ଠା ପୂଜା ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛି ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ଆସି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରିସାରିଛନ୍ତି ଚକ୍ରରାଜ ସୁଦର୍ଶନ । ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହେଲା ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି । ମୁଣ୍ଡରେ ଟାହିଆ ଲଗାଇ ଝୁଲିଝୁଲି ଆସୁଛନ୍ତି ବଡ଼ଠାକୁର । ଘଣ୍ଟ ଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଏହା ପରେ ଭଉଣୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ରଥରେ ବିଜେ କରିବେ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଦୁଲୁକୁଛି ବଡ଼ ଦାଣ୍ଡ । ବଡ଼ ଦାଣ୍ଡରେ ଳାଗିଛି ଭକ୍ତଙ୍କ ଭିଡ଼ । ଘଣ୍ଟ ଘଣ୍ଟା କାହାଳି ଶବ୍ଦରେ ପ୍ରକମ୍ପିତ ହେଉଛି ବଡ଼ ଦାଣ୍ଡ । କାଳିଆର ଘୋଷଯାତ୍ରା ପାଇଁ ଉତ୍ସବମୁଖର ହୋଇପଡିଛି ଶ୍ରୀକ୍ଷେତ୍ର ପୁରୀ । ଆଉ ଶ୍ରୀଜିଉଙ୍କ ଅପେକ୍ଷାରେ ସିଂହଦ୍ୱାରରେ ସଜେଇ ହୋଇ ରହିଛି ତିନି ରଥ । ପହଣ୍ଡିରେ ଆସି ରଥାରୁଢ ହେଲା ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ତିନିଠାକୁର ।

ରଥଯାତ୍ରା ୨୦୨୩ ଦେଖନ୍ତୁ – 

ସେପଟେ ସକାଳୁ ସକାଳୁ ପୁରୀରେ ଅସହ୍ୟ ତାତି ଓ ଗୁଳିଗୁଳି । ସାକଳ ୮.୩୦ ସୁଦ୍ଧା ପୁରୀ ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ ହୋଇଛି । ଆର୍ଦ୍ରତା ୭୬ ପ୍ରତିଶତ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି । ଏହାସତ୍ତ୍ୱେ ବି ଭକ୍ତଙ୍କ ଭକ୍ତି କମିନି । କାଳିଆ ସାଆନ୍ତଙ୍କ ଟିକେ ଦର୍ଶନ ସମସ୍ତଙ୍କୁ କାହିଁ କେତେ ବାଟରୁ ଟାଣି ଆଣିଛି । ଲୋକାରଣ୍ୟ ହୋଇପଡିଛି ବଡଦାଣ୍ଡ । ଶ୍ରୀମନ୍ଦିର ନୀତିକାନ୍ତି ଅନୁସାରେ ସକାଳ ୬ଟାରେ ମଙ୍ଗଳ ଆଳତି, ୬.୧୦ରେ ମଇଲମ, ୬.୩୦ରେ ତଡ଼ପଳାଗି ଓ ରୋଷ ହୋମ, ୭ଟାରେ ଅବକାଶ, ୭.୧୦ରେ ସୂର୍ଯ୍ୟପୂଜା, ୭.୩୦ରେ ଦ୍ୱାରପାଳ ପୂଜା ଓ ବେଶ ପୂଜା, ୮-୯ରେ ଗୋପାଳବଳ୍ଲଭ ଓ ସକାଳଧୂପ, ୯ଟାରେ ରଥ ପ୍ରତିଷ୍ଠା, ୯.୧୫ରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା । ଏହାପରେ ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ସୂଚନା ଅନୁସାରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ଆଗମନ ହୋଇଛି । ବଡଦାଣ୍ଡରେ ଆଜି ଜନ ସମୁଦ୍ର କହିଲେ ଅତ୍ୟୁକ୍ତି ହେବନାହିଁ ।

 

 

 

ଓଡିଶାର ପରମ୍ପରା ତଥା ପର୍ବପର୍ବାଣୀ ବିଷୟରେ ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus (0 )