Thursday 25th April 2024
ଗଭୀର ସମୁଦ୍ର ତଳେ ଥିବା ବିଚିତ୍ର ଜୀବ ସି-ଡ୍ରାଗନ୍

ଗଭୀର ସମୁଦ୍ର ତଳେ ଥିବା ବିଚିତ୍ର ଜୀବ ସି-ଡ୍ରାଗନ୍

ଆମର ଏହି ପୃଥିବୀ ଏକ ବିଚିତ୍ର ସୃଷ୍ଟି । ଯେଉଁଠି ଜୀବନର ମହତ୍ୱ ଅଛି ଓ ସମସ୍ତଙ୍କ ପାଇଁ ଏହି ପୁରା ଗ୍ରହରେ ଜାଗା ମଧ୍ୟ ଅଛି । ସମସ୍ତଙ୍କ ପାଇଁ କହିବାର ଅର୍ଥ ହେଉଛି ଏଇଠି କେବଳ ମଣିଷ ନୁହନ୍ତି ବରଂ ଭିନ୍ନ ଭିନ୍ନ ଜୀବଜନ୍ତୁଙ୍କର ବି ଆଶ୍ରୟ ରହିଛି । ଆମର ଦୁନିଆରେ ବହୁତ ପ୍ରକାରର ଏମିତି ବିଚିତ୍ର ଜୀବଙ୍କର ଅସ୍ତିତ୍ୱ ରହିଛି ଯାହା ବିଷୟରେ ସାଧାରଣତଃ ଆମମାନଙ୍କୁ ଧାରଣା ବି ନାହିଁ । ଆପଣ କେବେ ବି ଦେଖିନଥିବା କିମ୍ବା ଜାଣିନଥିବା ଏମିତି ଏକ ବିଚିତ୍ର ଜୀବ ବିଷୟରେ ଚାଲନ୍ତୁ କଥା ହେବା  ।

ଆପଣ ଡ୍ରାଗନ୍ ବିଷୟରେ ନିଶ୍ଚୟ ଶୁଣିଥିବେ । ଏକ ବିଶାଳକାୟ ଜନ୍ତୁ ପାଟିରୁ ନିଆଁ ବାହାର କରୁଥାଏ । ଆକାଶରେ ଉଡିବାର କ୍ଷମତା ବି ରଖେ । ଏସବୁ ଆମେ ବିଭିନ୍ନ ଫିଲ୍ମ ମାନଙ୍କରେ ବି ଦେଖିଛୁ । କିନ୍ତୁ ଡ୍ରାଗନ୍ କଣ କେବେ ମାଛ ହେଇପାରେ ? ଡ୍ରାଗନ କଣ ପାଣିରେ ରହିପାରିବ ? ଆଶ୍ଚର୍ଯ୍ୟକର କଥା ହେଉଛି, ଏହା ସମ୍ଭବ ହେଇପାରିବ । ଏହିଭଳି ମିଷ୍ଟ୍ରିୟସ୍ କ୍ରିଏଚର୍‌କୁ ଦେଖିଲେ ଆପଣ ବି ଭାବିବେ- ସତରେ ଆମ ପୃଥିବୀରେ କେତେ କଣ ଅଜଣା ଜିନିଷ ଅଛି ଯାହା ବିଷୟରେ ଆମେ ବହୁତ କଥା ଜାଣିନାହୁଁ ।

ଆପଣ କେବେ ସି-ଡ୍ରାଗନର ନାଁ ଶୁଣିଛନ୍ତି କି ? ଇଏ ଦେଖିବାକୁ ବିଶାଳକାୟ ନୁହେଁ କି ଏହା ପାଟିରୁ ନିଆଁ ବି ବାହାରେ ନାହିଁ । ବରଂ ଗୋଟିଏ ଗଛରେ ଯେମିତି ଲତା,ପତ୍ର ଆଦିଥାଏ ଏହି ଡ୍ରାଗନ ଦେହରେ ବି ସେମିତି ଲତାପତ୍ର ଲାଗିଥାଏ କେବଳ ସେତିକି ନୁହେଁ ଏହା ଦେଖିବାକୁ ମଧ୍ୟ ଛୋଟ ଆକୃତିର । ବୈଜ୍ଞାନିକଙ୍କ ଅନୁସାରେ ଏହା ବିଶେଷ ଭାବେ ଦକ୍ଷିଣ ଅଷ୍ଟ୍ରେଲିୟାର ସମୁଦ୍ରଜଳରାଶିରେ ୮୨ ଫିଟ୍ ଗଭୀରତା ତଳେ ଦେଖିବାକୁ ମିଳେ । ଏହାର ମୁଖ୍ୟ ବିଶେଷତଃ କଣ ଜାଣନ୍ତି ?- ଗଭୀର ସମୁଦ୍ର ତଳେ ଥିବା ଗଛ ଲତା ସହ ଇଏ ପୁରାପୁରି ମିଶିଯାଏ । ଯାହାଦ୍ୱାରା ବଡ ମାଛ ମାନେ ଏହି ସି-ଡ୍ରାଗନର ବା ଲିଫି ସି-ଡ୍ରାଗନର ଶିକାର କରିପାରନ୍ତି ନାହିଁ ।

ଏମାନେ ୧୪ଇଂଚ ଲମ୍ବା ବିଶିଷ୍ଟ ହେଇ ୭ ରୁ ୧୦ ବର୍ଷ ପର୍ଯ୍ୟନ୍ତ ବଂଚିପାରନ୍ତି । ଏହି ସି-ଡ୍ରାଗନର ଦାନ୍ତ ବି ନାହିଁ କିନ୍ତୁ ତଥାପି ଏହା ନିଜର ଲମ୍ବା ଥଣ୍ଟରେ ନିଜ ଶିକାରକୁ ଶୋଷି ବଂଚିରହିଥାଏ । ଗରମ ଦିନରେ ଏହି ସି-ଡ୍ରାଗନ୍ ୧୦୦ ରୁ ୨୦୦ ଅଣ୍ଡା ଦେଇଥାଏ ଯାହାଦ୍ୱାରା ତାର ପ୍ରଜାତି ବଢିଚାଲେ । ଆଉ ଏହି ପ୍ରଜାତିରେ ଏକ ଭିନ୍ନ କଥା ହେଉଛି ନର ଓ ନାରୀ ଉଭୟ ଗର୍ଭ ଧାରଣର କ୍ଷମତା ରଖିଥାନ୍ତି । ଆମେ ଆକ୍ୱାରିୟମରେ ସମୁଦ୍ର ତଳେ ଥିବା ବିଭିନ୍ନ ପ୍ରଜାତିର ମାଛଙ୍କୁ ଧରି ସଜେଇଥାଉ । କିନ୍ତୁ ଏହି ସି-ଡ୍ରାଗନ୍ କୁ ଧରିବା କାନୁନ ନଜରରେ ଅପରାଧ । ପ୍ରତ୍ୟେକ ସମୁଦ୍ରୀ ଜୀବଙ୍କୁ ଅଧ୍ୟୟନ କରୁଥିବା ବୈଜ୍ଞାନିକଙ୍କ ଅନୁସାରେ ସି-ଡ୍ରାଗନ୍ ର ମୂଳ ହେଉଛି ସିଗ୍‌ନିଥାଇଦେ (Syngnathidae ) । ଏହାକୁ ଆପଣ ଏହି ବିଚିତ୍ର ମାଛର ମୂଳ ବୋଲି କହିପାରିବେ । ଯାହାଠାରୁ ସି-ହର୍ସ,ପାଇପ୍ ଫିସ୍ ଓ ସି-ଡ୍ରାଗନ୍ ଭଳି ପ୍ରଜାତି ମାଛ ଗୁଡିକର ଜନ୍ମ ହୋଈଛି । ତେବେ ଆପଣଙ୍କୁ ଏହି ସି-ଡ୍ରାଗନ୍ ବିଷୟରେ କଣ ଆଗରୁ ଜଣାଥିଲା ? ଆପଣଙ୍କର ମତାମତ ଆମକୁ ଜଣାନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )