Thursday 28th March 2024
ଗୁଗଲରେ କରିବାକୁ ଚାହୁଁଛନ୍ତି କି ଚାକିରୀ? ଜାଣନ୍ତୁ କେମିତି କରିବେ

ଗୁଗଲରେ କରିବାକୁ ଚାହୁଁଛନ୍ତି କି ଚାକିରୀ? ଜାଣନ୍ତୁ କେମିତି କରିବେ

ଯେତେବେଳେ ବଡ଼ ବଡ଼ କମ୍ପାନୀର ନା’ ଆସେ, ସେଠାରେ ଚାକିରୀ କରିବା ପାଇଁ ଯୁବପିଢ଼ିଙ୍କ ଭିତରେ ଉତ୍ସାହ ବି ଆସେ । କିନ୍ତୁ ବଡ଼ କମ୍ପାନୀରେ ଚାକିରୀ କରିବାକୁ କଣ କଣ ଆବଶ୍ୟକ ଥାଏ ସେ ବିଷୟରେ ପ୍ରାୟତଃ କାହାକୁ ଧାରଣା ନଥାଏ । ଯଦି ସେମିତି ଏକ କମ୍ପାନୀ ବିଷୟରେ କହିବା ତାହାଲେ ଗୁଗଲ ର ନା’ ଆସିବ । ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ କୁହାଯାଉଥିବା ଗୁଗଲରେ କଣ ଆପଣ ଓ ମୋ ଭଳି ଲୋକ ଚାକିରୀ କରିପାରିବେ? ତେବେ ହଁ ଏଥିରେ ଚାକିରୀର ସୁଯୋଗ ଅଛି ଓ ସଫଳତା ମଧ୍ୟ ଅଛି । ତେବେ ଏଠି ଆମେ କହି ରଖୁ କି ଗୁଗୁଲ  ମଝିରେ ମଝିରେ ପୋଷ୍ଟ ବାହାର କରେ । ତେବେ ଆପଣ ବି ଯଦି ଗୁଗଲରେ କାମ କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଟି ଆପଣଙ୍କ ପାଇଁ ।Google sent everyone home. Next door, they're all still in the office |  ZDNETଗୁଗଲ କଣ ?:

ଗୁଗଲ କମ୍ପାନୀକୁ Larry Page and Sergey Brin  ସ୍ଥାପନ କରିଥିଲେ । ଏହି ୨ଜଣ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି ପଢ଼ୁଥିଲେ । ଗୁଗଲର ସ୍ଥାପନା ସେପ୍ଟେମ୍ବର ୪,  ୧୯୯୮ରେ ହୋଇଥିଲା । ଏହା ଏକ Multinational Technology Company  ଅଟେ । ଯାହାକି Internet Search, Cloud Computing and Advertising Systems ଉପରେ ଆଧାରିତ । ଗୁଗଲ ଇଣ୍ଟର୍‌ନେଟ୍ ସମ୍ବନ୍ଧିତ ବିଭିନ୍ନ ପ୍ରକାରର ସୁବିଧା ଦେଇଥାଏ । ଗୁଗଲ ଦୁନିଆରେ ନିଜର ୧୦ଲକ୍ଷ  ରୁ ଅଧିକ ଡାଟା ସେଣ୍ଟର ଚଲାଏ ।Google reshuffles its leadership in Asia Pacific | TechCrunchଶିକ୍ଷାଗତ ଯୋଗ୍ୟତା:

ଗୁଗଲରେ କାମ କରିବାକୁ ହେଲେ ଆପଣଙ୍କ ପୋଷ୍ଟ ଉପରେ ନିର୍ଭର କରେ କି ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା କଣ ରହିବା ଦରକାର ।

  • ଗୁଗଲ ହେଉଛି ଏକ  କମ୍ପାନୀ, ଏଠି କାମ କରିବାକୁ ହେଲେ ଆପଣ ଭଲ ଇଂରାଜୀ କହିବା ଦରକାର ।
  • ଗୁଗଲରେ ଚାକିରୀ କରିବାକୁ ହେଲେ ଆପଣଙ୍କ ପାଖରେ ଭଲ କମ୍ପୁଟର ନଲେଜ ରହିବା ଜରୁରୀ ଅଟେ ।
  • ଚାକିରୀ କରିବାକୁ ହେଲେ ଆପଣଙ୍କ Communication Skill ଭଲ ଥିବା ଦରକାର ।

ଗୁଗଲରେ ଚାକିରୀ କେମିତି ପାଇବେ?:

  • ଗୁଗଲ ମଝିରେ ମଝିରେ ନିଜ କମ୍ପାନୀ ପାଇଁ Vacancies ବାହାର କରିଥାଏ । ଗୁଗଲରେ ଚାକିରୀ କରିବାକୁ ହେଲେ ଆପଣଙ୍କ ପାଖରେ ଏକ ଭଲ ରିଜ୍ୟୁମ ଥିବା ନିହାତି ଦରକାର ।
  • ଗୁଗଲ ବହୁତ ବଡ଼ ବଡ଼ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ମାଧ୍ୟମରେ Vacancies ଦ୍ୱାରା  ଚାକିରୀ ଦେଇଥାଏ ।
  • https://careers.google.com/  ଏହି ଲିଙ୍କରେ ଚାକିରୀ ପାଇଁ ଆବେଦନ କରିପାରିବେ ।

ଗୁଗଲରେ ଚାକିରୀ କରିଲେ କେଉଁ କେଉଁ ସୁବିଧା ମିଳିବ?:

  • ଗୁଗଲ ନିଜ କମ୍ପାନୀରେ କାମ କରୁଥିବା ସବୁ କର୍ମଚାରୀଙ୍କୁ ଫ୍ରିରେ ଖାଇବାକୁ ଦିଏ ।
  • କର୍ମଚାରୀ ମାନଙ୍କ ପାଇଁ ସବୁପ୍ରକାରର ମନୋରଞ୍ଜନର ସୁବିଧା ଥାଏ ।
  • କର୍ମଚାରୀଙ୍କ ସ୍ୱାସ୍ଥ୍ୟର ଧ୍ୟାନ ରଖି ବଗିଚା, ରିଲାକ୍ସ ହୋମ୍‌, ଏହା ସହ ଆରାମ କରିବା ପାଇଁ ବିଭିନ୍ନ ପ୍ରକାରର ସାଧନ ବ୍ୟବହାର ମଧ୍ୟ ରଖିଛି ।
  • ନିଜ କମ୍ପାନୀକୁ ଗୁଗଲ ଏଭଳି ଡିଜାଇନ୍ କରିଛି କି କୌଣସି ବି କର୍ମଚାରୀଙ୍କୁ କିଛି ବି ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ ।
  • ଗୁଗଲ ନିଜ କର୍ମଚାରୀଙ୍କ ପାଇଁ ଫ୍ରି ଜିମ୍ ସହ ଫ୍ରି ମେଡିକାଲ ଷ୍ଟାଫ୍ ସୁବିଧା ମଧ୍ୟ ରଖିଛି।

CATEGORIES
TAGS
Share This

COMMENTS

Wordpress (0)
Disqus (0 )