Friday 19th April 2024
ଡେଭିଲ୍ସ ବାଇବେଲର ରହସ୍ୟ ବିଷୟରେ କେବେ ଶୁଣିଛନ୍ତି କି?

ଡେଭିଲ୍ସ ବାଇବେଲର ରହସ୍ୟ ବିଷୟରେ କେବେ ଶୁଣିଛନ୍ତି କି?

ଆପଣ ମାନେ ନିଶ୍ଚୟ ଜାଣିଥିବେ କି ଯେପରି ଭଗବାନ ଅଛନ୍ତି ସେପରି ସୈତାନ ମଧ୍ୟ ଅଛନ୍ତି । ଯେମିତି ବାଇବେଲ କୁ ଭଗବାନ ଏକ ପବିତ୍ର ଶକ୍ତି ତିଆରି କରିଛନ୍ତି, ସେପରି ସୈତାନର ବି ଡେଭିଲ୍ସ ବାଇବେଲ ଅଛି ଯାହାକୁ ନକାରାତ୍ମକ ଶକ୍ତି ତିଆରି କରିଛି । ଆଜି ଆମେ ଆପଣଙ୍କୁ ଏହି ଡେଭିଲ୍ସ ବାଇବେଲ ସମ୍ବନ୍ଧରେ ଅବଗତ କରାଇବାକୁ ଯାଉଛୁ। ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ୟ୍ୟ ହୋଇଯିବେ ନିଶ୍ଚିନ୍ତ, ହେଲେ ତାହା ନିରାଟ ସତ କଥା ।The Devil's Bible…The Codex Gigas - CVLT Nationଡେଭିଲ୍ସ ବୁକ, ପ୍ରଥମ ଥର ଏହି ନା’ ଟି ଶୁଣି ଲାଗୁଛି ଯେମିତି କେଉଁ ନକାରାତ୍ମକ ଶକ୍ତିର ବହି, ତେବେ ଏହି ପୁସ୍ତକର ପ୍ରକୃତ ନାମ ହେଉଛି କୋଡେକ୍ସ ଗିଗା । ଏହି ପୁସ୍ତକର ପ୍ରଥମ ପୃଷ୍ଟାରେ ହିଁ ଏକ ସୈତାନର ଚିତ୍ରଣ ହୋଇଛି । ଏହି କାରଣରୁ ହିଁ ଏହାକୁ ଡେଭିଲ୍ସ ବାଇବେଲ କୁହାଯାଏ । ଏହି ପୁସ୍ତକଟିରେ, ୩୨୦ଟି ପୃଷ୍ଟା ଥିଲା କିନ୍ତୁ ଏବେ ଏହି ପୁସ୍ତକରେ ୩୧୦ଟି ପୃଷ୍ଟା ରହିଛି, ତେବେ ବାକି ୧୦ ଟି ପୃଷ୍ଟା କୁଆଡ଼େ ଗଲା ଏ ପର୍ଯ୍ୟନ୍ତ କେହି ଜାଣି ନାହାଁନ୍ତି। ଏହି ବହିଟି ୩୬ ଇଞ୍ଚ ଲମ୍ବା, ଓସାରରେ ୨୦ ଇଞ୍ଚ ଏବଂ ୮.୭ ଇଞ୍ଚର ମୋଟା ଅଟେ, ଏବଂ ଏହାର ଓଜନ ୭୪ କେଜି ।Codex Gigas: The Devil's Bible | The Scare Chamberତେବେ ଏଠି ଗୋଟିଏ ପଶ୍ନ ଉଠୁଛି କି ଏହି ପୌରାଣିକ ପୁସ୍ତକକୁ ଡେଭିଲ୍ସ ବାଇବେଲ ବୋଲି କଣ ପାଇଁ କୁହାଯାଏ? ପ୍ରକୃତରେ ଏହି ପୁସ୍ତକର ପ୍ରଥମ ପୃଷ୍ଟାରେ ରହିଛି ୧୯ଇଞ୍ଚର ସୈତାନର ଚିତ୍ରଣ । ଯେଉଁଥିରେ ସୈତାନଟି ତଳକୁ ନଇଁକି ବସିଥିବା ବେଳେ ମୁହଁ ସାମ୍ନା ପଟକୁ ରହିଛି ଏବଂ ତାର ୨ଟି ସିଘଂ, ହାତ ଓ ଗୋଡ଼ର ନଖ ଲାଲ୍ ରହିଛି। ଏହାସହ ସେ ଗୋଟିଏ କପଡ଼ା ମଧ୍ୟ ପିନ୍ଧିଛି ଯାହା କି “ପ୍ରିନ୍ସ ଅଫ ଡାର୍କନେସ”ର ପ୍ରତିକ ଅଟେ । ଯେଉଁ କାରଣରୁ ଏହି ପୁସ୍ତକଟିକୁ ଡେଭିଲ୍ସ ବାଇବେଲ୍ ବୋଲି କୁହାଯାଏ । ତେବେ ଆପଣ ଏବେ ଭାବୁଥିବେ କି ଏହି ପୁସ୍ତକଟି କିଏ ଲେଖିଛି? ଏବଂ ଏତେ ବଡ଼ ପୁସ୍ତକ ଟିକୁ ଲେଖିବାକୁ କେତେ ସମୟ ଲାଗିଥିବ?Codex Gigas — A. P. Manuscriptsଏହି ପୁସ୍ତକଟିର କାହାଣୀ ଆରମ୍ଭ ହୁଏ ୧୩ ଶତାବ୍ଦୀରୁ, ସେତେବେଳେ ଜଣେ ମଙ୍କ୍ ନିଜ ରାଜ୍ୟର ନିୟମକୁ ଭାଙ୍ଗିଥିଲା । ଯେଉଁଥିପାଇଁ ତାକୁ କାନ୍ଥ ମଧ୍ୟରେ ପୋତାଯିବାର ଆଦେଶ ମିଳିଥିଲା । କିନ୍ତୁ ସେ ଏହି ମୃତ୍ୟୁ ଦଣ୍ଡରୁ ବଞ୍ଚିବା ପାଇଁ ରାଜାଙ୍କୁ ଏକ ପ୍ରସ୍ତାବ ଦେଲା କି ମୋତେ ଆପଣ ଛାଡ଼ି ଦିଅନ୍ତୁ । ମତେ ଗୋଟିଏ ରାତି ସମୟ ଦିଅନ୍ତୁ, ମୁଁ ଆପଣଙ୍କୁ ଏପରି ଏକ ପୁସ୍ତକ ଲେଖିକି ଦେବି ଯେଉଁଥିରେ ଦୁନିଆର ସବୁ ଜ୍ଞାନ ଥିବ ଯାହାଫଳରେ ଆପଣଙ୍କ ରାଜ୍ୟର ବି ଉନ୍ନତି ହେବ । ଏହି କଥାରେ ରାଜା ରାଜି ହୋଇଗଲେ ଓ ଏକ କୋଠରୀରେ ବନ୍ଦ କରି ଗୋଟିଏ ରାତିର ସମୟ ଦେଲେ । ସେ ବ୍ୟକ୍ତି ଜଣକ ମଧ୍ୟ ଲେଖିବା ଆରମ୍ଭ କରିଦେଲା, କିଛି ପୃଷ୍ଟା ଲେଖିବା ପରେ ସେ ଚିନ୍ତାରେ ପଡ଼ିଯାଇଥିଲା କି ରାଜାଙ୍କୁ ତ କହିଦେଲି ହେଲେ ଗୋଟିଏ ରାତିରେ ପୁସ୍ତକ ଟି କେମିତି ଲେଖିବି? ଏହାପରେ ସେ ଲୋକ ସୈତାନର ରାଜା ଲୁସିଫରକୁ ପ୍ରାର୍ଥନା କଲା ଏବଂ ତାକୁ କହିଲା କି ମତେ ସାହାର୍ୟ୍ୟ କରନ୍ତୁ ମୁଁ ଆପଣଙ୍କୁ ମୋ ଆତ୍ମ ଦେଇଦେବି । ଏହା ଶୁଣି ଲୁସିଫର ଗୋଟିଏ ରାତିରେ ହିଁ ପୁରା ବହିକୁ ଲେଖିଦେଲା ।Codex Gigas: “The Devil's Bible” and other Illuminated Manuscripts of the Medieval World – ThinkingWestତେବେ ବୈଜ୍ଞାନିକଙ୍କ ମତରେ ଏହି ପୁସ୍ତକଟି ୧୬୦ ଟି ଗଧଙ୍କ ଚମଡ଼ାରେ ତିଆରି । ଏହି ପୁସ୍ତକର ପ୍ରତ୍ୟେକ ଟି ଶବ୍ଦ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଏକା ପରି ଓ ଏକା ଶୈଳୀରେ ଲେଖା ହୋଇଛି। ବୈଜ୍ଞାନିକଙ୍କ ମତରେ ଏହି ପୁସ୍ତକକୁ ଯଦି କିଏ ଦିନକୁ ୬ ଘଣ୍ଟା ୬ ଦିନ ଲଗାତାର ବସିକି ଲେଖେ ତେବେ ଏହି ବହିକୁ ଲେଖିବାକୁ ୫ ବର୍ଷ ଓ ଚିତ୍ର ସବୁ କରିବାକୁ ୩୦ବର୍ଷର ସମୟ ଲାଗିବ ଓ ଲେଖିବା ଶୈଳୀ ମଧ୍ୟ ଅଲଗା ହୋଇଯିବ । ବୈଜ୍ଞାନିକଙ୍କ ମତରେ ଏହି ପୁସ୍ତକଟି ଲେଖିବା ପଛରେ କିଛି ଗୁଡ଼ ରହସ୍ୟ ଲୁଚି ରହିଛି ଯାହା ଆମେ କେହ ବି ଜାଣି ନାହାଁନ୍ତି ।Behold the Codex Gigas (aka “Devil's Bible”), the Largest Medieval Manuscript in the World | Open Cultureବିଶେଷଜ୍ଞଙ୍କ କହିବା ଅନୁସାରେ ‘ହରମନ ଦ ରେକ୍ଲୁ୍ୟଜ୍’ ଏହି ପୁସ୍ତକଟିକୁ ଲେଖିଥିଲେ । ସେ ହେଉଛନ୍ତି ସେହି ମଙ୍କ ଯାହାଙ୍କ ବିଷୟରେ ଆପଣ ଟିକେ ପୂର୍ବରୂ ପଢ଼ିଥିବେ । ଏହି ମଙ୍କ ଙ୍କର ପୁସ୍ତକଟି ଚେକ୍ ରିପବ୍ଲିକ୍ର ମନେଷ୍ଟି୍ରରେ ଥିଲା, ଯାହାକି ୧୫ ଶତାବ୍ଦୀରେ ପୁରା ନଷ୍ଟ ହୋଇଗଲା । ଯାହା ପରେ ଏହି ପୁସ୍ତକଟି କୁ ଅନେକ ମନେଷ୍ଟି୍ର ରେ ରଖାଗଲା ଓ ପରେ ଏହା ଏମ୍ପରଫ୍ ବ୍ରଡଲ୍ଫ ଦ୍ୱିତୀୟ ପଢ଼ିବାକୁ ଆଣିଥିଲେ । ସେଠାରୁ ସ୍ୱିଡେସ୍ ଆର୍ମି ଏହାକୁ ନେଇଗଲେ ଏବଂ ଗୋଟିଏ ବଡ଼ ଲାଇବ୍ରେରୀରେ ରଖିଥିଲେ । କିନ୍ତୁ ସେଠି ୭ମେ ୧୬୯୭ରେ ନିଆଁ ଲାଗିଗଲା, ସେଠରୁ ଏହି ପୁସ୍ତକଟିକୁ ନିଅାଁ କବଳରୁ ବଞ୍ଚେଇବା ପାଇଁ ଉପରୁ ତଳକୁ ପକାଗଲା ଯାହା ଫଳରେ ପୁସ୍ତକଟିର ବାଇଡିଂ ଭାଙ୍ଗି ଗଲା । ଯେଉଁଥିରେ ପୁସ୍ତକଟିର ଶେଷ ୧୦ଟି ପୃଷ୍ଟା ହଜିଯାଇଥିବ କିମ୍ବା ଜଳି ଯାଇଥିବାର ଅନୁମାନ କରାଗଲା । ଏହା ବ୍ୟତୀତ କିଛି ଲୋକଙ୍କ କହିବା ଅନୁସାରେ ଜାଣିଶୁଣି ଶେଷ ୧୦ଟି ପୃଷ୍ଟାକୁ ଚିରା ଯାଇଛି । କାରଣ ସେଥିରେ କିଛି ଏମିତି ବିଧି ଲେଖାଯାଇଥିଲା ଯାହା ସାହାର୍ଯ୍ୟରେ ଜଣେ ବ୍ୟକ୍ତି ସୈତାନକୁ ଆମ ଦୁନିଆକୁ ଡାକିପାରିବ । ସେବେଠୁ ଏହି ପୁସ୍ତକଟି ଲୋକ ଲୋଚନକୁ ଆସିଲା । ଏବେ ଏହି ପୁସ୍ତକଟି ଚେକ୍ ରିପବ୍ଲିକର ନାସନାଲ ଲାଇବ୍ରେରୀରେ ଡିସ୍ପ୍ଲେରେ ରହିଛି । ଏବେ ବି ଅନେକ ବୈଜ୍ଞାନିକ ଏହି ପୁସ୍ତକର ରହସ୍ୟକୁ ଖୋଜିବା ପାଇଁ ଆସନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus ( )