Friday 26th April 2024
ନ ଶୋଇଲେ ଆଖି ରେ ହେବ କଳା ମୋତିଆବିନ୍ଦୁ

ନ ଶୋଇଲେ ଆଖି ରେ ହେବ କଳା ମୋତିଆବିନ୍ଦୁ

ରାତିରେ ଶୁଅନ୍ତୁ , ନହେଲେ ହେବ କଳା ମୋତିଆବିନ୍ଦୁ । ବ୍ୟସ୍ତ ବହୁଳ ଜୀବନରେ ଶାନ୍ତି ରେ ଟିକେ ଶୋଇବା ପାଇିଁ ମଧ୍ୟ ସମୟ ନାହିଁ । ଚାକିରି ହେଉ କିମ୍ୱା ପାଠ ପଢା କାହାପାଖରେ ଶାନ୍ତି ରେ ଟିକେ ଶୋଇବା ପାଇିଁ ସମୟ ନାହିଁ । କିଏ ଦିନ ରେ ଶୋଉଛି ତ କିଏ ରାତିରେ । ମାନସିକ ଚାପରେ ଥିବା ବ୍ୟକ୍ତି ଦିନରେ ଶୋଇପାରେ ନା ରାତିରେ । ରାତିରେ ନ ଶୋଇ ଦିନରେ ଶୋଉଥିବା ବ୍ୟକ୍ତିଙ୍କୁ ମୋତିଆବିନ୍ଦୁ ହେବାର ଆଶଙ୍କା ଅଧିକ । ଗବେଷକଙ୍କ ମତରେ  ରାତିରେ ଶୋଇ ନପାରିବା ,  ଦିନରେ ନିଦ ଲାଗିବା ଏବଂ ଘୁଙ୍ଗୁଡି ମାରିବା ଫଳରେ  ଆଖି ଉପରେ କୁପ୍ରଭାବ ପଡିଥାଏ ।

ତେବେ ଯଦି ଦୀର୍ଘ ସମୟ ଧରି  ଏହିଭଳି ସମସ୍ୟା  ଲାଗି ରୁହେ  ତେବେ  କଳା ମୋତିଆ ବିନ୍ଦୁ ଆଶଙ୍କା ବଢିଯାଏ ।  ଏହାର  ଯଦି ଉଚିତ୍‌ ସମୟରେ ଚିକିତ୍ସା କରା ନ ଯାଏ ତାହେଲେ ଦୃଷ୍ଟିଶକ୍ତି ଚାଲିଯିବାର ଆଶଙ୍କା ମଧ୍ୟ ରହିଥାଏ । ଏହି ରୋଗ କୁ ଗ୍ଲୁକୋମା କୁହାଯାଇଥାଏ । ୨୦୪୦ ମସିହା  ପର୍ଯ୍ୟନ୍ତ ବିଶ୍ୱରେ  ୧୧.୨ କୋଟି ଲୋକ ଗ୍ଲୁକୋମା ରେ ପୀଡିତ ହୋଇପାରନ୍ତି ବୋଲି ଗବେଷକମାନେ  ସୂଚାଇ ଦେଇଛନ୍ତି । ଗ୍ଲୁକୋମାରେ ଥରେ ଦୃଷ୍ଟିଶକ୍ତି ଚାଲିଗଲେ ଆଉ ଫେରିନଥାଏ ।

ନିଦର ଅଭାବ ହେଲେ ଏହି ରୋଗ ଯେକୌଣସି ବୟସର ଲୋକଙ୍କୁ ହୋଇପାରେ  ବୋଲି ଗବେଷକମାନେ କହିଛନ୍ତି । ତେବେ ସାଧାରଣତଃ ବୟଷ୍କ ବ୍ୟକ୍ତି ଏବଂ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କଠାରେ ଏହି ସମସ୍ୟା ଉପୁଜିଥାଏ ।  ତେବେ ୨୦୧୦ରୁ ୨୦୨୧  ମସିହା ପର୍ଯ୍ୟନ୍ତ  ହୋଇଥିବା ଏକ ଅଧ୍ୟୟନରେ ଗ୍ଲୁକୋମାରେ  ୮,୬୯୦ ମାମଲା ଚିହ୍ନଟ  କରାଯାଇଥିଲା ।  ଏହି ଅଧ୍ୟୟନରେ ୪୦ ରୁ ୬୯ ବର୍ଷୀୟ  ଲୋକଙ୍କୁ ସାମିଲ କରାଯାଇଥିଲା । ଏହି ଲୋକମାନଙ୍କୁ ତାଙ୍କର ନିଜ ଅଭ୍ୟାସ  ସମ୍ପର୍କରେ ତଥ୍ୟ ମଗା ଯାଇଥିଲା ।  ତେବେ ଅଧ୍ୟୟନରୁ ଜଣାଯାଇଥିଲା ଯେ ଠିକ୍ ନିଦରେ ରାତିରେ ଶୋଉଥିବା ଲୋକଙ୍କ ତୁଳନାରେ  ଦିନ ନିଦ ଏବଂ ଘୁଙ୍ଗୁଡି ମାରୁଥିବା ବ୍ୟକ୍ତିଙ୍କ ନିକଟରେ  ଗ୍ଲୁକୋମା  ଆଶଙ୍କା ୧୧ ପ୍ରତିଶତ ଅଧିକ ଥିଲା ।

ତେବେ ଭଲ ନିଦ ହେଉଛି  ଉତ୍ତମ ସ୍ୱାସ୍ଥ୍ୟ ଏବଂ  ଭଲ ଜୀବନ ଶୈଳୀର ଚାବିକାଠି । ଯଦି ଭଲ ନିଦ ନ ହୁଏ ଏହାର ପ୍ରଭାବ ମସ୍ତିଷ୍କ ର ନିଷ୍ପତ୍ତି ନେବାର କ୍ଷମତା ଉପରେ ପଡିଥାଏ । ଖାଲି ସେତିକି ନୁହେଁ  ସ୍ମୃତି ଶକ୍ତି, ଶିଖିବା କ୍ଷମତା ଉପରେ  ମଧ୍ୟ ନକାରାତ୍ମକ  ପ୍ରଭାବ ପଡିଥାଏ । ଯଦି ମାନସିକ ଚାପ କିମ୍ବା ଅନ୍ୟକିଛି କାରଣ ରୁ ଶୋଇପାରୁନାହାନ୍ତି ତାହେଲେ ଶୀଘ୍ର ଡାକ୍ତର ଙ୍କ ସହ ପରାମର୍ଶ କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )