Thursday 18th April 2024
୫୮% ପରେ ଏଲନ ମସ୍କ ଛାଡ଼ୁଛନ୍ତି ଟ୍ୱିଟର

୫୮% ପରେ ଏଲନ ମସ୍କ ଛାଡ଼ୁଛନ୍ତି ଟ୍ୱିଟର

ଟ୍ୱିଟର କୁ କିଣିଲା ପରେ ଏଲନ୍ ମସ୍କ ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି । କେତେବେଳେ ଛଟେଇ କୁ ନେଇକି, ତ ପୁଣି କେତେବେଳେ ଅଫିସରେ କଟକଣା, ଆଉ କେତେବେଳେ ନିଜ ଟ୍ୱିଟକୁ ନେଇକି । ଏଭଳି ଅନେକ ଜିନିଷକୁ ନେଇ ଆଜିକାଲି ବହୁତ ଚର୍ଚ୍ଚାରେ ରହୁଛନ୍ତି ଟ୍ୱିଟରର ସିଇଓ ଏଲନ ମସ୍କ । ଟ୍ୱିଟରକୁ କିଣିଲା ପରେ ଅନେକ ନିୟମ ପରିବର୍ତ୍ତନ କରିଛନ୍ତି ଯାହାକୁ ନେଇ କର୍ମଚାରୀ ଠାରୁ ଆରମ୍ଭ କରି ୟୁଜର୍ସ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । କିନ୍ତୁ ଏଠି କାହାଣୀରେ ଆସିଯାଇଛି ଟ୍ୱିଷ୍ଟ କାରଣ ଏବେ ନିଜେ ଏଲନ୍ ମସ୍କ ଚିନ୍ତାରେ ପଡ଼ିଯାଇଛନ୍ତି ।Twitter to Increase Tweet Character Limit to 4,000, Elon Musk Says -  MacRumorsଟ୍ୱିଟରର ସିଇଓ ଭାବେ ମସ୍କ ଦାୟିତ୍ୱ ସମ୍ଭାଳନ୍ତୁ ବୋଲି ଅଧିକାଂଶ ଲୋକ ଚାହୁଁ ନାହାଁନ୍ତି । ଯାହା କି ଏକ ଟ୍ୱିଟର ପୋଷ୍ଟ ପୋଲ୍‌ରୁ ଜାଣିବାକୁ ମିଳିଛି । ଯାହା ଫଳରେ ଏଲନ ମସ୍କ ନିଜେ ସିଇଓ ପଦରୁ ହଟିବା କଥା କହିଛନ୍ତି । ଏଲନ ମସ୍କ କହିଛନ୍ତି କି “ଟ୍ୱିଟରରେ କରାଯାଇଛି ପୋଲ ପୋଷ୍ଟରୁ ଜଣା ପଡ଼ିଛି ଅଧିକାଂଶ ଲୋକ ଚାହୁଁନାହାଁନ୍ତି ମୁଁ ଟ୍ୱିଟରର ସିଇଓ ଭାର ସମ୍ଭାଳେ । ତେଣୁ ଏହି ଦାୟିତ୍ୱରୁ ନିଜକୁ ମୁକ୍ତ କରିବା କଥା ମୁଁ ଭାବୁଛି” । ପୂର୍ବରୁ ଏଲନ ମସ୍କ ଟ୍ୱିଟରରେ ଏକ ପୋଲ୍ ପୋଷ୍ଟ କରି ଲୋକଙ୍କୁ ଏକ ପ୍ରଶ୍ନ ପଚାରି କହିଥିଲେ କି ସେ ଟ୍ୱିଟରର ସିଇଓ ପଦ ଛାଡ଼ିଦେବା ଉଚିତ୍ କି?Here's the Brutal Truth About Elon Musk and Twitter That Nobody Wants to  Admit | Inc.comଏହି ପୋଷ୍ଟରେ ଅନେକ ଳୋକ ନିଜ ମତବ୍ୟକ୍ତ କରି ୫୮% ୟୁଜର୍ସ ସେମାନଙ୍କର ମତ ରଖି ମସ୍କଙ୍କ ସିଇଓ ପଦ ଛାଡ଼ିବା ସପକ୍ଷରେ ଥିଲେ । ୪୨% ୟୁଜର୍ସଙ୍କ ମତରେ ଏଲମ ମସ୍କଙ୍କୁ ନିଜ ପଦ ସମ୍ବାଳିବା ଜରୁରୀ ଅଟେ । ଯାହା ଫଳରେ ପୋଲ୍ ରେ ହାରିବା ପରେ, ଏଲନ ମସ୍କ ସିଇଓ ପଦ ଛାଡ଼ିବା ପାଇଁ ଯୋଜନା କରିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି କି “ଦାୟିତ୍ୱ ସମ୍ଭାଳିବା ପାଇଁ ଯଦି କୌଣସି ବୋକା ବ୍ୟକ୍ତି ମଳି ଯାଆନ୍ତି, ତାହାଲେ ସେ ତୁରନ୍ତ ସିଇଓ ପଦରୁ ଇସ୍ତଫା ଦେଇଦେବେ ” । ଏହା ପରେ ସେ କେବଳ ସଫ୍ଟୱେୟାର୍ ଓ ସର୍ଭର ଟିମ୍ ଦାୟିତ୍ୱରେ ରହିବେ ବୋଲି କହିଛନ୍ତି ଏଲନ ମସ୍କ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )