Friday 19th April 2024
ଦୀର୍ଘ ୭୦ ବର୍ଷ ପରେ ଭାରତକୁ ଫେରିଲା ଚିତାବାଘ…

ଦୀର୍ଘ ୭୦ ବର୍ଷ ପରେ ଭାରତକୁ ଫେରିଲା ଚିତାବାଘ…

ଚିତାବାଘ ବିଷୟରେ ଆମେ ସମସ୍ତେ ସ୍କୁଲରେ ପଢିଛୁ ,କିନ୍ତୁ ତାକୁ ଦେଖିବାର ସୋଭାଗ୍ୟ ଆମ ପାଖରେ ନଥିଲା॥ ଆମ ଦେଶରୁ ଏହି ଚିତା ମାନେ ବିଲୁପ୍ତ ହେଇଯାଇଥିଲେ॥ ହେଲେ ଏବେ ଆମେ ବି କହିପାରିବୁ ଆମ ଦେଶରେ ଚିତାବାଘ ଅଛନ୍ତି॥  କାରଣ ଆମ ଦେଶର ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଦେଶବାସୀଙ୍କୁ ଉପହାର ଦେଇଛନ୍ତି ଚିତାବାଘ   । ୭୦ବର୍ଷ ପରେ ଭାରତକୁ ଆଠଟା ଚିତାବାଘ ଉପହାର ଦେଇଛନ୍ତି ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶର କୁନୋ ଅଭୟାରଣ୍ୟରେ ଆଜି ୮ଟି ଚିତାଙ୍କୁ ଛଡ଼ାଯାଇଛି  । ସ୍ବତନ୍ତ୍ର ଜମ୍ବୋ ଜେଟ୍ ନାମ୍ବିଆରୁ ଭାରତ ଅଣାଯାଇଛି ଏହି ୮ ଚିତା । ଦୀର୍ଘ ୭୦ ବର୍ଷରୁ ଅଧିକ ସମୟ ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତରୁ ବିଲୁପ୍ତ ହୋଇ ସାରିଥିବା ଚିତା ବାଘ ପୁଣି ଦେଶର ଜଙ୍ଗଲରେ ଦୌଡ଼ିବେ । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଭାରତରେ ପହଞ୍ଚିଛି ନାମ୍ବିଆର ୮ ଆଫ୍ରିକୀୟ ଚିତା । ଚିତାଙ୍କୁ ନେଇ ଗ୍ବାଲିୟରରେ ପହଞ୍ଚିଛି ବିମାନ । ସକାଳ ପ୍ରାୟ ୯.୨୦ ମିନିଟରେ ମଧ୍ୟପ୍ରଦେଶର କୁନୋ- ପାଲପୁର ନ୍ୟାସନାଲ ପାର୍କରେ ଚିତାଙ୍କୁ ଛଡ଼ାଯାଇଛି  । ସ୍ୱତନ୍ତ୍ର ବିମାନରେ ୫ଟି ମାଇ ଓ ତିନିଟି ଅଣ୍ଡିରା ଚିତା ଆସିଛନ୍ତି । ଦୁଇଟି ଅଣ୍ଡିରା ବାଘର ବୟସ ସାଢ଼େ ୫ ବର୍ଷ ଥିବା ବେଳେ ଆଉ ଜଣଙ୍କ ବୟସ ସାଢେ ୪ ବର୍ଷ । ମାଇ ଚିତାଙ୍କ ମଧ୍ୟରୁ ୨ଟିର ବୟସ ୫ ବର୍ଷ, ଆଉ ଦୁଇଟିର ବୟସ ଅଢେଇରୁ ୪ ବର୍ଷ ଏବଂ ସବୁଠୁ କନିଷ୍ଠ ଚିତାର ବୟସ ଦୁଇ ବର୍ଷ । ଏମାନେ ଏହି ସ୍ୱତନ୍ତ୍ର ବିମାନରେ ଭାରତ ଆସିଛନ୍ତି।

ନିଜେ ପ୍ରଧାନମନ୍ତ୍ରୀ ମୋଦି ଚିତାଗୁଡ଼ିକୁ କୁନୋ ଅଭୟାରଣ୍ୟରେ ଛାଡ଼ିଛନ୍ତି  । ଯେଉଁମାନଙ୍କୁ ଜନ୍ତାରେ ପୂରାଇ ବିମାନରେ ଅଣାଯାଇଛି । ବିମାନରେ ଅଣାଯାଇଥିବା ଚିତାବାଘ  କାଳେ ବାନ୍ତି କରିବେ ସେଥିପାଇଁ ସେମାନଙ୍କୁ ଖାଲି ପେଟରେ ରଖାଯାଇଥିଲା  । ଚିତା ବାଘଙ୍କ ସହିତ ଓ୍ବାଇଲଡ୍ ଲାଇଫ୍ ଏକ୍ପପର୍ଟ, ଡାକ୍ତର, ସାଇଣ୍ଟିଷ୍ଟ ମଧ୍ୟ ଆସିଥିଲେ  । ସକାଳ ସାଢ଼େ ୭ଟା ବେଳେ ଏହା ରାଜସ୍ଥାନରେ ପହଞ୍ଚିଥିଲେ । ସମସ୍ତ ୮ଟି ଚିତାବାଘଙ୍କ ଉପରେ ନଜର ରଖିବାକୁ ସେମାନଙ୍କ ଶରୀରରେ ସାଟେଲାଇଟ୍ ରେଡିଓ କଲାର ଲଗାଯାଇଥିଲା  । ମାସେ ପରେ ସେମାନଙ୍କୁ ୬ ବର୍ଗ କିଲୋମିଟରର ଆଉ ଏକ ବିଶାଳ କ୍ୱାରେଣ୍ଟିନକୁ ଛଡ଼ାଯିବ। ସେଠାରେ ସେମାନେ ଶିକାର କରିବାର ସୁଯୋଗ ପାଇବେ। ଶେଷରେ କ୍ୱାରେଣ୍ଟିନରୁ ମୁକ୍ତି ପାଇ ୭୪୦ ବର୍ଗ କିଲୋମିଟର କୁନୋ ଜାତୀୟ ଉଦ୍ୟାନ ଓ ଆଖପାଖ ୫ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ଅବାଧ ବିଚରଣ କରିବେ ୮ଟି ଯାକ ଚିତା ବାଘ। ଏଥିପାଇଁ ପ୍ରାୟ ୨୫ଟି ଗାଁର ୫ ହଜାର ଲୋକଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି।

ଆଜି ମଧ୍ୟପ୍ରଦେଶର ‘କୁନୋ ଜାତୀୟ ଉଦ୍ୟାନ’କୁ ୮ଟି ଚିତା ଅଣାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମିବ୍ୟାକୁ କୃତଜ୍ଞତା ଜଣାଇବା ସହ ଦେଶବାସୀଙ୍କୁ କହିଛନ୍ତି, ଏଥିରେ କୌଣସି ରାଜନୈତିକ ଫାଇଦା ନାହିଁ, କିନ୍ତୁ ୭୦ ବର୍ଷ ପରେ ଭାରତକୁ ଚିତା ଆଣିବା ଲାଗି ସୁନିଶ୍ଚତ ହେବା ପାଇଁ ଆମେ ଅନେକ ବର୍ଷ ଧରି ଚେଷ୍ଟା କରିଛୁ। ଏ ଚିତାମାନେ ଆମ ଅତିଥି। କୁନୋରେ ସେମାନେ ଘର କରନ୍ତୁ। ମୋଦୀ ଆହୁରି କହିଛନ୍ତି, ୧୯୫୨ ମସିହାରୁ ଦେଶରୁ ଚିତା ବିଲୁପ୍ତ ‌ବୋଲି ଘୋଷଣା କରାଯିବା ଦୁଃଖର ବିଷୟ। କିନ୍ତୁ, କେତେ ଦଶନ୍ଧି ବିତି ଯାଇଥିଲେ ବି ଚିତା ଅଣାଯିବା ନିମନ୍ତେ ଉଲ୍ଲେଖଯୋଗ୍ୟ ଉଦ୍ୟମ କରାଯାଇ ନ ଥିଲା। ଆଜି ଆମେ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ପାଳନ କରୁଥିବା ବେଳେ ନୂଆ ବଳ ନେଇ ଦେଶ ଚିତା ପୁନଃଥଇଥାନ ଆରମ୍ଭ କରିଛି। ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଅବସରରେ ଆମେ ବିଲୁପ୍ତ ଚିତା ଫେରାଇ ଆଣିବାକୁ ସମର୍ଥ ହୋଇପାରିଛୁ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )