Friday 19th April 2024
ପିଆଜକୁ ଏମିତି ଖାଇଲେ ଦୂର ହେଇଯିବ ସବୁ ସମସ୍ୟା

ପିଆଜକୁ ଏମିତି ଖାଇଲେ ଦୂର ହେଇଯିବ ସବୁ ସମସ୍ୟା

ପିଆଜ ହେଉଛି ଏକ ପରିବା । ଯାହାକୁ ଆମେ ଖାଦ୍ୟ ସୁଆଦ କରିବା ପାଇଁ ମସଲା ଭାବରେ ବ୍ୟବହାର କରିଥାଉ । ଅନେକ ଲୋକ କିନ୍ତୁ ପିଆଜର ଖରାପ ବାସ୍ନା ପାଇଁ ଖାଇବାକୁ ପସନ୍ଦ କରନ୍ତି ନାହିଁ । ହେଲେ ଏହା ଆପଣଙ୍କ ଶରୀର ପାଇଁ ଉପକାରୀ ହୋଇଥାଏ । ତେବେ ଆପଣ ପିଆଜ ରସ ପିଇବା କଥା ଜାଣିଛନ୍ତି କି? ଜାଣିଛନ୍ତି କି ପିଆଜର କେତେ ଉପକାରିତା ରହିଛି? ଆଜି ଆମେ ଆପଣଙ୍କୁ ସେହି ବିଷୟରେ ଜଣାଇବୁ କି ଆମ ଶରୀର ପାଇଁ ପିଆଜ କେତେ ଲାଭଦାୟୀ ।4 Uncommon Side Effects of Applying Onion Juice on Hair - eMediHealth

ଓଜନ ହ୍ରାସ:

ଆଜିର ସମୟରେ ନିଜ ଶରୀର ପାଇଁ ସମସ୍ତେ ସର୍ତକ ରହିବା ପସନ୍ଦ କରୁଛନ୍ତି । ତେବେ ଆପଣ ବି ଯଦି ନିଜ ଶରୀରର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ଆପଣ ଖାଲି ପେଟରେ ପିଆଜ ରସ ପିଅନ୍ତୁ । ଏହା ଆପଣଙ୍କ ଶରୀରର ଡିଟକ୍ସଫିକେସନ୍‌ର ମଧ୍ୟ ସହାୟକ ହୋଇଥାଏ ଓ ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ସାଧାରଣତଃ ପିଆଜରେ ଅନେକ ଆଣ୍ଟି-ଅକ୍ସିଡାଣ୍ଟ ଥାଏ । ଯାହା ଆପଣଙ୍କ ମେଟାବୋଲିଜିମ୍‌ରେ ଉନ୍ନତି ଆଣିବାରେ ସାହାର୍ଯ୍ୟ କରିଥାଏ ।

ସୁସ୍ଥ ଚର୍ମ:

ଶୀତ ଦିନେ ସାଧାରଣତଃ ଆମ ଚର୍ମ ଶୁଷ୍କ ହୋଇଯାଏ, ଓ ଶରୀରକୁ ଡ୍ରାଏ ଲାଗେ । ଏହି ଅସୁବିଧାରୁ ମୁକ୍ତ ଓ ସୁସ୍ଥ ଚର୍ମ ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ । ଗୋଟିଏ ପାତ୍ରରେ ନିଅନ୍ତୁ କିଛି ପିଆଜ ରସ,ସ୍ୱାଦ ଅନୁସାରେ ଲୁଣ ଓ କିଛି ଲେମ୍ବୁ ରସ ଏହାକୁ ମିଶାଇ ପିଅନ୍ତୁ । ଏହି ମିଶ୍ରଣକୁ ପିଇବା ଦ୍ୱାରା ଆପଣଙ୍କ ଶରୀରର ଆଭ୍ୟନ୍ତରୀଣ ଭାବରେ ସଫା ହୋଇଯିବ । ଯେଉଁ କରଣରୁ ଆପଣଙ୍କ ଚର୍ମ ଚମକିବା ଆରମ୍ଭ କରିଦବ ।

ପ୍ରତିରୋଧକ ଶକ୍ତି:

ପ୍ରତିରୋଧକ ଶକ୍ତିି ବଢ଼େଇବା ପାଇଁ ଅନେକ ଉପାୟ ଅଛି ସେହି ମଧ୍ୟରୁ ପିଆଜ ଅନ୍ୟତମ । ପିଆଜ ଭିଟାମିନ୍ ସି ଏବଂ ଜିଙ୍କ ପରି ଗୁଣରେ ଭରପୂର ଅଟେ । ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼େଇବାରେ ସାହାର୍ଯ୍ୟ କରେ । ଯାହାଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିବ ।

ସୁସ୍ଥ କେଶ:

ଝିଅ ପିଲା ହୁଅନ୍ତୁ କି ପୁଅ ପିଲା ନିଜ କେଶ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । କିନ୍ତୁ ଶୀତ ଦିନ ହେଲେ କେଶରେ ରୂପି ହେବା ଯେମିତି ଗୋଟିଏ ସାଧାରଣ କଥା କିନ୍ତୁ ରୂପି ହେବା ଦ୍ୱାରା ମୁଣ୍ଡର ତ୍ୱଚା ଶୁଷ୍କ ହୋଇଯାଏ । ଯାହାଫଳରେ କେଶ ଝଡ଼ିବା ଆରମ୍ଭ ହୋଇଯାଏ । ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ପିଆଜକୁ ବାଟି ତା ରସକୁ କେଶର ମୂଳରେ ଲଗାଇପାରିବେ । କିଛି ସମୟ ରଖି ଭଲ ସାମ୍ପୁରେ ମୁଣ୍ଡ ଧୋଇ ଦିଅନ୍ତୁ ଏହା ଆପଣଙ୍କ ଚୁଟିକୁ ଶୁଷ୍କ ଓ ରୂପି ହେବାରୁ ରକ୍ଷା କରିବ । ଏହା ବ୍ୟତୀତ ଆପଣ ଯଦି ଆପଣ ପିଆଜ ରସ ପିଅନ୍ତି ତେବେ ଏହା ଆପଣଙ୍କ କେଶକୁ ମଧ୍ୟ ଶକ୍ତିଶାଳୀ କରିଥାଏ । ପିଆଜ ଆପଣଙ୍କ କେଶ ଭିତରୁ ପୃଷ୍ଟିକର କରିଥାଏ । ଯାହା ଆପଣଙ୍କ କେଶକୁ ଦୃଢ଼ ଓ ମୋଟା କରିଥାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )