Friday 26th April 2024
କାହିଁକି ଶୀତ ଦିନରେ ହୁଏ ଅଧିକ ହୃଦଘାତ

କାହିଁକି ଶୀତ ଦିନରେ ହୁଏ ଅଧିକ ହୃଦଘାତ

ବିଭିନ୍ନ ଅଧ୍ୟୟନରୁ ଜଣାପଡିଛି ଯେ ଶୀତ ଦିନରେ ହୃଦଘାତ ଏବଂ ଆନୁସଙ୍ଗିକ ମୃତ୍ୟୁ ସଂଖ୍ୟା ଅଧିକ | କଠିନ ଶୀତ କେବଳ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଉପରେ ନୁହେଁ, ବରଂ ଆପଣଙ୍କ ହୃଦୟରେ ମଧ୍ୟ ପ୍ରଭାବ ପକାଇଥାଏ | ହୃଦଘାତ ହେତୁ ମୃତ୍ୟୁ ହାର ଶୀତଦିନ ରେ ପଚାଶ ପ୍ରତିଶତ ଅଧିକ ହୋଇପାରେ | ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଅତ୍ୟଧିକ ଥଣ୍ଡା ତାପମାତ୍ରାରେ ଉତ୍ତାପ ନିୟନ୍ତ୍ରଣ କରିବା ଆମ ଶରୀର ପାଇିଁ କଷ୍ଟକର ହୋଇଯାଏ | ଶରୀରର ଆଭ୍ୟନ୍ତରୀଣ ତାପମାତ୍ରା ଖସିବା ହୃଦୟ ପାଇଁ ବିପଜ୍ଜନକ, ବିଶେଷକରି ହୃଦୟ ସମ୍ବନ୍ଧୀୟ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ବିପଦ ଜନକ |

ବ୍ୟସ୍ତ ବହୁଳ ଜୀବନରେ ସ୍ୱାସ୍ଥ୍ୟ କୁ ସୁସ୍ଥ ରଖିବା ଭାରି କଷ୍ଟ କର | ଜୀବନ ର ବ୍ୟସ୍ତତା ମଧ୍ୟରେ ବହୁତ ଲୋକ ଅଛନ୍ତି,ଯେଉଁମାନେ ଜଳଖିଆ ହେଉକି ମଧ୍ୟାହ୍ନ ଭୋଜନ ସବୁକିଛି ବାହାରେ କରିଥାଆନ୍ତି | ତେବେ ଖାଦ୍ୟ ପ୍ରସ୍ତୁତି ସମୟରେ ସବୁ ହୋଟେଲ୍ ସ୍ୱଚ୍ଛତା କୁ ଧ୍ୟାନ ଦେଇ ନଥାନ୍ତି | ଯାହାଫଳରେ ସେଇ ଖାଦ୍ୟକୁ ପ୍ରତିଦିନ ଖାଉଥିବା ବ୍ୟକ୍ତିମାନଙ୍କର ହୁଏ ପେଟ ଖରାପ ଏବଂ ତା ସହ ଶରୀର ହୁଏ ରୋଗ ଗ୍ରସ୍ଥ | ହୃଦ୍‌ଘାତ ଏବଂ ଅନ୍ୟାନ୍ୟ ହୃଦ୍‌ରୋଗ ସମଗ୍ର ବିଶ୍ୱରେ ଏକ ପ୍ରମୁଖ ସ୍ୱାସ୍ଥ୍ୟ ଚିନ୍ତାର ବିଷୟ ପାଲଟିଛି, କିନ୍ତୁ ବର୍ତ୍ତମାନ ସମୟରେ ଯୁବକମାନଙ୍କ ମଧ୍ୟରେ ହୃଦ୍‌ରୋଗ ସମସ୍ୟା ଅଧିକ ପରିମାଣ ରେ ଚିହ୍ନଟ ହେଉଛି | ପ୍ରାଚୀନ କାଳରୁ ହୃଦ୍‌ରୋଗ ରହିଆସିଛି | ଏହା ଏପରି କିଛି ନୁହେଁ ଯାହା ନିକଟରେ ଚିହ୍ନଟ ହୋଇଛି | ସିନେମା ତାରକା ହୁଅନ୍ତୁ କି ସାଧାରଣ ଜନତା, ନିକଟରେ ହୃଦଘାତରେ ଅନେକ ଜଣ ମୃତ୍ୟୁ ର ଶିକାର ହେଇଛନ୍ତି | ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ଅସ୍ୱାସ୍ଥ୍ୟକର ଜୀବନଚର୍ଯ୍ୟା ହୃଦଘାତ ର କାରଣ ହେଇପାରେ | ଅଧିକାଂଶ ହୃଦଘାତ ସାଂଘାତିକ ହୋଇପାରେ ଏବଂ ସେଥିପାଇଁ ରୋଗୀ କୁ  ତୁରନ୍ତ ଚିକିତ୍ସା ସେବା ଆବଶ୍ୟକ | ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏକ ସୁସ୍ଥ ଜୀବନଶୈଳୀ ହୃଦ୍‌ରୋଗକୁ ରୋକିପାରେ ଏବଂ ମଧୁମେହ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ ଏବଂ ହାଇପରଗ୍ଲାଇସେମିଆ ଭଳି ଅନ୍ୟ କ୍ରନିକ ରୋଗ ହେବାର ଆଶଙ୍କା କୁ ମଧ୍ୟ କମ୍ କରିପାରେ | ନିୟମିତ ବ୍ୟାୟାମ ଏବଂ ଏକ ସଠିକ୍ ଖାଦ୍ୟ ନିଶ୍ଚିତ ଭାବରେ ରୋଗକୁ ଦୂରେଇ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ଧୁମ୍ରପାନ ହେଉ କିମ୍ୱା ମଦ୍ୟପାନ ,ଏହା ସ୍ୱାସ୍ଥ୍ୟ ପାଇିଁ ଅତ୍ୟନ୍ତ କ୍ଷତି କାରକ | ବିଶେଷକରି ପଚିଶ  ରୁ ପଚାଶ ବର୍ଷ ବୟସ ମଧ୍ୟରେ – କନ୍ନଡ ସୁପରଷ୍ଟାର ପୁଣେତ୍ ରାଜକୁମାର, ଗାୟକ କେ.କେ ଏବଂ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରି ଅନେକ ସେଲିବ୍ରିଟିଙ୍କ ଙ୍କର  ହୃଦଘାତରେ ମୃତ୍ୟୁ ଘଟିଛି | ତେବେ ସକରାତ୍ମକ ଚିନ୍ତାଧାରା ସହ ଶୀତ ଦିନରେ ଖାଆନ୍ତୁ ଦେଶୀ ଖଜୁରୀ,ବାଦାମ, ଓଟସ୍ ,ମୂଳ ଜାତୀୟ ପନିପରିବା, ଯେପରିକି ମୂଳା , ବିଟ୍ ଏବଂ ପିଅନ୍ତୁ ଗ୍ରୀନ୍ ଟି, ଆଉ ଲେମନ୍ ଟି।

CATEGORIES
TAGS
Share This

COMMENTS

Wordpress (0)
Disqus (0 )