Tuesday 23rd April 2024
‘ମକର ସଂକ୍ରାନ୍ତି’ କେଉଁଠି କେମିତି ପାଳନ କରାଯାଏ ଓ ଏହା ପଛର କାରଣ କ’ଣ ?

‘ମକର ସଂକ୍ରାନ୍ତି’ କେଉଁଠି କେମିତି ପାଳନ କରାଯାଏ ଓ ଏହା ପଛର କାରଣ କ’ଣ ?

ଆମ ରାଜ୍ୟରେ ୧୨ ମାସରେ ୧୩ ପରବ ପାଳନ ହୁଏ । ଏହିଭଳି କଥା ଏଇଥିପାଇଁ କୁହାଯାଏ,କାରଣ ଯାନି,ଯାତରା ଆଉ ଭିନ୍ନ ଭିନ୍ନ ପରମ୍ପରାକୁ ନେଇ ଆମେ କିଛି ନା କିଛି ପର୍ବ ପାଳନ କରୁଥାଉ । ଏହିଭଳି କରି ଆମ ପୂର୍ବପୁରୁଷ ମାନେ ବି ଆମର କଳା ସଂସ୍କୃତିକୁ ଆଜି ଯାଏଁ ବଜାଇ ରଖିଆସିଛନ୍ତି । ଏହାରି ଭିତରେ ଇଂରାଜୀ ନବବର୍ଷ ସରିବାର ୧୩ ଦିନ ପରେ ଏକ ଖାସ୍ ପର୍ବ ପାଳନ କରିବାର ସମୟ ଆସିଗଲାଣି । କାହିଁକି କେଜାଣି ଏହି ପର୍ବର ତାରିଖ କେହି କେବେ ଭୁଲିପାରନ୍ତି ନାହିଁ । ଏହି ପର୍ବ ଆରମ୍ଭ ହେବାର ପାଖାପାଖି ମାସେ ପୂର୍ବରୁ ଆକାଶରେ ନାଲି,ନେଳି ଭଳିକି ଭଳି ରଙ୍ଗର ଗୁଡି ଉଡୁଥିବାର ଦେଖିବାକୁ ମିଳେ । ଏହି ପର୍ବ କେବଳ ଆମ ରାଜ୍ୟ ଓଡିଶାରେ ନୁହେଁ ବରଂ ସାରା ଭାରତବର୍ଷରେ ଭିନ୍ନ ଭିନ୍ନ ନାଁ ଅନୁସାରେ ପାଳିତ ହୁଏ । ଆମ ଓଡିଶାରେ ଏହାକୁ ମକର ସଂକ୍ରାନ୍ତି ବୋଲି କୁହାଯାଏ । ଯଦି ବୈଜ୍ଞାନିକ ମାନ୍ୟତାକୁ ଲକ୍ଷ୍ୟ କରିବା ତାହାଲେ ଏହିଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି ,ଅର୍ଥାତ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ଯଦି ପରମ୍ପରା ଅନୁସାରେ ଦେଖିବା ତାହାଲେ ଏହିଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସେଥିପାଇଁ ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବର ଅଲଗା ଅଲଗା ନାଁ ଅଛି ।

ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ମକର ସଂକ୍ରାନ୍ତି ପର୍ବକୁ ବିଭିନ୍ନ ନାମରେ ଜଣାଯାଏ । କର୍ଣ୍ଣାଟକରେ ସଂକ୍ରାନ୍ତି, ତାମିଲନାଡୁ ଓ କେରଳରେ ପୋଙ୍ଗଲ, ପଂଜାବ ଓ ହରିୟାଣାରେ ମାଘୀ, ଗୁଜରାଟ ଓ ରାଜସ୍ଥାନରେ ଉତ୍ତରାୟଣ ଏବଂ ଉତ୍ତରାଖଣ୍ଡରେ ଉତ୍ତରାୟଣୀ ନାମରେ ମକର ସଂକ୍ରାନ୍ତି ର ଏହି ପର୍ବ ପ୍ରସିଦ୍ଧ ଅଟେ । ଆସନ୍ତୁ ଜାଣିବା ‘ମକର ସଂକ୍ରାନ୍ତି’ କେଉଁଠି କେମିତି ପାଳନ କରାଯାଏ ଓ ଏହା ପଛର କାରଣ କ’ଣ ?

ଓଡିଶା : ଓଡିଶାର ସବୁଠାରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଗୃହର ଦେବାଦେବୀ ଓ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ । ବିଭିନ୍ନ ମନ୍ଦିରରେ ମକର ଚାଉଳ ପ୍ରଦାନ କରିବା ସହିତ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ । ଏହି ଦିନ ଲୋକମାନେ ପରସ୍ପର ମଧ୍ୟରେ ମକର ଚାଉଳ ବାଣ୍ଟି ମିତ୍ରତା ସ୍ଥାପନ କରନ୍ତି ଏବଂ ନିଜ ନିଜ ମଧ୍ୟରେ ମକର ଡକା ଡକି ହୁଅନ୍ତି ।

ଗୁଜରାଟ ଓ ରାଜସ୍ଥାନ : ‘ମକର ସଂକ୍ରାନ୍ତି’ରେ ରାଜସ୍ଥାନ ଓ ଗୁଜରାଟରେ ଗୁଡି ଉଡାଇବାର ପରମ୍ପରା ଅଛି । ଯଦ୍ୱାରା ଗୁଜରାଟରେ ‘ଗୁଡି ମହୋତ୍ସବ’ ବି ବଡ ଉତ୍ସାହର ସହିତ ପାଳନ କରାଯାଏ । ଗୁଡି ଉଡାଇବା ବ୍ୟତୀତ ଏହି ଦିନ ଘର ଗୁଡିକରେ ସୂର୍ଯ୍ୟପୂଜା କରିବା ପାଇଁ ଘେବର, ଫେଣୀ, ରାଶିର ଲଡୁ ବି ତିଆରି କରାଯାଏ । ଏହି ବିଶେଷ ଦିନ ଏଠାକାର ଲୋକ ମହିଳାଙ୍କୁ ସୁହାଗର ସାମଗ୍ରୀ ଦେବା ଶୁଭ ମାନନ୍ତି ।

ଉତ୍ତର ପ୍ରଦେଶ : ‘ମକର ସଂକ୍ରାନ୍ତି’ ପର୍ବ ଉତ୍ତର ପ୍ରଦେଶରେ ବଡ ଧୁମଧାମର ସହିତ ପାଳନ କରାଯାଏ । ଏହି ଦିନ ଘର ଗୁଡିକରେ ଖେଚୁଡି ତିଆରି କରି ଖାଇବା ଶୁଭ କୁହାଯାଏ । ଏହା ବ୍ୟତୀତ ଲୋକେ ଏହି ଦିନ ରାଶି ଲଡୁ, ରାଶିର ଗଜକ ଓ ବାଦାମର ସ୍ୱାଦର ବି ମଜା ନିଅନ୍ତି ।

ତାମିଲନାଡୁ : ମକର ସଂକ୍ରାନ୍ତି’ର ପର୍ବକୁ ତାମିଲନାଡୁରେ ପୋଙ୍ଗଲ ନାମରେ ଜଣାଯାଏ । ଏହି ଦିନ ଲୋକ ଘରେ ସଫା ସୁତୁରା କରିବା ପରେ ଅଗଣାରେ ଅଟା ଓ ଚାଉଳର ଅଟାରେ ରଙ୍ଗୋଲୀ କରନ୍ତି । ଏହାପରେ ମାଟିର ପାତ୍ରରେ ଖିରି ତିଆରି କରନ୍ତି । ଯାହାର ଭୋଗ ସର୍ବପ୍ରଥମେ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରାଯାଏ । ତାମିଲନାଡୁରେ ଏହି ପର୍ବ ୪ ଦିନ ପର୍ଯ୍ୟନ୍ତ ପାଳନ କରାଯାଏ ।

ମହାରାଷ୍ଟ୍ର : ମହାରାଷ୍ଟ୍ରରେ ୩ଦିନ ପର୍ଯ୍ୟନ୍ତ ମକର ସଂକ୍ରାନ୍ତି ପାଳନ କରାଯାଏ । ଏହି ସମୟରେ ମହାରାଷ୍ଟ୍ରର ପାରମ୍ପରିକ ‘ପୁରନ ପୋଲି’ । ଏହା ସହିତ ରାଶିରେ ତିଆରି ବ୍ୟଂଜନକୁ ଲୋକଙ୍କ ମଧ୍ୟରେ ବାଂଟି ପୁରୁଣା ଶତ୍ରୁତାକୁ ଭୁଲିବାର ପ୍ରାରମ୍ଭ କରାଯାଏ ।

କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି ?

ସୂର୍ଯ୍ୟଦେବ ଯେବେ ଧନୁ ରାଶିରୁ ମକରରେ ପହଁଚିଥାନ୍ତି ତ ମକର ସଂକ୍ରାନ୍ତି ପାଳନ କରାଯାଏ । ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିକୁ ଯିବାର ମହତ୍ତ୍ୱ ଏଥିପାଇଁ ଅଧିକ କାରଣ ଏହି ସମୟରେ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟଣ ନେଇଥାନ୍ତି । ଦେବତାମାନଙ୍କ ଦିନ ଭାବେ ବିଶ୍ୱାସ କରାଯାଏ । ମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତରେ ସ୍ନାନ ଓ ଦାନ-ପୁଣ୍ୟ କରିବାର ବିଶେଷ ମହତ୍ୱ ରହିଛି । ଏହି ଦିନ ଖେଚୁଡିର ଭୋଗ ଲଗାଯାଏ । ଖାଲି ଏତିକି ନୁହେଁ ଅନେକ ସ୍ଥାନରେ ପୂର୍ବପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଖେଚୁଡି ଦାନ କରିବାର ମଧ୍ୟ ବିଧାନ ରହିଛି । ମକର ସଂକ୍ରାନ୍ତି ରେ ରାଶି ଓ ଗୁଡର ପ୍ରସାଦ ମଧ୍ୟ ବଂଟା ଯାଏ । ଅନେକ ସ୍ଥାନରେ ଗୁଡି ଉଡାଇବାର ପରମ୍ପରା ମଧ୍ୟ ରହିଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )