Friday 19th April 2024
ଡାର୍ଟ ମିଶନ;ସଫଳ ହେଲା ପୃଥିବୀକୁ ରକ୍ଷା କରିବାର ମିଶନ

ଡାର୍ଟ ମିଶନ;ସଫଳ ହେଲା ପୃଥିବୀକୁ ରକ୍ଷା କରିବାର ମିଶନ

ବିପଦ ଆସିଲେ ତାର ସାମ୍ନା କରାଯାଏ ବୋଲି ଆପଣ ଶୁଣିଥିବେ । କିନ୍ତୁ ବିପଦ ଆସିବା ଆଗରୁ ତା ପାଖକୁ ଯାଇ ମୁକାବିଲା କରିବାର କଥା ହୁଏତ ଆପଣ ଶୁଣିନଥିବେ । ଆମ ପୃଥିବୀରେ ଘଟିଥିବା ଅନେକ ଦୁର୍ଘଟଣାରୁ ଆମେ ମାନବସମାଜ ବହୁତ କିଛି ଶିଖିଛୁ । ଏଇ ଯେମିତି ବିତିଯାଇଥିବା କଥା ଭିତରୁ ଡାଇନେସରଙ୍କ ବିଲୁପ୍ତ ହେବାର ଘଟଣା ଆମେ ସବୁଠୁ ଅଧିକ ଜାଣିଛୁ । ଯେତେବେଳେ ଆମ ପୃଥିବୀରେ ଡାଇନେସରଙ୍କର ପୁରା ବଂଶ ବୃଦ୍ଧି ହେଇସାରିଥିଲା ଆଉ ଏହି ସ୍ଥାନ ସେମାନଙ୍କର ଥିଲା ସେତେବେଳେ କେହି ବି କଳ୍ପନା କରିପାରିନଥିବେ ଯେ ସେମାନେ ଦିନେ ଲୋପ ପାଇଯିବେ । ଆମ ପୃଥିବୀ ଯେଉଁ ସୋଲାର ସିଷ୍ଟମ ଅର୍ନ୍ତଗତ ରହିଛି । ସେଥିରେ କେତେ ଯେ ଆଷ୍ଟ୍ରୋଏଡ ଘୁରିବୁଲିଛନ୍ତି ତାର କଳନା ନାହିଁ । ସେଥିପାଇଁ ସେତେବେଳେ ଏକ ବଡ ଆଷ୍ଟ୍ରୋଏଡ ମାଡରେ ପୃଥିବୀରୁ ପୁରା ଡାଏନସରଙ୍କର ବଂଶ ବିଲୁପ୍ତ ହେଇଗଲା । ବର୍ତ୍ତମାନ ଯୁଗରେ ଏହି ସମାନ ଭୟ ଆମ ମଣିଷଙ୍କୁ ମଧ୍ୟ ଘାରିଛି । କାରଣ ଆଜି ଆମେ ବହୁତ ମାତ୍ରାରେ ବିକାଶର ଦିଗରେ,ଟେକନୋଲୋଜୀର ଯୁଗରେ ଆଗେଇ ଚାଲିଛୁ । ନିଜ ସୋଲାର ସିଷ୍ଟମରେ ଥିବା ଅନ୍ୟ ଗ୍ରହଙ୍କ ନିକଟକୁ ଯିବାର ପ୍ରୟାସ କରିଚାଲିଛୁ । ଯଦି ଏହିଭଳି ଏକ ଆଷ୍ଟ୍ରୋଏଡ ପୁଣି ପୃଥିବୀରେ ଧକ୍କା ହେଲା ତାହାଲେ ଆମ ମଣିଷ ପ୍ରଜାତି ବି ମୂଳରୁ ନାଶ ହେଇଯିବ । ତେବେ ଏବେ ଏହିଭଳି ବିପଦ ପୁଣିଥରେ ମାଡିଆସୁଛି । କଣ ଆମେ ଡାଇନେସରଙ୍କ ଭଳି ମୂଳର ନିପାତି ହେଇଯିବା କି ?

କିନ୍ତୁ ଏସବୁର ସମାଧାନ ବା କଣ ?

ଯେଉଁସମୟରେ ଆମେ ଅନ୍ୟଗ୍ରହରେ ଜୀବନ ଖୋଜୁଛୁ ତା ପାଇଁ ନିଜର ଅତ୍ୟାଧୁନିକ ଟେକନୋଲୋଜୀର ବ୍ୟବହାର କରୁଛୁ । ଠିକ୍ ସେଇ ସମୟରେ ଆମ ଗ୍ରହକୁ ଆଷ୍ଟ୍ରୋଏଡର ବିପଦ ବଢୁଛି । ପୂର୍ବରୁ ଆଷ୍ଟ୍ରୋଏଡ ଧକ୍କା ହେବାକୁ ୟୁରୋପିଏନ୍ ସ୍ପେସ ଏଜେନ୍ସି ଓ ନାସା ଉଭୟ ସେତିକି ଗୁରୁତର ଭାବେ ନେଉନଥିଲେ । ହେଲେ ଯେବେ ଚେଲବାନିସ୍ ମିଟିୟର ଆଟାକ୍ ରଷିଆରେ ହେଲା ସେତେବେଳେ ଯାଇ ଆଷ୍ଟ୍ରୋଏଡ ଏକ ବଡ ବିପଦ ହେଇପାରେ ବୋଲି ସବୁ ସ୍ପେସ ଏଜେନ୍ସି ଚିନ୍ତା କଲେ । ଏହି ମିଟିୟର ର ସାଇଜ୍ ପାଖାପାଖି ୨୦ମିଟର କୁହାଯାଉଥିଲା । ସେହି ସମୟରେ ଅନେକ ବିଲଡିଙ୍ଗ ଘରଦ୍ୱାରା ମାଟିରେ ଫାଟ ଆଦି ସୃଷ୍ଟି କରିଦେଇଥିଲା ଏହି ୨୦ମିଟରର ଏଷ୍ଟ୍ରୋଏଡ । ହେଲେ ଏହାଠାରୁ ବଡ ଯଦି ଆଷ୍ଟ୍ରୋଏଡ ହେବ ତାହାଲେ କଣ ହେବ କଳ୍ପନା କରନ୍ତୁ ?

ସେଥିପାଇଁ ନାସା ଆରମ୍ଭ କରିଥିଲା ‘ଡାର୍ଟ ମିଶନ’ । ଡବଲ୍ ଆଷ୍ଟ୍ରୋଏଡ୍ ରି-ଡାଇରେକସନ୍ ଟେଷ୍ଟ । ଯେଉଁଥିରେ ନାସା ଏକ ସ୍ପେସକ୍ରାଫ୍ଟ ଜରିଆରେ ଆଷ୍ଟ୍ରୋଏଡଙ୍କର ଗତି ବଦଳାଇବାର ପରୀକ୍ଷା କରିବ । ଏହି ମିଶନରୁ ନାସା ଏହା ଜାଣିବାକୁ ପାଇବ ଯେ ଆମ ସୈାରମଣ୍ଡଳରେ ଘୁରିବୁଲିଥିବା ଆଷ୍ଟ୍ରୋଏଡ ପୃଥିବୀ ଆଡକୁ ଯଦି ଆସୁଥିବ ତାହାଲେ ଏହି ସ୍ପେସକ୍ରାପ୍ଟ ସେମାନଙ୍କର ଦିଗ ପରିବର୍ତ୍ତନ କରିବାରେ କେତେ ସଫଳ ହେବ ?

ତେବେ ଆମ ସୈାରମଣ୍ଡଳରେ ଡିଡିମସ ନାମକ ଏକ ବଡ ଆଷ୍ଟ୍ରୋଏଡ ରହିଛି ଯାହା ୭୮୦ ମିଟର ଚଉଡା । ଆଉ ଏହା ନିକଟରେ ଡିମୋରଫସ୍ ନାମକ ଏକ ଛୋଟ ଆଷ୍ଟ୍ରୋଏଡ ରହିଛି । ଯିଏକି ଏହି ବଡ ଏଷ୍ଟ୍ରୋଏଡର ର ପରିକ୍ରମା କରେ । ଡିମୋରଫସ୍ ର ଡାଇମିଟର ୧୬୦ ମିଟର ହେବ । ଯାହା ଉପରେ ନାସା ନିଜର ଏହି ଡାର୍ଟ ମିଶନ ଟେଷ୍ଟ କରିବାର ଯୋଜନା କରିଥିଲା । ଏହି ମିଶନ ୨୦୧୮ରୁ ପ୍ଲାନ ହେଇସାରି ୨୦୨୧ ନଭେମ୍ବର ୨୪ରେ ଲଂଚ କରାଯାଇଥିଲା ଆଉ ଏବେ ଏହାର ପରିଣାମ କଣ ତାହା ସାରା ବିଶ୍ୱକୁ ଜଣାପଡିସାରିଛି । କାରଣ ୨୬ ସେପ୍ଟେମ୍ବର ୨୦୨୨ ଭୋର ୪ଟା ୪୫ ମିନିଟ୍ ରେ ନାସାର ସ୍ପେସକ୍ରାଫ ଡିମୋରଫସ୍ ସହ ଧକ୍କା ହୋଇଛି । ସ୍ପେସକ୍ରାଫ୍ଟର କାଏନେଟିକ୍ ଶକ୍ତି ପ୍ରୟୋଗ କରି ଏହି ଆଷ୍ଟ୍ରୋଏଡର ଗତି ବଦଳାଇବାରେ ସକ୍ଷମ ହୋଇଛି । ସେଥିପାଇଁ ଏବେ ସାରା ବିଶ୍ୱରେ ଚହଳ ପ୍ଲାନେଟରୀ ଡିଫେନ୍ସ ଟେଷ୍ଟକୁ ସଫଳ କରିଛି ନାସା । ମାନେ ଆମ ପୃଥିବୀକୁ ବିପଦ ଆସିବା ଆଗରୁ ନାସା ତାର ଉପଚାର କରିପାରିଛି । ତେବେ ଏହି ମିଶନର ଲକ୍ଷ୍ୟ ଥିଲା ପୃଥିବୀକୁ ସବୁ ପ୍ରକାରର ଆଷ୍ଟ୍ରୋଏଡ ମାଡରୁ ରକ୍ଷା କରିବା । ଏବେ ଆଗାମୀ ଭବିଷ୍ୟତରେ ଯେଉଁ ଆଷ୍ଟ୍ରୋଏଡ ମାଡର ଭୟ ରହିବ ତାକୁ ଆମେ ବେଳ ଥାଉ ଥାଉ ନିଷ୍କ୍ରିୟ କରିପାରିବା ବୋଲି ଆଜି ପ୍ରମାଣ ହେଇଗଲା ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )