Tuesday 23rd April 2024
ହାର୍ଟ ଆଟାକ୍ ନହେବା ପାଇଁ ନିୟମିତ ଆରମ୍ଭ କରନ୍ତୁ ଚାଲିବା

ହାର୍ଟ ଆଟାକ୍ ନହେବା ପାଇଁ ନିୟମିତ ଆରମ୍ଭ କରନ୍ତୁ ଚାଲିବା

ଆଜିର ସମୟରେ ଅନେକ ଲୋକ ହୃଦଘାତର ଶିକାର ହେଉଥିବା ଆମେ ଦେଖୁଛେ । ଏହାର ଅନେକ କାରଣ ମଧ୍ୟ ଥାଇପାରେ ଯେମିତି ଖରାପ ଜୀବନଶୈଳୀ, ଖାଦ୍ୟପେୟ, କରୋନା ଇତ୍ୟାଦି । ଏହି କାରଣରୁ ଏହି ସମସ୍ୟା କମାଇବା ପାଇଁ ନିୟମିତ ବ୍ୟାୟାମ କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ଏନେଇ ଜର୍ଣ୍ଣାଲ ସର୍କୁଲେସନରେ ପ୍ରକାଶିତ ଏକ ଷ୍ଟଡିରେ ଖୁଲାସା ହୋଇଛି କି ପ୍ରତିଦିନ ୬,୦୦୦ ରୁ ୯,୦୦୦ ଷ୍ଟେପ୍ ଚାଲିବା ଦ୍ୱାରା ହାର୍ଟ ଆଟାକ୍ ଭଳି ଆଶଙ୍କା କମ୍ ହୋଇଥାଏ ।Health Regime-Key to Stay Fit and Fine | Omron Healthcareଏହି ଷ୍ଟଡି ଆମେରିକା ବ୍ୟତୀତ ୪୨ଟି ଅନ୍ୟ ଦେଶରେ ୨୦,୦୦୦ ରୁ ଅଧିକ ଲୋକଙ୍କ ଉପରେ କରାଯାଇଥିଲା । ସାମିଲ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ୫୨ ପ୍ରତିଶତ ମହିଳା ଥିଲେ । ଷ୍ଟଡିରୁ ଜଣା ପଡ଼ିଥିଲା କି ପ୍ରତିଦିନ ୨,୦୦୦ ଷ୍ଟେପ୍ ଚାଲୁଥିବା ବ୍ୟକ୍ତିଙ୍କ ଠାରୁ ୬,୦୦୦ ରୁ ୯,୦୦୦ ଷ୍ଟେପ୍ ଚାଲୁଥିବା ବ୍ୟକ୍ତିଙ୍କଠାରେ ହାର୍ଟ ଆଟାକ୍ ଏବଂ ଷ୍ଟେରାକ୍ ସହ ଅନ୍ୟ ହାର୍ଟ ରୋଗ ଆଶଙ୍କା ୪୦ ରୁ ୫୦ ପ୍ରତିଶତ କମ୍ ରହିଥିଲା । ଏନେଇ ମାସାଚୁସେଟ୍ ବିଶ୍ୱବିଦ୍ୟାଳୟର ପ୍ରମୁଖ ଲେଖକ ଡ. ଆମାଣ୍ଡା ପାଲୁଚ କହିଛନ୍ତି ଯେ ଚାଲିବା ଦ୍ୱାରା ହାର୍ଟ ସମସ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି ।Exercises to lower cholesterol: Types, duration, and moreଏହା ବ୍ୟତୀତ ଗବେଷଣା କରୁଥିବା ବୈଜ୍ଞାନିକ କହିଛନ୍ତି ଯେ ପ୍ରତିଦିନ ୯,୦୦୦ ଷ୍ଟେପ୍ ଚାଲିବା କଷ୍ଟକର ନୁହେଁ । ଆପଣ ନୀତିଦିନ କାମ କରିବା ମଧ୍ୟରେ ୯,୦୦୦ ଷ୍ଟେପ୍ ଚାଲିପାରିବେ । ଏଥିପାଇଁ ନିଜର ଶାରୀରିକ ଗତିବିଧିକୁ ବଢ଼ାଇବା ପାଇଁ ସିଢ଼ି ଚଢ଼ିବା, କୌଣସି ଯାନବାହନ ରେ ଆଖପାଖ ଜାଗାକୁ ଯିବା ପରିବର୍ତ୍ତେ ଚାଲି ଚାଲି ଯାଇପାରିବେ । ପ୍ରତିଦିନ ଏଭଳି ଅନେକ କାମ କରିବା ଦ୍ୱାରା ହାର୍ଟ ସମସ୍ୟା କମ୍ ହୋଇପାରେ । ୬,୦୦୦ ରୁ ଅଧିକ ପାଦ ଚାଲିବା ଦ୍ୱାରା ମାଂସପେଶୀରେ ଇନ୍‌ସୁଲିନ୍ ପ୍ରତିରୋଧ କମ୍ ହୋଇପାରେ ଏବଂ ଯନ୍ତ୍ରଣା କମ୍ ହୋଇଥାଏ ଓ ହାର୍ଟ ପାଇଁ ମଧ୍ୟ ଭଲ ହୋଇଥାଏ । ରକ୍ତଚାପ ଏବଂ ଶରୀରରେ ଓଜନକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ । ଚାଲିବା ଦ୍ୱାରା ଡିପ୍ରେସନ ଆଶଙ୍କା କମ୍ ହୋଇଥାଏ । ପ୍ରତି ମିନିଟ୍‌ରେ ପ୍ରାୟ ୧୦୦ ଷ୍ଟେପ୍ ସ୍ୱାସ୍ଥ୍ୟପକ୍ଷେ ଭଲ ହୋଇଥାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )