Tuesday 19th March 2024
ଷ୍ଟାଣ୍ଡ୍ ନ ଦେଲେବି ଆପେ ଠିଆ ହେବ ସ୍କୁଟି

ଷ୍ଟାଣ୍ଡ୍ ନ ଦେଲେବି ଆପେ ଠିଆ ହେବ ସ୍କୁଟି

ଆଜିକାଲି ବଜାରରେ ଯେଉଁ ଆଡେ ଦେଖିବେ ବାଇକ୍ ଅପେକ୍ଷା ସ୍କୁଟି ଅଧିକ । କାହିଁକି ନା ସ୍କୁଟିକୁ ଉଭୟ ମହିଳା ଏବଂ ପୁରୁଷ ଚଲେଇ ପାରିବେ । ମାର୍କେଟରେ ଅଧିକ ଲୋକ ସ୍କୁଟି ଚଲେଇବାର ଅନ୍ୟ କାରଣଟି ହେଲା ଜିନିଷ ନେବା ଆଣିବା କରିବା ପାଇିଁ ଅଧିକ ସ୍ପେସ୍ ମିଳେ । ତେବେ କିଛି ଲୋକ ଗ୍ୟାସ୍ ଟାଙ୍କିକୁ ମଧ୍ୟ ସ୍କୁଟିରେ ନେବା ଆଣିବା କରିଥାନ୍ତି ।

ବର୍ତ୍ତମାନ ସମୟରେ ତୈଳଦର ବୃଦ୍ଧି ପାଇିଁ ଇ-ବାଇକ୍ ର ଚାହିଦା ବୃଦ୍ଧି ପାଇଛି । ଇ-ବାଇକ୍ ଟି କମ୍ ଖର୍ଚ୍ଚରେ ଚାର୍ଜ ହେବା ସହ ଅଧିକ ବାଟ ଗଡୁଛି । ଇ-ବାଇକ୍ ରେ ଶବ୍ଦ ପ୍ରଦୁଷଣ ଏବଂ ବାୟୁ ପ୍ରଦୁଷଣ ହୁଏ ନାହିଁ । ତେଣୁ ସରକାର ଇ-ବାଇକ୍ କିଣିବା ପାଇିଁ ଦେଉଛନ୍ତି ଉପଯୁକ୍ତ Subsidy । ତେବେ ନୁଆଁ ନୁଆଁ ସ୍କୁଟି ଶିଖୁଥିବା ଲୋକ ଙ୍କୁ ଆକୃଷ୍ଟ କରିଛି ଲାଇଗର ମୋବିଲିଟି ର Self-Balancing Scooter।

ମୁମ୍ବାଇ ସ୍ଥିତ ଦୁଇ ଚକିଆ ନିର୍ମାତା ଲାଇଗର ମୋବିଲିଟି ଅଟୋ ଏକ୍ସପୋ ୨୦୨୩ ରେ ପ୍ରଦର୍ଶନ କରିଛି Self-Balancing Scooter | କମ୍ପାନୀ ର ଏହା ପ୍ରଥମ Self-Balancing Electric bike । ଯାହାକୁ ୨୦୧୯ ରେ କମ୍ପାନୀ ପ୍ରଥମଥର  ସୋ କରିଥିଲା | ଏକ ରିପୋର୍ଟ ଅନୁଯାୟୀ, ଇ-ସ୍କୁଟି ର Self-Balancing ଫିଚର୍ ସଫଳ ହେଲାପରେ କମ୍ପାନୀ ବର୍ତ୍ତମାନ ଉତ୍ପାଦନ ପାଇଁ ପ୍ରସ୍ତୁତ ଅଛି । ଏହାର ଡିଜାଇନ୍ ଦେଖିବାକୁ ପାଖା ପାଖି ଭେସ୍ପା ସ୍କୁଟି ପରି । ଅନ୍ୟ ଇ-ସ୍କୁଟି ପରି  ଏଥିରେ ସବୁକିଛି ଅତ୍ୟାଧୁନିକ ଫିଚର ରହିଛି । ଏଥିରେ ରହିଛି ଦିନରେ ଜଳୁଥିବା ଲାଇଟ୍ । ଯାହାକି ଦିନବେଳେ ମଧ୍ୟ ଅତି ଉଜ୍ୱଳ ଦେଖାଯାଇଥାଏ । ଏମରଜିନ୍ସିରେ ଲାଇଟ୍ ଟି କୁ ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ ।

ଏହି Self-Balancing Scooter ରେ GPS , ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର , grab rail , ଏଲଇଡି ଟେଲ୍ ଲାଇଟ୍ ଏବଂ telescopic suspension ସହିତ ଏକ ବଡ଼ ସିଟ୍ ରହିଛି । ଏଲଇଡି ଟେଲ୍ ଲାଇଟ୍ ଟି ରାତି , ଦିନ ଏବଂ ଖରାପ ପାଗରେ ମଧ୍ୟ ଦୂରଦର୍ଶି ହୋଇଥାଏ । telescopic suspension ଯାହାକି ଆବଡା ଖାବଡା ରାସ୍ତାରେ ଦେଇଥାଏ ଅଲଟ୍ରା କମ୍ଫର୍ଟ । ଏଥିରେ ମ୍ୟାଟ୍ ବ୍ଲାକ୍ ଫିନିଶ୍ ର ବଡି ବ୍ୟବହାର କରାଯାଇଛି । ଅତ୍ୟାଧୁନିକ ଆଲୋଇ ଚକ Self-Balancing ଇଲେକ୍ଟ୍ରିକ୍ ସ୍କୁଟି ର ଏକ ମଜଭୁତ ଅଂଶ ।  ଆଗ ଚକରେ ଅଛି ଡିସ୍କ ବ୍ରେକିଂ ସିଷ୍ଟମ ଏବଂ ପଛରେ ଡ୍ରମ୍ ବ୍ରେକିଂ ସିଷ୍ଟମ ର  ବ୍ୟବହାର କରାଯାଇଛି ।

ଏଥିରେ ଥିବା କିଛି ଗୁରୁତ୍ୱ ପୁର୍ଣ ଫିଚର୍ –  

ଏହି ସ୍କୁଟିରେ ଅଛି Self-Balancing ଫିଚର୍ , ତେଣୁ ପାର୍କିଂ କରିବା ସମୟରେ ଷ୍ଟାଣ୍ଡ୍ ର ଆବଶ୍ୟକତା ନାହିଁ । ଏହି ସ୍କୁଟର ତିଆରି କରୁଥିବା କମ୍ପାନୀ ଲାଇଗର ମୋବିଲିଟି କହିଛି ଯେ ଏହା ସବୁଠାରୁ ସୁରକ୍ଷିତ ସ୍କୁଟି । ଷ୍ଟାଣ୍ଡ୍ ନ ଦେଲେ ବି ଠିଆ ହେଇ ରହିବ , ଯାହାଫଳରେ ନୁଆଁ ସ୍କୁଟି ଚଲେଇ ଶିଖୁଥିବା ଲୋକ ଙ୍କ ଦୁର୍ଘଟଣାକୁ ଏଡାଇ ହେବ ।

ଦୁର୍ଘଟଣା ରୁ ରକ୍ଷା –

କେବଳ ଏତିକି ନୁହେଁ , ସ୍କୁଟି ସହ ଏକ ଶକ୍ତ ଧକ୍କା ପରେ ମଧ୍ୟ ଏହା ସନ୍ତୁଳନ ହରାଇବ ନାହିଁ । କମ୍ପାନୀ ବିଶ୍ୱାସ କରେ ଯେ ଏହି ଟେକ୍ନୋଲୋଜି ଦୁର୍ଘଟଣା ସମୟରେ ଅତ୍ୟନ୍ତ ପ୍ରଭାବଶାଳୀ ହେବ । ଦୁଇ ଚକିଆ ଚାଳକଙ୍କୁ ରାସ୍ତାରେ ପଡିବା ଏବଂ ଗାଡିରେ ଚାପି ହେବା ପରି ଦୁର୍ଘଟଣାରୁ ରକ୍ଷା କରିପାରିବ ।

ଭଏସ୍ କମାଣ୍ଡ ରେ ପାର୍କିଂ ସ୍ଥାନରୁ ସ୍କୁଟି ବାହାରକୁ ଆସିବ –

Self-Balancing ବ୍ୟତୀତ , ଏହି ସ୍କୁଟି ଆପଣଙ୍କ ଭଏସ୍ କମାଣ୍ଡରେ ମଧ୍ୟ କାମ କରିବ । ସ୍କୁଟିକୁ ଏକ ଉନ୍ନତ ଭଏସ୍ କମାଣ୍ଡ ସିଷ୍ଟମ ଦିଆଯାଇଛି । ଭଏସ୍ କମାଣ୍ଡ ଦେଇ ଆପଣ ସ୍କୁଟିକୁ ପାର୍କିଂ ସ୍ଥାନରୁ ବାହାର କରିପାରିବେ । ଦାବି କରାଯାଇଛି ଯେ ଏହି ଟେକ୍ନୋଲୋଜି ଅନ୍ୟ ପାରମ୍ପାରିକ ସ୍କୁଟର ଅପେକ୍ଷା ସେମାନଙ୍କୁ ଅଧିକ ଆରାମ ଏବଂ ସୁବିଧା ଦେବ । କାରଣ ଏଥିରେ ଅଛି telescopic suspension ।

କମ୍ପାନୀ କହିବା ଅନୁସାରେ ଥରେ ଚାର୍ଜକଲେ ୧୦୦ କିଲୋମିଟର ଯାଏ ଯିବ । ଏହାର ଦୁଇଟି ମଡେଲ ଲଞ୍ଚ ହେବ । ଗୋଟିଏ ହେଲା ଲାଇଗର ଏକ୍ସ ଏବଂ ଅନ୍ୟଟି ହେଲା ଲାଇଗର ଏକ୍ସ ପ୍ଲସ୍ । ଲାଇଗର ଏକ୍ସ ର ଦାମ୍ ୯୦,୦୦୦ ଥିବା ବେଳେ ଲାଇଗର ଏକ୍ସ ପ୍ଲସ୍ ର ଦାମ୍ ଲଞ୍ଚ ପରେ ଜଣାପଡିବ । ସଂମ୍ପୁର୍ଣ ଭାରତୀୟ ଜ୍ଞାନ କୌଶଳ ରେ ନିର୍ମିତ ଏହି ସ୍କୁଟିକୁ ୨୦୨୩ ର ପ୍ରଥମାର୍ଦ୍ଧରେ ଭାରତରେ ଲଞ୍ଚ କରାଯାଇପାରେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )