Thursday 25th April 2024
ବୟକଟ୍ ସମୟରେ ହିଟ୍ କଲା ‘ବ୍ରହ୍ମାସ୍ତ୍ର’

ବୟକଟ୍ ସମୟରେ ହିଟ୍ କଲା ‘ବ୍ରହ୍ମାସ୍ତ୍ର’

ଜାଣନ୍ତୁ ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ କେତେ କୋଟି କଲେକ୍ସନ୍‌ ?

ଯେତେବେଳେ ଗୋଟିଏ ନୂଆ ଚଳଚିତ୍ର ନିର୍ମାଣ ହୁଏ । ସେତେବେଳେ ତାହାକୁ ନେଇ ନିର୍ମାତାଙ୍କର ଯେତିକି ଆଶା ଥାଏ ତାହାଠୁ ଢେରଗୁଣା ଅଧିକ ଦର୍ଶକଙ୍କର ବି ଆଶା ଥାଏ । ଚଳଚିତ୍ରଟିଏ ନିର୍ମାଣ କଲେ ଅନେକ ପରିଶ୍ରମ ଲାଗିଥାଏ,ଅନେକ ଅର୍ଥ ଲାଗିଥାଏ,ଅନେକ ସମୟ ମଧ୍ୟ ଲାଗିଥାଏ । କିନ୍ତୁ ଯଦି ଫିଲ୍ମ ଟି ହିଟ୍ ନ ହେଇ ଫ୍ଲପ୍ ହେଇଯାଏ ତାହାଲେ ସମସ୍ତଙ୍କର ଆଶା ମଳିନ ପଡିଯାଏ । ଏହିଭଳି କଥାବାର୍ତ୍ତା ଚଳିତ ବର୍ଷ ଟିକେ ବେଶି ଜୋର୍ ରେ ଚାଲିଛି । କାରଣ ଏବେ ବୟକଟ୍ ବଲିଉଡର ଟ୍ରେଣ୍ଡ ଚାଲିଛି । ବୟକଟ୍ ବଲିଉଡର ମାନେ ଗତ କିଛି ବର୍ଷରେ ହୁଏତ କେହି ଜାଣିନଥିଲେ । କିନ୍ତୁ ବର୍ତ୍ତମାନ ଏହାର ଧାରଣା ସମସ୍ତଙ୍କ ପାଖରେ ମହଜୁଦ ଅଛି । ଲାଲସିଂ ଚଡ୍ଡା,ରକ୍ଷାବନ୍ଧନ,ଆଦି ଫିଲ୍ମର ଯେଉଁ ବୟକଟ୍ ହୋଇଛି ତାପରେ ଫିଲ୍ମ ନିର୍ମାତଙ୍କ ମନରେ ଏକ ଅଜଣା ଭୟ ବସିଯାଇଛି ।

ସାଧାରଣତଃ ସମସ୍ତେ ଭାବୁଥିଲେ ଜନତାଙ୍କୁ କଣ ବା ଜଣାପଡିବ ? ଆଗରୁ ଯେମିତି ଠକୁଥିଲୁ ଏବେ ବି ସେମିତି ଠକିବୁ । ତେଣୁକରି ଏବେ ବଲିଉଡକୁ ସାଧାରଣ ଲୋକ ଆଉ ଆଗ ଭଳି ଅନ୍ଧବିଶ୍ୱାସ କରୁନାହାନ୍ତି । ଏସବୁ କଳ୍ପନା ଜଳ୍ପନା ଭିତରେ ରିଲିଜ୍ ହେଲା ବହୁ ପ୍ରତିକ୍ଷିତ ଫିଲ୍ମ ବ୍ରହ୍ମାସ୍ତ୍ର । ଏହି ଚଳଚିତ୍ରର ନିର୍ମାତାଙ୍କ କହିବା ଅନୁସାରେ ତାଙ୍କୁ ବ୍ରହ୍ମାସ୍ତ୍ର ବନାଇବାକୁ ୮ ବର୍ଷର ସମୟ ଲାଗିଥିଲା । ଆଉ ୮ ବର୍ଷର ପରିଶ୍ରମ ଯଦି ବୟକଟ୍ ରେ ପଳେଇବ ତାହାଲେ କାହାରିକୁ ବି ଭଲ ଲାଗିବ ନାହିଁ । ହେଲେ ବୟକଟ୍ ହାଓାରୁ ସେ ବି ବର୍ତ୍ତପାରିନଥିଲେ ।

ନିଜର ଚଳଚିତ୍ର ରିଲିଜ ପୂର୍ବରୁ ଅନେକ କଟାକ୍ଷର ଶିକାର ହେଲେ ଫିଲ୍ମର ହିରୋ ରଣବିର୍ କପୁର ଓ ହିରୋଇନ୍ ଆଲିଆ ଭଟ୍ଟ । ଦୁହେଁ ପ୍ରମୋସନ୍ ସମୟରେ ଅଧିକରୁ ଅଧିକ ହିନ୍ଦୁ ମନ୍ଦିର ଓ ସମାଜକୁ ଯାଉଥିଲେ ହେଲେ ଲୋକେ ସେଠାରୁ ସେମାନଙ୍କୁ ତଡିଦେଉଥିଲେ । ସେଥିପାଇଁ ଲାଗୁଥିଲା ଯେ ବ୍ରହ୍ମାସ୍ତ୍ରର ଅବସ୍ଥା ବି ପୂର୍ବ ବଲିଉଡ ଫିଲ୍ମ ଭଳି ହେବ । ଫିଲ୍ମର ସମୀକ୍ଷା ଏବଂ କଲେକସନ ରିପୋର୍ଟ ଅନୁଯାୟୀ ଲାଗୁଛି ଯେ ତାଙ୍କର ପରିଶ୍ରମର ଫଳ ସଫଳ ହୋଇଛି। ରଣବୀର କପୁର, ଆଲିଆ ଭଟ୍ଟ, ନାଗାର୍ଜୁନ, ଅମିତାଭ ବଚ୍ଚନ, ଶାହରୁଖ ଖାନ ଏବଂ ମୌନି ରୟଙ୍କ ଅଭିନୀତ ବ୍ରହ୍ମାସ୍ତ୍ରର ଛୋଟ କ୍ଲିପ୍‌ ଗୁଡିକ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଚଳଚ୍ଚିତ୍ରର ପ୍ରଥମ ଭାଗ ରିଲିଜ୍‌ ହେବା  ସହିତ ପାର୍ଟ-୨ ପାଇଁ ଉତ୍ସାହ ବୃଦ୍ଧି ପାଇଛି। ହେଲା ଏହା ପୂର୍ବରୁ ବ୍ରହ୍ମାସ୍ତ୍ରର ପ୍ରଥମ ଦିନରେ ବକ୍ସ ଅଫିସ୍ ରୋଜଗାର ବିଷୟରେ ଜାଣିବା…

Boxofficeindia.com ର ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମ ପ୍ରଥମ ଦିନରେ ୩୫-୩୬ କୋଟି ଟଙ୍କା କଲେକସନ୍‌ କରିଛି। ଛୁଟିଦିନ ନଥାଇ ଏହିପରି କଲେକସନ୍‌ କରିବା ହିନ୍ଦୀ ସିନେମା ପାଇଁ ଏକ ଇତିହାସ । ଏହାପୂର୍ବରୁ ବାହୁବଲୀ-୨ ଫିଲ୍ମ ଏଭଳି ବମ୍ପର କମାଇଥିଲା।

ବ୍ରହ୍ମାସ୍ତ୍ରର ହିନ୍ଦୀ ଭର୍ସନ ପ୍ରାୟ ୩୨-୩୩ କୋଟି ଟଙ୍କା ସଂଗ୍ରହ କରିଛି। ଏଥି ସହିତ, ଅନ୍ୟ ଭାଷାରେ ରିଲିଜ୍ ଭର୍ସନରୁ ପ୍ରାୟ ୩ କୋଟି କଲେକସନ୍‌ କରିଛି । କୁହାଯାଉଛି ଯେ ଫିଲ୍ମର ସମସ୍ତ ସାଉଥ ଭର୍ସନ ପ୍ରାୟ ୯-୧୦ କୋଟି ଟଙ୍କା ରୋଜଗାର କରିଛି। କୁହାଯାଉଛି ଏହି ଫିଲ୍ମ ମାତ୍ର ତିନି ଦିନ ମଧ୍ୟରେ ୧୦୦ କୋଟି କ୍ଲବରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି। ଫିଲ୍ମ ସ୍କ୍ରିନ୍‌ ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ଭାରତରେ ୫୦୧୯ ସ୍କ୍ରିନ ଏବଂ ବିଦେଶରେ ୩୮୯୪ ସ୍କ୍ରିନ ରିଲିଜ୍‌ ହୋଇଛି। ଏଭଳି ପରିସ୍ଥିତିରେ ଫିଲ୍ମଟି ପ୍ରାୟ ୮୯୧୩ ପରଦାରେ ମୁକ୍ତିଲାଭ କରିଥିବା ସ୍ପଷ୍ଟ ହୋଇଛି। ଏହି ସମୟରେ, ଫିଲ୍ମର ମୋଟ ଲମ୍ବ ୨ ଘଣ୍ଟା, ୪୬ ମିନିଟ୍ ଏବଂ ୫୪ସେକେଣ୍ଡ୍ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )