Friday 26th April 2024
BRO ରେ ବାହାରିଛି ଭଲ ପଦବୀ ,ଆଜି ହିଁ କରନ୍ତୁ ଆବେଦନ

BRO ରେ ବାହାରିଛି ଭଲ ପଦବୀ ,ଆଜି ହିଁ କରନ୍ତୁ ଆବେଦନ

ଚାକିରୀ କରିବା ପାଇଁ ବାହାରିଛି ସୁବର୍ଣ୍ଣ ସୁଯୋଗ । ଏହିଭଳି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । କାରଣ ଭଲ ଭଲ ପୋଷ୍ଟ ସହିତ ଭଲ ଦରମା ମିଳିବା ଭଳି ଚାକିରୀ ସବୁବେଳେ ବାହାରିନଥାଏ । ପ୍ରାୟତଃ ଆଜିକାଲି ଯୁବପିଢି ଚାକିରୀ ପାଇଁ ଅତ୍ୟଧିକ ବିବ୍ରତ । ତେଣୁକରି ସେମାନେ ନିଜ ପସନ୍ଦ ଅନୁସାରେ ଗଢୁଛନ୍ତି ନିଜ ଭବିଷ୍ୟତ । ତେଣୁ ବର୍ତ୍ତମାନ ବି ଯେଉଁ ପଦବୀଟି ବାହାରିଛି ତାହା ଚାକିରୀ କ୍ଷେତ୍ରରେ ବଦଳାଇଦେବ ଆପଣଙ୍କ ଭବିଷ୍ୟତ ।

ସୀମା ସଡକ ସଂଗଠନ ଏମ୍ ଟି ଏସ୍ ସହିତ ଅନ୍ୟାନ୍ୟ ଅନେକ ପଦବୀ ପୂରଣ ପାଇଁ ଆବେଦନ ଚାଲିଛି । ଆବେଦନ ପ୍ରକ୍ରିୟା ଆରମ୍ଭ ମଧ୍ୟ ହୋଇସାରିଛି । ସୀମା ସଡକ ସଂଗଠନ (ବ୍ରୋ) ଏମଟିଏସ୍ ସହିତ ଅନ୍ୟାନ୍ୟ ଅନେକ ପଦବୀ ପୂରଣ ପାଇଁ ଆପଣ ଯଦି ଆଗ୍ରହୀ ତାହାଲେ ବ୍ରୋର ଅଫିସିଆଲ େଓବ୍ ସାଇଟ୍ ରେ ଯାଇ ଆବେଦନ କରିପାରିବେ । ଏହି ପୋଷ୍ଟ ଗୁଡିକ ବିଷୟରେ ସ୍ପଷ୍ଟ ସୂଚନା ଜାଣିବା ପାଇଁ ଆର୍ଟିକିଲଟିକୁ ଶେଷ ଯାଏଁ ପଢନ୍ତୁ । ଯଦି ଆପଣଙ୍କୁ ସିଧାସଳଖ ଯାଇ ଲିଙ୍କରେ ବିଷୟବସ୍ତୁ ବିଷୟରେ ସୂଚନା ନେବାର ଅଛି ତାହାଲେ ଏହି ଲିଙ୍କରେ କ୍ଲିକ କରନ୍ତୁ ।

BRO Recruitment 2022 : BRO Various Post Online Form 2022

ଆବେଦନ କରିବାର ଶେଷ ତାରିଖ-୧୦ ନଭେମ୍ବର
ଖାଲି ପଦବୀ- ମୋଟ ପୋଷ୍ଟ ସଂଖ୍ୟା-୩୨୭

ଖାଲି ପଦବୀ:

  • ମୋଟ ପୋଷ୍ଟ ସଂଖ୍ୟା – ୩୨୭
  • କ୍ରାଫ୍ଟସ୍‌ମ୍ୟାନ୍ : ୧୬ଟି ପୋଷ୍ଟ
  • ଅପରେଟର୍ (ଯୋଗାଯୋଗ): ୪୬ ଟି ପୋଷ୍ଟ
  • ଇଲେକ୍ଟ୍ରିସିଆନ୍: ୪୩ ଟି ପୋଷ୍ଟ
  • ମଲ୍ଟି ସ୍କିଲ୍ ୱାର୍କର୍ (କମାର): ୨୭ ଟି ପୋଷ୍ଟ
  • ମଲ୍ଟି ସ୍କିଲ୍ ୱାର୍କର୍ (ରୋଷେୟା): ୧୩୩ ଟି ପୋଷ୍ଟ
  • ସୁପରଭାଇଜର (ପ୍ରଶାସନ): ୭ ଟି ପୋଷ୍ଟ
  • ସୁପରଭାଇଜର ଷ୍ଟୋର୍: ୧୩ ଟି ପୋଷ୍ଟ
  • ସୁପରଭାଇଜର ସିଫର୍: ୯ ଟି ପୋଷ୍ଟ
  • ହିନ୍ଦୀ ଟାଇପିଷ୍ଟ: ୧୦ ଟି ପୋଷ୍ଟ
  • ୱେଲଡର୍: ୨୪ ଟି ପୋଷ୍ଟ

ବୟସ ସୀମା :

  • ସର୍ବନିମ୍ନ ବୟସ ସୀମା – ୧୮ ବର୍ଷ
  • ସର୍ବୋଚ୍ଚ ବୟସ ସୀମା – ୨୭ ବର୍ଷ

ଚୟନ ପ୍ରକ୍ରିୟା :

  • ଲିଖିତ ପରୀକ୍ଷା
  • ଶାରୀରିକ ଦକ୍ଷତା ପରୀକ୍ଷା
  • ଟ୍ରେଡ୍ ଟେଷ୍ଟ୍

CATEGORIES
TAGS
Share This

COMMENTS

Wordpress (0)
Disqus (0 )