Thursday 28th March 2024
ଅକ୍ଟୋବର ୩ ତାରିଖରୁ ଜୀ ସାର୍ଥକର ମେଗା ସିରିଏଲ ‘ସାଥୀରେ’

ଅକ୍ଟୋବର ୩ ତାରିଖରୁ ଜୀ ସାର୍ଥକର ମେଗା ସିରିଏଲ ‘ସାଥୀରେ’

() ଓଡିଆ ଦର୍ଶକଙ୍କ ପାଇଁ ଜୀ ସାର୍ଥକ ଆଣୁଛି  ଆଉ ଏକ ଭିର୍ଣ୍ଣ ଧରଣର ନୂଆ ମେଗା ଧାରାବାହିକ । ଭୁବନେଶ୍ୱରର ଏକ ତାରକା ହୋଟେଲ ପରିସରରେ ‘ସାଥୀରେ’ ଲଞ୍ଚ ହୋଇଛି । ଆସନ୍ତା ଅକ୍ଟୋବର ୩ ତାରିଖ ଠାରୁ ସୋମବାରରୁ ଶନିବାର ରାତି ୮ଟାରେ ଏହି ମେଗା ଧାରାବାହିକ ପ୍ରସାରିତ ହେବ ବୋଲି ଜୀ ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି। ମେଗା ଧାରାବାହିକର ନାଁ ରହିଛି ‘ସାଥୀରେ’ ।କାହାଣୀର ମୁଖ୍ୟ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ଧାରା ଓ ଅମ୍ବର । ଚୁଲବୁଲି ଅଭିନେତ୍ରୀ ଅନନ୍ୟାଙ୍କୁ ମୁଖ୍ୟ ଭୁମିକା ଧାରା ଚରିତ୍ରରେ ଦେଖିବାକୁ ମିଳିଥିବା ବେଳେ ମ୍ୟୁଜିକ ଭିଡିଓରେ କ୍ୟାରିୟର ଆରମ୍ଭ କରିଥିବା ନବାଗତ ଅଭିଜିତ ଅଭିନୟ କରିଛନ୍ତି ଅମ୍ବର ଭୁମିକାରେ ।

ଧାରାବାହିକ:

କାହାଣୀରେ ଧାରା ଚୁଲବୁଲି ଚରିତ୍ରଟିଏ । ଯିଏ ପ୍ରତ୍ୟେକ ପରିସ୍ଥିତିକୁ ସାହସର ସହ ମୁକାବିଲା କରେ । ସେ ଖୁସି ଓ ଭାଗ୍ୟଶାଳୀ ଝିଅଟି, ଯିଏ କାନ୍ଦିବା ଶିଖିନି ବରଂ ହସିକି ସବୁ ସମସ୍ୟାର ସମାଧାନ କରିଦିଏ । ଆଉ ଅମ୍ବର ଜଣେ ସଫଳ ବ୍ୟବସାୟୀ ଏବଂ ନିଜ ଲକ୍ଷ୍ୟପଥରେ  ପହଞ୍ଚିବାରେ ସବୁବେଳେ ବ୍ୟସ୍ତ । ଏହି ସଫଳ ବ୍ୟବସାୟୀଙ୍କ ମତରେ ମହିଳାମାନେ ସଫଳତାର ରାସ୍ତାରେ ବାଧକ ।ଦୁହେଁ ଦୁହିଁଙ୍କ ଠାରୁ ସମ୍ପୂର୍ଣ ଭିର୍ଣ୍ଣ । ଏମାନଙ୍କ ଭିତରେ କଣ ପ୍ରେମ ସମ୍ଭବ ହୋଇପାରେ ? କଣ ସତରେ ଏକାଠି ହୋଇପାରିବେ ଅମ୍ବର ଓ ଧାରା । ଏହାକୁ ନେଇ ଧାରାବାହିକ ‘ସାଥୀରେ’ ଆଗକୁ ବଢ଼ିଛି ଓ ଅନେକ କିଛି ଏଥିରେ ଦେଖିବାକୁ ମିଳିଛି । ପୂର୍ବରୁ ଜୀ-ସାର୍ଥକର ପ୍ରତିଟି ମେଗା ଧାରାବାହିକକୁ ମିଳିଛି ଦର୍ଶକୀୟ ଆଦୃତି । ଏଥର ବି ଏହି ନୂଆ ଧାରାବାହିକ ‘ସାଥୀରେ’କୁ ଓଡିଆ ଦର୍ଶକ ନିଶ୍ଚିତ ଭଲପାଇବେ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି । ଆସନ୍ତା ଅକ୍ଟୋବର ୩ ତାରିଖ ଠାରୁ ସୋମବାରରୁ ଶନିବାର ରାତି ୮ଟାରେ ଏହି ମେଗା ଧାରାବାହିକ ପ୍ରସାରିତ ହେବ ବୋଲି ଜୀ ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।

CATEGORIES
TAGS
Share This

COMMENTS

Wordpress (0)
Disqus (0 )