Friday 19th April 2024
ଏଣିକି ଗୁଗଲରେ ନୂଆ ଫିଚର୍ସ ବ୍ୟବହାର କରିପାରିବେ ୟୁଜର୍ସ! ଜାଣନ୍ତୁ କଣ

ଏଣିକି ଗୁଗଲରେ ନୂଆ ଫିଚର୍ସ ବ୍ୟବହାର କରିପାରିବେ ୟୁଜର୍ସ! ଜାଣନ୍ତୁ କଣ

ଦୈନଦିନ ଜୀବନରେ ଆମେ କିଛି ଜାଣିବା ପାଇଁ ହେଉ କିମ୍ବା ଅଫିସିଆଲି କାମ ପାଇଁ ହେଉ ଗୁଗୁଲ ଓ ଗୁଗୁଲର ଜିମେଲ୍‌କୁ ବ୍ୟବହାର କରିଥାଉ । ଆମକୁ କିଛି ନୂଆ ଜିନିଷ ଜାଣିବାକୁ ହେଲେ ଆମେ ଗୁଗୁଲରେ ସର୍ଚ କରିଥାଉ, ସେହିଭଳି ଅଫିସିଆଲି କାମ ପାଇଁ ଆମେ ଗୁଗୁଲର ଜିମେଲକୁ ବ୍ୟବହାର କରିଥାଉ । ତେବେ ଗୁଗୁଲ ନେଇ ଆସିଛି ଜିମେଲ୍‌ରେ ଅନେକ ନୂଆ ଫିଚର୍ସ । ଆସନ୍ତୁ ଜାଣିବା ୟୁଜର୍ସଙ୍କ ପାଇଁ କଣ ନୂଆ ଆସିଛି ।Por qué tu correo electrónico de Gmail no es realmente gratuito?()  ଗୁଗୁଲ୍ ଲଞ୍ଚ କରିଛି ଗୁଗୁଲ ଜିମେଲ୍ ଓ ଗୁଗୁଲ ଚାଟ୍ସରେ ନୂଆ ଫିଚର । ଏହି ଫିଚର ସାହାର୍ଯ୍ୟରେ ବ୍ୟବହାରକାରୀଙ୍କୁ ଉଭୟ ୱେବ୍ ଓ ମୋବାଇଲ୍ ସର୍ଚ ଅଭିଜ୍ଞତା ଭଲ ରହିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଯେଉଁ ଫିଚର ସାହାର୍ଯ୍ୟରେ ବ୍ୟବହାରକାରୀ ମାନେ ଠିକ୍ ସର୍ଚ ସଜେସନ୍ ପାଇବେ ବୋଲି କୁହାଯାଉଛି । ନୂଆ ଫିଚର୍ରେ ସର୍ଚ ସଜେସନ୍, ଜିମେଲ୍ ଲେବଲ୍ ଓ ସଂପର୍କିତ ଫଳାଫଳ ରେଜଲ୍ଟ ସାମିଲ୍ ଅଛି। ତେବେ ଏଠି ଆମେ କହି ରଖିବାକୁ ଚାହୁଁଛୁ ଯେ ସବୁ ୟୁଜର୍ସଙ୍କ ପାଇଁ ଏହା ଲଞ୍ଚ କରାଯାଇ ନାହିଁ । ଏହା କେବଳ କିଛି ପ୍ଲାଟଫର୍ମରେ ଉପଲବ୍ଧ ରହିଛି । ମାତ୍ର ଆଗକୁ ଏହି ସୁବିଧା ସମସ୍ତଙ୍କ ପାଖରେ ପହଞ୍ଚିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।  ଗୁଗୁଲର ଏହି ୩ଟି ଫିଚର ଗୁଗୁଲ ୱାର୍କପ୍ଲେସ୍ କଷ୍ଟମର୍ସ , ବ୍ୟବସାୟୀଙ୍କ ପାଇଁ ଫଳପ୍ରଦ ହେବ ।Gmail Tips and Tricks: 10 Things You Need to Know | Timeସବୁବେଳେ ଗୁଗୁଲ ନିଜ ୟୁଜର୍ସଙ୍କ ପାଇଁ ନୂଆ ନୂଆ ସୁବିଧା ନେଇ ଆସୁଛି । ନିକଟରେ ଶୀଘ୍ର ବ୍ୟାଟେରି ଚାର୍ଜ ଶେଷ କରି ଦେଉଥିବା ୧୬ଟି ଆପ୍‌କୁ ଗୁୁଗୁଲ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି । ସେହି ଆପ୍ ଗୁଡ଼ିକ ମଧ୍ୟରୁ କିଛି ଆପ୍ ହେଉଛି  ହାଇ-ସ୍ପିଡ୍ କ୍ୟାମେରା, ସ୍ମାର୍ଟ ଟାସ୍କ ମ୍ୟାନେଜର, ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଡାଉନ୍ଲୋଡର, ମେକୋକ୍ୟାଲେଣ୍ଡର, ୮କେ-ଡିକ୍ସିନାରି, ବୁସାନବସ୍, ଫ୍ଲାସ୍ଲାଇଟ୍+, ଜୟ କୋଡ୍, କ୍ବିକ୍ ନୋଟ୍, କରେନ୍ସି କନଭର୍ଟର, ଏଜ୍ଡିକା ଏବଂ ଇଜେଡ୍ ନୋଟ୍ସ ଆଦି।

CATEGORIES
TAGS
Share This

COMMENTS

Wordpress (0)
Disqus ( )