Saturday 27th July 2024
ବ୍ରେଷ୍ଟ କ୍ୟାନସର ନୁହେଁ ଗୁପ୍ତରୋଗ । ନାରୀମାନେ ଜାଣିବା କଥା ଏସବୁ କାରଣ …

ବ୍ରେଷ୍ଟ କ୍ୟାନସର ନୁହେଁ ଗୁପ୍ତରୋଗ । ନାରୀମାନେ ଜାଣିବା କଥା ଏସବୁ କାରଣ …

କର୍କଟ ରୋଗ ବା କ୍ୟାନସର ଏହା ଆଜିର ମଣିଷ ସମାଜ ପାଇଁ ଏକ ବଡ ସମସ୍ୟା । ରୋଗ ଭିତରେ କ୍ୟାନସରର ନାଁ ଶୁଣିଦେଲେ ଏକ କୋକୁଆ ଭୟ ଦେଖାଦିଏ । ଏହିଭଳି ରୋଗର ନିରାକରଣ ବି ମିଳୁନି,ତେଣୁକରି ଭୟ ଦେଖାଯିବା ବି ସ୍ୱାଭାବିକ । କ୍ୟାନସରର ଉପଚାର ପାଇଁ ଏବେ ବିଭିନ୍ନ ଗବେଷଣା କରାଯାଉଛି । ଆଉ କିଛିଟା କ୍ଷେତ୍ରରେ ଏହାର ଉପଚାର ବାହାରିଥିଲେ ବି ସଂମ୍ପୂର୍ଣ୍ଣ ନିରାକରଣ ମିଳିପାରୁନାହିଁ । ଏହି କକର୍ଟ ରୋଗ କେତେବେଳେ କାହାକୁ କେଉଁ ହିସାବରେ ହେବ ତାର କଳନା କରିହେଉନାହିଁ । ଏଇ ଯେମିତି କାହାକୁ ବ୍ଲଡ କ୍ୟାନସର ହେଉଛି ତ ପୁଣି କାହାକୁ ବ୍ରେନ କ୍ୟାନସର । ଆଉ କ୍ୟାନସର ଭିତରେ ନାରୀ ମାନଙ୍କୁ ବିଶେଷ ଆକ୍ରାନ୍ତ କରୁଥିବା ରୋଗ ହେଉଛି ବ୍ରେଷ୍ଟ କ୍ୟାନସର । ଏହାକୁ ଗୁପ୍ତ ଭାବି ଲୁଚାଇବା ବିଲକୁଲ ବି ଠିକ୍ ନୁହେଁ । କିଛି ମହିଳା ଏହି ରୋଗ ବିଷୟରେ ଆଜି ବି ଅଜଣା ଓ ଆଉ କିଛି ଏ ବିଷୟରେ ଜାଣି କିଛି ବି ସମାଧାନ କରୁନାହାନ୍ତି । ତେଣୁକରି ଏହି ପୋଷ୍ଟ ସେମାନଙ୍କୁ ସଚେତନ କରିବାରେ ସହାୟକ ହେଉ ବୋଲି ଆମେ ଆଶା କରୁଛୁ । ଆଜି ହେଉଛି ଅର୍ନ୍ତଜାତୀୟ ସ୍ତନ କର୍କଟ ନିରୋଧ ଦିବସ । ତେଣୁ ଚାଲନ୍ତୁ ଆଜିର ଦିନରେ ବିଶେଷତଃ ନାରୀ ମାନଙ୍କୁ ଏ ବିଷୟରେ କେମିତି ସଚେତନ କରିହେବ ସେ ବିଷୟରେ ଜାଣିବା ।() ଭାରତରେ ମହିଳା ମାନଙ୍କ ଭିତରେ ଯେଉଁ କ୍ୟାନସର ରୋଗ ବେଶୀ ଦେଖାଯାଏ,  ସେ ମଧ୍ୟରୁ ସ୍ତନ କ୍ୟାନସର ହେଉଛି ଅନ୍ୟତମ । ୨୦୨୦ ମସିହାରେ ଆସିଥିବା ରିପୋର୍ଟ ଅନୁସାରେ କ୍ୟାନସର ରୋଗର ୧୩.୫ ପ୍ରତିଶତ କେସ୍ ବ୍ରେଷ୍ଟ କ୍ୟାନସର ରହିଥିବା ବେଳେ ମୃତ୍ୟୁହାର ୧୨.୭ ପ୍ରତିଶତ ପାଖାପାଖି ରହିଛି। ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଆନ୍ତର୍ଜାତୀୟ ସ୍ତରରେ ଏହି ରୋଗ ସାଧାରଣ କଥା । ୧୯୯୦ ମସିହାର ରିପୋର୍ଟ  ଅନୁସାରେ ଭାରତରେ କ୍ୟାନସର ମାନଙ୍କ ସୁଚି ଅନୁସାରେ ବ୍ରେଷ୍ଟ କ୍ୟାନସର ଚତୁର୍ଥ ସ୍ଥାନରେ ଥିବା ବେଳେ ଏବେ ଏହା ଶୀର୍ଷରେ ପହଞ୍ଚିଛି । ଏହି ଭଳି ବଡ଼ ସମସ୍ୟାରୁ ବଞ୍ଚିବାକୁ ହେଲେ ମହିଳା ମାନଙ୍କୁ ବିଶେଷ ଧ୍ୟାନ ରଖିବାକୁ ପଡ଼ିବ । ତେଣୁ ସାଧାରଣ ଲୋକଙ୍କୁ ସଚେତନ କରିବା ଓ ଏଥିରୁ ମୁକ୍ତି ପାଇବା ପାଇଁ ଅକ୍ଟୋବର ମାସରେ ଅର୍ନ୍ତଜାତୀୟ ସ୍ତନ କର୍କଟ ନିରୋଧ ଦିବସ କରାଯାଉଛି ।EXCLUSIVE: Breast Cancer Awareness Month 2021: How low awareness impacts the diagnosis of Breast Cancer | PINKVILLA

ସ୍ତନ କର୍କଟର ଲକ୍ଷଣ:

ସାଧାରଣତଃ ସ୍ତନରେ ରକ୍ତ ଜମାଟ ହୋଇଯିବା, ସ୍ତନରୁ ରକ୍ତ ବୋହିବା, ଆକରରେ ଅସମାନତା ଦେଖାଦେବା ଓ ସ୍ତନରେ ଗୋଟି ଗୋଟି ଲାଗିବା ଆଦି ସ୍ତନ କର୍କଟରର ଲକ୍ଷଣ ହୋଇଥାଏ ।  କିନ୍ତୁ ଏହାର ଚିକିତ୍ସା ପାଇଁ କ୍ୟାନସର ଟି କେଉଁ ଷ୍ଟେଜ୍‌ରେ ଅଛି ତାହା ନିର୍ଭର କରେ । ତେବେ ଏହି ରୋଗଟିକୁ ଚିକିତ୍ସା କରିବା ପାଇଁ କେମାଥେରାପି, ରେଡିଏସନ୍‌, ହାର୍ମୋନ ଥେରେପି ଏବଂ ସର୍ଜରୀର ବ୍ୟବହାର କରାଯାଏ । କିନ୍ତୁ ବିଶେଷଜ୍ଞଙ୍କ ମତରେ କିଛି ସାମନ୍ୟ ଧ୍ୟାନ ରଖିବା ଦ୍ୱାରା ଏହି ରୋଗରୁ ମୁକ୍ତି ପାଇ ହେବ।Breast Cancer Awareness Month | Charity Today News

CATEGORIES
TAGS
Share This

COMMENTS

Wordpress (0)
Disqus (0 )