Friday 29th March 2024

ମଙ୍କି ପକ୍ସ ହୋଇଥିଲେ ପିଲାଙ୍କୁ ଏପରି ବଞ୍ଚାନ୍ତୁ….

ରୋଗକୁ ଚିହ୍ନଟ କରିବା ଓ ତାର ନିରାକରଣ କରିବା ପାଇଁ ଆମେ ଡାକ୍ତରଙ୍କ ପରାମର୍ଶ ନେଉ । କିନ୍ତୁ ବେଳେବେଳେ ଆମେ ରୋଗ ବିଷୟରେ ନ ଜାଣି ମନଇଚ୍ଛା କାମ କରିଥାଏ । ଅନେକ ଲକ୍ଷଣ ଦେଖି ମଧ୍ୟ ତାକୁ ଅବହେଳା କରି ରୋଗକୁ ବଢାଇଥାଏ । ଆଉ ଶେଷ ସମୟରେ ଡାକ୍ତରଙ୍କ ପାଖକୁ ଯାଉ । ତେଣୁ ଏସବୁ ହେବାର ମୁଖ୍ୟ କାରଣ ଆମମାନଙ୍କର ଅଜଣାପଣ । ଅର୍ଥାତ ସବୁଜିନିଷ ବିଷୟରେ ଜାଣି ରଖିବା ଉଚିତ୍ ଯାହା ଫଳରେ ପୂର୍ବରୁ କିଛି ଉପାୟ ଅବଲମ୍ବନ କରିହେବ । ଆମ ଘରେ ଛୋଟ ପିଲା ରହୁଛନ୍ତି । ହେଲେ ପିଲାଙ୍କୁ କୌଣସି ଜିନିଷ ହେଲେ ସେମାନେ ଜାଣିପାରିନଥାନ୍ତି ଓ ଘରେ କହି ବି ନଥାନ୍ତି । ତେଣୁ ସେମାନଙ୍କ ଦେହ ବିଷୟରେ ଜାଣିବା ଆମର ଦାୟିତ୍ୱ । ନହେଲେ ବହୁତ କିଛି କ୍ଷତି ହୋଇପାରେ ।

କରୋନା ପରେ ମଙ୍କିପକ୍ସ ଦ୍ରୁତ ଗତିରେ ସଂକ୍ରମିତ ହେଉଛି । ଯାହା ପିଲାଙ୍କୁ ଅଧିକ ପ୍ରଭାବିତ କରୁଛି । ଯଦି ଆପଣଙ୍କ ଶିଶୁ ଠାରେ ମଙ୍କିପକ୍ସ ଲକ୍ଷଣ ଦେଖୁଛନ୍ତି,ତେବେ ଡରନ୍ତୁ ନାହିଁ ।ଏହି ରୋଗ ବିଶେଷକରି ୧ ରୁ ୫ ବର୍ଷର ଶିଶୁଙ୍କ ଠାରେ ଅଧିକ ଦେଖାଯାଉଛି । ବରଂ ଏହି ଉପାୟ ଆପଣାନ୍ତୁ ଓ ଶିଶୁର ଯତ୍ନ ନିଅନ୍ତୁ ।

କ’ଣ ମଙ୍କିପକ୍ସ ଭାଇରସ

ମଙ୍କିପକ୍ସ ଭାଇରସ ଏକ ଅଲଗା ପ୍ରକାରର ଭାଇରାଲ ସଂକ୍ରମଣ । ୧୯୫୮ ମସିହାରେ ପ୍ରଥମ ଥର ପାଇଁ ଏହି ଭାଇରସ ଦେଖିବାକୁ ମିଳିଥିଲା । ୧୯୭୦ ରେ ଏହର ପ୍ରଥମ ମାମଲା ଦେଖାଯାଇଥିଲା । ଏହି ଭାଇରସ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମିତ ହୋଇଥାଏ । ଏହାର ସଂକ୍ରମଣ ସାଧାରଣତଃ ୧୪ ରୁ ୨୧ ଦିନ ଯାଏ ରହିଥାଏ ।

ମଙ୍କିପକ୍ସ ର ଲକ୍ଷଣ

• ବାରମ୍ବାର ଉଚ୍ଚ ତାପମାତ୍ରା ଆସିଥାଏ ।

 ପିଠି ଓ ଶରୀରର ମାଂସପେଶୀୟୋରେ ଦରଜ ଦେଖା ଦେଇଥାଏ ।

 ଚର୍ମ ଉପରେ ଫଳି ଯିବା ।
 ଗଳା ଖରାପ ହେବା ।

 ବାରମ୍ବାର କାସ ହେବା ।

ଏମିତି କରନ୍ତୁ ଶିଶୁର ସୁରକ୍ଷା

୧. ସଂକ୍ରମଣ ସନ୍ଦେହ ହେଲେ ତୁରନ୍ତ ପିଲାକୁ ସଂଗରୋଧ କରନ୍ତୁ ।

୨. ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

୩. ଅନ୍ୟ ଠାରୁ ଦୂରତା ରଖିବା ପାଇଁ ଶିଶୁକୁ ଶିଖାନ୍ତୁ ।

୪. ହାତକୁ ଭଲ ଭାବେ ସଫା କରନ୍ତୁ । ଆଖି,ନାକ ଓ ଶରୀରର ଅନ୍ୟ ଅଂଗକୁ ଛୁଅନ୍ତୁ ନାହିଁ ।

୫. ଶିଶୁକୁ ପୁଷ୍ଟିକର ଖାଦ୍ୟ ଦିଅନ୍ତୁ । ପିଲାଙ୍କୁ ଅଧିକ ପାଣି ପିଇବାକୁ ଦିଅନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )