Tuesday 23rd April 2024
କେମିତି କମାଇବେ କୋଲେଷ୍ଟ୍ରୋଲ?

କେମିତି କମାଇବେ କୋଲେଷ୍ଟ୍ରୋଲ?

କେଉଁ ଖାଦ୍ୟ ଖାଇବା ଉଚିତ୍, କେଉଁ ଖାଦ୍ୟ ଖାଇବା ଅନୁଚିତ୍? ଜାଣନ୍ତୁ…

କୋଲେଷ୍ଟ୍ରୋଲ, ଯାହାକୁ କୁହାଯାଇଥାଏ ସାଇଲେଣ୍ଟ କିଲର । ଶରୀରରେ ହାଇକୋଲେଷ୍ଟ୍ରୋଲ ବଢିଚାଲିଥିଲେ ବି ଏହାର କୌଣସି ଲକ୍ଷଣ ନଜର ଆସିନଥାଏ । କିନ୍ତୁ କୋଲେଷ୍ଟ୍ରୋଲ ବଢିବା କାରଣରୁ ବହୁତ ବଡ କ୍ଷତି ହୋଇଥାଏ । ବର୍ତ୍ତମାନ ସମୟରେ ଲକ୍ଷ ଲକ୍ଷ ଲୋକ ହାଇ କୋଲେଷ୍ଟ୍ରୋଲ ସମସ୍ୟାର ସାମ୍ନା କରୁଛନ୍ତି । ତେଣୁ ଶରୀରରେ କୋଲେଷ୍ଟ୍ରୋଲ ଅଛି କି ନାହିଁ ତୁରନ୍ତ ଚେକ୍ କରିନିଅନ୍ତୁ ।

କୋଲେଷ୍ଟ୍ରୋଲ ଦୁଇ ପ୍ରକାରର ଥାଏ । ଗୋଟିଏ ହେଉଛି ଗୁଡ୍ କୋଲେଷ୍ଟ୍ରୋଲ ଅନ୍ୟଟି ହେଉଛି ବ୍ୟାଡ୍ କୋଲେଷ୍ଟ୍ରୋଲ । ଗୁଡ୍ କୋଲେଷ୍ଟ୍ରୋଲକୁ ହାଇ-ଡେଂସିଟି ଲିପୋପ୍ରୋଟିନ୍ କୁହାଯାଇଥାଏ । ଏହା ଆମର ବ୍ଲଡ୍ ଫ୍ଲୋ ଏବଂ କୋଶିକା ପାଇଁ ଉପକାରୀ ହୋଇଥାଏ । ସେହିଭଳି ବ୍ୟାଡ୍ କୋଲେଷ୍ଟ୍ରୋଲ ଲୋ-ଡେଂସିଟି ଲିପୋପ୍ରୋଟିନ୍ କୁହାଯାଇଥାଏ । କାହିଁକି ନା ଏହା ଶରୀରର ରକ୍ତ କୋଶିକାରେ ଜମିଥାଏ । ଏବଂ ରକ୍ତ ସଂଚାଳନରେ ବାଧା ସୃଷ୍ଟି କରିଥାଏ ଏପରିକି ରକ୍ତ ସଂଚାଳନକୁ ବନ୍ଦ ମଧ୍ୟ କରିଦେଇଥାଏ । କେବଳ ଏତିକି ନୁହେଁ, ହାର୍ଟକୁ ଅକ୍ସିଜେନ୍ ଏବଂ ବ୍ଲଡ୍ ସର୍କୁଲେସନ୍ ବନ୍ଦ ମଧ୍ୟ କରିଦେଇଥାଏ ବ୍ୟାଡ୍ କୋଲେଷ୍ଟ୍ରୋଲ ।

ଯେଉଁଥି ପାଇଁ ହାର୍ଟ ସମସ୍ୟା ବା ହୃଦଘାତ ଭଳି ଜଟିଳ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ତେଣୁ ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା ଜାଣିବା ପାଇଁ ଏବଂ କୋଲେଷ୍ଟ୍ରୋଲକୁ ସନ୍ତୁଳନ କରି ପଖିବା ପାଇଁ ବଜାରରେ ଅନେକ ଔଷଧ ଉପଲବ୍ଧ ରହିଛି । ଡାକ୍ତରଙ୍କୁ ପରାମର୍ଶ କରି ଖାଇଲେ କୋଲେଷ୍ଟ୍ରୋଲ ସନ୍ତୁଳିତ ହୋଇ ରହିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ବିନା ଔଷଧରେ ବି ଆପଣ କୋଲେଷ୍ଟ୍ରୋଲକୁ ସନ୍ତୁଳିତ କରି ରଖିପାରିବେ । କେମିତି, ଆସନ୍ତୁ ଜାଣିବା…

ହେଲ୍ଦି ଡାଏଟ୍ : ନିତିଦିନିଆ ଜୀବନଶୈଳିରେ ହେଲଦି ଡାଏଟ୍ ନେବା ସମସ୍ତଙ୍କ ପାଇଁ ସମ୍ଭବ ହୋଇନଥାଏ । କିନ୍ତୁ ଯଦି ଆପଣ ନିଜକୁ ସୁସ୍ଥ ରଖିବା ପାଇଁ ଚାହାନ୍ତି ତାହେଲେ ନିହାତି ଆପଣଙ୍କୁ ହେଲ୍ଦି ଡାଏଟକୁ ଅନୁଶରଣ କରିବାକୁ ପଡିବ । ଆମ ଆଖପାଖରେ ଅନେକ ସାରା ଖାଦ୍ୟ ପଦାର୍ଥ ରହିଛି ଯାହାକୁ ବ୍ୟବାହାର କରି ଆପଣ ଶରୀରର କୋଲେଷ୍ଟ୍ରୋଲ ଲେବୁଲକୁ ସନ୍ତୁଳନ କରିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ କମ୍ ତେଲ, ମସଲାଜାତୀୟ ଖାଦ୍ୟ, ଲୁଣ ଏବଂ ଚିନି ଖାଇବା କମାଇବାକୁ ପଡିବ । ଓଟମିଲ୍, ବିନ୍ସ ମଞ୍ଜି ବା ରାଜମା, ସେଓ ଏବଂ ଅନ୍ୟାନ ଫଳମୂଳ କୋଲେଷ୍ଟ୍ରୋଲ କମାଇବାରେ ସହାୟକ ହୋଇଥାଏ । ଡାଏରୀ ପ୍ରଡକ୍ଟରୁ ଶରୀରକୁ ଗୁଡ୍ କୋଲେଷ୍ଟ୍ରୋଲ ମିଳିଥାଏ । ଓମେଗା-୩ ଜାତ ଖାଦ୍ୟ ଯେପରି ସାଲମନ୍, ଅଖରୋଟ୍ ଏବଂ ଅଳଶୀ ଭଳି ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏହା ସହିତ ମଦ୍ୟପାନ, ଧୂମପାନ ନିହାତି ଛାଡିବାକୁ ପଡିବ । ଶରୀରର ଓଜନ କମାଇବାକୁ ପଡିବ । ନିୟମିତ ବ୍ୟାୟାମ କରିବା ଶରୀର ପାଇଁ ହିତକର ହୋଇଥାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )