Thursday 28th March 2024
ଶତାବ୍ଦୀର ଶ୍ରେଷ୍ଠ କଳାକାରଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ଶତାବ୍ଦୀର ଶ୍ରେଷ୍ଠ କଳାକାରଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ସିନେମାରେ କଳାକାରଟିଏ ଯେଉଁ ପରିଚୟ ପ।ଏ ତାହା ତା ଜୀବନର ସବୁଠୁ ବଡ ପରିଚୟ ହେଇଯାଏ । ଜଣେ ଅଭିନେତା ନିଜ ଅଭିନୟ ଦୁନିଆକୁ ଆସିବା ବେଳେ ସାଙ୍ଗରେ ଅମାପ ସ୍ୱପ୍ନ ନେଇ ଆସେ କିନ୍ତୁ ସେଇ ସ୍ୱପ୍ନ କେତେବେଳେ ସତରେ ପରିଣତ ହେଇଯାଏ ତାହା ଜାଣିହୁଏନି । ସେମିତି ଜଣେ ଅଭିନେତା ଯିଏ ବଲିଉଡରେ ପ।ଦ ଦେବା ବେଳେ କେବେ ଭାବିନଥିଲେ ଦିନେ ସେ ଏହି ଦୁନିଆର ବେତାଜ୍ ‘ବାଦଶାହ’ ପ।ଲଟିଯିବେ ଆଉ ‘ସେହନ୍ସା’ଭଳି ଜୀବନ କାଟିବେ । ନା ତାଙ୍କୁ ସମୟର ‘ଜଞ୍ଜିର’ ଅଟକାଇ ପ।ରିଥିଲା ନା ହିଁ ତାଙ୍କର ‘ଡନ୍’ ଅବତାରକୁ କେହି ଭୁଲିପାରିଲେ । ସେ ବଲିଉଡରେ ଏମିତି ଏକ ଯୁଗ ଆରମ୍ଭ କଲେ ଯ।ହାର ଅନ୍ତ ହିଁ ନାହିଁ । ତାଙ୍କ ବିଷୟରେ ଯେତେ ବର୍ଣ୍ଣନା କଲେ ବି କମ୍ ପଡିବ । ଯଦି କଳାକାର ଦୁନିଆର ଅସଲ ହୀରା ହିସାବରେ କଳନା କରାଯାଏ ତାହାଲେ ସେ ସବୁଠୁ ଦାମିକା ହୀରା ହିସାବରେ ପରିଚୟ ପ।ଇବେ । ଆଜି ସେହି ମହାନ କଳାକାରଙ୍କୁ ବୟସ ୮୦ ଛୁଇଁଛି ସତ ହେଲେ ଆଜି ବି ତାଙ୍କ ଭିତରେ ସେହି ଯୁବାବସ୍ଥାର ରଙ୍ଗ କୁଟି କୁଟି ଭରି ରହିଛି । ସେ ନିଜକୁ ନା ହିଁ ବୃଦ୍ଧ ଭାବନ୍ତି ନା ହିଁ ତାଙ୍କ କାମରେ ସେ ଅବସର ନେବାକୁ ଚାହାନ୍ତି ବାସ୍ ଶେଷ ନିଶ୍ୱାସ ଯାଏଁ କଳା ଓ କଳାକାର ରଙ୍ଗମଂଚରେ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ଚାହାନ୍ତି । ସେ ହେଉଛନ୍ତି ଆପଣ ସମସ୍ତଙ୍କର ଅତି ପ୍ରିୟ ଅଭିନେତା ଅମିତାଭ୍ ବଚନ ।As Big B turns 74, these five reasons prove he connects with youth the best | Bollywood News – India TV() ବଲିଉଡର ଭେଟରାନ୍ ଅଭିନେତା  ବିଗ୍ ବି ବା ଅମିତାଭ ବଚନ । ଅମିତାଭ ବଚନଙ୍କ ଜନ୍ମ ୧୧ ଅକ୍ଟୋବର ୧୯୪୨ ମସିହାରେ ଆଲ୍ଲାହାବାଦରେ ହୋଇଥିଲା ।  ପିତାଙ୍କ ନାମ କବି ହରିବଂଶରାୟ ବଚନ ଓ ମା’ଙ୍କ ନାମ ତେଜି ବଚନ ଥିଲା । ପିଲା ବେଳୁ ଅମିତାଭ ଙ୍କ ନା ଅଭିତାଭ ବଚନ ନଥିଲା, ତାଙ୍କ ନା’ ଥିଲା ଇନ୍‌କଲାବ । ଯେତେବେଳ ସେ ଜନ୍ମ ହୋଇଥିଲେ, ସେତେବେଳେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଭାରତ ଛାଡ଼ ଆନ୍ଦୋଳନ ଚାଲିଥିଲା । ଏହି କାରଣରୁ ତାଙ୍କ ନା’ ଇନକଲାବ ରଖାଯାଇଥିଲା । ପରେ ଅଭିନେତ୍ରୀ ଜୟା ଭାଦୁଡ଼ିଙ୍କ ସହ ୧୯୭୩ ମସିହାରେ ସେ ବିବାହ କରିଥିଲେ । ଯାହାଙ୍କ ଠାରୁ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଜନ୍ମ ହେଲେ ।  Amitabh Bachchan gets emotional as he remembers mom Teji Bachchan: 'Never knew what motherly care and love'ଅମିତାଭ ବଚନଙ୍କ ଅଭିନୟର ଜୀବନ କଷ୍ଟକର ଥିଲା । ଅଭିନୟ କରିବା ପୂର୍ବରୁ ପ୍ରଥମେ ସେ ଅଲ ଇଣ୍ଡିଆ ରେଡିଓରେ ଭଏସ୍ ଦେଇ ଦୁଇ ଥର ରିଜେକ୍ଟ ହୋଇସାରିଥିଲେ ।  କିନ୍ତୁ ବଲିଉଡର ଫିଲ୍ମ ଭୁବନ ସୋମରେ ଭଏସ ଓଭର ଦେଇ ସେ ଇଣ୍ଡଷ୍ଟିରେ ପ୍ରବେଶ କରିଥିଲେ । ଅମିତାଭ ‘ସାଥ୍ ହିନ୍ଦୁସ୍ତାନୀ’ରୁ ନିଜ ଅଭିନେତା ଜୀବନ ଆରମ୍ଭ କରିଥିଲେ । ଏହା ପରେ ସେ ‘ଆନନ୍ଦ’ ଫିଲ୍ମରେ କାମ କରିଥିଲେ ଓ ‘ଜଞ୍ଜିର’ ଭଳି ଏକ ବଡ଼ ଫିଲ୍ମରୁ ତାଙ୍କ ନା’ ବଢ଼ିବାକୁ ଲାଗିଲା ‘ଆଙ୍ଗରି ୟଙ୍ଗମ୍ୟାନ’ ଭାବେ ଲୋକ ଅମିତାଭଙ୍କୁ ପ୍ରଥମ ଥର ପାଇଁ ଦେଖିଲେ ।Amitabh Bachchan reminisces as his first film completes 48 yearsପରେ ଅନେକ ଚଳଚିତ୍ରରେ ଲୋକ ବିଗ୍ ବିଙ୍କୁ ଦେଖିବାକୁ ପାଇଲେ । ହେଲେ ଏହି ମଧ୍ୟରେ ଅମିତାଭଙ୍କ ଆଉ ଏକ ଫିଲ୍ମ ଆସିଲା ‘କୁଲି’ । ଯେଉଁଥିରେ ତାଙ୍କ ସହ ଏକ ଦୁର୍ଘଟଣା ଘଟିଲା ଯାହାଫଳରେ ତାଙ୍କ ବଞ୍ଚିବା ସମ୍ଭାବନା ବହୁତ କମ୍ ଥିଲା । ଲୋକେ ଭାବିଥିଲେ ଏହି ମହାନ ଅଭିନେତା ଆଉ ଏହି ଦୁନିଆରେ ରହିବେ ନାହିଁ । କିନ୍ତୁ ଅମିତାଭ ଭଲ ହେଲେ ଓ ଅଭିନୟ ଦୁନିଆକୁ ଫେରିଲେ । ତାଙ୍କ ଅଭିନୀତ କିଛି ହିଟ୍ ଫିଲ୍ମ ହେଉଛି ‘ବଦଲା’, ‘ପିକୁ’, ‘ବାଗବାନ’, ବଡ଼େ ମିଆଁ ଛୋଟେ ମିଆଁ’, ‘ଗିରଫତାର’, ‘ଖୁଦ୍‌ଦାର୍‌’, ‘ଡନ୍ ’, ‘ସୋଲେ’, ‘ପ୍ପା’ । ଏହା ପରେ ସେ ରାଜନୀତିରେ ମଧ୍ୟ ପାଦ ରଖିଲେ । 10 BEST Amitabh Bachchan moviesଆଲ୍ଲହାବାଦର ପାର୍ଲାମେଟରୁ ମେମ୍ବର ଭାବେ ଯିତିଥିଲେ, କିନ୍ତୁ ବିବାଦରେ ପଡ଼ି ସେ  ରାଜନୀତି ଛାଡ଼ିଦେଲେ । ପରେ ଗୋଟିଏ ଏମିତି ବି ସମୟ ଆସିଲା ଯେଉଁଠି ଅମିତାଭଙ୍କ କୌଣସି ଫିଲ୍ମ ଭଲ ପ୍ରଦର୍ଶନ କରିପାରୁ ନଥିଲା । ଯାହା ଫଳରେ “ଖୁଦା ଗବା” ଫିଲ୍ମ ପରେ ସେ କିଛି ବର୍ଷ ପାଇଁ ଅଭିନୟ ଛାଡ଼ିଦେବେ ବୋଲି ନିଷ୍ପତି ନେଇଥିଲେ । ଏହି ସମୟରେ ସେ ଏବିସିଏଲ ନାମକ ଏକ ପ୍ରଡକ୍ସନ ହାଉସ ଖୋଲିଥିଲେ । କିନ୍ତୁ କିଛି ଖାସ ଚାଲିଲା ନାହିଁ ତାଙ୍କ କମ୍ପାନୀ । ତେଣୁ ସେ ପୁଣି ଫେରିଲେ ଅଭିନୟ ଜୀବନକୁ ଓ ଛୋଟ ପରଦାରେ ଆସିଲା କେବିସି ଯେଉଁଠି ଦର୍ଶକ ପ୍ରଥମ ଥର ଛୋଟ ପରଦାରେ ଅମିତାଭଙ୍କ୍‌ୁ ଦେଖିଲେ, ଯାହାକି ଲୋକଙ୍କୁ ପସନ୍ଦ ଅସିଲା ।  Sony eyes ₹450 cr ad revenue from KBC | Mint

CATEGORIES
TAGS
Share This

COMMENTS

Wordpress (0)
Disqus (1 )