Friday 19th April 2024
ଖ୍ରୀଷ୍ଟମାସ୍‌କୁ ନେଇ କିଛି ରୋଚକ କଥା….

ଖ୍ରୀଷ୍ଟମାସ୍‌କୁ ନେଇ କିଛି ରୋଚକ କଥା….

ବଡ ଦିନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସାନ୍ତା କ୍ଲଜ୍ ଯାହାଙ୍କୁ ପ୍ରଭୁ ଯିଶୁଙ୍କ ଶାନ୍ତି ଦୂତ କୁହାଯାଏ । ଆମ ଦେଶରେ ବେଶ୍‌ ଆନନ୍ଦ ଉଲ୍ଲାସ ମଧ୍ୟରେ ବଡ଼ଦିନ ପାଳନ କରାଯାଏ। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଏହା ଏକ ବଡ଼ ପର୍ବ। ଏହାକୁ ବଡ଼ଦିନ ମଧ୍ୟ କୁହାଯାଏ। ପ୍ରତିବର୍ଷ ଡିସେମ୍ବର ୨୫ ତାରିଖରେ ଧୁମ୍‌ଧାମ୍‌ରେ ବଡ଼ଦିନ ପାଳନ କରାଯାଏ। କ୍ରିସ୍‌ମାସ୍‌କୁ ଅଧିକ ରଙ୍ଗିନ କରିଥାଏ କ୍ରିସମାସ୍‌ ଟ୍ରି, କେକ୍‌ ଓ ଉପହାର।କ୍ରିସମାସ୍‌ ଉତ୍ସବ ପାଶ୍ଚାତ୍ୟ ରୁ ଆସିଥିଲେ ମଧ୍ୟ ଆମ ଦେଶରେ ଏହାକୁ ଅନୁସରଣ କରାଯାଉଛି। ବିଶେଷକରି କୁନି କୁନି ପିଲାମାନେ ସାଣ୍ଟାଙ୍କଠାରୁ ଉପହାର ପାଇବା ପାଇଁ ବ୍ୟଗ୍ର ଥାଆନ୍ତି। ସାଣ୍ଟା ପଛରେ ରହିଛି ଭିନ୍ନ ଭିନ୍ନ କାହାଣୀ। ସେହିପରି, ଲାଲ ରଙ୍ଗ ଖୁସି ଓ ଶ୍ରଦ୍ଧାର ପ୍ରତୀକ । ଏହା ବ୍ୟତୀତ ଲାଲ ରଙ୍ଗ ପ୍ରଭୁ ଯିଶୁଙ୍କ ରକ୍ତର ପ୍ରତୀକ । ତାଙ୍କର ଏହି ଲାଲ ରକ୍ତ ସାରା ମାନବିକତା ପ୍ରତି ପ୍ରେମ , କ୍ଷମା ଓ ଆଶିଷକୁ ଦର୍ଶାଏ । ବିଶ୍ୱାସ ରହିଛି , ପ୍ରଭୁ ଯିଶୁ ସାରା ମାନବ ଜାତିକୁ ନିଜ ସନ୍ତାନ ଭଳି ଭଲ ପାଆନ୍ତି । ଏହି କାରଣରୁ ଯିଶୁ ଲାଲ ରଙ୍ଗର ପୋଷାକ ମାଧ୍ୟମରେ ସମାଜକୁ ମାନବିକତାର ଶିକ୍ଷା ଦେଇଥାନ୍ତି ।

ଖ୍ରୀଷ୍ଟମାସ୍‌ ହେଉଛି ଏକ ଖୁସିର ପର୍ବ । ପ୍ରାୟ ପ୍ରତ୍ୟେକ ଦେଶରେ ଏହି ଉତ୍ସବ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ । ଇସାଇ ଧର୍ମର ଲୋକମାନେ ବଡ଼ଦିନ ରୂପେ ଏହି ଦିନକୁ ନିଜର ପରମ୍ପରା ଅନୁସାରେ ପାଳନ କରିଥାନ୍ତି । ପ୍ରେମ ଏବଂ ମାନବତାର ସନ୍ଦେଶ ଦେଇ ସମଗ୍ରରେ ଖୁସି ବାଣ୍ଟିବା ହିଁ ଇଶ୍ୱରଙ୍କର ପ୍ରକୃତ ସେବା ବୋଲି ଏହି ଉତ୍ସବର ଲକ୍ଷ୍ୟ । ଇସାଇ ଧର୍ମର ଲୋକଙ୍କ ବ୍ୟତିତ ଅନ୍ୟର ଧର୍ମର ଲୋକ ମଧ୍ୟ ଏହି ଖୁସିର ପର୍ବରେ ସାମିଲ ହୋଇଥାନ୍ତି ଏବଂ ଉତ୍ସବ ସମ୍ପର୍କରେ ଜାଣିବାକୁ ଇଚ୍ଛୁକ ଥାନ୍ତି । ଖ୍ରୀଷ୍ଟମାସ୍‌ ପର୍ବକୁ ନେଇ ଏମିତି କିଛି ରୋଚକ କଥା ରହିଛି, ଯାହାକୁ ଇସାଇ ଧର୍ମର ଲୋକମାନେ ମଧ୍ୟ ଖୁବ୍‌ କମ ଜାଣିଥାନ୍ତି । ଆସନ୍ତୁ ଜାଣିବା ସେହି ରୋଚକ ତଥ୍ୟ ବିଷୟରେ-

* ୧୬ଶହ ମସିହାରେ ଜର୍ମାନରେ ପ୍ରଥମ ଖ୍ରୀଷ୍ଟମାସ୍‌ ଟ୍ରି ତିଆରି କରାଯାଇଥିଲା । ହଂସ ପରକୁ ରଙ୍ଗୀନ୍‌ କରାଯାଇ ସେହି ଟ୍ରି ସଜାଯାଇଥିଲା ।

* ପ୍ରତ୍ୟେକ ବର୍ଷ ୩ ଆରବ ଖ୍ରୀଷ୍ଟମାସ୍‌ କାର୍ଡ ଆମେରିକାରେ ବିକ୍ରି ହୋଇଥାଏ ।

* ଗିନିସ୍‌ ରେକର୍ଡ ଅନୁସାରେ, ବିଶ୍ୱର ସବୁଠାରୁ ଲମ୍ବା ଖ୍ରୀଷ୍ଟମାସ୍‌ ଟ୍ରି ୨୨୧ ଫୁଟର କଟାଯାଇଥିଲା । ଯାହାକୁ ୧୯୫୦ରେ ୱାସିଙ୍ଗଟନର ଏକ ସପିଙ୍ଗ ସେଣ୍ଟରେ ପ୍ରଦର୍ଶିତ କରାଯାଇଥିଲା ।

*ଏହି ଉତ୍ସବର ପାରମ୍ବରିକ ରଙ୍ଗ ହେଉଛି, ସବୁଜ, ନାଲି ଏବଂ ସୁନେଲି । ସବୁଜ ରଙ୍ଗ ଲମ୍ବା ଜୀବନ ଏବଂ ପୁନଃଜନ୍ମର ପ୍ରତୀକ ଥିଲା ବେଳେ ନାଲି ରଙ୍ଗକୁ ଇସା ମସିହାଙ୍କ ପବିତ୍ର ରକ୍ତ ଏବଂ ସୁନେଲି ରଙ୍ଗକୁ ଆଲୋକ, ଧନ ଓ ସମ୍ପତ୍ତିର ପ୍ରତୀକ ରୂପେ ଗ୍ରହଣ କରାଯାଏ ।

* ଖ୍ରୀଷ୍ଟମାସ୍‌ ଦିନ ସନ୍ଧ୍ୟା ସମୟରେ ବୋଲିଭିଆ ଦେଶର ଲୋକ ‘ମିସା ଡେ ଗାଲୋ’ ବା ‘ମିସ ଡେଲ୍‌ ଗାଲା’ ନାମକ ଏକ ସ୍ୱତନ୍ତ୍ର ଉତ୍ସବ କରିଥାନ୍ତି । ଏହି ଉତ୍ସବରେ କୁକୁଡ଼ାକୁ ସାମୂହିକ ସମ୍ମାନ ଦିଆଯାଏ । ମାନ୍ୟତା ଅନୁସାରେ, ଭଗବାନ ଯୀଶୁଙ୍କ ଜନ୍ମର ପ୍ରଥମ ଘୋଷଣା କୁକୁଡ଼ା କରିଥିଲା ।

* ପୋଲାଣ୍ଡରେ ଶ୍ରୀଷ୍ଟମାସ୍‌ ଟ୍ରିରେ ବୁଢ଼ିଆଣୀ ଏବଂ ତା’ର ଜାଲିକୁ ସଜାଯାଇଥାଏ । ମାନ୍ୟତା ଅନୁସାରେ, ଭଗବାନ ଯୀଶୁଙ୍କ ଜନ୍ମ ସମୟରେ ବୁଢ଼ିଆଣୀ ଜାଲ ବୁଣି ଭଗବାନଙ୍କ ପାଇଁ କମ୍ବଳ ପ୍ରସ୍ତୁତ କରିଥିଲା । ଏଣୁ ପୋଲାଣ୍ଡରେ ବୁଢ଼ିଆଣୀ ଏବଂ ତା’ର ଜାଲକୁ ଶୁଭର ପ୍ରତୀକ ଭାବେ ବିବେଚନା କରାଯାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )