Thursday 28th March 2024
ଓଡ଼ିଶାର ବାଃ ବାଃ ! ଦୁବାଇ କାର୍ଯ୍ୟକ୍ରମରେ ଓଡ଼ିଶାର ୨୦ ଷ୍ଟାର୍ଟଅପ୍

ଓଡ଼ିଶାର ବାଃ ବାଃ ! ଦୁବାଇ କାର୍ଯ୍ୟକ୍ରମରେ ଓଡ଼ିଶାର ୨୦ ଷ୍ଟାର୍ଟଅପ୍

ଆମ ଦେଶରେ ମେକ୍ ଇନ୍ ଇଣ୍ଡିଆ ହେବା ଦ୍ୱାରା ଅନେକ ନୂଆ ଓ ସ୍ୱଦେଶୀ ଜିନିଷକୁ ଗୁରୁତ୍ୱ ମିଳୁଛି । ଏହାଦ୍ୱାରା ଆମ ଦେଶ ବି କେମିତି ଅଗ୍ରଗତି କରିବ ସେ ଉପରେ ସମସ୍ତଙ୍କର ନଜର ରହିଛି । ଆଜି ଆମେ ବ୍ୟବହାର କରୁଥିବା ଅନେକ ଜିନିଷର ପ୍ରକୃତ ମ୍ୟାନୁଫେକଚରର ଆମେ ନିଜେ ହେଇପାରୁଛୁ । ଅନ୍ୟ ଦେଶ ଉପରେ ଆମକୁ ଅଳ୍ପ ନିର୍ଭର କରିବାକୁ ପଡୁ ବୋଲି ଏହିଭଳି ଯୋଜନା ବାହାରିଛି । ଏହି ଉପାୟକୁ ନେଇ ପ୍ରାୟତଃ ଅଧିକାଂଶ ରାଜ୍ୟ ନିଜକୁ ଅଗ୍ରଗତିର ରାସ୍ତାରେ ନେବା ପାଇଁ ହାତ ବଢାଉଛନ୍ତି । ଏଇ ଯେମିତି ଆମ ଓଡିଶା । ଆମ ଓଡିଶାର ସ୍ଥିତି ଅନୁସାରେ ଆମେ ବି ଅନ୍ୟ ରାଜ୍ୟ ମାନଙ୍କ ଠାରୁ କମ୍ ନୁହେଁ ।

ସେଥିପାଇଁ ଆମ ରାଜ୍ୟରେ ପ୍ରତି ବର୍ଷ ନୂଆ ଓ କିଛି ଭିନ୍ନ ଷ୍ଟାର୍ଟ ଅଫ୍ ବିଜନେସ୍ କିମ୍ବା କମ୍ପାନୀକୁ ଆମ ସରକାର ସୁଯୋଗ ଦେଉଛନ୍ତି । ବର୍ତ୍ତମାନ ଆମ ଓଡିଶାର ଷ୍ଟାର୍ଟଅପ୍ ବାହାର ଜାଗାରେ ବି ନିଜର ନାଁ କମାଇବାରେ ସକ୍ଷମ । ୨୦୨୨ରେ ଏକ ବଡ ସ୍ଥାନରେ ବି ଆମ ଓଡିଶାର ଷ୍ଟାର୍ଟ ଅପ୍ ସଂସ୍ଥା ଅଂଶଗ୍ରହଣ କରିବାର ସୁଯୋଗ ପାଇଛନ୍ତି । ଦୁବାଇର ହୋଟେଲ ତାଜ୍ ରେ ଅନୁଷ୍ଠିତ ଜିଟେକ୍ସ ଗ୍ଲୋବାଲ୍ ୨୦୨୨ କାର୍ଯ୍ୟକ୍ରମରେ ଓଡିଶାର ୨୦ଟି ପ୍ରଯୁକ୍ତି ଭିତ୍ତିକ ଷ୍ଟାର୍ଟଅପ୍ ସଂସ୍ଥା ଅଂଶଗ୍ରହଣ କରିଛନ୍ତି । ଆଉ ଏହିଭଳି ଜିନିଷକୁ ପ୍ରସୟ ଦେବାରେ ସବୁଠୁ ବଡ ଭୂମିକା ଗ୍ରହଣ କରିଛନ୍ତି ଷ୍ଟାର୍ଟ ଅପ୍ ଓଡିଶା । ଏହାର ମୁଖ୍ୟ ଅଛନ୍ତି ଓମକାର୍ ରାଏ । ଯାହାଙ୍କ ନେତୃତ୍ୱରେ ଆମ ରାଜ୍ୟର ଷ୍ଟାର୍ଟଅପ୍ କମ୍ପାନୀ ଦୁବାଇ ଯାଇଛନ୍ତି । ଜିଟେକ୍ସ ଗ୍ଲୋବାଲ୍ ରେ ଆମ ରାଜ୍ୟର ଏଡଟେକ୍ ,ଏନଏଫଟି,ଆଇଓଟି,ସ୍ୱାସ୍ଥ୍ୟ ପ୍ରଯୁକ୍ତି ,ଇ-କମର୍ସ, ଇଲେକ୍ଟ୍ରିକ୍ ଯାନ,ଫିନଟେକ୍‌,ରୋବୋଟିକ୍ସ,ଏଆଇ/ଏମଏଲ୍ ଓ କଂଜ୍ୟୁମର ଟେକ୍ କ୍ଷେତ୍ରର ସଂସ୍ଥାଗୁଡିକ ସେଥିରେ ଭାଗ ନେଇଛନ୍ତି । ଏହି ଅବସରରେ ଷ୍ଟାର୍ଟଅପ୍ ସଂସ୍ଥାଗୁଡିକ ୟୁଏଇ ଓ ମଧ୍ୟପ୍ରାଚ୍ୟର ଅଂଶୀଦାରମାନଙ୍କ ସହ ଯୋଡିହେବାର ସୁଯୋଗ ପାଇଛନ୍ତି । ସେମାନେ ଶାରଜାହ ରିସର୍ଚ ଇନୋଭେସନ୍ ଆଣ୍ଡ ଟେକ୍ନୋଲୋଜି ପାର୍କ ମଧ୍ୟ ପରିଦର୍ଶନ କରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )