Thursday 28th March 2024
ଓଡ଼ିଶା ଶିକ୍ଷା ସେବା ଅଧିକାରୀର ପରୀକ୍ଷା ତାରିଖ ଘୋଷଣା ,ଜାଣନ୍ତୁ କେବେ ଓ କେଉଁଠି ହେବ EXAM ?

ଓଡ଼ିଶା ଶିକ୍ଷା ସେବା ଅଧିକାରୀର ପରୀକ୍ଷା ତାରିଖ ଘୋଷଣା ,ଜାଣନ୍ତୁ କେବେ ଓ କେଉଁଠି ହେବ EXAM ?

ଓପିଏସି ବିଜ୍ଞାପନ ଅନୁଯାୟୀ , ନଭେମ୍ବର ୨୬ ଏବଂ ୨୭ରେ ଓଡିଶା ଶିକ୍ଷା ସେବା ଅଧିକାରୀ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଓଡିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ଗ୍ରୁପ୍ ବି ବର୍ଗର ଓଡିଶା ଶିକ୍ଷା ସେବା ଅଧିକାରୀ ପଦବୀ ପରୀକ୍ଷା ପାଇଁ ପରୀକ୍ଷା ସୂଚୀ ଏବଂ ପ୍ରଣାଳୀ ପ୍ରକାଶ ପାଇଛି ।

ଓପିଏସି ବିଜ୍ଞାପନ ଅନୁସାରେ ନଭେମ୍ବର ୨୬ ଏବଂ ୨୭ ରେ ଓଡିଶା ଶିକ୍ଷା ସେବା ଅଧିକାରୀଙ୍କ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଲିଖିତ ପରୀକ୍ଷା ୫ଟି ଜୋନରେ ହେବ । ବାଲେଶ୍ୱର,ବ୍ରହ୍ମପୁର,ଭୁବନେଶ୍ୱର,କଟକ ଏବଂ ସମ୍ବଲପୁର ଏହି ୫ଟି ସ୍ଥାନରେ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ପରୀକ୍ଷା ପାଇଁ ପସ୍ତୁତି କରୁଥିବା ଛାତ୍ରାଛାତୀଙ୍କ ପାଇଁ ଏହି ସୂଚନା । ସବୁଶେଷ ସୂଚନା ଜାଣିବା ପାଇଁ ପୁରା ଆର୍ଟିକିଲକୁ ପଢନ୍ତୁ ।

ପରୀକ୍ଷା ତାରିଖ- ନଭେମ୍ବର ୨୬ ଓ ୨୭
ପରୀକ୍ଷା ସମୟ- ନଭେମ୍ବର ୨୬
ଜେନେରାଲ ଇଂରାଜୀ (୨ୟ ସିଟିଙ୍ଗ) ଅପରାହ୍ନ ୨.୩୦ ରୁ ୪.୩୦
ପିଡବ୍ଲ୍ୟଡି ପାର୍ଥୀଙ୍କ ପାଇଁ -ଅପରାହ୍ନ ୨.୩୦ ରୁ ୫.୧୦ ଯାଏଁ
ନଭେମ୍ବର ୨୭-
ସାଧାରଣ ଜ୍ଞାନ(ପ୍ରଥମ ସିଟିଙ୍ଗ) ସକାଳ ୧୦ରୁ ଅପରାହ୍ନ ୧୨ଟା
ପିଡବ୍ଲ୍ୟଡି ପାର୍ଥୀଙ୍କ ପାଇଁ –ସକାଳ ୧୦ରୁ ଅପରାହ୍ନ ୧୨.୪୦
ଦ୍ୱିତୀୟ ସିଟିଙ୍ଗ-ଏଜୁକେସନ- ଅପରାହ୍ନ ୨ଟାରୁ ୪ଟା
ପିଡବ୍ଲ୍ୟଡି ପାର୍ଥିଙ୍କ ପାଇଁ- ଅପରାହ୍ନ ୨ଟାରୁ ୪ ଟା ୪୦

ତେବେ ଏହିସବୁ ପରୀକ୍ଷା ଲିଖିତ ହେବ ଏବଂ ସଂମ୍ପୂର୍ଣ୍ଣ ଅବଜେକଟିଭ୍ ପ୍ରଣାଳୀରେ ହେବ । ପାଠ୍ୟକ୍ରମରେ କୌଣସି ବି ପରିବର୍ତ୍ତନ ନ କରି ସାଧାରଣ ଇଂରାଜୀ ପାଇଁ ସବଜେକ୍ଟିଭ୍ ପ୍ରଣାଳୀରେ ପରୀକ୍ଷା ହେବ । ଓପିଏସି ଅନୁସାରେ ପ୍ରତ୍ୟେକ ଭୁଲ୍ ଉତ୍ତର ପାଇଁ ୦.୨୫ ମାର୍କ ସଠିକ୍ ଉତ୍ତର ପାଇଁ ଦିଆଯାଇଥିବା ମାର୍କରୁ କଟାଯିବ । ତେଣୁକରି ଉତ୍ତର ଲେଖିବା ପୂର୍ବରୁ ବହୁତ ଭାବିଚିନ୍ତି ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବା ଉଚିତ୍ । ଯଦି ଏହା ବ୍ୟତୀତ ଅଧିକ ସୂଚନା ବିଷୟରେ ଜାଣିବାକୁ ଚାହୁଁଛନ୍ତି । ତେବେ ତଳେ ଦିଆଯାଇଥିବା ଲିଙ୍କରେ ଯାଇ ସବୁ ଜିନିଷ ଦେଖିପାରିବେ ।

www.opsc.gov.in

CATEGORIES
TAGS
Share This

COMMENTS

Wordpress (0)
Disqus (0 )