Saturday 27th April 2024

ସାକ୍ଷରତା ପାଇଁ ବଦଳେ ଭବିଷ୍ୟତ…

ଶିକ୍ଷା ଅମା ଅନ୍ଧକାରକୁ ଆଲୋକରେ ପରିଣତ କରିଥାଏ । ଶିକ୍ଷାର ମହତ୍ୱ ଆମ ଜୀବନରେ ଓ ଆମ ସମାଜର ପ୍ରଗତିରେ ଖୁବ୍ ଅଧିକ ଜରୁରୀ । ଶିକ୍ଷା ହିଁ ନିର୍ବୋଦ୍ଧତାକୁ ଦୂର କରି ବୁଦ୍ଧିମାନର ଦିଗକୁ ଟାଣିନିଏ । ଆଉ ଏହି ଶିକ୍ଷାକୁ ଆପଣାଇବାର ସଚେତନତା ନଥିଲେ ହୁଏତ ସମସ୍ତେ ଏହାର ମୂଳମନ୍ତ୍ର କଣ ବୁଝିପାରିନଥାନ୍ତେ । ସମୟ ବଦଳିଛି,ଯୁଗ ବି ବଦଳୁଛି ଆଉ ଶିକ୍ଷାର ସ୍ତର ବି ଉନ୍ନତି ଦିଗରେ ଆଗକୁ ବଢୁଛି । ଥରେ ଚିନ୍ତା କଲେ,ଯଦି ଶିକ୍ଷା ନଥାନ୍ତା,ସାକ୍ଷରତାର ଉଦେଶ୍ୟ ନଥାନ୍ତା ,ତାହାଲେ କଣ ଆମେ ଆଜି ଏତିକି ଉଚ୍ଚ ସ୍ତରକୁ ଆସିପାରିଥାନ୍ତେ । ସେଥିପାଇଁ ଶିକ୍ଷା ପ୍ରତ୍ୟେକ ଜଣଙ୍କ ଜୀବନରେ ଜରୁରୀ ।

 

ଆଉ ଏହି ଶିକ୍ଷା ଓ ସାକ୍ଷରତା ଦିନ ଭାବେ ପ୍ରତିବର୍ଷ ସେପ୍ଟେମ୍ବର ୮ତାରିଖକୁ ଆନ୍ତର୍ଜାତିକ ସାକ୍ଷରତା ଦିବସ ଭାବେ ପାଳନ କରାଯାଏ । ସମାଜ ତଥା ଲୋକଙ୍କୁ ସାକ୍ଷରତାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ । ୧୯୬୬ ମସିହା ସେପ୍ଟେମ୍ବର ୮ କୁ ୟୁନେସ୍କୋ ଆନ୍ତର୍ଜାତିକ ସାକ୍ଷରତା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା । ସେବେଠୁ ପ୍ରତିବର୍ଷ ଏହି ଦିନ ପାଳନ କରାଯାଉଛି । ଯେ କୌଣସି ଦେଶର ବିକାଶ ଲାଗି ସାକ୍ଷରତା ଖୁବ୍ ଜରୁରୀ । ଦେଶରେ ଯେତେ ଅଧିକ ନାଗରିକ ସାକ୍ଷର ହେବେ,ଦେଶ ସେତେ ଉନ୍ନତି କରିବ । ସେଥିପାଇଁ ସମାଜରେ ଏହିଦିନ ଶିକ୍ଷାର ପ୍ରଚାର,ପ୍ରସାର କରାଯାଏ । ସେହିପରି ବ୍ୟକ୍ତିଟିଏ ଶିକ୍ଷିତ ହେବା ଦ୍ୱାରା ସମାଜରେ ସମ୍ମାନର ସହ ବଂଚେ ତାହା ନୁହେଁ,ଏହା ଆତ୍ମନିର୍ଭର କରାଇବାରେ ସାହାର୍ଯ୍ୟ କରେ । ଏଥର ଏହି ଦିବସର ପ୍ରସ୍‌ଙ୍ଗ ଅଛି ଟ୍ରାନ୍ସଫରମ୍‌ିଂ ଲିଟେରାସି ଲର୍ଣ୍ଣିଂ ସ୍ପେସ୍ ।

ବିଶ୍ୱର ସଙ୍କଟ ସମୟରେ ମଧ୍ୟ ଶିକ୍ଷାର ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ବିକଳ୍ପ ଉପାୟ ଖୋଜିବା ଉପରେ ପ୍ରୟାସ ଜାରି ରହିଛି । ଡିଜିଟାଲ ମାଧ୍ୟମରେ ସମାନ ଭାବରେ ଶିକ୍ଷାକୁ ବଣ୍ଟନ କରାଯାଇ ନାହିଁ କାରଣ ଟେକ୍ନୋଲୋଜି ସହିତ ଜଡିତ ହେବାର କ୍ଷମତା,ନେଟୱର୍କ ଏବଂ ବିଦ୍ୟୁତ୍ ସୁବିଧା ଭଳି ଅନ୍ୟାନ୍ୟ ସେବା ପ୍ରାୟ ଅନେକଙ୍କ ପାଖରେ ଉପଲବ୍ଧ ନଥାଏ | ଏହି ମହାମାରୀ ସାକ୍ଷରତାର ଗୁରୁତ୍ବକୁ ନିଶ୍ଚିତ ଭାବେ ଅନୁଭବ କରାଇଦେଇଛି । ତେବେ ଶିକ୍ଷା ପ୍ରତ୍ୟେକଙ୍କ ଅଧିକାରର ଏକ ଅଂଶ ଭାବରେ ଅନ୍ତର୍ନିହିତ । କାରଣ ସାକ୍ଷରତା ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିଥାଏ ଏବଂ ଏକ ପ୍ରକାର ଜୀବନ ବାଛିବା ପାଇଁ ସେମାନଙ୍କର ସାମର୍ଥ୍ୟକୁ ବିସ୍ତାର କରି ସେମାନଙ୍କ ଜୀବନରେ ଉନ୍ନତି ଆଣି ଦେଇଥାଏ | ଏବଂ ସାକ୍ଷରତା ହିଁ  ସଙ୍କଟରୁ ମାନବ ସମାଜକୁ ଉଦ୍ଧାର କରିବାର ମୁଖ୍ୟ ଆଧାର | ଏଥି ସହିତ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ମାନବ ସମାଜ ପାଇଁ ଏକ ସୁଦୃଢ ମୂଳଦୁଆ ଗଢ଼ିବାରେ ସହିତ ଅଣ-ସାକ୍ଷର ଛାତ୍ରଛାତ୍ରୀ ଏବଂ ଯୁବସମାଜକୁ କୋୖଶଳୀ ଭାବେ ଗଢି ତୋଳିବାରେ ସହାୟକ ହେବ | ଯାହା ଦ୍ୱାରା ଆନ୍ତର୍ଜାତୀୟ ସାକ୍ଷରତା ଦିବସ ମହାମାରୀ ପରିପ୍ରେକ୍ଷୀରେ ଏବଂ ଭବିଷ୍ୟତରେ ଶିକ୍ଷାଦାନକୁ ନୂତନ ଭାବେ ଚିତ୍ରଣ କରିବାର ଏକ ସୁଯୋଗ ହେବ |

CATEGORIES
TAGS
Share This

COMMENTS

Wordpress (0)
Disqus ( )