Thursday 25th April 2024
ନିମ୍ବ ପାଣିରେ ଧୁଅନ୍ତୁ ମୁହଁ,ତ୍ୱଚାର ସୁନ୍ଦରତା ବୃଦ୍ଧି ସହ ଦୂର କରେ ଦାଗ..

ନିମ୍ବ ପାଣିରେ ଧୁଅନ୍ତୁ ମୁହଁ,ତ୍ୱଚାର ସୁନ୍ଦରତା ବୃଦ୍ଧି ସହ ଦୂର କରେ ଦାଗ..

ବର୍ତ୍ତମାନ ପରିବେଶ ବହୁତ ଦୂଷିତ ହେଉଛି । ଏଥିପାଇଁ ଅଧିକାଂଶ ଲୋକ ଚର୍ମ ସମସ୍ୟାରେ ପଡୁଛନ୍ତି। ଏଥି ସହିତ, ଚର୍ମ ସହିତ ଜଡିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେମାନେ ମଧ୍ୟ ସମସ୍ତ ପ୍ରକାର ଉପାୟ ଆପଣାନ୍ତି। କିନ୍ତୁ ତଥାପି କୌଣସି କାମ କରେ ନାହିଁ। ଧୂଳିମାଟି ଓ ପ୍ରଦୂଷଣର କାରଣରୁ ତ୍ୱଚା କଳା ପଡିବାକୁ ଆରମ୍ଭ ହୋଇଥାଏ। ଏହି କାରଣରୁ ତ୍ୱଚାର ଅନେକ ସମସ୍ୟା ସୃଷ୍ଟି ହେବା ସହ ସୌନ୍ଦର୍ଯ୍ୟ ହ୍ରାସ ହେବା ଭଳି ଅନୁଭବ ହୋଇଥାଏ। ତେବେ ଏହି ସମସ୍ୟା ଦୂର ପାଇଁ ବେସନ ଓ ଗୋଲାପ ଜଳ ଖୁବ ଫଳପ୍ରଦ। କିନ୍ତୁ ଆମେ ଆପଣଙ୍କୁ ଏଠାରେ କହିବୁ ଯେ ଚର୍ମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିମ୍ବ ପାଣି ଅତ୍ୟନ୍ତ ଲାଭଦାୟକ । ଏପରି ଚାଲନ୍ତୁ ଜାଣିବା ଏହିସବୁର ଉପକାରିତା ବିଷୟରେ …

 

ଗୋଲାପ ଜଳ ଓ ବେସନର ଫେସ ପ୍ୟାକ୍‍କୁ ମୁହଁରେ ଲଗାଇବା ଦ୍ୱାରା ତ୍ୱଚା ପାଇଁ ଖୁବ ଉପକାରୀ ହୋଇଥାଏ। ବେସନ ଓ ଗୋଲାପ ଜଳର ଫେସ୍‍ ପ୍ୟାକ୍‍କୁ ଲଗାଇବା ଦ୍ୱାରା ତ୍ୱଚାର କଳାପଣ ଦୂର ହୋଇ ସୁନେଲି ରଙ୍ଗ ହୋଇଥାଏ। ସପ୍ତାହକୁ ୨ ରୁ ୩ ଥର ଏହାକୁ ବ୍ୟବହାର କରିପାରିବେ।
ବ୍ରଣ ଜନିତ ସମସ୍ୟା ଥିଲେ ଓ ବ୍ରଣ ପାଇଁ ଦାଗ ହୋଇଥିଲେ ଏହି ଫେସ୍‍ ପ୍ୟାକ୍‍ ଖୁବ ଉପକାରୀ। ଏହା ତ୍ୱଚାର ଅତିରିକ୍ତ ତୈଳକୁ ନିୟନ୍ତ୍ରଣ କରିଥାଏ। ତ୍ୱଚାକୁ ଥଣ୍ଡା ପ୍ରଦାନ କରିଥାଏ। ଦାଗ ଦୂର କରିଥାଏ। ବେସନ ଓ ଗୋଲାପ ଜଳରେ ପ୍ରସ୍ତୁତ ଫେସ୍‍ ପ୍ୟାକ୍‍ ତ୍ୱଚାକୁ କୋମଳ କରିଥାଏ। ଏହା ପ୍ରାକୃତିକ ମଶ୍ଚୁରାଇଜର ଭଳି କାମ କରିଥାଏ। ଗୋଲାପ ଜଳରେ ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥିବାରୁ ତ୍ୱଚା ପାଇଁ ଚମତ୍କାରୀ ଲାଭ ପ୍ରଦାନ କରିଥାଏ।

ନିମ୍ବ ପାଣିରେ ମୁହଁ ଧୋଇବାର ଉପକାର –

ଚର୍ମ ଆଲର୍ଜିରୁ ମୁକ୍ତି –ନିମ୍ବରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି। ଯାହା ଚର୍ମରେ ଥିବା କ୍ଷତିକାରକ ଜୀବାଣୁ ସହିତ ଲଢିବାରେ ସାହାଯ୍ୟ କରେ। ଯଦି ଆପଣ ପ୍ରତିଦିନ ଏଥିରେ ମୁହଁ ଦିଅନ୍ତି। ତେବେ ଚର୍ମ ଆଲର୍ଜି, ଦାଗ, କୁଣ୍ଡେଇ ହେବା ଇତ୍ୟାଦି ସମସ୍ୟାରୁ ମୁକ୍ତି ପାଇବା।

ବ୍ରଣକୁ ଭଲ କରେ-ନିମ୍ଵ ପାଣିରେ ମୁହଁ ଧୋଇଲେ ବ୍ରଣରୁ ମୁକ୍ତି ମିଳେ। ଏହାର କାରଣ ଚର୍ମରେ ଥିବା ମଇଳା ଏବଂ ତେଲକୁ ସଫା କରିବାରେ ସାହାଯ୍ୟ କରେ । ବ୍ରଣକୁ ମଧ୍ୟ ହ୍ରାସ କରିଥାଏ । ତେଣୁ, ଯଦି ଆପଣ ବ୍ରଣ ସମସ୍ୟାରେ ଅସୁବିଧାରେ ପଡ଼ନ୍ତି, ତେବେ ଆପଣ ପ୍ରତିଦିନ ଏହି ପାଣିରେ ମୁହଁ ଧୋଇ ପାରିବେ ।

 

ଉଭୟ ତେଲିଆ ଏବଂ ଶୁଷ୍କ ଚର୍ମକୁ ସଫା କରେ – ନିମ୍ଵ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିସେପ୍ଟିକ୍ ଗୁଣ କ୍ଷତିକାରକ ଜୀବାଣୁ ମାରିବାରେ ସାହାଯ୍ୟ କରେ । ଏହା ଚର୍ମରେ ଥିବା ଅତ୍ୟଧିକ ତେଲକୁ ନିୟନ୍ତ୍ରଣ କରିଥାଏ ଏବଂ ଚର୍ମକୁ କୋମଳ ରଖେ।

ଦାଗ ସଫା କରେ-ନିମ୍ଵ ପାଣିରେ ମୁହଁ ଧୋଇବା ଦ୍ୱାରା ଚର୍ମର ରଙ୍ଗ ବୃଦ୍ଧି ହୁଏ। ଯେତେବେଳେ ତ୍ୱଚା ଦାଗ ଚେହେରାରୁ ଦୂର ହୋଇଥାଏ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )