Thursday 18th April 2024
ଏହି ପଲିସି ବୟସ୍କମାନଙ୍କୁ ଦେବ ସାରା ଜୀବନ ଟଙ୍କା

ଏହି ପଲିସି ବୟସ୍କମାନଙ୍କୁ ଦେବ ସାରା ଜୀବନ ଟଙ୍କା

ସାଧାରଣତଃ ବୃଦ୍ଧାବସ୍ତାରେ ସମସ୍ତେ ଚାହାଁନ୍ତି କି ବିନା ଆର୍ଥିକ ଅସୁବିଧାର ସମ୍ମୁଖିନ ହୋଇ ଚଳିବା ପାଇଁ । ଆଉ ଏଥିପାଇଁ ସାଧାରଣତଃ ବୟସ୍କ ବ୍ୟକ୍ତି ମାନେ ବିଭିନ୍ନ ଜାଗାରେ ନିଜ ଟଙ୍କାକୁ ନିବେଷ କରିଥାନ୍ତି । କିନ୍ତୁ କିଛି ବଡ଼ ଧରଣର ଖର୍ଚ୍ଚ ହେଲେ ଏହି ସୁବିଧା କାମକୁ ଆସେ ନାହିଁ । ଏହିଭଳି ପରିସ୍ଥିତିରେ ଏଲଆଇସି ଆପଣଙ୍କର ସାହାର୍ଯ୍ୟ କରିପାରିବ । ଏଲଆଇସି ନେଇ ଆସିଛି ‘ସରଲ ପେନ୍‌ସନ୍ ଯୋଜନା’ ଯେଉଁଥିରେ ଥରେ ନିବେଷ କରିବା ଦ୍ୱାରା ଜୀବନଥିଲା ପର୍ଯ୍ୟନ୍ତ ବୟସ୍କ ବ୍ୟକ୍ତି ମାନେ ପେନ୍‌ସନ୍ ପାଇପାରିବେ । ତେବେ ଆସନ୍ତୁ ଏହି ଯୋଜନା ସମ୍ବନ୍ଧରେ ଅଧିକ କିଛି ଜାଣିବା ।LIC's Jeevan Saral Pension Plan: एक बार पैसे जमा कर पाएं 12 हजार की पेंशन, सरल पेंशन प्लान के बारे में जानिए सब कुछ | The Financial Express

ଏଲ୍‌ଆଇସି ସରଲ ପେନ୍‌ସନ୍ ଯୋଜନା:

ଆପଣ ଚାହୁଁଛନ୍ତି କି ଜୀବନ ଥିଲା ପର୍ଯ୍ୟନ୍ତ ପେନ୍‌ସନ୍ ପାଇବାକୁ ତେବେ ଏହି ଯୋଜନା ଆପଣଙ୍କୁ ସାହାର୍ଯ୍ୟ କରି ପାରେ । ଏଲ୍‌ଆଇସି ସରଲ ପେନ୍‌ସନ୍ ଯୋଜନାକୁ ୪୦ ରୁ ୮୦ ବର୍ଷର ବ୍ୟକ୍ତି କିଣି ପାରିବେ । ଏମିତି କି ଏହି ଯୋଜନା କିଣିବାର ୬ ମାସ ପରେ ମଧ୍ୟ ଆପଣ ଏହାକୁ ଫେରାଇ ପାରିବେ । ପେନ୍‌ସନ୍ ବ୍ୟତୀତ ଏହି ଯୋଜନା ମାଧ୍ୟମରେ ଆପଣ ଲୋନ ମଧ୍ୟ ଉଠାଇ ପାରିବେ । ସବୁଠାରୁ ବଡ଼ କଥା ହେଉଛି ଏହି ଯୋଜନା ମାଧ୍ୟମରେ ଆପଣ ଯେମିତି ଟଙ୍କା ନିବେଶ କରିବା ଆରମ୍ଭ କରିଦେବେ ସେହି ସମୟରୁ ଆପଣଙ୍କର ପେନ୍‌ସନ୍ ଆସିବା ଆରମ୍ଭ ହୋଇଯିବ । ଏହା ଛଡ଼ା ଆପଣ ୬୦ବର୍ଷର ହୋଇଥିବା ଜରୁରୀ ନୁହେଁ ଆପଣ ୪୦ ବର୍ଷର ହୋଇଥିଲେ ମଧ୍ୟ ଏହି ଯୋଜନାକୁ କିଣି ଏହାର ଲାଭ ଉଠାଇ ପାରିବେ ଓ ପେନ୍‌ସନ୍ ପାଇ ପାରିବେ ।

ଏଲ୍‌ଆଇସି ସରଲ ପେନ୍‌ସନ୍ ଯୋଜନାର ସୁବିଧା:

ଏଲ୍‌ଆଇସି ସରଲ ପେନ୍‌ସନ୍ ଯୋଜନାରେ ଆପଣଙ୍କୁ ପ୍ରତ୍ୟେକ ମାସ, ୩ ମାସରେ, ୬ ମାସରେ କିମ୍ବା ପ୍ରତ୍ୟକ ବର୍ଷ ନିବେଶ କରିବା ଜରୁରୀ ନୁହେଁ । କେବଳ ଗୋଟିଏ ଥର ଆପଣ ଆପଣଙ୍କ ଟଙ୍କାକୁ ଜମା କରିପାରିବେ । ଯାହାଦ୍ୱାରା ଜୀବନ ଥିଲା ପର୍ଯ୍ୟନ୍ତ ଆପଣଙ୍କୁ ପେନ୍‌ସନ୍ ମିଳୁଥିବ । ଏହାକୁ ଆପଣ ପ୍ରତ୍ୟେକ ମାସ, ୩ ମାସରେ, ୬ ମାସରେ କିମ୍ବା ପ୍ରତ୍ୟକ ବର୍ଷ ହିସାବରେ ନେଇ ପାରିବେ । ଏହାରି ଭିତରେ ଯଦି ଏହି ଯୋଜନାରେ ଅନ୍ତର୍ଭୁକ୍ତ ଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ ତେବେ ନୋମିତିଙ୍କୁ ନିବେଷ କରାଯାଇଥିବା ପୁରା ଟଙ୍କା ମିଳିଯାଇଥାଏ ।LIC Saral Pension Plan: ಎಲ್ಐಸಿ ಸರಳ ಪಿಂಚಣಿ ಯೋಜನೆ: ಮಾಸಿಕ 1000 ರು. ಸ್ಥಿರ ಆದಾಯ ಪಡೆಯುವುದು ಹೇಗೆ? - Goodreturns kannada

ଏହି ପଲିସି ବା ଯୋଜନାକୁ ବାଛିବେ କିପରି?:

ସରଲ ପେନ୍‌ସନ୍ ଯୋଜନାକୁ ୨ ପ୍ରକାର କିଣି ପାରିବେ । ପ୍ରଥମ ଟି ହେଉଛି (Sinle Life Plan) ଦ୍ୱାରା ଆପଣ ଯଦି କିଣୁଛନ୍ତି ତେବେ ଆପଣଙ୍କୁ ଜୀବନଥିଲା ପର୍ଯ୍ୟନ୍ତ ପେନ୍‌ସନ୍ ମିଳୁଥିବ । ଆଉ ଏହି ଭିତରେ ଯଦି ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଯାଏ ତେବେ ନୋମିନିଙ୍କୁ ଜମା ରାଶି ମିଳିଯାଏ । ଦ୍ୱିତୀୟ ଟି ହେଉଛି (Joint Life Plan) ଦ୍ୱାରା ଆପଣ ଯଦି କିଣୁଛନ୍ତି ତେବେ ଉଭୟ ସ୍ୱାମୀ, ସ୍ତ୍ରୀ ପେନ୍‌ସନ୍ ପାଇପାର ହକଦାର ହେବେ । ଏହାର ଅର୍ଥ ପଲିସି ନେଲା ପରେ ଯେଉଁପର୍ଯ୍ୟନ୍ତ ପ୍ରାଇମେରି ପଲିସି ହୋଲ୍ଡର ବଞ୍ଚିଥିବେ ସେ ପର୍ଯ୍ୟନ୍ତ ପେନ୍‌ସନ୍ ମିଳୁଥିବ । ଯଦି ସ୍ୱାମୀଙ୍କ ମୃତ୍ୟୁ ହୋଇଯାଏ ତେବେ ସ୍ତ୍ରୀଙ୍କୁ ପେନ୍‌ସନ୍ ମିଳିବ । ଯଦି ଉଭୟଙ୍କର ମୃତ୍ୟୁ ହୋଇଯାଏ ତେବେ ନିବେଶ କରିଥିବା ରାଶି ନୋମିନିଙ୍କୁ ମିଳିଯାଏ ।LIC's Saral Pension scheme launched: Who can buy, how much regular income you will get, other details - The Economic Times

CATEGORIES
TAGS
Share This

COMMENTS

Wordpress (0)
Disqus (0 )