Wednesday 24th April 2024
ଅନିଦ୍ରା ହୋଇ ପାଠ ପଢୁଛନ୍ତି କି ? ପରୀକ୍ଷାରେ କିଛି ମନେ ପଡିବ ନାହିଁ !

ଅନିଦ୍ରା ହୋଇ ପାଠ ପଢୁଛନ୍ତି କି ? ପରୀକ୍ଷାରେ କିଛି ମନେ ପଡିବ ନାହିଁ !

ଅନେକ ପିଲା ଅଛନ୍ତି, ଯେଉଁମାନଙ୍କର ସ୍ମରଣ ଶକ୍ତି କମ୍ । ଏହି କଥା ଆମେ କହୁ ନାହୁଁ । ଅନେକ ଅବିଭାବକ ଅଛନ୍ତି , ଯେଉଁମାନେ ତାଙ୍କ ପିଲା ର ସ୍ମରଣଶକ୍ତି କମ୍ ଅଛି ବୋଲି ଚର୍ଚ୍ଚା କରନ୍ତି । ଆଧୁନିକ ସମାଜ ବି ଏହି କଥାଟିକୁ ବିନା ବୈଜ୍ଞାନିକ ତଥ୍ୟରେ ସହଜରେ ସ୍ୱୀକାର କରି ନିୟେ । ସାଧାରଣ ପିଲାଙ୍କ ପାଖରେ ପାଖା ପାଖି  ସମାନ ସ୍ମରଣଶକ୍ତି ଥାଏ । ପିଲାର ଭରଣ ପୋଷଣ ଏବଂ ପରିବେଶ ସ୍ମରଣଶକ୍ତି ପାଇଁ ଦାୟୀ ଅଟେ । ଛୋଟ ପିଲାଟି ଉତ୍ତମ ପରିବେଶରେ ରହିଲେ ତାର ସ୍ମରଣଶକ୍ତି ଭଲ ଭାବରେ ବୃଦ୍ଧି ହୋଇଥାଏ । ସେହି ପିଲାଟି ଯେତେବେଳେ ବଡ ହୋଇଥାଏ ତାର ମସ୍ତିଷ୍କ ଉତ୍ତମ ରୂପରେ କାର୍ଯ୍ୟ କରେ । ସ୍ମରଣଶକ୍ତି ବଢାଇବା ପାଇଁ ଅନେକ ଅବିଭାବକ ପିଲାଙ୍କୁ ଅନେକ ପ୍ରକାର ର ସପ୍ଲିମେଣ୍ଟ୍ ତଥା ଖାଦ୍ୟ ଖାଇବା ପାଇଁ ଦେଇଥାନ୍ତି । ତେବେ ଖାଦ୍ୟ ଏବଂ ସପ୍ଲିମେଣ୍ଟ୍ କେବଳ ଅତିରିକ୍ତ ଜିନିଷ । ଏହା ସ୍ମରଣଶକ୍ତି ବଢାଇବାରେ ସାହାର୍ଯ୍ୟ କରେ ସତ କିନ୍ତୁ ଏହା ସଂମ୍ପୁର୍ଣ୍ଣ ରୂପରେ ଦାୟୀ ନୁହଁ । ଅନେକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ସବୁବେଳେ ଚିନ୍ତାରେ ରହନ୍ତି । କିଛି ଛାତ୍ରଛାତ୍ରୀ ଅଛନ୍ତି, ଯେଉଁମାନେ ବର୍ଷସାରା ପାଠ ନପଢି ପରୀକ୍ଷା ର ପୂର୍ବଦିନ ରାତି ଅନିଦ୍ରା ରହି ପଢିଥାନ୍ତି । ଏମିତିବି ଛାତ୍ରଛାତ୍ରୀ ଅଛନ୍ତି , ଯେଉଁମାନେ ଦିନରେ ପାଠ ପଢିବା ପାଇଁ ସୁଯୋଗ ପାଆନ୍ତି ନାହିଁ । ରାତିରେ ଶାନ୍ତ ପରିବେଶ ପାଇଁ ଅନେକ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ପସନ୍ଦ କରନ୍ତି । ପ୍ରତ୍ୟେକ ପିଲା ଚାହାନ୍ତି ପରୀକ୍ଷାରେ ଭଲ ମାର୍କ ଆଣିବା ପାଇଁ । ଏଭଳି କ୍ଷେତ୍ରରେ ଅନେକ ପିଲା ଅଛନ୍ତି ଯେଉଁମାନେ ପରୀକ୍ଷାର ପୂର୍ବ ରାତିରେ ଅନିଦ୍ରା ହୋଇ ପରୀକ୍ଷା ପାଇଁ ପ୍ରସ୍ତୁତ ହୁଅନ୍ତିଆପଣ ଜାଣିଛନ୍ତି କି, ଏହା ଅନେକ ସମସ୍ୟାର କାରଣ ହୋଇପାରେ । 

 

ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢନ୍ତୁ । ଜାଣନ୍ତୁ ଅନିଦ୍ରା ହୋଇ ପାଠ ପଢିବା ଦ୍ୱାରା ଲାଭ କଣ ଏବଂ କ୍ଷତି କଣ ?

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ୱ ‘ନିଦ୍ରା ଦିବସ’ ପ୍ରତିବର୍ଷ ମାନବିକ ଅଧିକାର ଭାବରେ ପାଳନ କରାଯାଏ । ଏହି କଥା ବହୁତ କମ୍ ଲୋକଙ୍କୁ ଜଣା । ବର୍ତ୍ତମାନ ସମୟରେ ଅନେକ ପରୀକ୍ଷା ହେଉଛି । କେତେବେଳେ ସେମିଷ୍ଟାର ପରୀକ୍ଷା ତପୁଣି କେତେବେଳେ ଚାକିରୀ ପାଇଁ ପରୀକ୍ଷା ହେଉଛି । ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ଜୀବନରେ ପରୀକ୍ଷାକୁ ନେଇ ଚାପ ରହିବା ଏକ ସାଧାରଣ କଥା। କାରଣ ପରୀକ୍ଷାରେ ଭଲ କରିବା ନେଇ ସେମାନଙ୍କ ଉପରେ ଚାପ ଥାଏ । ପ୍ରତ୍ୟେକ ପିଲା ଚାହାନ୍ତି ପରୀକ୍ଷାରେ ଭଲ ମାର୍କ ଆଣିବା ପାଇଁ । ଏଭଳି କ୍ଷେତ୍ରରେ ଅନେକ ପିଲା ଅଛନ୍ତି ଯେଉଁମାନେ ପରୀକ୍ଷାର ପୂର୍ବ ରାତିରେ ଅନିଦ୍ରା ହୋଇ ପ୍ରସ୍ତୁତ ହୁଅନ୍ତି ।  ପ୍ରାୟତଃ ଦେଖାଯାଏ ଯେ ଆଧୁନିକ ସମୟର ଧାଁ ଧପଡ ବ୍ୟସ୍ତ ଜୀବନ ମଧ୍ୟରେ ଜଣେ ବ୍ୟକ୍ତି ର ଶୋଇବା ଉପରେ ପ୍ରଭାବ ପଡିଥାଏ । ସେ ଚାକିରିଆ ଲୋକେ ହୁଅନ୍ତୁ କି ଛାତ୍ରାଛାତ୍ରୀ, ସମସ୍ତେ ଶୋଇବାକୁ ନେଇ ଚିନ୍ତାରେ ରହନ୍ତି । ଏହିପରି ଲୋକଙ୍କ ସଂଖ୍ୟା ବହୁତ ଅଧିକ, ଯେଉଁମାନେ ନିଦ୍ରାକୁ ନିଜ ସ୍ୱାସ୍ଥ୍ୟର ଏକ ଅତ୍ୟାବଶ୍ୟକ ଅଂଶ ଭାବରେ ଗ୍ରହଣ କରନ୍ତି ନାହିଁ। ସେମାନେ ଭାବନ୍ତି ଯେ ଯଦି ବି କମ ନିଦ ହୁଏ ତେବେ କିଛି ଅସୁବିଧା ନାହିଁ। ତେବେ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଶୋଇବା କେତେ ଜରୁରୀ ଆସନ୍ତୁ ଜାଣିବା ।

 

୧) ରାତିରେ ଶୋଇବା ନିହାତି ଆବଶ୍ୟକ । କାରଣ ଆମ ଶରୀର ଏବଂ ପ୍ରାକୃତିକ ପରିବେଶ ସହ ସଂପୃକ୍ତ । ଶୋଇବାର ଆବଶ୍ୟକତା ବ୍ୟକ୍ତିର ବୟସ ଉପରେ ନିର୍ଭର କରେ। ଯେପରି ଏକ ଛୋଟ ପିଲା ଅଧିକ ଶୋଇବା ଆବଶ୍ୟକ କରେ। ସେହିପରି ଜଣେ ବୟସ୍କ ବ୍ୟକ୍ତିଙ୍କ ପାଇଁ ହାରାହାରି ୮-୯ ଘଣ୍ଟା ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ । ଭଲ ନିଦ ଆପଣଙ୍କୁ ଦିନସାରା ସକ୍ରିୟ ରହିବାକୁ ସାହାଯ୍ୟ କରେ ଏବଂ ମନକୁ ସ୍ଥିର ରଖେ ।

୨)  ଭଲ ନିଦ ହେବା ଦ୍ୱାରା ରକ୍ତରେ ଶର୍କରା ସ୍ତର, ଇନସୁଲିନ୍ ସ୍ତର, କୋଲେଷ୍ଟ୍ରଲ୍‌, ଲେପ୍ଟିନ, ଗ୍ରେଲିନ୍ ଏବଂ କର୍ଟିସୋଲ ସ୍ତର ଭଳି ହରମୋନ୍ ଶରୀରରେ ସନ୍ତୁଳିତ ରହିଥାଏ। ଶରୀରର ସମସ୍ତ କାର୍ଯ୍ୟ ପାଇଁ ଏହି ହରମୋନ୍ ଆବଶ୍ୟକ।

୩) ନିଦ୍ରାର ଅଭାବ ଲେପ୍ଟିନ ହରମୋନ ଉପରେ କୁପ୍ରଭାବ ପକେଇଥାଏ ଏବଂ ଗ୍ରେଲିନ (କ୍ଷୁଧା ହରମୋନ) କୁ ସକ୍ରିୟ କରିଥାଏ। ଏଥିପାଇଁ ବ୍ୟକ୍ତିକୁ ଅଧିକ ଭୋକ ଲାଗେ। ଫଳରେ ସେମାନେ ଅଧିକ ମିଠା ଏବଂ ଚଟପଟି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଏହା ଓଜନ ବୃଦ୍ଧିର କାରଣ ହୋଇଥାଏ।

୪) ଯେତେବେଳେ ରକ୍ତରେ ଶର୍କରା ସ୍ତର ଠିକ୍‌ରେ ପରିଚାଳିତ ହୁଏ ନାହିଁ ଏବଂ ଇନସୁଲିନର ସ୍ତର ବଢିଯାଏ, ସେତେବେଳେ ଅଳ୍ପ ବୟସରେ ମଧୁମେହ ହେବାର ଆଶଙ୍କା ଦେଖାଯାଏ।

୫) ନିଦ୍ରା ଅଭାବରୁ କର୍ଟିସୋଲ ସ୍ତର ବଢିଯାଏ, ଯେଉଁ କାରଣରୁ ଶରୀର ଫୁଲିବା ଭଳି ସମସ୍ୟା ଦେଖାଯାଏ। ଏହି କାରଣରୁ ବାରମ୍ବାର ସଂକ୍ରମଣ ହୁଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଏ। ଫଳରେ ପରୀକ୍ଷା ସମୟରେ ଅସୁସ୍ଥ ହେବାର ଆଶଙ୍କା ବଢିଯାଏ। ଏହା ସେମାନଙ୍କ ପ୍ରଦର୍ଶନରେ ଖରାପ ପ୍ରଭାବ ପକାଏ।

୬)  କର୍ଟିସୋଲ ହରମୋନ୍ ବଢିଗଲେ ପିଲାମାନଙ୍କ ମନେ ରଖିବାର କ୍ଷମତା ଦୁର୍ବଳ ହୋଇଯାଏ। ପିଲାମାନେ ଯାହା ପଢନ୍ତି ତାହା ଭୁଲିଯାଆନ୍ତି। ଏପରି ପରିସ୍ଥିତିରେ ତାଙ୍କ ଭିତରେ ଚିନ୍ତା, ଭୟ ଓ ଉତ୍ତେଜନା ଦେଖାଯାଏ।

What are the bad effects of studying late at night?

ରାତିରେ ସୂର୍ଯ୍ୟାଲୋକ ନଥାଏ । ସବୁଆଡେ ଅନ୍ଧାର ଥାଏ । ତେଣୁ ରାତିରେ ଅନେକ ପ୍ରାଣୀ ଶୋଇଥାନ୍ତି । ସୂର୍ଯାଲୋକ ନଥିବାରୁ ଦିନ ଅପେକ୍ଷା ରାତିରେ ଶୀତଳତା ଅନୁଭବ ହୋଇଥାଏ । ବିଜ୍ଞାନ ଅନୁସାରେ ରାତିରେ ଆମ ଦେହରେ ନିଦ୍ରା ପାଇଁ ଦାୟୀଥିବା ହରମୋନ୍ ଗୁଡିକ ରିଲିଜ୍ ହୋଇଥାଏ । ତେଣୁ ରାତିରେ ଶୋଇବା ସ୍ୱାଭାବିକ୍ । ତେବେ ଯଦି ଆପଣ ରାତିରେ ପଢୁଛନ୍ତି ଆପଣଙ୍କୁ ଦିନରେ ସେତିକି ସମୟ ଶୋଇବାକୁ ପଡିବ । ନଶୋଇଲେ ଆପଣଙ୍କ ମସ୍ତିଷ୍କ ସଂମ୍ପୁର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ । ଯଦି ଆପଣଙ୍କର ପରୀକ୍ଷା ଅଛି , ତେବେ ପରୀକ୍ଷାରେ ଅନେକ ପାଠ ମନେ ନପଡିପାରେ ।

 

 

Health-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus (0 )